ହରାଦିବ୍ରହ୍ମ ଏକାକ୍ଷର ମେଳା Harabrahma Ekakhyara Mela Odia Lyrics

ABOUT INTEX
0

ଆଦ୍ୟାଶକ୍ତିଙ୍କ ସ୍ତବ 

ନମସ୍ତେ ଆଦି ଅପର୍ଣ୍ଣା ଅନନ୍ତ ରୂପିଣୀ | ନମୋ ଅ କାର ରୂପିଣୀ ଜଗତ ଜନନୀ ||
ନମୋ ବିଶ୍ଵଧାରୀ | ନମ ନାରାୟଣୀ ସାକମ୍ବରୀ ||
ନମୋ ମାତା ସ୍ୱରୂପ ରେ ଅକ୍ଷର ରେ ସ୍ଥିତି | ନମୋ ଅଣାକ୍ଷର ରୁପା ନମୋ ଆଦ୍ୟାଶକ୍ତି ||


ନମୋ ଠୁଳ ରୁପି | ନମସ୍ତେ ପ୍ରକୃତି ରୂପେ ବ୍ୟାପି ||
ନମୋ ଦେବୀ ରୁପାଲୋ ଜଗତେ ବୋଲାଉ | ମାତ ବେଦ ଗର୍ଭା ବୋଲି ନାମ ଗୋଟି ବହୁ ||
ନମୋ ଅର୍ଧ ମାତା | ନମୋ ମା ଓଁ କାର ଗର୍ଭେ ସ୍ଥିତା ||
ନମୋ ଜଗଜନନୀ ମାତା ରୂପେ ଥାଉ | ନମୋ ଜଗତରେ ପ୍ରେମ ରୁପା ନାମ ବହୁ ||
ନମୋ କାଳ ରୁପା | ନମୋ ଯୋଗମାୟା ଯୋଗରୂପା ||
ନମୋ ଗୁରୁ ରୁପା ମାଲୋ ନମୋ ମନ୍ତ୍ର ରୁପି | ନମୋ ଜଳ ସ୍ଥଳ ଶୂନ୍ୟ ସର୍ବ ଠାରେ ବ୍ୟାପି ||
ନମୋ ବିଶ୍ୱ ମାତା | ନମୋ ଉତ୍ପତି ସ୍ଥିତୀ ପ୍ରଳୟ କର୍ତା ||
ନମସ୍ତେ ଅନାଦି ଅଙ୍ଗୁ ଜନମ ହୋଇଲ | ନମୋ ପଦ୍ମ ନାଭେ ନେତ୍ରେ ରୂପ ଦେଖାଇଲ || 
ନମସ୍ତେ ଅନନ୍ତ ରୂପେ ବ୍ରହ୍ମାଣ୍ଡ ଧଇଲ | ନମୋ ଜଳ ରୁପା ହୋଇ ଜଗତେ କ୍ଷରିଲ || 
ନମୋ ଅଦ୍ୟମାତ | ନମୋ ଶ୍ରୀ କ୍ଷେତ୍ରରେ ସଦା ରହୁ ଥିବ ଚିତ ||
ଇତି ସମ୍ପୂର୍ଣ ନମଃ ଇତି ....


ଓଁ ଶରଣା ଗତ ଦିନାର୍ତ ପରିତ୍ରାଣ ପରାୟଣେ | ସର୍ବ ସତ୍ୟ ହରେ ଦେବୀ ନାରାୟଣୀ ନମସ୍ତୁତେ ||
ସର୍ବ ମଙ୍ଗଲ ମାଂଗଳୟେ ସିବେ ସର୍ବାର୍ଥ ସାଧିକେ | ଶରନ୍ୟେ ତ୍ରୟମ୍ଵିକେ ଗୌରୀ ଆଦ୍ୟାଶକ୍ତି ନମସ୍ତୁତେ ||
ଶରଣ ଶରଣ ଶରଣ ଶାନ୍ତିଃ...............




ଶ୍ରୀ ଗୁରୁଦେବଙ୍କ ପ୍ରାର୍ଥନା ( ଅଚ୍ୟୁତ) 


ଓଁ ଶ୍ରୀ ଗୁରୁ ବ୍ରହ୍ମ ଶ୍ରୀ ଅଚ୍ୟୁତାନନ୍ଦ ଶିଷ୍ୟ ବ୍ରଜ ସୁତ 
ଶ୍ରୀରାମ ଚନ୍ଦ୍ର ଶରଣ ରାମ ଚନ୍ଦ୍ର ଶରଣ 
ଆଜ୍ଞା ହେଉ ଗୁରୁ ଦେବ ଏ ଭଵାର୍ଣବ ରୁ ପାରି କରିବ ଗୁରୁଦେବ ହେ 
କୃପା କରି ଉଦ୍ଧାରିବ ଗୁରୁଦେବ ହେ ॥୧॥


ଜନ୍ମେ ଜନ୍ମେ ମୂଳ ମନ୍ତ୍ର କ୍ଷଣେ ନଛାଡିବି ଚରଣୁ ଚିତ୍ତ ଗୁରୁଦେବ ହେ 
ଏହି ଆଜ୍ଞା ହେବ ସତ୍ୟ ଗୁରୁଦେବ ହେ ॥୨॥
ରାଧେ କୃଷ୍ଣ ହରେ ରାମ କୃଷ୍ଣ କୃଷ୍ଣ ରାଧେ ହେ ଘନ ଶ୍ୟାମ ଗୁରୁଦେବ ହେ 
ଯିବ କର ପରିତ୍ରାଣ ଗୁରୁଦେବ ହେ ॥୩॥
ନମୋ ନମୋ ଜଗନ୍ନାଥ ନମୋ ପଦ୍ମ ନେତ୍ର ଶ୍ରୀ ଲକ୍ଷ୍ମୀ କାନ୍ତ ଗୁରୁଦେବ ହେ 
ନମୋ ନମୋ ହେ ଅଚ୍ୟୁତ ଗୁରୁଦେବ ହେ ॥୪॥
ନମୋ ହେ ଆରତ୍ତ ତ୍ରାଣ ନମୋ ଗୋପୀନାଥ ଦୁଃଖ ନାଶନ ଗୁରୁଦେବ ହେ 
ନମୋ ଯାମଳା ଭଞ୍ଜନ ଗୁରୁଦେବ ହେ ॥୫॥
ନମୋ ମୁକୁନ୍ଦ ମୁରାରୀ ନମୋ ବାସୁଦେବ ହେ ବଂଶୀ ଧାରୀ ଗୁରୁଦେବ ହେ 
ନମୋ କେଶବ ମୁରାରୀ ଗୁରୁଦେବ ହେ ॥୬॥
ନମୋ ଶ୍ରୀ ଵସ୍ଛଳା ନ୍ଛନ ନମୋ ହେ ମୁକୁନ୍ଦ ମଧୁସୂଦନ ଗୁରୁଦେବ ହେ 
ନମୋ କୌଶଲ୍ୟା ନନ୍ଦନ ଗୁରୁଦେବ ହେ ॥୭॥
ନମୋ ଅନନ୍ତ ଶୟନ ନମୋ କୃପା ନିଧି ଗଜ ତାରଣ ଗୁରୁଦେବ ହେ
ନମୋ ନମୋ ଠୁଳ ବ୍ରହ୍ମ ଗୁରୁଦେବ ହେ ॥୮॥
ନମୋ ନୃସିଂହ ମୂରତି ନମୋ ଅଣାକାର ଅଲେଖ ଜ୍ୟୋତି ଗୁରୁଦେବ ହେ
ରୂପ ଅରୁପରେ ସ୍ଥିତି ଗୁରୁଦେବ ହେ ॥୯॥ 
ସିନ୍ଧୁ ନନ୍ଦିନୀ ଚରଣେ ଖଟୁଛନ୍ତି ପାଦେ ସେ ଅନୁକ୍ଷଣ ଗୁରୁଦେବ ହେ 
ନଗଲା ମୋର କଷଣ ଗୁରୁଦେବ ହେ ॥୧୦॥
ଦ୍ରୌପଦୀ ଆତଙ୍କ କାଳେ ଚିନ୍ତା କଲେ ପ୍ରଭୁ ପାଦ କମଳେ ଗୁରୁଦେବ ହେ 
କୋଟି ବସ୍ତ୍ର ଦେଲ ହେଲେ ଗୁରୁଦେବ ହେ ॥୧୧॥
ଲଜ୍ୟାରୁ କରିଛ ପାରି ଦୁଯ୍ୟୋଧନ ମୁଖେ ଦେଲାଟି କାଳୀ ଗୁରୁଦେବ ହେ 
ପାଣ୍ଡବଙ୍କୁ ରକ୍ଷାକରି ଗୁରୁଦେବ ହେ ॥୧୨॥
ଚିନ୍ତାମଣି ନାମ ତୋର ଚିନ୍ତିଲା ମାତ୍ରକେ କର ଉଦ୍ଧାର ଗୁରୁଦେବ ହେ 
ତ୍ରି -ତାପରୁ ରକ୍ଷା କର ଗୁରୁଦେବ ହେ ॥୧୩॥
ନମୋ ନମୋ ବଳରାମ ନମୋ ସୁଭଦ୍ରା ନମୋ ସୁଦର୍ଶନ ଗୁରୁଦେବ ହେ 
ନମସ୍ତେ ପଦ୍ମଲୋଚନ ଗୁରୁଦେବ ହେ ॥୧୪॥
ଘଟୁ ଗଲା ବେଳେ ମୋର ଶରଣ ପଶୁଛି ପଦ୍ମପୟର ଗୁରୁଦେବ ହେ 
ଭାବି ଯିବ ଯାଉ ମୋର ଗୁରୁଦେବ ହେ ॥୧୫॥
ମୁଢ ଏ ବରଜ ରାମ ଚତୁର୍ଦ୍ଧାମୃତ୍ତି ଙ୍କୁ ମୋ ନମୋ ନମୋ ଗୁରୁଦେବ ହେ 
ଦୋଷ କ୍ଷମିବେ ଆପଣ ଗୁରୁଦେବ ହେ ॥୧୬॥
ଇତିଶ୍ରୀ ଗୁରୁ ଅଚ୍ୟୁତାନନ୍ଦ ଶିଷ୍ୟ ବ୍ରଜ ସୁତ ରାମଚନ୍ଦ୍ର ଶରଣ 
--0--








ଅଚ୍ୟୁତାନନ୍ଦ ମହାପୁରୁଷଙ୍କର ହରାଦିବ୍ରହ୍ମ ଏକାକ୍ଷର ମେଳା ପ୍ରକାଶୀତ 



ଓଁ କ୍ଲିଂ କୃଷ୍ଣାୟ ଗୋବିନ୍ଦାୟ ଗୋପୀଜନ ବଲ୍ଲଭାୟନମଃ 
ଓଁ ଭଗବତେ ବାସୁଦେବାୟ ନମଃ 
ଓଁ କମଳ ଲୋଚନ ଶ୍ରୀହରି । କରେଣ ଶଙ୍ଖ ଚକ୍ର ଧାରୀ ॥
ଖଗ ଆସନେ ଖଗ ପତି । ଖଟନ୍ତି ଲକ୍ଷ୍ମୀ ସରସ୍ବତୀ ॥
ଗରୁଡ ଆସନେ ମୁରାରୀ । ଗୋପରେ ରଖିଲେ ବାଛୁରୀ ॥
ଘନେ ଖଟିଣ କଳେବର । ଘଟଣ ଶ୍ରୀମୁଖ ସୁନ୍ଦର ॥
ନନ୍ଦ ନନ୍ଦନ ଗୋପୀନାଥ । ନିସ୍ତରି ଯିବା ନରେ ଚିନ୍ତ ॥


ନମାମି ନମାମି ନମାମି | ନମସ୍ତେ ଗୁରୁଦେବ ସ୍ୱାମୀ ||
ସକଳ ଗୋସ୍ଵାମୀଙ୍କୁ ମୋର | ଗୋଟିକେ କୋଟି ନମସ୍କାର ||
ମାତ୍ରା ହୁଡ଼ନ୍ତେ ଯେତେ ଦୋଷ | କ୍ଷମା କରିବେ ପୀତବାସ ||
ଗୁରୁ ଗୋବିନ୍ଦ ପଦ ଧ୍ୟାୟି | ଏକାକ୍ଷର ମେଳା ଆରମ୍ଭଇ ||
ଏକାକ୍ଷର ମେଳାର ଚରିତ | ସୁଜନେ ଶୁଣ ଦେଇ ଚିତ୍ତ ||
ଏ ତତ୍ୱ କର ହେ ଶ୍ରବଣ | ଶ୍ରୀ ଗୁରୁ ପଦ କରି ଧ୍ୟାନ ||
ସଭା ଜନ ଙ୍କ ମନ ସ୍କାମ | ପୁର୍ଣ କରନ୍ତୁ ଜୟ ରାମ ॥ ୨॥
ଗୁରୁଙ୍କୁ କରନ୍ତୁ ସ୍ମରଣ 
ନମସ୍ତେ ପ୍ରଭୁ ଶୂନ୍ୟ ବ୍ରହ୍ମ | ନମଇ ପ୍ରଭୁ ଶୂନ୍ୟ ବ୍ରହ୍ମ ||
ସକଳ ବିଘ୍ନ ବିନାଶନ 
ନୀଳ ଶିଖରେ ତୁମ ଘର | କାହାକୁ ନାହିଁ ନା ଗୋଚର ||
ବିଧୃତ ରୂପେ ଅଛ ରହି | ତୋ ରୂପ କେହି ନ ଜାଣଇ ||
ଭବ ସାଗରେ ତୋର ଲୀଳା | ଦୟାକର ହେ ଚକାଡୋଳା ||
ଅଶେଷ ବ୍ରହ୍ମାଣ୍ଡର ନାଥ | ତୋର ଚରିତ ପୁଣ୍ୟ ପଥ ||
ମୋ କଣ୍ଠେ ବସି କର ଖେଳା | କହନ୍ତୁ ଏକାକ୍ଷର ମେଳା ||
ମଣ୍ଡଳ ଗୋଟିଏ କରିବ | କଳସ ଗୋଟି ବସାଇବ ||
ଗୁଆ ଶ୍ରୀଫଳ ତେର ଗୋଟି | ଯତନେ ନେଇ ରଖିବଟି ||
ଚୁତ ଡାଳକୁ ରଖିଥିବ | ଆରକ୍ତ ଫୁଲରେ ମଣ୍ଡିବ ||
ଗୋମୟ ଘେନି ସ୍ଥାନ ଲିପି | ମୁରିଯେ ଗୁରୁ ପାଦ ସ୍ଥାପି ||
ଶ୍ରୀଗୁରୁ ଗୋବିନ୍ଦ ଭଜିବ | ଫୁଲ ଚନ୍ଦନରେ ମଣ୍ଡିବ ||
ନୂତନ ବସ୍ତ୍ର ଅଳଙ୍କାର | ଚାନ୍ଦି ସୁବର୍ଣ କରି ଠୁଳ ||
ପୂଜିବ ଶ୍ରୀଗୁରୁ ଚରଣ | ପ୍ରେମ ପୁଲକ କରି ମନ ||
ନମସ୍ତେ ଗୁରୁ ଦେବ ସ୍ୱାମୀ | ତୁମ୍ଭେ ସକଳ ଅନ୍ତର୍ଯ୍ୟାମୀ ||
ପତିତ ଜନଙ୍କୁ ତାରିଲ | ଆମ୍ଭଙ୍କୁ ଭବୁ ଉଦ୍ଧାରିଲ ||
ନୋହିଲେ ଭ୍ରମୁଥିଲୁ ଆମ୍ଭେ | ଉଦ୍ଧାର କଲେ ଗୁରୁଦେବେ ||
ଏମନ୍ତ କହି ସ୍ତୁତି କରି | ପୂଜା ସ୍ଥାନରେ ହୋଇ ମେଳି ||
ପାଦ ଆଗକୁ ନ ଦିଶିବ । କାର୍ପୂଣ୍ୟ ଭାବେ ରହିଥିବ ॥ 
ବୋଲନ୍ତି ରାମାନନ୍ଦ ଦାସ | ମୁଳଟି ଅଟଇ ବିଶ୍ୱାସ ||
ବିଶ୍ୱାସ ନଥିଲେ ଅଚ୍ୟୁତ | କାହୁଁ ମିଳିବ ଜ୍ଞାନ ତତ୍ୱ ||
ଭକତି ମୂଳ ଯେ ଅଟଇ | ଭକତି ବିନା କିଛି ନାହିଁ ||
ଭକତି ଅଟଇ ମୁକତି | ଭକ୍ତି ନଥିଲେ କାହିଁ ମୁକ୍ତି ||
ଭବକୁ ଭକତି ଯେ ସାର | ଭକ୍ତି ନଥିଲେ ନାରଖାର ||
ଭକ୍ତି ନକରି କେତେ କେତେ | ମରି ଗଲେଣି ଏ ଜଗତେ ||
ଏ କଳି ଯୁଗ ସାର ମେଳା | ଆଉ ସମସ୍ତ ବିଶୃଙ୍ଖଳା ||
ସର୍ବ ମେଳାର ମୂଳ ଏହି | କରିଲେ ଅକ୍ଲେସେ ତରଇ ||
ଏ ମେଳା କଟକ ଘାଟରେ | ହୋଇବ ରତ୍ନ ବଟ ଠାରେ ||
ଆରତ ଜନ ପରିତ୍ରାଣ | ଅଭୟ ପଙ୍କଜ ଚରଣ ||
ତୋ ପାଦେ ରାମାନନ୍ଦ ଦାଶ | ନିଶି ଦିବସେ କରି ଆଶ ||
ତୁମ୍ଭର ଆଦି ଅନ୍ତ ନାହିଁ | ଦେବେ ମାନବେ ନଯାଇ ||
ହେ ଶୂନ୍ୟ ବ୍ରହ୍ମ ଜଗତ ଭୁତ | ଅନାଦି ଆଦି ହେ ଅଚ୍ୟୁତ ||
ନମଇଁ ପ୍ରଭୁ ବିଶ୍ୱ ଦେହ | ପ୍ରାଣୀଙ୍କ ସର୍ବ ପାପ ଦହ ||
ମୁଁ ମୂଢ଼ ଅଧମ ପାମର | ଚତୁର୍ଥା ଅକ୍ଷରେ ବାସ ମୋର ||
ଏ ପାପ ନେତ୍ର ଦୂର କରି | ଜ୍ଞାନ ଅଞ୍ଜନ ଦିଅ ହରି ||
ମୋ କଣ୍ଠେ ବସି କହି ଦିଅ | ତୋ ପାଦେ ଲଗାଇଛି ଲୟ ||
ଅକ୍ଷର ଏକାକ୍ଷର ମେଳା | ଭକ୍ତେ କରିବେ ଗଳା ମାଳା ||
ଚାଳିଶ ଅଙ୍କର ଏ ଭାବ | ଭକ୍ତେ କରିବେ ସବୁ ଠାବ ||
ଭକତ ମାନେ ମେଳା କରି | ଯୋବରା ଘାଟୁ ହେବେ ପାରି ||
ଏ ଦିନ ରାମାନନ୍ଦ ଦାସ | ଶ୍ରୀ ଗୁରୁପାଦେ କରି ଆସ ||
ଶରଣ ରଖ ହେ ଅଚ୍ୟୁତ | ଫେଡ଼ ଏ ରାମାନନ୍ଦ ଆର୍ତ୍ତ ||
ସଂସାରେ ପଡୁଥିବ ହୁରି | ଦେଖୁଣ ଥିବେ ନରନାରୀ ||
ଏହି ସୁଦୟା ମତେ ହେଉ | ଅନ୍ୟ ମୁଁ ନଜଣାଇ ଆଉ ||
ଶ୍ରୀଗୁରୁ ନାମ ଗଳା ହାର | ଏ ଭବୁ ପ୍ରଭୁ ପାରି କର ||
ନମଇଁ ଗୁରୁ ଦେବ ସ୍ୱାମୀ | ତୁମ୍ଭେ ସକଳ ଅନ୍ତର୍ଯ୍ୟାମୀ ||
ଦେଲ ଆମ୍ଭକୁ ସଦଜ୍ଞାନ | କଳ୍ମସ କରିଲ ଛେଦନ ||
ସାକ୍ଷାତ ନେତ୍ରେ ଦେଖାଇଲ | ସ୍ୱରୂପ ମାନ ଚିହ୍ନାଇଲ ||
ଦେଖି ସନ୍ତୋଷ ଆମ୍ଭେ ହେଲୁ | ଏ ଭବୁ ପ୍ରଭୁ ଉଦ୍ଧରିଲୁ ||
ଶ୍ରୀ ଗୁରୁ ନାମ ଗଳା ହାର | ଏ ଭବୁ ପ୍ରଭୁ ପାରି କର ||
ବିରାଟ ରୂପ କି ସୁନ୍ଦର | ସକଳ ଲୋକଙ୍କ ଈଶ୍ୱର ||
ସେ ରୂପେ ମନ ଗଲା ଲାଖି | ସେ ତ ସକଳ ଲୋକ ସାକ୍ଷୀ ||
ସତ୍ୟ ମିଥ୍ୟା କୁ ବାଛି ଦ୍ୟନ୍ତି | ଦୁଷ୍ଟକୁ ଦଣ୍ଡ ସେ ଦିଅନ୍ତି |
ନିର୍ଦୋଷୀ ମୁକ୍ତି ପଥେ ଯାନ୍ତି | ଦୋଷୀ ଯେ ଦଣ୍ଡ ପାଉଥାନ୍ତି ||
ଜ୍ୟୋତି ରୂପ ଯେ ମନୋହର | ସକଳ ଲୋକଙ୍କ ଈଶ୍ୱର || 
ସକଳ ଲୋକଙ୍କ ଉପରେ | ଜ୍ୟୋତି ରୂପରେ ସେ ଵିହରେ || 
ଜ୍ୟୋତିକୁ ସର୍ବେ ଧ୍ୟାଉଛନ୍ତି | ତା ତହୁଁ ଅନ୍ୟ ନାହିଁ କିଛି ||
ଶୁଣ ଭକତେ ଦେଇ ମନ | ଜ୍ୟୋତି ରୂପରେ ହୋନ୍ତି ଲୀନ ||
ଆସନ୍ତି ସଂସାରେ ଖେଳନ୍ତି | ମାୟାରେ ପଡି ନାଶ ଯାନ୍ତି ||
ମୁଦ୍ରାକୁ ଥୋଇ ଦେଲେ ଆଣି | ସକଳ ଦିଶୁଥାଇ ପୁଣି ||
ଷୋଳ ମଣ୍ଡଳ ଆଦି ସବୁ | ଦିଶୁଣ ଥାଇ ଆରେ ବାବୁ ||
ରାଧା କୃଷ୍ଣଙ୍କ ଲୀଳା ତହିଁ | ତିଳେହେଁ ଅପସରା ନାହିଁ ||
ଗୁରୁ ସେବିଲେ ତାହା ପାଇ | ଅନ୍ୟରେ ଜାଣି ସେ ନୁହଁଇ || 
ସେବିଲେ ଦେବ ଅନାହତ | ଶବଦ ସକଳ ସମ୍ଭୁତ ||
ଗୁରୁ ଅଟଇ ସର୍ବ ସାର | ଗୁରୁ ଟି ସାକ୍ଷାତ ଈଶ୍ୱର ||
ଏଣୁ ଗୁରୁଙ୍କୁ ସେବାକର | ନକଲେ ହେବ ହରବର || 
ବୋଲଇ ବିପ୍ର ରାମ ଦାସ | ବିଶ୍ୱାସ ଅଟେ ମୂଳରସ ||
ଅବିଶ୍ୱାସ ରେ ନାଶ ଯାଇ | ତ୍ରିପୁରେ ସ୍ଥାନ ତାଙ୍କୁ ନାହିଁ ||
ସେବା ଶ୍ରୀଗୁରୁଙ୍କ ପୟର | ଅନ୍ୟରେ ନାହିଁ କିଛି ଫଳ ||
ଅନାହତ କୁ ଦେବେ କହି | ସୁସ୍ଵରେ ବାଜଣା ବାଜଇ ||
ଦ୍ୱାଦଶ ବାଜଣା ବାଜୁଛି | ପୃଥିବୀ ଚମକି ପଡୁଛି ||
ବାଇ ହୋ ନଦୀ ମୁଣ୍ଡା ଠାରେ | ବାର ବାରଣ ବା ଈଶ୍ୱରେ ||
ବାରଣ ବାର ହୋ ଅଚ୍ୟୁତ | ବାରିଲେ ଦେଖିବୁ ସାକ୍ଷାତ ||
ବାରି ପାରିଲେ ଧର ତାଙ୍କୁ | ଭୟ ଯେ ନଥିବ ପଛକୁ ||
ଏକ ଅକ୍ଷର ଧରି ଥିବୁ | ସକଳ ତାହାରେ ଖଞ୍ଜିବୁ || 
ଖଞ୍ଜି ଖଞ୍ଜାଇ ରଖ ନେଇ | ଖଞ୍ଜିଲେ ସର୍ବ ମିଲିବଇଁ ||
ଅରୂପାନନ୍ଦ ଦେଖୁ ଥିବୁ | ରୂପରେ ମନ ତୁ ନଦେବୁ ||
ଦେଲେ ବୈକୁଣ୍ଠ ଯିବୁ ତୁହି | ପୁଣି ଜନମ ହେବୁ ମହି ||
ନାନାଦି କ୍ଳେଶ ରେ ପଡ଼ିବୁ | ନଭୁଲ ନଭୁଲ ରେ ବାବୁ ||
ନାରଦ ବ୍ୟାସ ବାଲମିକ | ଧୃବ ଗଣେଶ ଯେ କାର୍ତ୍ତିକ ||
ଦ୍ରୌପଦୀ ପ୍ରହଲ୍ଲାଦ ଜାଣି | ତରିଲେ ଭବ ତରଙ୍ଗିଣୀ ||
ଭକତେ ଭଜ ଦୃଢକରି | ଯେବେ ତରିବ ଭବ ବାରି || 
ଗୁରୁ ସେବାକୁ ମୂଳ କର | ଗୁରୁ ଯେ ମୁକତି ର ଦ୍ୱାର ||
ମୁକତି ହୋଇ ଯିବ ତୁହି | ଆଉ ଅନ୍ୟରେ କାର୍ଯ୍ୟ ନାହିଁ ||
ପାଞ୍ଚ ମନ କୁ ଥୟ କର | ଇନ୍ଦ୍ରିୟ ମାନଙ୍କୁ ନିବାର ||
ଗୁରୁ ବଚନ ଶିରେ ଧରି | ବୁଝିବ ତହୁଁ ଅନୁସରି ||
ତତ୍ୱ ବୁଝିଲେ ତୁଟେ ଭ୍ରାନ୍ତି | ଭବ ସାଗରୁ ତରି ଯାନ୍ତି ||
ତତ୍ୱ ବୁଝିଲେ ଅଟେ ମୂଳ | ଆଉ କାହିଁ ରେ ନାହିଁ ଫଳ ||
ମେଳା କରିବ ସର୍ବେ ମିଳି | ଆନନ୍ଦେ ଦେଇ କରତାଳି ||
ହସ୍ତ ଯୋଡ଼ିଣ ଉଭା ହେବ | ଗୁରୁଙ୍କୁ ଅନ୍ତରେ ଭାବିବ ||
ଶ୍ରୀଗୁରୁ ସଂସାରରେ ସାର | କେବଳ ମୁକତି ର ଦ୍ୱାର ||
ଗୁରୁ କେ ଏଥିରେ ନାହାନ୍ତି | ସମସ୍ତ ଗୁରୁ ଶୂନ୍ୟ ମୂର୍ତି ||
ଶୂନ୍ୟ ମୂର୍ତିଙ୍କ ବିନା କେହି | ସଂସାରେ ବଡ଼ ହୋଇ ନାହିଁ ||
ସେହି ଯେ ସକଳ ସାମନ୍ତ | ଉଦୟ ଅସ୍ତେ ସେ ନିହତ ||
କଳିଯୁଗ ର ଲୋକ ମାନେ | ମେଳା କରିବେ ସ୍ଥାନେ ସ୍ଥାନେ ||
ଅନ୍ୟ ଦେବତା ନ ପୂଜିବେ | ହୋମ କର୍ମାଦି ନକରିବେ ||
ଦେବା ଦେବୀଙ୍କି ଦେବେ କାଟି | ଏକ ପାଦ ରେ ଧର୍ମ ରଟି ||
ଏ ଏକ ପାଦ ରେ ରଟିବ | ସକଳ ଧର୍ମ କୁ କାଟିବ ||
ନ୍ରିଲେପ ନିରଂଜନ ସେହି | ତା ଠାରୁ ବଡ କେହି ନାହିଁ ||
ଏ ଧର୍ମେ ଯେଉଁ ଜନ ଥାଏ | ଯମକୁ ଭୟ ଯେ ନଥାଏ ||
ଜମ ତାହାର ପରିଚାର | ଶୁଣ ଅଚ୍ୟୁତ ଭକ୍ତ ବୀର ||
ପୂର୍ବରୁ ଗୁପତରେ ଥିଲା | ଲୋକରେ ପ୍ରଘଟ ନଥିଲା ||
ଏ କଳି ଯୁଗ ଲୋକମାନେ | ପୂଜିବେ ଜ୍ଞାନୀ ଦିବ୍ୟ ଗ୍ୟାନେ ||
ଯେ ମାନେ ୟାଙ୍କୁ ନପୂଜିବେ | ଦେବୀ ଖପରେ ନାଶ ଯିବେ ||
ଶୁଣିଛି ଜୁମରରେ ପୁଣି | କଳି ଯୁଗର ସାର ବାଣୀ ||
ଖଣ୍ଡଗିରି ଯେ ମୂଳ ସ୍ଥାନ | ଲଲାଟ କେଶୋରୀ ଆଶ୍ରମ ||
କର ବାଳ ଯେ ଅଛି ତହିଁ | ମ୍ଲେଛ ଙ୍କୁ ସହାଁରିବା ପାଇଁ ||
ଦ୍ଵିତୀୟ ମଠ ଜଉଗଡ଼ | ତୃତୀୟେ ଧଉଳୀ ପାହାଡ଼ ||
ଭକ୍ତ ମାନେ ଯେ ତହିଁ ଛନ୍ତି | ଅପାର କ୍ଳେଶ ରେ ଅଛନ୍ତି ||
ଚାହିଁ ଅଛନ୍ତି କଳକୀଙ୍କୁ | ସଦା ଭାବନା ସେ ପଦକୁ ||
ଏଣୁ ଅଚ୍ୟୁତା ନନ୍ଦ ଦାସ | ମହାପୁରୁଷ ସେ ପ୍ରକାଶ ||
ନେମାଳ ନଗରରେ ରହିଛନ୍ତି । କେ ତାଙ୍କୁ ଚିହ୍ନି ନ ପାରନ୍ତି।।
ଜାଗୁଳି ପାଟଣା ର କଥା | ଅତି ଅଲୌକିକ ସେକଥା ||
ଚାରି ବାବା ଯେ ତହିଁ ଛନ୍ତି | ନାଗାନ୍ତ ଯୋଗାନ୍ତ ବେଦାନ୍ତ ||
ସିଦ୍ଧାନ୍ତି ଘେନି ଚାରିଜଣ | ଲୀଳା କରନ୍ତି ତହିଁ ପୁଣ ||
ଜଗବନ୍ଧୁର ଲୀଳା ତହିଁ | କରୁଣ ଥାନ୍ତି ତହିଁ ରହି ||
ସେହିଟି ଦିବ୍ୟସିଂହ ପୁର | ଜାଣିଣ ଯେ ଥାଅ ମୁଁ ନିକର || 
ସେ ଦିବ୍ୟ ସିଂହ ନବର ରୁ | ଆରମ୍ଭ ହେବ ସେହି ଠାରୁ |
ହେରା ଗୋହରୀ କନ୍ଦି ମୁଣ୍ଡ | ଗୁପତ ମାରୁଣୀ ସେ ଖଣ୍ଡ ||
ଅଚ୍ୟୁତ ନ ଭାବି ତୁ ଆନ | ଏହି ଯେ ନିଗମ ବଚନ ||
ଏ ମେଳା ଯେ ଜନ କରିବେ | ଅନ୍ଧ କଷ୍ଟରୁ ମୁକ୍ତି ହେବେ ||
ଜାଣୁ ନଜାଣୁ ଯେହୁ କରେ | ଏ ଭଵାର୍ଣବ କୁ ସେହି ତରେ ||
ଆମ୍ଭର ଭକ୍ତ ଯେଉଁମାନେ | ମେଳା କରିବେ ସ୍ଥାନେ ସ୍ଥାନେ ||
ଯେ ନିନ୍ଦା ଏହାକୁ କରିବ | ନାନାଦି କ୍ଳେଶ ରେ ପଡିବ ||
ଆମ୍ଭର ଏଥି ଦୋଷ ନାହିଁ | ଶୁଣ ଅଚ୍ୟୁତ ମନ ଦେଇ ||
ଶୂନ୍ୟ ଭୁବନୁ ଆସିଛନ୍ତି | ସାର ଅସାର ଦେବେ ବାଛି ||
ଏ ଅଟେ ନିରାକାର ପଦ | ସଡ଼ ବେଦର ଏହୁ ଭେଦ ||
ଶ୍ରୀମୁଖେ ତୋତେ କହି ଦେଲି | ଏ କଥା ଯିଏ ଦେବ ପେଲି ||
ବହୁତ କଷ୍ଟ ସେ ପାଇବ | ଏ କଥା ଜାଣିଥାଅ ଧୃବ ||
ଏକଥା ଯେବେ ନ ହୋଇବ | ଆମ୍ଭ ଶ୍ରୀମୁଖ ମିଥ୍ୟା ହେବ ||
ସର୍ବ ଧର୍ମ ଗଲାଣି ସରି | ନିସ୍କାମି ଭବୁ ଯିବେ ତରି ||
ଏ ଧର୍ମ ଅଟଇ ଟି ରାଜା | ଆଉ ସକଳ ୟା ପରଜା ||
ନାଗାନ୍ତ ଯୋଗାନ୍ତ ବେଦାନ୍ତ | ସିଦ୍ଧ୍ୟାନ୍ତ ନପାଇଲେ ଅନ୍ତ ||
ବାକି ବା କିଏସେ ପାଇବ | ଭୁଲି ମରନ୍ତି ସର୍ବ ଜୀବ ||
ଯା ମାୟା ଦେବେ ଅଗୋଚର | କାହୁଁ ଜାଣିବେ ନର ଛାର ||
ସଙ୍ଖାଳି ଖାଇଲେ ସରଇ | ସେ ନାମ କେବେ ନ ସରଇ ||
ନାମ ଅନାମ ଭିନ୍ନ ନାହିଁ | ନାମ ଧଇଲେ ସେ ମିଳଇ ||
ଅନାମ ରୁ ନାମ ଆସଇ | ଗଲେ ସେ ଶୂନ୍ୟରେ ମିଶଇ ||
ଏ ପରି ଜଗତେ ଭିଆଣ | ଲୀଳା କରନ୍ତି ଭଗବାନ ||
ଏ କଥା ଯେ ଜନ ଜାଣନ୍ତି | ଅଶେଷ କ୍ଳେଶରୁ ତରନ୍ତି ||
ଭୁଲିଲେ ଚଉରାଶି କୁ ଯିବ | ଜନ୍ମ ମରଣ ଲାଗିଥିବ ||
ଏ ଯୋଗେ ଏତେ ଶାସ୍ତ୍ର ହେଲା | ତେବେ ସେ ବୁଝି ନପାରିଲା ||
ସୁଜନେ ବୁଝ ଦୃଢ଼ ଚିତ୍ତେ | ନ ଭୁଲ ଏ ମାୟା ଜଗତେ ||
ଗୁରୁ କରିଣ ସର୍ବ ଧର | ମାୟାରେ ନୁହଁ ହରବର ||
ୟେ କଳି ଯୁଗ ଲୋକମାନେ | ଛନ୍ଦ କପଟେ ନେବେ ଦିନେ ||
ଅଗମ୍ୟେ କରନ୍ତି ଗମନ | ନିନ୍ଦନ୍ତି ଶ୍ରୀ ଗୁରୁ ବଚନ ||
ପାପେ ସକଳ ଯାନ୍ତି ନାଶ | ୟେ କଳି ଯୁଗର ଭବିଷ୍ୟ ||
ମାୟାରେ ପଡି ନୁହଁ ଭ୍ରମ | ଧରିଥା ଶ୍ରୀଗୁରୁ ଚରଣ ||
ଗୁରୁ କରିବେ ପାରି ସିନା | ବାକି ସବୁଟି ବିଡମ୍ବନା ||
ଗୁରୁ କରିଲେ ଜାଣି ସବୁ | ନୋହିଲେ ଭ୍ରମୁ ଥିବୁ ବାବୁ ||
ଗୁରୁ ବଚନ ଶିରେ ଧରି | ମେଳା କରିବ ସର୍ବେ ମିଳି ||
ଏବେ ନଡ଼ିଆ ସାଗରରେ | ପ୍ରକାଶ ହେବ ସେହିଠାରେ ||
ଆସିବେ ଭକ୍ତ ଭେଳା ଭେଳା ଲାଗିବ ତହିଁ ମହାମେଳା ||
ଭକତେ ଆସିବେ ଅପାର | ମେଳା କରିବେ ସେହିଠାର ||
ସେ ମେଳା ପ୍ରବଳ ହୋଇବ | ଜଗତେ ଡକା ବାଜୁଥିବ ||
ବିପ୍ର ଯେ ରାମ ଦାସ ଅଛି | ମେଳା କରିବ ବାଛି ବାଛି ||
କଳଙ୍କି ବେଳ ପାଇଁ ସବୁ | ଜାଗ୍ରତ ହେଉଛି ରେ ବାବୁ ||
କଳଙ୍କି ବେଳ ପାଇଁ ସିନା | ଭାଙ୍ଗିବ ଦୁଷ୍ଟ ଙ୍କ ଗାରିମା ||
ଦୁଷ୍ଟ ସନ୍ଥ ନ ଚିହ୍ନାହେବେ | ସନ୍ଥନ ୟେ ମେଳା କରିବେ ||
ଦୁଷ୍ଟ ଯେ ଦେବୀ ଖପରରେ | ପଡିବେ ଅକ୍ଲେଶ ଭାବରେ ||
ମନ୍ତ୍ର ଯନ୍ତ୍ର ଯେ ନମାନିବେ | ରକତ ମାଉଁସ ଶୋଷିବେ ||
ମନ୍ତ୍ର ଯନ୍ତ୍ର ଯେ କିଛି ନାହିଁ | ଯନ୍ତ୍ର ଟି ଅବା ଥିବ କାହିଁ ||
ଅକ୍ଷର ଆଦି ସବୁ ଶୂନ୍ୟ | ଶୂନ୍ୟ ପୁରୁଷ ଭଗବାନ ||
ଶୂନ୍ୟରେ ଲୀଳା କରୁଥାନ୍ତି | ଦେବେ ମାନବେ ନ ଜାଣନ୍ତି ||
ତ୍ରିକୂଟ ସ୍ଥାନରେ ଭଜନ | ଅତି ଦୁର୍ଲଭ ସେହି ସ୍ଥାନ ||
ନିହାରେ ରହିଛନ୍ତି ସେହି | ତୁଲ୍ୟ ତାର କେ ତାଙ୍କୁ ପାଇ ||
ସୁଜନେ ସୁମନରେ ଭଜ | ମୁକ୍ତି ପଥକୁ ସେହି ଧ୍ୱଜ ||
ଅଚ୍ୟୁତ ହେତୁରେ ରଖିବ | ଭୁଲିଲେ ଅଥଳେ ପଡିବ ||
ୟେ ଭବାର୍ଣ୍ଣବେ ନାହିଁ ସ୍ଥଳ | ଏକା ଅରୁପ ଭୁ ମଣ୍ଡଳ ||
ଜାଗିବା କଥା ମୂଳ କର | ଜାଗିଲେ ହୋଇବ ଅମର ||
ତେରରେ ଆରମ୍ଭ ହୋଇବ | ସତରେ ସତ ଉପୁଜିବ ||
ଅଠର ଉଣେଇଶ ପୁଣି | ଗୋଳ ହୋଇବ ତାହା ଜାଣି ||
କୋଡିକ ଯେବେ ପୁରି ଯିବ | କ୍ରମେସେ ନିବୃତ ହୋଇବ ||
ଏକୋଇଶରେ ବାଇଶରେ | ତେଇଶ ସମ୍ପୂର୍ଣ ହୋଇଲେ ||
ଚବିଶ ଅଙ୍କର ଏ ଭାବ | କୋଡିଏ ଗ୍ରାମ ଭାଙ୍ଗି ଯିବ ||
ଏକ ଗ୍ରାମ ଯେ ହେବ ତହିଁ | ଏ କଥା ଜାଣିଥାଅ ତୁହି ||
ମିଥ୍ୟା ବିବାଦ ଦୂର ହେବ | ଏକଥା ଜାଣିଥାଅ ଧୃବ ||
ସେଠାରୁ କଳଙ୍କି ଙ୍କ ବାନା | ବୁଲିବ ଦେଶେ ଦେଶେ ସିନା ||
ବଉଦ୍ଧ ସେ ଉଧ ମ୍ଲେଛଙ୍କୁ | ସଂହାର କରିବେ ତାହାଙ୍କୁ ||
ଦେଶ ଦେଶ ଯେ ବୁଲି କରି | ବଉଦ୍ଧ ସଉଧ ନିବାରି ||
ଯେଝା ଧର୍ମ ଯାଙ୍କୁ ଦେବେ | ନ୍ୟାୟରେ ସଂସାର ପାଳିବେ ||
ଅନୀତି କଥା ଶୁଣି ଲୋକେ | ବିଚାର କରିବେ ବିବେକେ ||
ଆଉ ଅନ୍ୟାୟ ନକରିବା | କରିଲେ ଗୁରୁ ଦ୍ରୋହି ହେବା ||
ଏମନ୍ତେ ସଂସାର ଚଳିବ | ଅନ୍ୟାୟ ଦୂର ହୋଇ ଯିବ ||
ଦଶ ହଜାର ବର୍ଷ ଯାଏ | ସତ୍ୟରେ ଚଳିବେ ସଭିଏଁ ||
ସେଠାରୁ ଘୋର କଳି ହେବ | ସପତ ସୂର୍ଯ୍ୟ ଯେ ଉଇଁବ ||
ଲୋକ ହୋଇବେ ସାନ ସାନ | କେହିବା ହୋଇବେ ବାମନ ||
ତିନି ବରଷେ ୠତୁ ମତି | ହୋଇବେ ବାଳିକା ଯୁବତୀ ||
କୋଡିଏ ବର୍ଷେ ହେବେ ବୁଢ଼ୀ | ନାରୀଙ୍କ ମୁଖେ ହେବ ଦାଢ଼ି ||
ସ୍ତିରୀ ପୁରୁଷ ଙ୍କର ମତ | ଯାଠାରେ ଯାର ହେବ ଚିତ୍ତ ||
ତା ଠାରେ ସ୍ନେହ ସେ କରିବ | ୟେ ରୂପେ ସଂସାର ଚଳିବ ||
ନର ଭକ୍ଷୀବେ ନର ମାଂସ | ସପ୍ତ ଆଦିତ୍ୟ ହେବେ ଦୃଶ୍ୟ ||
ସୁଜନେ ଶୁଣ ମନ ଦେଇ | ଘୋର କଳିର କଥା ଏହି ||
ଏ ମେଳା ଯେ ଜନ କରିବେ | ଅବଶ୍ୟ ଜ୍ଞାନ କୁ ଲଭିବେ ||
ଗ୍ୟାନ ହୋଇଲେ ମୁକ୍ତି ବାଟ । ଅବଶ୍ୟ ଜାଣିବ ନିକଟ ।।
ଅଚ୍ୟୁତ ମନେ ରଖିଥିବ । ମେଳାରୁ ଅମୃତ ଲଭିବ ।।
ଏ ନିରାକାର ଙ୍କର ବାଣୀ | ସୁଜନେ ପିଅ ଜ୍ଞାନ ଛାଣି ||
ଗୁରୁ ଯେ ଜ୍ଞାନ ର ସାଗର | ନାହିଁ ତହିଁରେ ଥଳ କୁଳ ||
ପାଦ ସେବା କୁ ମୂଳ କର | ଉଦୟ ଅସ୍ତେ ହେବ ପାର ||
( ଅଚ୍ୟୁତ ଉଵାଚ )
ଅଚ୍ୟୁତ ପଚାରେ ହୋ ଗୁରୁ | ସଂଶୟ ଫେଡ଼ ମୋ ମନରୁ ||
ତୁମ୍ଭେତ ଅଖିଳ ଈଶ୍ୱର | ତୁମ୍ଭେ କରୁଣା ମହେଶ୍ୱର ||
ଏକଥା ଜାଣି ମୁଁ ନଥିଲି | ଶୁଣି ନିସ୍ତାର ଏବେ ହେଲି ||
କରୁଣା ଭାବଗ୍ରାହୀ ଙ୍କର | ସଂଶୟ ଫେଡ଼ ମୋ ମନର ||
ଆଗରୁ ଥିଲା କି ୟେ କଥା | ଏବେ ହୋଇଲା ଏ ବ୍ୟବସ୍ତା ||
ନିଗୁଢ଼ କଥା କହିଦିଅ | ମୋ ମନୁ ସନ୍ଦେହ ଫିଟାଅ ||
ଏହି ସନ୍ଦେହ ଦିଅ କହି | ପଦ୍ମ ପାଦରେ ରଖ ନେଇ ||
( ନିରାକାର ଉଵାଚ )
ଶୁଣି ବୋଇଲେ ନିରାକାର | ଶୁଣ ଅଚ୍ୟୁତ ଭକ୍ତ ବର ||
ପୂର୍ବରୁ ଗୁପତ ରେ ଥିଲା | ଲୋକରେ ପ୍ରଘଟ ନଥିଲା ||
ଧନ୍ୟ କଳିଯୁଗ ଧନ୍ୟ । ପ୍ରକାଶ କଲେ ନାରାୟଣ ।।
କଳି ଯୁଗରେ ଲୋକ ଧନ୍ୟ | କରିବେ ନାମ ସଂକୀର୍ତନ ||
ଅଲେଖ ମେଳାକୁ ଆଚରି | ପାରି ହୋଇବେ ଭବ ବାରି ||
ୟେ ଭବାର୍ଣ୍ଣବେ ନାହିଁ ସ୍ଥଳ | ଏକା ଅରୂପ ଭୂମଣ୍ଡଳ ||
ଅଲେଖ ଲେଖ ଯାର ନାହିଁ | ଅକ୍ଷର ନାହିଁ ଶୂନ୍ୟ ଦେହି ||
ଶୂନ୍ୟ ମଣ୍ଡଳେ ତାଙ୍କ ବାସ | ବ୍ରହ୍ମା ଯେ ନପାଇଲେ ଳେଶ ||
ଋଷୀ ତପସ୍ୱୀ ମାନେ କେହି | ତାଙ୍କର ଳେଶ ପାଇ ନାହିଁ ||
କଳିରେ ଲୀଳା ହେବ ବୋଲି | ଲୁଚାଇ ୟାକୁ ରଖିଥିଲି ||
ଏବେ ମୁଁ ତୋତେ କହି ଦେଲି | ମେଳା କରିବୁ ବୁଲି ବୁଲି ||
ଷୋଳ ମଣ୍ଡଳରେ ବୁଲିବୁ | ଅରୂପ ମେଳା ଯୋଗାଇବୁ ||
ଲୋକ ଜାଣିଲେ ୟା କରିବେ | ଏ ଭବାର୍ଣ୍ଣବ ରୁ ତରିବେ ||
ଅଚ୍ୟୁତ ହେଳା ନକରିବ | କରିଲେ ଅଥଳେ ପଡିବ ||
ଛାଡି ସକଳ କଥାମାନ | ଏକ ଅକ୍ଷରେ ଦିଅ ମନ ||
ଏକାଅକ୍ଷର ଅଟେ ସାର | ୟା ମଧ୍ୟେ ସର୍ବ କ୍ଷରା କ୍ଷର ||
ଶ୍ରୀଗୁରୁଙ୍କର ୟେ ଭଣ୍ଡାର || ସବୁ ଅକ୍ଷରେ ଅଟେ ସାର ||
ଯେ ଗୁରୁ ନେତ୍ରେ ଦେଖାଇବ | ସତ୍ୟ ସ୍ୱରୂପ ଚିହ୍ନାଇବ ||
ଗୁରୁ କରିବ ତାଙ୍କୁ ଜାଣି | ଛାଣିଣ ପିଉଥିବ ପାଣି ||
ପଇସା ଗଣି କରି ନେବ | ଜାଣିଣ ଗୁରୁ ଯେ କରିବ ||
କଳିରେ ଜଟା ବାନ୍ଧି ଶିରେ | ବୁଲନ୍ତି ମାୟା ଯଟିଳରେ |।
ମାୟା କଥାରେ ନ ପଡିବ | କପଟ କଥା ନ ଶୁଣିବ ||
କଳିରେ ନପାଇଣ ମର୍ମ | ଶିଖାଉ ଥାନ୍ତି ନାନା ଧର୍ମ ||
ନିଜେ ନ ଜାଣି ଗତି ମର୍ମ | ଲୋକେ ଦିଅନ୍ତି ଶିକ୍ଷା କର୍ମ ||
ହଂସ ଦୀକ୍ଷା ବୋଲି ବୋଲନ୍ତି | ଅନାଦି ଛନ୍ଦ ନ କହନ୍ତି ||
ରାଟ ନ କରନ୍ତି ବିରାଟ | ବୀର୍ଯ୍ୟ କୁ କରିଥାନ୍ତି ଶ୍ରେଷ୍ଠ ||
ବାସୁଦେବଙ୍କ ଭାବମାନ | ନ ଚିହ୍ନି ଭ୍ରମନ୍ତି ଅଜ୍ଞାନ ||
କାହୁଁ ପାଇବେ ସେହୁ ମତେ | ମାତିଣ ଥାନ୍ତି ଦିବା ରାତ୍ରେ ||
ଶୂନ୍ୟ ମଣ୍ଡଳେ ତାଙ୍କ ଘର | ନଜାଣି ଭ୍ରମନ୍ତି ପାମର ||
ନିଜେ ନରକେ ଯାନ୍ତି ସେହି | କୁମ୍ଭି ପାକରେ ମଗ୍ନ ହୋଇ ||
ଶିକ୍ଷା ଦିଅନ୍ତି ଯେଉଁ ମାନେ | ଗୁରୁ ଯେଣେ ଶିଷ୍ୟ ତେଣେ ||
ବୋଲନ୍ତି ବିପ୍ର ରାମ ଦାସ | ମୂଳଟି ଅଟଇ ବିଶ୍ୱାସ ||
କଳିରେ ପାଷାଣ୍ଡ ଅନେକ | ଭୁଲାଇ କରନ୍ତି ତରକ ||
କପଟ ବୁଝି ନପାରନ୍ତି | ଶେଷ କୁ ନଷ୍ଟ ଭ୍ରଷ୍ଟ ହୋନ୍ତି ||
ବୁଝିଲା ବେଳକୁ ସେ କଥା | ସରିଣ ଥାଏ ସବୁ କଥା ||
ନ ଚିହ୍ନି ଭ୍ରମୁଥାନ୍ତି ପ୍ରାଣୀ | ନରକେ ଯାନ୍ତି ଜାଣି ଶୁଣି ||
ନ ଜାଣି ଯେ ଗୁରୁ କରଇ । ତାଠାରୁ ମୁଢ କେହି ନାହିଁ।।
ଅଚ୍ୟୁତ ନିଗମ ବଚନ | ତୋ ଆଗେ କହିଲି ୟେ ମାନ ||
ଜ୍ୟୋତି ଛାୟା ଅବାଡ଼ ତ୍ରାସ | ମୁଦ୍ରା ଅନାହତ ବିଶେଷ |।
ଏକାଅକ୍ଷର ଆଦି ସର୍ବ | ୟେ ସମସ୍ତଙ୍କୁ ଦେଖାଇବ ||
ସେ ଗୁରୁ ସାକ୍ଷାତେ ଈଶ୍ୱର | ତାହାଙ୍କୁ ନ ମଣିବୁ ନର ||
ଯେ ଗୁରୁ ଏହା ନ ଜାଣଇ | ଜାଣିବ ପଶୁ ଅଟେ ସେହି ||
ତାହାଙ୍କ ସଙ୍ଗେ ନ ବସିବ | ବସିଲେ ମଉନରେ ଥିବ ||
ମଉନ ରୂପ ଜଗନ୍ନାଥ | ନୀଳକନ୍ଦରେ ବିରାଜିତ ||
ଲଗାଇଛନ୍ତି ତହିଁ ଲୀଳା | ସେହି ଯେ ଅଲେଖ ଙ୍କ ଖଳା ||
କଳି ଯୁଗରେ ମୋକ୍ଷ ସ୍ଥାନ | ଅପୋଡା ବୋଲି ତାର ନାମ ||
ଲେଖାରେ ଲେଖି ଯେ ନୁହଁ ଇ । ଅପୋଡା ବୋଲି ସେହି ଭୁଁଇ ।।
ନୀଳଗିରୀରେ ବ୍ରହ୍ମ ଥିବ | କଳକି ରୂପେ ଦେଖାଇବ ||
ସମ୍ବଳ ଦ୍ଵିଜ ଶ୍ୟାମ ଘରେ | ଜନ୍ମ ହୋଇବେ ସେହିଠାରେ ||
ମାତାଙ୍କ ନାମ ଦୁର୍ଗା ଦେବୀ | ପୂର୍ବରୁ ଅଛନ୍ତି ସେ ଭାବି ||
ଏହିରେ ଅବତାର ହୋଇ | ଉଶ୍ୱାସ କରିବେ ୟେ ମହି ||
କଳକି ମେଳା ସରିଗଲେ | ସବୁ ନିସ୍ତାର ହେବ ଭଲେ ||
ତେଣିକି ଘୋର କଳି କଥା | ଆଗେ କହିଛି ସେ ବ୍ୟବସ୍ତା ||
ଭକ୍ତେ ଜାଣିବେ ଏହି ଭାଵ | ପାସାଣ୍ଡ ଏହା ନ ଜାଣିବ ||
ବୋଲନ୍ତି ବିପ୍ର ରାମ ଦାସ | ଶ୍ରୀକୃଷ୍ଣ ଚରଣରେ ଆଶ ||
ସୁଜନ ଜନଙ୍କର ହିତେ | ରଖିଣ ଗଲେ ଏ ଜଗତେ ||
ଦେଖିବେ ଦିବ୍ୟ ଚକ୍ଷୁ ଦ୍ଵାରେ । ପାରି ହୋଇବେ ଅକ୍ଳେଶରେ ।
ରାମାନନ୍ଦର ଦୁଃଖ ମାନ | ଫେଡ଼ିବେ ପ୍ରଭୁ ଶୂନ୍ୟ ବ୍ରହ୍ମ ||
ସୁଜନେ ଚିହ୍ନ ଆତ୍ମ ଜ୍ଞାନ | ୟେ ମେଳା ଶେଷ ହେଲା ଜାଣ ||
ବୋଲନ୍ତି ରାମାନନ୍ଦ ଦାଶ | ପୁରୀ ଜିଲ୍ଲାରେ ଆମ୍ଭ ବାସ ||
ପ୍ରଗନା ସିରାଇରେ ଜାଣ | ନନ୍ଦପୁର ଗ୍ରାମ ଆଶ୍ରମ ||
ବଳଭଦ୍ର ଦାସଙ୍କ ଶିଷ୍ୟ | ଦୀକ୍ଷିତ ନାମ ରାମଦାସ ||
କରିଣ ଗଲୁ ଏହି ମେଳା | ନଡ଼ିଆ ସାଗରରେ ଖେଳା ||
କବରେଶ୍ୱର ମହାଦେବ | ସେହି ନିକଟେ ଆମ୍ଭ ଠାବ ||
ଗ୍ରାମର ନାମ ନନ୍ଦପୁର | ଏକଥା ଥିଲା ପୁରୁବର || 
ୟେ ମେଳା ଯେ ଜନ ଶୁଣିବେ | ଅନ୍ନ ବସ୍ତ୍ରରେ ସୁଖି ହେବେ ||
ଅପୁତ୍ରୀ ସ୍ତିରୀ ପୁତ୍ର ପାନ୍ତି | ଯେବେ ଶ୍ରଦ୍ଧାରେ ଯ୍ୟେ ଶୁଣନ୍ତି ||
ପୁରୁଷ ଯେ ଜନ ଶୁଣିବେ | ଅନ୍ନ ବସ୍ତ୍ର ରେ ସୁଖି ହେବେ ||
ହାସ୍ୟ ଯେ ଏହାକୁ କରିବ | ଅନ୍ନ ତାହାଙ୍କୁ ନ ମିଳିବ ||
ଦିନକେ ଥରେ ଯେ ପଢଇ | ସାକ୍ଷାତେ ନିରଞ୍ଜନ ସେହି ||
ଯା ଘରେ ଏହି ପୋଥି ଥିବ | ତା ଘରେ ବ୍ୟାଧି ନ ପଶିବ ||
ଲକ୍ଷ୍ମୀ ତା ଘରେ ସଦା ଥାଇ | ଚିନ୍ତିଲା ମାତ୍ରକେ ମିଳଇ ||
ୟେ କଥା ଯେବେ ନ ହୋଇବ | ଆମ୍ଭ ଶ୍ରୀ ମୁଖ ମିଥ୍ୟା ହେବ ||
ଛୋଟା କଣା ଯେ କୁଯା ଖନା | ମେଳା କରନ୍ତେ ହେବ ଉଣା ||
ସାତ ଦିନରେ ମେଳା ପାଳି | ନାମ ତା ଗୁରୁବାର ବୋଲି ||
ଗୁରୁବାରରେ ମେଳା କଲେ | ଲକ୍ଷ୍ମୀ ବନ୍ଧନ ତାର ଘରେ ||
କେବେହେଁ ନଛାଡ଼ନ୍ତି ତାଙ୍କୁ | ୟେ କଥା କହିଲି ତୁମ୍ଭଙ୍କୁ ||
ମେଳା କରିବ ଶୁଦ୍ଧ ମନେ | ବସିବ ନିଶ୍ଚଳ ଆସନେ ||
ଆପଣା ନିଜ ଘରେ କର | ସେହିଟି ଲକ୍ଷ୍ମୀଙ୍କ ମନ୍ଦିର ||
ନୋହିଲେ ବଟ ମୂଳେ ହେବ | ତୁଳସୀ ମୂଳରେ ପୂଜିବ ||
ନଦୀ କୂଳରେ ଯେ ପୂଜିବ | ସୁଖରେ ମେଳାଟି ସରିବ ||
ଯମ ନିୟମରେ କରିବ | ଶୁଦ୍ଧ ହୃଦୟରେ ପୂଜିବ ||
ବିଶ୍ୱାସ କରି ନିୟମରେ | ବସିବ ଶ୍ରୀଗୁରୁ ପୟରେ ||
କହନ୍ତି ରାମାନନ୍ଦ ଦ୍ଵିଜ | ମୋ ପ୍ରଭୁ ଶୂନ୍ୟ ବ୍ରହ୍ମ ବ୍ରଜ ||
ୟେ ମେଳା ଶେଷ ହେଲା ଜାଣ | ଦୁଇଶ ଚଉରାନବେଣ ||
ମୋ ଗୁରୁ ଅଟନ୍ତି ଅଚ୍ୟୁତ | ମୁକତି କରନ୍ତୁ ଜଗତ ||
ଗୁରୁ ପାଦକୁ କରି ଆସ | ଶରଣ ରାମାନନ୍ଦ ଦାସ ||
ଇତି 
ଇତିଶ୍ରୀ ଏକାକ୍ଷର ମେଳା ଵର୍ଣ୍ଣନେ | ଅଚ୍ୟୁତ ନିରାକାର ସାମ୍ବାଦେ |
କଳି ମୋକ୍ଷ କଥନେ ଗତି ମୁକ୍ତି କାରଣେ ବ୍ରହ୍ମ ଜ୍ଞାନ ସିଦ୍ଧି ଉପାଖ୍ୟାନେ
ମୋକ୍ଷମେଳା ସମ୍ପୂର୍ଣ 
ନମଃ 
ପୁଷ୍ପାଞ୍ଜଳି 
ଆବାହନ ନ ଜାନାମି ନୈଵ ଜାନାମି ପୂଜନମ ।
ବିସର୍ଜନ ନ ଜାନାମି କ୍ଷମସ୍ଵ ପରମେଶ୍ୱର ॥
ମନ୍ତ୍ର ହୀନ କ୍ରିୟା ହୀନ ଭକ୍ତି ହିନାର୍ଥ ଵର୍ଜିତଂ ।
ଯତ ପୂଯୀତଂ ମୟା ଗୁରୁ ପରି ପୂର୍ଣ୍ଣ ତଦସ୍ତୁମେ ॥
ଅପରାଧ ଶହସ୍ରାଣି କ୍ରିୟ ନେତ୍ର ହୀନସଂ ।
ମୟା ଦାସୋହଂ ରତିମାଂ ମତ୍ଵା କ୍ଷମସ୍ଵ ପରମେଶ୍ୱରଃ ॥
================
ମଙ୍ଗଳାଚରଣ ଓ ଶାନ୍ତି ପାଠ 
ଓଁ ସ୍ୱସ୍ତି ପ୍ରଜାଭ୍ୟଃ ପରିପାଳୟନ୍ତାମ୍ 
ନ୍ୟାୟେନ ମାର୍ଗେଣ ମହିଂ ମହିଶାଃ ।
ଗୋବ୍ରାହ୍ମଣେଭ୍ୟ ଶୁଭମସ୍ତୁ ନିତ୍ୟମ୍ 
ଲୋକା ସମସ୍ତା ସୁଖୀନୋ ଭବନ୍ତୁ ॥
କାଳେ ବର୍ଷତୁ ପୂର୍ଜନ୍ୟଃ । ପୃଥିବି ଶସ୍ୟ ଶାଳିନୀ । 
ଦେଶୋ ୟଂ କ୍ଷୋଭ ରହିତଃ । ବ୍ରାହ୍ମଣା ସନ୍ତ ନିର୍ଭୟାଃ ॥
ଅଶୁଭାଣି ନିରାଚେଷ୍ଟେ ତନୋତି ଶୁଭଂ ସନ୍ତୁ ତେଷାମ । 
ସ୍ରୁତି ମାତ୍ରେଣ ଜାତାଃ ପୁଷ୍ୟନ୍ତି ବ୍ରହ୍ମ ତନ୍ମଙ୍ଗଳଂ ପରମ ॥
ଅତି କଲ୍ୟାଣ ପତ୍ଵା ନିମିତ୍ୟ କଲ୍ୟାଣ ସଂଶୟାତ୍ । 
ଶତ୍ରୁଣାଂ ବରଦାୟ ଚ, ବ୍ରହ୍ମ ତନ୍ମଙ୍ଗଳଂ ବିଦୁଃ ॥
ଓଁ କରଶ୍ଚାଥ ଶବ୍ଦଶ୍ଚ ଦ୍ଵାବେତୌ ବ୍ରହ୍ମଣଃ ପୁରା ।
କର୍ଣ୍ଣ ଭିତ୍ତର୍ ବାଣୀ ୟାତି ତଂ ତାନଂ ମାଙ୍ଗଳିକଂ ବ୍ରୁବଃ ॥
ଓଁ ଅଥ ଓଁ ଅଥ ଓଁ ଅଥ ଓଁ ।
ମଙ୍ଗଳ ମମ୍ନଦ ପୁରାଣାମ୍ ।
ମଙ୍ଗଳଂ ଅସ୍ତୁ ସର୍ବେଷାଂ ମଙ୍ଗଳଂ ଭବତୁ ॥ 
ସର୍ବେଷାଂ ମଙ୍ଗଳଂ ଭବତୁ ।
ସୁଖିନଃ ସର୍ବେ ସନ୍ତୁ, ନିରାମୟାଃ ।
ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖ ଭାଗ୍ ଭଵେତ ॥
ଅସତୋ ମା ସଦ୍ଗମୟ ।
ତମସୋମା ଜୋତିର୍ଗମୟ ।
ମୃତ୍ୟୋର୍ମା ଅମୃତଂ ଗମୟ ॥
==========
ଓଁ ପୂର୍ଣ୍ଣମିଦଃ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣ ମୁଦଚ୍ୟତେ ।
ପୂର୍ଣ୍ଣସ୍ୟ ପୂର୍ଣ୍ଣ ମାଦାୟ ପୂର୍ଣ୍ଣ ମେବା ବଶିଷ୍ୟତେ ॥ 
ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ ॥ 
============


x

एक टिप्पणी भेजें

0 टिप्पणियाँ

एक टिप्पणी भेजें (0)
6/related/default