କୁଜ :
ଧରଣୀ ଗର୍ଭ ସମ୍ଭୁତଂ ବିଦ୍ୟୁକ୍ତାନ୍ତି ସମପ୍ରଭମ୍ |
କୁମାରଂ ଶକ୍ତିହସ୍ତଂ ତଂ ମଙ୍ଗଲଂ ପ୍ରଣାମାମ୍ୟହମ୍ ||
ବୁଧ :
ପ୍ରିୟଙ୍ଗୁ କଲିକାଶ୍ୟାମଂ ରୁପେଣା ପ୍ରତିମଂ ବୁଧମ୍ |
ସୌମ୍ୟଂ ସୌମ୍ୟ ଗୁଣୋପେତଂ ତଂ ବୁଧଂ ପ୍ରଣାମାମ୍ୟହମ୍ ||
ଗୁରୁ :
ଦେବାନାଂ ଚ ଋଷିଣାଂ ଚ ଗୁରୁଂ କାଞ୍ଚନ ସନ୍ନିଭମ୍ |
ବୁଦ୍ଧିଭୂତଂ ତ୍ରିଲୋକେଶଂ ତଂ ନମାମି ବୃହସ୍ପତିମ୍ ||
ଶୁକ୍ର :
ହିମକୁନ୍ଦ ମୃଣାଲାଭଂ ଦୈତ୍ୟାନାଂ ପରମଂ ଗୁରୁମ୍ |
ସର୍ବଶାସ୍ତ୍ର ପ୍ରଵକ୍ତାରଂ ଭାର୍ଗବଂ ପ୍ରଣାମାମ୍ୟହମ୍ ||
ଶନି :
ନିଲାଞ୍ଜନ ସମାଭାସଂ ରବୀପୁତ୍ରଂ ୟମାଗ୍ରଜମ୍ |
ଛାୟା ମାର୍ତାଣ୍ଡ ସମ୍ଭୁତଂ ତଂ ନମାମି ଶନୈଶ୍ଚରମ୍ ||
ରାହୁ :
ଅର୍ଧକାୟଂ ମହାବୀର୍ୟଂ ଚନ୍ଦ୍ରାଦିତ୍ୟ ଵିମର୍ଦନମ୍ |
ସିଂହିକା ଗର୍ଭ ସମ୍ଭୁତଂ ତଂ ରାହୁଂ ପ୍ରଣାମାମ୍ୟହମ୍ ||
କେତୁ :
ପଲାଶ ପୁଷ୍ପ ସଙ୍କାଶଂ ତାରକାଗ୍ରହମସ୍ତକମ୍ |
ରୌଦ୍ରଂ ରୌଦ୍ରାତ୍ମକଂ ଘୋରଂ ତଂ କେତୁଂ ପ୍ରଣାମାମ୍ୟହମ୍ ||
ଫଲଶ୍ରୁତି :
ଇତି ବ୍ୟାସ ମୁଖୋଦ୍-ଗୀତମ ୟଃ ପଠେତ୍ସୁ ସମାହିତଃ |
ଦିବା ବା ୟଦି ବା ରାତ୍ରୌ ବିଘ୍ନଶାନ୍ତି - ର୍ଭବିଷ୍ୟତି ||
ନରନାରୀ - ନୃପଣାଂ ଚ ଭବେ ଦୁଃସ୍ୱପ୍ନ-ନାଶନମ୍ |
ଐଶ୍ୱର୍ୟମତୁଲଂ ତେଷାମ୍ ଆରୋଗ୍ୟଂ ପୁଷ୍ଟି ବର୍ଦ୍ଧନମ୍ ||
ଗ୍ରହନକ୍ଷତ୍ରଜାଃ ପିଡାଃ ତସ୍କରାଗ୍ନି ସମୁଦ୍ଭବାଃ |
ତାଃ ସର୍ବାଃ ପ୍ରଶମଂ ୟାନ୍ତି ବ୍ୟାସୋ ବ୍ରୁତେ ନ ସଂଶୟଃ ||
ଇତି ଶ୍ରୀବ୍ୟାସ ବିରଚିତଂ ନବଗ୍ରହ ସ୍ତୋତ୍ରଂ ସମ୍ପୂର୍ଣମ୍ |
ଆଜି ର ବ୍ୟସ୍ତ ଭୌତିକ ଯୁଗରେ ମନୁଷ୍ୟ ପାଖରେ ସମୟର ଏତେ ଅଭାବ ହେଇଗଲାଣି କି ସେ କୌଣସି ସାଧନା ପାଇଁ ଯେତିକି ସମୟର ଆବଶ୍ୟକତା ସେତିକି ସମୟ ଦେଇ ପରି ନଥାଏ | ଏମିତି ତ ଦେଖିଲେ ସମସ୍ତ ଗ୍ରହ ମାନଙ୍କ ପାଇଁ ଅଲଗା ଅଲଗା ସାଧନା ସିଦ୍ଧି ର ବିଦ୍ଧି ରଖା ଯାଇଛି ଯାହାକି ଅତ୍ୟନ୍ତ ଲାଭଦାୟକ , କିନ୍ତୁ ଏଭଳି ବୈଜ୍ଞାନିକ ମେସିନରି ଯୁଗରେ ଏହା ଏକ କଷ୍ଟକର ବ୍ୟାପାର | ଆଜି କାଲିକା ବ୍ୟକ୍ତି ବିନା ପରିଶ୍ରମ ରେ ଫଳ ପ୍ରାପ୍ତି ରେ ଆଗ୍ରହୀ | ଯାହାକି କେବେବି ସମ୍ଭବ ନୁହେଁ ଏବଂ ଯେଉଁମାନେ ବି ସାଧନା କରୁଛନ୍ତି ସେମାନଙ୍କ ପାଖରେ ଆସ୍ଥା , ଧୌର୍ୟ , ଅତୁଟ ବିଶ୍ୱାସ ଏବଂ ଦୃଢ ମାନସିକ ସଞ୍ଜମ ବହୁତ ଅଭାବ | ଏହାର ଅଭାବ ଦ୍ୱାରା କୋୖଣସି ଜପତପ ହୋମ ଦାନ ଲାଭକାରୀ ହେଇ ପାରି ନଥାଏ | ତେଣୁ ସାଧକ କୁ କୌଣସି ସିଦ୍ଧି କରିବା ପାଇଁ ଯେଉଁ ସମୟ ଏବଂ ସର୍ତ୍ତ ନିର୍ଣ୍ଣୟ କରାଯାଇଥାଏ ତାହାର ପାଳନ କରିବା ଅତ୍ୟନ୍ତ ଆବଶ୍ୟକ ହେଇଥାଏ | ସାଧନା ଅନୁଷ୍ଠାନ କରିବା ପୂର୍ବରୁ ଏହା ପ୍ରତି ଅତୁଟ ବିଶ୍ୱାସ ରହିବା ଅତ୍ୟନ୍ତ ଆବଶ୍ୟକ | ଯଦି କୋୖଣସି ସାଧକ ଏହି ସର୍ତ ସହିତ ସମ୍ପୂର୍ଣ ତନ୍ମୟତା ସହ ସାଧନାର ଅନୁଷ୍ଠାନ କରେ ଏବଂ ବିଦ୍ଧିବଦ୍ଧ , ଆସ୍ଥା ପୂର୍ବକ ସାଧନାରେ ଲୀନ ହେଇଯାଏ , ତେବେ ବହୁତ କମ ସମୟରେ ତାକୁ ଚମତ୍କାରୀ ଲାଭ ର ଅନୁଭୂତି ହୁଏ | ଯଦି କୌଣସି ବ୍ୟକ୍ତି ର କୁଣ୍ଡଳିରୀ କୌଣସି ଗ୍ରହ ଭୟଙ୍କର ରୂପରେ ଅଶୁଭ ସ୍ଥାନରେ ବିରାଜମାନ ଥାନ୍ତି , ତେବେ ଏହି ସ୍ଥିତିରେ ଏହି ବ୍ୟକ୍ତି ପାଇଁ , ଏହି ଦୁଃଷପ୍ରଭାବ ରୁ ମୁକ୍ତି ହେବା ପାଇଁ , ସେହି ଗ୍ରହଙ୍କର ସାଧନା ଏବଂ ଜପ କରିବାକୁ ପଡିଥାଏ |କିନ୍ତୁ ଯଦି ସେମିତି କିଛି ନଥାଏ ତେବେ ନବଗ୍ରହଙ୍କର ସମ୍ମିଳିତ ଦୁଃଷପ୍ରଭାବ ମୁକ୍ତି ପାଇବାପାଇଁ ନିମ୍ନ ଲିଖିତ ମନ୍ତ୍ର ର ଜପ କରି ସିଦ୍ଧି କରିବା ଦ୍ୱାରା ସମସ୍ତ ଗ୍ରହଙ୍କର ପ୍ରଭାବରୁ ରକ୍ଷା ପାଇ ପାରିବା -
ମନ୍ତ୍ର -
ବ୍ରହ୍ମ ମୁରାରୀଃ ତ୍ରିପୁରାନ୍ତକାରି, ଭାନୁଃ ଶଶୀଃ ଭୂମିସୁତୋ ବୁଧଶ୍ଚ |
ଗୁରୁଃଶ୍ଚ -ଶୁକ୍ର ଶନି ରାହୁ କେତବଃ ସର୍ବଗ୍ରହା ଶାନ୍ତିକରାଭବନ୍ତୁ ||