ଯୋଗିନ୍ୟଷ୍ଟାଷ୍ଟକଂ ବକ୍ଷ୍ୟେ ଐନ୍ଦ୍ରାଦୀଶାନ୍ତତଃ କ୍ରମାତ୍ ।
ଅକ୍ଷୋଭ୍ୟା ରୂକ୍ଷକର୍ଣ୍ଣୀ ଚ ରାକ୍ଷସୀ କୃପଣାକ୍ଷୟା ॥୦୧
ପିଙ୍ଗାକ୍ଷୀ ଚ କ୍ଷୟା କ୍ଷେମା ଇଳା ଲୀଳାଳୟା ତଥା ।
ଲୋଳା ଲକ୍ତା ବଳାକେଶୀ ଲାଳସା ବିମଳା ପୁନଃ ॥୦୨
ହୁତାଶା ଚ ବିଶାଳାକ୍ଷୀ ହୁଂକାରା ବଡବାମୁଖୀ ।
ମହାକ୍ରୂରା କ୍ରୋଧନା ତୁ ଭୟଙ୍କରୀ ମହାନନା ॥୦୩
ସର୍ବଜ୍ଞା ତଳା ତାରା ଚ ଋଗ୍-ବେଦା ତୁ ହୟାନନା ।
ସାରାଖ୍ୟା ରୁଦ୍ରସଂଗ୍ରହୀ ସମ୍ବରା ତାଳଜଙ୍ଘିକା ॥୦୪
ରକ୍ତାକ୍ଷୀ ସୁପ୍ରସିଦ୍ଧା ତୁ ବିଦ୍ୟୁଜ୍ଜିହ୍ବା କାରଂକିଣୀ ।
ମେଘନାଦା ପ୍ରଚଣ୍ଡୋଗ୍ରା କାଳକର୍ଣ୍ଣୀ ବରପ୍ରଦା ॥୦୫
ଚନ୍ଦ୍ରା ଚନ୍ଦ୍ରାବଳୀ ଚୈବ ପ୍ରପଞ୍ଚା ପ୍ରଳୟାନ୍ତିକା ।
ଶିଶୁବକ୍ତ୍ରା ପିଶାଚୀ ଚ ପିଶିତାଶା ଚ ଲୋଳୁପା ॥୦୬
ଧମନୀ ତାପନୀ ଚୈବ ରାଗିଣୀ ବିକୃତାନନା ।
ବାୟୁବେଗା ବୃହତ୍କୁକ୍ଷିର୍ବିକୃତା ବିଶ୍ବରୂପିକା ॥୦୭
ଯମଜିହ୍ବା ଜୟନ୍ତୀ ଚ ଦୁର୍ଜୟା ଚ ଜୟନ୍ତିକା ।
ବିଡାଳୀ ରେବତୀ ଚୈବ ପୂତନା ବିଜୟାନ୍ତିକା ॥୦୮
👉 ଏବେ ମୁଁ ଚତୁଷଷ୍ଠୀ ଯୋଗିନୀମାନଙ୍କ ବର୍ଣ୍ଣନ କରୁଛି । ଏହାଙ୍କ ସ୍ଥାନ କ୍ରମ ଭାବରେ ପୂର୍ବ ଦିଗ ଠାରୁ ଐଶାନ୍ୟ ପର୍ଯ୍ୟନ୍ତ ଅଟେ । ଏମାନଙ୍କ ନାମ ଏହି ପ୍ରକାର -- ଅକ୍ଷୋଭ୍ୟା, ରୂକ୍ଷକର୍ଣ୍ଣୀ, ରାକ୍ଷସୀ, କ୍ଷପଣା, କ୍ଷମା, ପିଙ୍ଗାକ୍ଷୀ, ଅକ୍ଷୟା, କ୍ଷେମା, ଇଳା, ନୀଳାଳୟା, ଲୋଳା, ରକ୍ତା ( ବା ଲକ୍ତା ), ବଳାକେଶୀ, ଲାଳସା, ବିମଳା, ଦୁର୍ଗା ( ବା ହୁତାଶା ), ବିଶାଳାକ୍ଷୀ, ହ୍ରୀଂକାରୀ ( ବା ହୁଂକାରୀ ), ବଡବାମୁଖୀ, ମହାକ୍ରୂରା, କ୍ରୋଧନା, ଭୟଂକରୀ, ମହାନନା, ସର୍ବଜ୍ଞା, ତରଳା, ତାରା, ଋଗ୍-ବେଦା, ହୟାନନା, ସାରା, ରସସଂଗ୍ରାହୀ ( ବା ସୁସଂଗ୍ରାହୀ ବା ରୁଦ୍ରସଂଗ୍ରାହୀ ), ଶବରା ( ବା ଶମ୍ବରା ), ତାଳଜଙ୍ଘିକା, ରକ୍ତାକ୍ଷୀ, ସୁପ୍ରସିଦ୍ଧା, ବିଦ୍ୟୁଜ୍ଜିହ୍ବା, କରଙ୍କିଣୀ, ମେଘନାଦା, ପ୍ରଚଣ୍ଡା, ଉଗ୍ରା, କାଳକର୍ଣ୍ଣୀ, ବରପ୍ରଦା, ଚଣ୍ଡା ( ବା ଚନ୍ଦ୍ରା ), ଚଣ୍ଡବତୀ ( ବା ଚନ୍ଦ୍ରାବଳୀ ), ପ୍ରପଞ୍ଚା, ପ୍ରଳୟାନ୍ତିକା, ଶିଶୁବକ୍ତ୍ରା, ପିଶାଚୀ, ପିଶିତାସବଳୋଲୁପା, ଧମନୀ, ତପନୀ, ରାଗିଣୀ ( ବା ବାମନୀ ), ବିକୃତାନନା, ବାୟୁବେଗା, ବୃହତ୍କୁକ୍ଷି, ବିକୃତା, ବିଶ୍ବରୂପିକା, ଯମଜିହ୍ବା, ଜୟନ୍ତୀ, ଦୁର୍ଜୟା, ଜୟନ୍ତିକା ( ବା ଯମାନ୍ତିକା ), ବିଡାଳୀ, ରେବତୀ, ପୂତନା ତଥା ବିଜୟାନ୍ତିକା ॥୧/୮
ଆଷ୍ଟହସ୍ତାଶ୍ଚତୁର୍ହସ୍ତା ଇଚ୍ଛାସ୍ତ୍ରାଃ ସର୍ବସିଦ୍ଧିଦାଃ ।
ଭୈରବଶ୍ଚାର୍କହସ୍ତଃ ସ୍ୟାତ୍ କୂର୍ପରାସ୍ୟୋ ଜଟେନ୍ଦୁଭୃତ୍ ॥୦୯
ଖଡ୍ଗାଙ୍କୁଶକୁଠାରେଷୁ ବିଶ୍ବାଭୟଭୃଦେକତଃ ।
ଚାପତ୍ରିଶୂଳଖଟ୍ବାଙ୍ଗ ପାଶକାର୍ଦ୍ଧବରୋଦ୍ୟତଃ ॥୧୦
ଗଜଚର୍ମଧରୋ ଦ୍ବାଭ୍ୟାଂ କୃତ୍ତିବାସୋହିଭୂଷିତଃ ।
ପ୍ରେତାଶନୋ ମାତୃମଧ୍ୟେ ପୂଜ୍ୟଃ ପଞ୍ଚାନନୋଥବା ॥୧୧
👉 ଯୋଗିନୀମାନେ ଆଠ ବା ଚାରି ହାତରେ ଯୁକ୍ତ ହୋଇଥାନ୍ତି । ଇଚ୍ଛାନୁସାରେ ଶସ୍ତ୍ର ଧାରଣ କରିଥାନ୍ତି ତଥା ଉପାସକ ମାନଙ୍କୁ ସମ୍ପୂର୍ଣ୍ଣ ସିଦ୍ଧି ପ୍ରଦାନ କରିଥାନ୍ତି । ଭୈରବଙ୍କ ଦ୍ବାଦଶ ହାତ ରହିଛି । ତାଙ୍କର ମୁଖରେ ଉଚ୍ଚ ଦାନ୍ତ ରହିଛି । ସେ ଶିରରେ ଜଟାଜୂଟ ଏବଂ ଚନ୍ଦ୍ରମା କରିଥାନ୍ତି । ତାଙ୍କର ଗୋଟିଏ ପାଖର ପାଞ୍ଚଟି ହାତରେ କ୍ରମଶଃ ଖଡ୍ଗ, ଅଙ୍କୁଶ, କୁଠାର, ବାଣ ଆଉ ଜଗତକୁ ଅଭୟ ପ୍ରଦାନ କରୁଥିବା ମୁଦ୍ରା ଧାରଣ କରି ରଖିଛନ୍ତି । ତାଙ୍କର ଅନ୍ୟ ପାଖର ପାଞ୍ଚ ହାତରେ ଧନୁ, ତ୍ରିଶୂଳ, ଖଟ୍ବାଙ୍ଗ, ପାଶକାର୍ଦ୍ଧ ଏବଂ ବର ମୁଦ୍ରାରେ ସୁଶୋଭିତ ହୋଇଥାନ୍ତି । ବାକି ଦୁଇଟି ହାତରେ ଗଜଚର୍ମ ଧରି ରଖିଥାନ୍ତି । ହାତୀର ଚମଡ଼ା ହିଁ ତାଙ୍କର ବସ୍ତ୍ର ଅଟେ ଆଉ ସେ ସର୍ପମୟ ଆଭୂଷଣରେ ବିଭୂଷିତ ଅଟନ୍ତି । ପ୍ରେତ ଆସନରେ ବସି ମାତୃକାଗଣଙ୍କ ମଧ୍ୟ ଭାଗରେ ବିରାଜମାନ କରିଥାନ୍ତି । ଏହି ରୂପରେ ତାଙ୍କର ପ୍ରତିମା ନିର୍ମାଣ କରି ତାଙ୍କର ପୂଜନ କରିବା ଉଚିତ୍ । ଭୈରବଙ୍କ ଏକ ବା ପଞ୍ଚମୁଖ ତିଆରି କରିବା ଉଚିତ୍ ॥୯/୧୧
ଅବିଲୋମାଗ୍ନିପର୍ଯ୍ୟନ୍ତଂ ଦୀର୍ଘାଷ୍ଟକୈକଭେଦିତମ୍ ।
ତତ୍ ଷଡଙ୍ଗାନି ଜାତ୍ୟନ୍ତୈରନ୍ବିତଂ ଚ କ୍ରମାଦ୍ ଯଜେତ୍ ॥୧୨
👉 ପୂର୍ବ ଦିଗଠାରୁ ନେଇ ଅଗ୍ନିକୋଣ ପର୍ଯ୍ୟନ୍ତ ବିଲୋମ କ୍ରମରେ ପ୍ରତ୍ୟେକ ଦିଗରେ ଭୈରବଙ୍କୁ ସ୍ଥାପିତ କରି କ୍ରମଶଃ ତାଙ୍କର ପୂଜା କରିବା ଉଚିତ୍ । ବୀଜମନ୍ତ୍ରକୁ ଆଠ ଦୀର୍ଘ ସ୍ବରରେ ଗୋଟିଏ ଗୋଟିଏ ଦ୍ଵାରା ଭେଦିତ ଏବଂ ଅନୁସ୍ବାରଯୁକ୍ତ କରି ସେହି ସେହି ଦିଗର ଭୈରବଙ୍କ ସାଥିରେ ସଂଯୁକ୍ତ କରିବେ ଆଉ ସେହି ସବୁର ଶେଷରେ ନମଃ ପଦକୁ ଯୋଡ଼ିବେ । ଯଥା -- ॐ ହ୍ରାଂ ଭୈରବାୟ ନମଃ--ପ୍ରାଚ୍ୟାମ୍, ॐ ହ୍ରୀଂ ଭୈରବାୟ ନମଃ--ଐଶାନ୍ୟାମ୍, ॐ ହ୍ରୂଂ ଭୈରବାୟ ନମଃ--ଉଦୀଚ୍ୟାମ୍, ॐ ହ୍ରେଂ ଭୈରବାୟ ନମଃ--ବାୟବ୍ୟେ, ॐ ହ୍ରୈଂ ଭୈରବାୟ ନମଃ--ପ୍ରତୀଚ୍ୟାମ୍, ॐ ହ୍ରୋଂ ଭୈରବାୟ ନମଃ--ନୈର୍ଋତ୍ୟାମ୍, ହ୍ରୌଂ ଭୈରବାୟ ନମଃ--ଅବାଚ୍ୟାମ୍, ॐ ହ୍ରଃ ଭୈରବାୟ ନମଃ--ଆଗ୍ନେୟାମ୍ । ଏହି ପ୍ରକାର ଏହି ମନ୍ତ୍ର ମାନଙ୍କ ଦ୍ଵାରା କ୍ରମଶଃ ସେହି ଦିଗ ମାନଙ୍କରେ ଭୈରବଙ୍କ ପୂଜନ କରିବେ । ଏଥିରୁ ଛଅଟି ବୀଜମନ୍ତ୍ର ଦ୍ଵାରା ଷଡଙ୍ଗନ୍ୟାସ ଏବଂ ସେହି ଅଙ୍ଗ ମାନଙ୍କର ପୂଜନ ମଧ୍ୟ କରିବା ଉଚିତ୍ ॥୧୨
ମନ୍ଦିରାଗ୍ନିଦଳାରୂଢଂ ସୁବର୍ଣ୍ଣରସକାନ୍ବିତମ୍ ।
ନାଦବିନ୍ଦ୍ବିନ୍ଦୁସଂଯୁକ୍ତଂ ମାତୃନାଥାଙ୍ଗଦୀପିତମ୍ ॥୧୩
ବୀରଭଦ୍ରୋ ବୃଷାରୂଢୋ ମାତ୍ରଗ୍ରେ ସ ଚତୁର୍ମୁଖଃ ।
ଗୌରୀ ତୁ ଦ୍ବିଭୁଜା ତ୍ର୍ୟକ୍ଷା ଶୂଳିନୀ ଦର୍ପଣାନ୍ବିତା ॥୧୪
ଶୂଳଂ ଗଳନ୍ତିକା କୁଣ୍ଡୀ ବରଦା ଚ ଚତୁର୍ଭୁଜା ।
ଅବ୍ଜସ୍ଥା ଲଳିତା ସ୍କନ୍ଦଗଣାଦର୍ଶଶଳାକୟା ॥୧୫
👉 ତାଙ୍କର ଧ୍ୟାନ ଏହି ପ୍ରକାରର ଅଟେ -- ଭୈରବଦେବ ମନ୍ଦିର ଅଥବା ମଣ୍ଡଳର ଆଗ୍ନେୟ କୋଣସ୍ଥ ଦଳରେ ବିରାଜମାନ ସୁବର୍ଣ୍ଣମୟୀ ରସନାରେ ଯୁକ୍ତ, ନାଦ, ବିନ୍ଦୁ ଏବଂ ଇନ୍ଦୁରେ ସୁଶୋଭିତ ତଥା ମାତୃକାଧିପତିଙ୍କ ଅଙ୍ଗରେ ପ୍ରକାଶିତ ଅଟନ୍ତି । ଏପରି ଭଗବାନ ଭୈରବଙ୍କୁ ମୁଁ ଭଜନ କରୁଅଛି । ବୀରଭଦ୍ର ବୃଷଭ ଉପରେ ଆରୂଢ ହୋଇଥାନ୍ତି । ସେ ମାତୃକାଗଣଙ୍କ ମଣ୍ଡଳରେ ବିରାଜମାନ ଆଉ ଚତୁର୍ଭୁଜ ଅଟନ୍ତି । ଗୌରୀ ଦୁଇ ଭୁଜରେ ଯୁକ୍ତ ଆଉ ତ୍ରିନେତ୍ରା ଅଟନ୍ତି । ତାଙ୍କର ଗୋଟିଏ ହାତରେ ଶୂଳ ଏବଂ ଅନ୍ୟଟିରେ ଦର୍ପଣ ରହିଥାଏ । ଲଳିତାଦେବୀ କମଳରେ ବିରାଜମାନ କରିଥାନ୍ତି ତଥା ଚତୁର୍ଭୁଜା ଅଟନ୍ତି । ସେ ନିଜର ଦାତ ମାନଙ୍କରେ ତ୍ରିଶୂଳ, କମଣ୍ଡଳୁ, କୁଣ୍ଡୀ ଏବଂ ବରଦାନମୁଦ୍ରା ଧାରଣ କରିଥାନ୍ତି । ସ୍କନ୍ଦଙ୍କ ଅନୁଚରୀ ମାତୃକାଗଣଙ୍କ ହାତ ମାନଙ୍କରେ ଦର୍ପଣ ଏବଂ ଶଳାକା ହେବା ଉଚିତ୍ ॥୧୩/୧୫
ଚଣ୍ଡିକା ଦଶହସ୍ତା ସ୍ୟାତ୍ ଖଡ୍ଗଶୂଳାରିଶକ୍ତିଧୃକ୍ ।
ଦକ୍ଷେ ବାମେ ନାଗପାଶ ଚର୍ମାଙ୍କୁଶକୁଠାରକମ୍ ॥୧୬
ଧନୁଃ ସିଂହେ ଚ ମହିଷଃ ଶୂଳେନ ପ୍ରହତୋଗ୍ରତଃ ॥୧୭
👉 ଚଣ୍ଡିକା ଦେବୀଙ୍କ ଦଶଗୋଟି ହାତ ରହିଛି । ସେ ନିଜର ଡାହାଣ ହାତରେ ବାଣ, ଖଡ୍ଗ, ଶୂଳ, ଚକ୍ର ଆଉ ଶକ୍ତି ଧାରଣ କରିଥାନ୍ତି ଏବଂ ବାମ ହାତରେ ନାଗପାଶ, ଢାଲ, ଅଙ୍କୁଶ, କୁଠାର ଆଉ ଧନୁଷ ଧାରଣ କରି ରହିଥାନ୍ତି । ସେ ସିଂହ ଉପରେ ଆରୋହଣ କରିଥାନ୍ତି ଆଉ ତାଙ୍କର ସମ୍ମୁଖରେ ଶୂଳ ଦ୍ଵାରା ମୃତ୍ୟୁବରଣ କରିଥିବା ମହିଷାସୁରର ଶବ ରହିଥାଏ ॥୧୬/୧୭
