ଶାଶ୍ଵତଜ୍ଞାନ Saswata Gyana Odia Lyrics

ABOUT INTEX
0
*ଶାଶ୍ଵତଜ୍ଞାନ*
ଜଗତ ରେ ଦୁଇ ପ୍ରକାରର ଆନନ୍ଦ ଅଛି - ଗୋଟିଏ ବିଷୟାନନ୍ଦ ଓ ଅନ୍ଯଟି ଆତ୍ମାନନ୍ଦ. ବିଷୟାନନ୍ଦ ର ଅନୁଭବ ମନ ଓ ଇନ୍ଦ୍ରିୟଗଣ ଙ୍କ ଦ୍ବାରା ହୋଇଥାଏ, ଆତ୍ମାନନ୍ଦ ର ଅନୁଭବ ବାସନା ରହିତ ଶୁଦ୍ଧବୁଦ୍ଧି ରେ ହୋଇଥାଏ. ନିଜ ଅତିରିକ୍ତ ଅନ୍ଯ ପ୍ରାଣୀ, ପଦାର୍ଥ ରୁ ଯେଉଁ ଆନନ୍ଦ ଅନୁଭୁତ ହୁଏ ତାହା ବିଷୟାନନ୍ଦ କୁହାଯାଏ ଓ ଯେଉଁଥିରେ ଅନ୍ଯ ପ୍ରାଣୀ ଓ ପଦାର୍ଥ ର ଆବଶ୍ୟକତା ପଡେନାହିଁ ପ୍ରତ୍ଯୁତ ସ୍ବତଃ ବିନା କୌଣସି କାରଣ ରେ ଆନନ୍ଦ ର ଅନୁଭବ ହୁଏ ତାହା ଆତ୍ମାନନ୍ଦ କୁହାଯାଏ. ବିଷୟାନନ୍ଦ କ୍ଷଣିକ, ନାଶବାନ ଓ ପରିଣାମୀ ତଥା ଦୁଃଖଦାୟୀ . ଆତ୍ମାନନ୍ଦ ମହାନ, ଶାଶ୍ବତ ଓ ଅଖଣ୍ଡ ସୁଖଦାତା ଅଟେ. ଜନ୍ମ ମରଣ ଚକ୍କର ରୁ ଛୁଟିବା ପାଇଁ ବିଷୟାନନ୍ଦ ର ଇଚ୍ଛାମାତ୍ର ତ୍ଯାଗ କରି ଆତ୍ମାନନ୍ଦ ର ଅଭିଳାଷୀ ବନିବା ଓ ଏଥିପାଇଁ ପ୍ରୟତ୍ନ କରିବା ଆବଶ୍ୟକ. ଅତଏବ ମନ ଓ ଇନ୍ଦ୍ରିୟ ର ବିଷୟ ମାନଙ୍କୁ ତ୍ଯାଗ କରି ମନ ଓ ଇନ୍ଦ୍ରିୟଗଣ ଙ୍କୁ ସ୍ବାଧୀନ କରି ଆତ୍ମାରେ ଲଗାଇ ଦିଅ ।ଜୟ ମା ଦୁର୍ଗା ଅଗ୍ନି ଶିଖା ଅଗ୍ନି କନ୍ୟା।🙏🙏💐💐💖💞🥰*ସଦବଚନ*

(୧) ଯେପରି ପରିବା ବେପାରୀ ହୀରା କୁ ସାମାନ୍ଯ ପଥର ଜାଣି ପରିବା ତଉଲିବା ବଟକରା ରୁପେ ଉପଯୋଗ କରେ - ସେହିପରି ସଚ୍ଚା ସନ୍ଥ ଙ୍କୁ ନଜାଣି ଲୋକେ ତାଙ୍କୁ କେବଳ ସଜ୍ଜନ ବୋଲି ଭାବନ୍ତି.

(୨) ନିଜ ଇଷ୍ଟ ଦେବଙ୍କର ପୂର୍ଣ୍ଣ ଆଶ୍ରିତ ହୋଇଯାଅ, ଅଭୟ ଓ ସୁଖି ହୋଇଯିବ. 

(୩) ଭଗବତ କଥା କୌଣସି ହାସ୍ୟରସ ର ବିଷୟ ନୁହେଁ ଯେ କାହାର ମନୋରଞ୍ଜନ ହେବ. କଥା ତ ଇଶ୍ବରଙ୍କ ପ୍ରସନ୍ନ ଉଦ୍ଦେଶ୍ଯ ରେ ହୋଇଥାଏ.

 (୪) ସାଧନରେ ପ୍ରେମ ହେବା, ସାଧନରେ କିଞ୍ଚିତମାତ୍ର ବି ପରିଶ୍ରମର ପ୍ରତିତ ନ ହେବା, ତ୍ଯାଗୀ ମହାପୁରୁଷ ମାନଙ୍କର ଜୀବନ ରେ ଶ୍ରଦ୍ଧା ହେବା ଓ ଭଗବାନଙ୍କ ଉପରେ ବିଶ୍ୱାସ ହେବା - ଏହା ସାଧାରଣ ଉନ୍ନତିର ପ୍ରଧାନ ଚିହ୍ନ । ଜୟ ମା ଦୁର୍ଗା ଅଗ୍ନି ଶିଖା ଅଗ୍ନି କନ୍ୟା ।🙏🙏💐💐💖💞🥰

एक टिप्पणी भेजें

0 टिप्पणियाँ

एक टिप्पणी भेजें (0)
6/related/default