ଶାସ୍ତ୍ର ଅନୁସାରେ ଏହି ଦଶ ମହାବିଦ୍ୟା ମଧ୍ୟରୁ କୌଣସି ଏକ କୁ ନିତ୍ୟ ପୂଜା ଅର୍ଚନା କରିବା ଦ୍ୱାରା ବହୁଦିନରୁ ଲାଗି ରହିଥିବା ବେମାରୀ , ଭୁତ -ପ୍ରେତ , ଅକାରଣ ମାନହାନି , ଅଘଟଣ , ଗୃହ କଳହ , ଶନି ଙ୍କ ଖରାପ ପ୍ରଭାବ , ବେରୋଜଗାରୀ , ଦୁଶ୍ଚିନ୍ତା ଆଦି ସମସ୍ତ ପ୍ରକାର ସଙ୍କଟ ତତ୍କାଳ ସମାପ୍ତ ହେଇଥାଏ ଏବଂ ବ୍ୟକ୍ତି ପରମ ସୁଖ ଶାନ୍ତି ପ୍ରାପ୍ତି ହୁଏ | ଏହି ମାତା ମାନଙ୍କ ସାଧନା କଳ୍ପ ବୃକ୍ଷ ସମାନ ଶୀଘ୍ର ଫଳ ଦାୟକ ଏବଂ ସମସ୍ତ କାମନାକୁ ପୁର୍ଣ କରିବାରେ ସହାୟକ |
ଉତ୍ପତି କଥା -
ଶ୍ରୀ ଦେବୀଭାଗବତ ପୁରାଣ ଅନୁସାରେ ମା’ ଯେତେବେଳେ ଦକ୍ଷ ପ୍ରଜାପତିଙ୍କ ପ୍ରଥମ କନ୍ୟାଭାବେ ସତୀରୂପରେ ଜନ୍ମଗ୍ରହଣ କରିଥିଲେ, ସେ ପିତାମାତାଙ୍କ ଅନିଚ୍ଛା ସତ୍ତ୍ୱେ ଶିବଙ୍କୁ ହିଁ ସ୍ୱାମୀ ରୂପରେ ସ୍ୱୀକାର କରିଥିଲେ I ଦକ୍ଷ ପ୍ରଜାପତି ବାଧ୍ୟ ହୋଇ ସତୀଙ୍କୁ ଶିବଙ୍କ ସହ ବିବାହ ଦେଲେ ସିନା, ସବୁଦିନ ପାଇଁ ତାଙ୍କ ମନରେ ଶିବ ଓ ସତୀଙ୍କ ପ୍ରତି ହେୟ ମନୋଭାବ ତିଷ୍ଠି ରହିଲା I ଶିବଙ୍କ ବେଶ ପୋଷାକ, ଗଳାର ମୁଣ୍ଡମାଳ, ମୁଣ୍ଡର ଜଟା ଓ ସର୍ପ ଏବଂ ଭସ୍ମ ବିଲେପିତ ଶରୀରକୁ ଦେଖି ସେ ସର୍ବଦା ବିରକ୍ତ ହୁଅନ୍ତି I ଥରେ ଦକ୍ଷପ୍ରଜାପତି ଏକ ମହାଯଜ୍ଞର ଆୟୋଜନ କରି ବ୍ରହ୍ମା, ବିଷ୍ଣୁଙ୍କ ସମେତ ସମସ୍ତ ଦେବଦେବୀ, ଯକ୍ଷ, କିନ୍ନର, ଦିଗପାଳ, ବନ୍ଧୁ ପରିଜନ ସମସ୍ତଙ୍କୁ ନିମନ୍ତ୍ରଣ କରିଥିଲେ, କିନ୍ତୁ ଶିବ ଓ ସତୀଙ୍କୁ ନିମନ୍ତ୍ରଣ କଲେନାହିଁ I ସତୀ , ପିତାଙ୍କ ଦ୍ୱାରା ଆୟୋଜିତ ଯଜ୍ଞ କୁ ଯିବା ପାଇଁ ଜିଦି କଲେ ଯାହାକୁ ଶଙ୍କର ଅଣଶୁଣା କଲେ , ସେଥିପାଇଁ ସତୀ ନିଜକୁ ଏକ ଭୟଙ୍କର ରୂପରେ ପରିବର୍ତନ ( ମହାକାଳୀ ଅବତାର ) କଲେ | ଯାହାକୁ ଦେଖି ଭଗବାନ ଶିବ ଭୟରେ ଧାଇଁ ବାକୁ ଲାଗିଲେ | ନିଜ ପତିଙ୍କର ଭୟଭୀତ ହେବା ଜାଣିପାରି ମାତା ସତୀ ତାଙ୍କୁ ଅଟକାଇବାକୁ ଚେଷ୍ଟାକଲେ ହେଲେ ଶିବ ରହିଲେ ନାହିଁ , ଏବଂ ଶିବ ଯେଉଁ ଦିଗକୁ ଗଲେ ମାଙ୍କର ଅନ୍ୟ ଏକ ବିଗ୍ରହ ପ୍ରକଟ ହେଇ ତାଙ୍କୁ ଅଟକାଇବାକୁ ଚେଷ୍ଟା କଲେ | ଏହି ପ୍ରକାର ଦଶ ଦିଗକୁ ଶିବ ଯିବା ହେତୁ ମା ଦଶ ରୂପ ହୋଇଥିଲେ ଯାହା ଦଶ ମହାବିଦ୍ୟା କୁହାଗଲା | ସତୀ ଙ୍କ ଦଶ ରୂପ ଦେଖି ଶିବ ସମସ୍ତଙ୍କର ପରିଚୟ ବୁଝିଲେ | ସତୀ କହିଲେ ଏ ଦଶ ରୁପ ମୋର | ଆପଣ ଙ୍କର ସାମ୍ନାରେ ଯିଏ କୃଷ୍ଣ ରଙ୍ଗ ର ସେ କାଳୀ , ଆପଣ ଙ୍କର ଉପରେ ନୀଳ ରଙ୍ଗରେ ତାରା | ପଶ୍ଚିମ ରେ ଛିନ୍ନମସ୍ତା , ବାମରେ ଭୁବନେଶ୍ୱରୀ , ପଛରେ ବଗଳାମୁଖୀ , ପୂର୍ବ - ଦକ୍ଷିଣ ରେ ଧୂମାବତୀ , ଦକ୍ଷିଣ -ପଶ୍ଚିମ ରେ ତ୍ରିପୁରା ସୁନ୍ଦରୀ , ପଶ୍ଚିମ - ଉତ୍ତର ରେ ମାତଙ୍ଗୀ ତଥା ଉତର - ପୂର୍ବ ରେ ଷୋଡ଼ଶୀ ଏବଂ ମୁଁ ନିଜେ ଭୈରବୀ ରୂପରେ ଅଭୟ ଦାନ କରିବା ପାଇଁ ଆପଣ ଙ୍କର ଆଗରେ ଠିଆ ହେଇଛି | ଏହି ଦଶ ମହାବିଦ୍ୟା ଅର୍ଥାତ ଦଶ ଶକ୍ତି ଅଟେ | ଏହି ପ୍ରକାର ଦେବୀ ଦଶ ରୂପରେ ବିଭାଜିତ ହେଇ ଶିବଙ୍କର ବିରୋଧକୁ ହରାଇ ଯଜ୍ଞ କୁ ଗଲେ | ପରେ ମା ନିଜର ଏହି ଶକ୍ତି ଉପଯୋଗ ରେ ଦୈତ୍ୟ ଏବଂ ରାକ୍ଷସ ଙ୍କୁ ମଧ୍ୟ ବଧ କରିଥିଲେ |
ପ୍ରବୃତି ଅନୁସାରେ ଦଶ ମହାବିଦ୍ୟା ଙ୍କର ତିନି ସମୂହ |
ପ୍ରଥମ - ସୌମ୍ୟ କୋଟି ( ତ୍ରିପୁର ସୁନ୍ଦରୀ , ଭୁବନେଶ୍ୱରୀ , ମାତଙ୍ଗୀ , କମଳା )
ଦ୍ଵିତୀୟ - ଉଗ୍ର କୋଟି ( କାଳୀ , ଛୀର୍ଣ ମସ୍ତା , ଧୂମାବତୀ , ବଗଳାମୁଖୀ )
ତୃତୀୟ - ସୌମ୍ୟ -ଉଗ୍ର ( ତାରା , ତ୍ରିପୁର ଭୈରବୀ )
1- କାଳୀ
ଦଶ ମହାବିଦ୍ୟା ମଧ୍ୟରେ ପ୍ରଥମ | କଳି ଯୁଗରେ କାଳୀଙ୍କ ପୂଜା ଅର୍ଚ୍ଚନା କରିବା ଦ୍ୱାରା ଶୀଘ୍ର ଫଳ ମିଳିଥାଏ |ପ୍ରଥମ ମହାଶକ୍ତି ବା ମହାବିଦ୍ୟା କାଳୀଙ୍କ ରୂପକୁ ଉପନିଷଦରେ ଜ୍ୱଳନ୍ତ ଅଗ୍ନି ବୋଲି ବର୍ଣ୍ଣନା କରାଯାଇଛି । ଉପନିଷଦରେ ମଧ୍ୟରେ କାଳୀ ପ୍ରଥମ ମାତା ରୂପେ କଥିତ।ଶକ୍ତିସଂଗମ ତନ୍ତ୍ରରେ କାଳୀ ଶ୍ରେଷ୍ଠ ମହାବିଦ୍ୟା ବା ବିଦ୍ୟାରାଜ୍ଞୀ । କାଳୀଙ୍କ ଉପାସନା କଲେ କଳିକାଳରେ ଶୀଘ୍ର ଫଳ ପ୍ରାପ୍ତି ଯଥା- ଧନଲାଭ, ଶକ୍ତିଲାଭ, କ୍ଷମତାପ୍ରାପ୍ତି ଓ ଶତ୍ରୁଜୟ ହୋଇଥାଏ । ଏହାଙ୍କ ସହିତ ମହାକାଳ ରୂପୀ ଶିବଙ୍କ ଆରାଧନା କରାହୁଏ ।
1. मां काली 22 अक्षरीय मंत्र - ॐ क्रीं क्रीं क्रीं हूँ हूँ ह्रीं ह्रीं दक्षिणे कालिके क्रीं क्रीं क्रीं हूँ हूँ ह्रीं ह्रीं स्वाहा।
ମା କାଳୀ 22 ଅକ୍ଷରୀୟ ମନ୍ତ୍ର - ଓଁ କ୍ରିଂ କ୍ରିଂ କ୍ରିଂ ହୁଁ ହୁଁ ହ୍ରୀଂ ହ୍ରିଂ ଦକ୍ଷିଣେ କାଳିକେ କ୍ରିଂ କ୍ରିଂ କ୍ରିଂ ହୁଁ ହୁଁ ହ୍ରୀଂ ହ୍ରୀଂ ସ୍ୱାହା |
2. एकाक्षरीय काली मंत्र - ॐ क्रीं
ଏକାକ୍ଷରୀ କାଳୀ ମନ୍ତ୍ର - ଓଁ କ୍ରିଂ
3. तीन अक्षरीय काली मंत्र -ॐ क्रीं ह्रुं ह्रीं।
ତିନ ଅକ୍ଷରିୟ କାଳୀ ମନ୍ତ୍ର - ଓଁ କ୍ରି ହ୍ରୁଂ ହ୍ରୀଂ
4. पंचाक्षरीय काली मंत्र - ॐ क्रीं ह्रुं ह्रीं हूँ फट्।
ପଞ୍ଚାକ୍ଷର କାଳୀ ମନ୍ତ୍ର - ଓଁ କ୍ରିଂ ହ୍ରୁଂ ହ୍ରୀଂ ହୁଁ ଫଟ
5. छह अक्षरीय काली मंत्र - ॐ क्रीं कालिके स्वाहा।
ଛ ଅକ୍ଷରିୟ କାଳୀ ମନ୍ତ୍ର - ଓଁ କ୍ରିଂ କାଳିକେ ସ୍ୱାହା
6. सप्ताक्षरीय काली मंत्र - ॐ हूँ ह्रीं हूँ फट् स्वाहा।
ସପ୍ତାକ୍ଷରିୟ କାଳୀ ମନ୍ତ୍ର - ॐ ହୁଁ ହ୍ରିଂ ହୁଁ ଫଟ ସ୍ୱାହା
7. श्री दक्षिणा काली मंत्र - ॐ ह्रीं ह्रीं ह्रुं ह्रुं क्रीं क्रीं क्रीं दक्षिणकालिके क्रीं क्रीं क्रीं ह्रुं ह्रुं ह्रीं ह्रीं।
ଶ୍ରୀ ଦକ୍ଷୀଣ କାଳୀ ମନ୍ତ୍ର - ॐ ହ୍ରିଂ ହ୍ରିଂ ହ୍ରୁଂ ହ୍ରୁଂ କ୍ରିଂ କ୍ରିଂ କ୍ରିଂ ଦକ୍ଷୀଣକାଳୀକେ କ୍ରିଂ କ୍ରିଂ କ୍ରିଂ ହ୍ରୁଂ ହ୍ରୁଂ ହ୍ରିଂ ହ୍ରିଂ
8. श्री दक्षिणा काली मंत्र - क्रीं ह्रुं ह्रीं दक्षिणेकालिके क्रीं ह्रुं ह्रीं स्वाहा।
ଶ୍ରୀ ଦକ୍ଷୀଣ କାଳୀ ମନ୍ତ୍ର - କ୍ରିଂ ହ୍ରୁଂ ହ୍ରିଂ ଦକ୍ଷୀଣକାଳୀକେ କ୍ରିଂ ହ୍ରୁଂ ହ୍ରିଂ ସ୍ୱାହା
9. श्री दक्षिणा काली मंत्र - ॐ ह्रुं ह्रुं क्रीं क्रीं क्रीं ह्रीं ह्रीं दक्षिणकालिके ह्रुं ह्रुं क्रीं क्रीं क्रीं ह्रीं ह्रीं स्वाहा।
ଶ୍ରୀ ଦକ୍ଷୀଣ କାଳୀ ମନ୍ତ୍ର - ॐ ହ୍ରୁଂ ହ୍ରୁଂ କ୍ରିଂ କ୍ରିଂ କ୍ରିଂ ହ୍ରିଂ ହ୍ରିଂ ଦକ୍ଷୀଣକାଳୀକେ ହ୍ରୁଂ ହ୍ରୁଂ କ୍ରିଂ କ୍ରିଂ କ୍ରିଂ ହ୍ରିଂ ହ୍ରିଂ ସ୍ୱାହା
10. श्री दक्षिणा काली मंत्र - ॐ क्रीं क्रीं क्रीं ह्रुं ह्रुं ह्रीं ह्रीं दक्षिणकालिके स्वाहा।
ଶ୍ରୀ ଦକ୍ଷୀଣ କାଳୀ ମନ୍ତ୍ର - ॐ କ୍ରିଂ କ୍ରିଂ କ୍ରିଂ ହ୍ରୁଂ ହ୍ରୁଂ ହ୍ରିଂ ହ୍ରିଂ ଦକ୍ଷୀଣକାଳୀକେ ସ୍ୱାହା
11. भद्रकाली मंत्र - ॐ ह्रौं काली महाकाली किलिकिले फट् स्वाहा।
ଭଦ୍ରକାଳୀ ମନ୍ତ୍ର - ॐ ହ୍ରୈଂ କାଲି ମହାକାଲି କିଲିକିଲେ ଫଟ୍ ସ୍ୱାହା
12. श्री श्मशान काली मंत्र - ऐं ह्रीं श्रीं क्लीं कालिके क्लीं श्रीं ह्रीं ऐं।
ଶ୍ରୀ ସ୍ମସାନ କାଳୀ ମନ୍ତ୍ର - ଏଂ ହ୍ରିଂ ଶ୍ରୀଂ କ୍ଲିଂ କାଳିକେ କ୍ଲିଂ ଶ୍ରୀଂ ହ୍ରିଂ ଏଂ
2- ବଗଳାମୁଖୀ
ଶତ୍ରୁବାଧାକୁ ପୂର୍ଣ୍ଣତଃ ସମାପ୍ତ କରିବା ପାଇଁ ମହତ୍ଵପୁର୍ଣ ସାଧନା | ଏହି ବିଦ୍ୟା ଦ୍ୱାରା ଦେବୀ ପ୍ରକୋପ ର ଶାନ୍ତି, ଧନ -ଧାନ୍ୟ ପ୍ରାପ୍ତି , ଭୋଗ ଏବଂ ମୋକ୍ଷ ର ସିଦ୍ଧି ମିଳିଥାଏ |ଏହି ବିଦ୍ୟାର ପ୍ରମୁଖ ଉପାସକ ବ୍ରହ୍ମା , ବିଷ୍ଣୁ ଏବଂ ଭଗବାନ ପର୍ଶୁରାମ | ପର୍ଶୁରାମ ଏହି ବିଦ୍ୟା ଦ୍ରୋଣାଚାର୍ଯ୍ୟ ଙ୍କୁ ଦେଇଥିଲେ ଏବଂ ଦେବରାଜ ଇନ୍ଦ୍ର ଙ୍କ ବଜ୍ରକୁ ଏହି ବଗଳା ବିଦ୍ୟା ଦ୍ୱାରା ନିଷ୍ପ୍ରଭାବି କରିଥିଲେ | ଯୁଧିଷ୍ଠିର ଭଗବାନ କୃଷ୍ଣ ଙ୍କ ପରାମର୍ଶ ରେ କୌରଵ ଠାରୁ ବିଜୟ ପ୍ରାପ୍ତି ପାଇଁ ବଗଳାମୁଖୀ ଦେବୀ ଙ୍କର ଆରାଧନା କରିଥିଲେ | ବଗଳାମୁଖୀଙ୍କଠାରେ କାଳୀ, ତାରା, ଷୋଡ଼ଶୀଙ୍କ ଶକ୍ତି ଏକୀଭୁତ ହୋଇଛି । ସେ ହଳଦୀବର୍ଣ୍ଣ ବସ୍ତ୍ର ପରିଧାନ କରନ୍ତି । ସ୍ୱର୍ଣ୍ଣସିଂହାସନରେ ଉପନିବେଶ କରିଥାନ୍ତି । ତାଙ୍କର ଗୋଟିଏ ହସ୍ତରେ ଅଛି ମୁଦ୍ଗର, ଅନ୍ୟ ହସ୍ତରେ ଶତ୍ରୁର ଜିହ୍ୱା । ବଗଳାମୁଖୀ ଆଶୁ ଫଳ ପ୍ରଦାନ କରନ୍ତି, ସାଧନାମାର୍ଗର ବାଧା ଦୂର କରନ୍ତି ଏବଂ ସମସ୍ତ ଶତୃଙ୍କ ବାକ୍ ସ୍ତମ୍ଭନ କରିଥାନ୍ତି । ବଗଳାଙ୍କ ଶିବ ହେଲେ ମହାରୁଦ୍ର ବା ମୃତ୍ୟୁଞ୍ଜୟ।
3- ଛିନ୍ନମସ୍ତା
ମା ଛିନ୍ନମସ୍ତାଙ୍କ ସ୍ୱରୂପ ଗୋପନୀୟ | ମାଙ୍କ ମୁଣ୍ଡ ହୀନ | ମାଙ୍କ ଗଳା ଦେଶରୁ ରକ୍ତର ତିନୋଟି ଧାରା ବାହାରୁଚି |ନିଜ ଛିନ୍ନ ଗଳଦେଶରୁ ନିର୍ଗତ ରୁଧିର ଧାର ପାନ କରିବାରେ ଛିନ୍ନମସ୍ତା ସର୍ବଦା ପ୍ରମତ୍ତ । ଛିନ୍ନମସ୍ତାଙ୍କ ଦୁଇ ପାର୍ଶ୍ୱରେ ଅଛନ୍ତି ବର୍ଣ୍ଣିନୀ ଓ ଡାକିନୀ । ସେ ଦୁହେଁ ମଧ୍ୟ ଛିନ୍ନମସ୍ତାଙ୍କ ରୁଧିର ପାନ କରିଥାନ୍ତି ।ଚତୁର୍ଥ , ସନ୍ଧ୍ୟା କାଳରେ ମା ଛିନ୍ନମସ୍ତା ଙ୍କ ଉପାସନା ଦ୍ୱାରା ସାଧକ ସରସ୍ବତୀ ଙ୍କ ସିଦ୍ଧି ପ୍ରାପ୍ତ ହୁଏ | ରାହୁ ଏହି ମହାବିଦ୍ୟାର ଅଧିଷ୍ଠାତା ଗ୍ରହ ଅଟନ୍ତି |ଛିନ୍ନମସ୍ତା ଦଶମହାବିଦ୍ୟା ମଧ୍ୟରେ ସବୁଠାରୁ ପ୍ରଚଣ୍ଡ ମୂର୍ତ୍ତି ଧାରଣ କରିଛନ୍ତି ତେଣୁ ତାଙ୍କୁ ପ୍ରଚଣ୍ଡଚଣ୍ଡୀ ମଧ୍ୟ କୁହାଯାଏ । ଛିନ୍ନମସ୍ତାଙ୍କ ଅନ୍ୟନାମ ବୈରୋଚନୀ, ସେ ସମସ୍ତ ଶତୃ ସଂହାର କାରିଣୀ, ଯୋଗସିଦ୍ଧିଦାୟିନୀ, ସମସ୍ତ ଦୁର୍ଭାଗ୍ୟ ନାଶକାରିଣୀ । ଏହାଙ୍କ ଶିବ ହେଲେ କବନ୍ଧ ।
4 - ଭୁବନେଶ୍ୱରୀ
ମହାବିଦ୍ୟା ମାନଙ୍କ ମଧ୍ୟରେ ଭୁବନେଶ୍ୱରୀ ମହାବିଦ୍ୟା କୁ ଆଦ୍ୟା ଶକ୍ତି କୁହାଯାଏ | ମା ଭୁବନେସ୍ଵରୀଙ୍କ ସ୍ୱରୂପ ସୌମ୍ୟ ଏବଂ ଅଙ୍ଗ କାନ୍ତିମୟ | ମା ଭୁବନେସ୍ଵରୀଙ୍କ ସାଧନା ଦ୍ୱାରା ମୁଖ୍ୟ ରୂପରେ ବଶୀକରଣ , ବାକ ସିଦ୍ଧି , ସୁଖ ଲାଭ ଏବଂ ଶତ୍ରୁଙ୍କ ଉପରେ ବିଜୟ ପ୍ରାପ୍ତି ହୁଏ | ପୃଥିବି ରେ ଥିବା ସମସ୍ତ ଜୀବଙ୍କୁ ମାଙ୍କ କୃପାରୁ ଅନ୍ନ ପ୍ରାପ୍ତି ହେଇଥାଏ | ସେଥିପାଇଁ ତାଙ୍କ ହାତରେ ଶାକ ଏବଂ ଫଳ ଫୁଲ ଅଛି | ଚନ୍ଦ୍ରମା ମାଙ୍କ ଅଧିଷ୍ଠିତ ଗ୍ରହ | ଭୁବନେଶ୍ୱରୀ ସର୍ବଦା ହାସ୍ୟମୁଖୀ ଓ ମଧ୍ୟାହ୍ନ ସୂର୍ଯ୍ୟଙ୍କ ଆଭା ସଦୃଶ । ଏହାଙ୍କ ନିବାସସ୍ଥାନ ମଣିଦ୍ୱୀପ । ସମସ୍ତ ମହାବିଦ୍ୟାଙ୍କର ହୃଦୟ ସ୍ୱରୂପିଣୀ ହୋଇଥିବାରୁ ଏହାଙ୍କୁ ହୃଲ୍ଲେଖା ମଧ୍ୟ କୁହାଯାଏ । ଭୁବନେଶ୍ୱରୀଙ୍କ ହସ୍ତରେ ଅଛି ବରମୁଦ୍ରା, ଅଭୟମୁଦ୍ରା, ପାଶ ଓ ଅଙ୍କୁଶ । ସେ ଶକ୍ତିହୀନକୁ ଶକ୍ତି ପ୍ରଦାନ କରନ୍ତି ଏବଂ ଯଶକାମୀ, ରାଜ୍ୟକାମୀ ତାଙ୍କୁ ଆରାଧନା କଲେ ସଫଳକାମ ହୋଇଥାନ୍ତି । ରୁଗ୍ଣ ବ୍ୟକ୍ତି ତାଙ୍କ କୃପା ବଳରେ ନିରୋଗ ହୋଇଥାନ୍ତି । ସନ୍ତାନ ପ୍ରାପ୍ତି, ପରମଶାନ୍ତି ଲାଭ, ମୋକ୍ଷପ୍ରାପ୍ତି ନିମନ୍ତେ ତାଙ୍କ ଆରାଧନା କରଯାଏ । ଭୁବନେଶ୍ୱରୀଙ୍କ ସହ ତ୍ର୍ୟମ୍ବକ/ ଭୁବନେଶ୍ୱର ରୂପୀ ଶିବଙ୍କ ପୂଜା କରାହୁଏ ।
ଭୁବନେଶ୍ବରୀ ଦେବୀଙ୍କ ଶରୀରର କାନ୍ତି ଉଦିତ ସୂର୍ଯ୍ୟଙ୍କ ପରି ସୁନ୍ଦର। ଦେବୀଙ୍କ କପାଳରେ ଅର୍ଦ୍ଧଚନ୍ଦ୍ର, ମସ୍ତକରେ ମୁକୁଟ, ଦୁଇବକ୍ଷୋଜ ଉଚ୍ଚ, ତ୍ରିନେତ୍ର ଓ ସବୁବେଳେ ହସହସ ମୁହଁ, ଚାରିହାତରେ ବର, ଅଙ୍କୁଶ, ପାଶ ଓ ଅଭୟ ମୁଦ୍ରାରେ ବିଦ୍ୟମାନ। ଦେବୀ ଭାଗବତରେ ବର୍ଣ୍ଣନା କରାଯାଇଛି ମୂଳ ପ୍ରକୃତି ଯୋଗମାୟା, ଚିନ୍ମୟୀ ଭୁବନେଶ୍ୱରୀଙ୍କଠାରୁ ଜଗତର ଉତ୍ପତ୍ତି କାଳରେ ପ୍ରାଣର ଅଧିଷ୍ଠାତ୍ରୀ ଦେବୀ ରାଧା ଓ ବୁଦ୍ଧିର ଅଧିଷ୍ଠାତ୍ରୀ ଦେବୀ ଦୁର୍ଗା ଆବିର୍ଭୂତା ହୋଇଥିଲେ। ମା’ ଭୁବନେଶ୍ୱରୀଙ୍କ ଧାମକୁ #ମଣିଦ୍ୱୀପ କୁହାଯାଏ। ସେଠାରେ ‘ #ଚିନ୍ତାମଣି ’ ନିବାସରେ ମାଆ ଅବସ୍ଥାନ କରନ୍ତି।
ମା’ଙ୍କର ଏକାକ୍ଷରୀ ବୀଜ #ହ୍ରୀଂ।
ପୁଷ୍ଟି, ପ୍ରଜ୍ଞା, ସିନୀ, ଅମ୍ବିକା, ଆହ୍ଲାଦିନୀ ଆଦି ବତ୍ରିଂଶ ପାର୍ଶ୍ୱ ଦେବୀ ଅଛନ୍ତି। ଏମାନେ ଆଦେଶ ପାଇବା ମାତ୍ରେ ସୃଷ୍ଟିକୁ ସଂହାର କରନ୍ତି। ଭୁବନେଶ୍ୱରୀଙ୍କର ଅସଂଖ୍ୟ ଦାସଦାସୀ ସହିତ ଷୋଡଶ ଶକ୍ତି, ଅଷ୍ଟବସୁ, ଏକାଦଶ ରୁଦ୍ର ଓ ଦ୍ୱାଦଶ ଆଦିତ୍ୟ ଅଛନ୍ତି।
ସମସ୍ତ #ଶାକ୍ତତନ୍ତ୍ରରେ ଏକାକ୍ଷରୀ ଭୁବନେଶ୍ୱରୀଙ୍କୁ ଦେବୀପ୍ରଣବ,ଶକ୍ତିବୀଜ,ସର୍ବମନ୍ତ୍ରର ହୃଦୟରୂପିଣୀ ହୃଲ୍ଲେଖା ନାମରେ ସ୍ତୁତି କରାଯାଇଛି ।ସେହି ଦେବୀ ଭାଗବତରେ ମାତା ଭୁବନେଶ୍ୱରୀଙ୍କୁ ପ୍ରଣବ ରୂପିଣୀ ବ୍ରହ୍ମ ରୂପେ ସ୍ତୁତି କରାଯାଇଛି। ସ୍ୱୟଂ ବିଷ୍ଣୁ ସୃଷ୍ଟିର ଆରମ୍ଭରେ ରାତ୍ରୀଦେବୀ ଭୁବନେଶ୍ୱରୀଙ୍କୁ ପୂଜା କରିଥିବାରୁ ତାଙ୍କୁ ପରମ ବୈଷ୍ଣବୀ ମଧ୍ୟ କୁହାଯାଏ।ଜ୍ଞାନୀମାନଙ୍କର ହୃଦୟରେ ଅବସ୍ଥାନ କରୁଥିବାରୁ ଦେବୀ ଭୁବନେଶ୍ୱରୀଙ୍କ ଅନ୍ୟ ନାମ ହୃଲ୍ଲେଖା । #ହ୍ରୀଂ
ମା' ଅନ୍ନପୂର୍ଣ୍ଣା ମଧ୍ୟ ଭୁବନେଶ୍ୱରୀ ମନ୍ତ୍ରବୀଜଦ୍ୱାରା ପୂଜିତା । ଓଡ଼ିଶାରେ ପୁରୁଷୋତ୍ତମ ଧାମରେ ବିମଳାଙ୍କ ପୀଠରେ ଅନ୍ନପୂର୍ଣ୍ଣା ରୂପରେ, ରତ୍ନ ସିଂହାସନରେ ଦେବୀ ସୁଭଦ୍ରାଙ୍କ ପୂଜାରେ ଯୋଗମାୟା ରୂପରେ,କଟକର କଟକଚଣ୍ଡୀ ପୀଠରେ ରାଷ୍ଟ୍ରଦେବୀ ରୂପରେ ଓ ଭୁବନେଶ୍ୱରସ୍ଥ #ଗୋପାଳିନୀଙ୍କ ପୂଜାରେ #ଶମ୍ଭୁବନିତା ରୂପରେ ବହୁ ପ୍ରାଚୀନ କାଳରୁ ଭୁବନେଶ୍ୱରୀଙ୍କ ମନ୍ତ୍ର ଓ ପୂଜା ପଦ୍ଧତି ଅନୁସରଣ କରାଯାଏ।
ଶ୍ରୀମନ୍ଦିର ଭିତରେ ମଧ୍ୟ ନୀଳମାଧବଙ୍କ ମନ୍ଦିର ନିକଟରେ ଚତୁର୍ଭୁଜା ଭୁବନେଶ୍ୱରୀଙ୍କ ମନ୍ଦିର ଅଛି। ଶାରଦୀୟ ଓ ବାସନ୍ତିକ ପୂଜା ବେଳେ ସେଠାରେ ବିଶେଷ ନୀତି ଅନୁଷ୍ଠିତ ହୁଏ।
ଓଡ଼ିଶାର ବ୍ରାହ୍ମଣମାନେ ଦଶ ମହାବିଦ୍ୟା ଅନ୍ତର୍ଭୁକ୍ତ ଚତୁର୍ଥ ମହାବିଦ୍ୟା ଭୁବନେଶ୍ୱରୀଙ୍କୁ କୁଳଦେବୀ ବା ଇଷ୍ଟଦେବୀ ରୂପେ ପୂଜା କରନ୍ତି।
ଭୁବନେଶ୍ୱରରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଦେବୀ ପୂଜା ପାଉଛନ୍ତି #ଗୋପାଳିନୀ ବା #ଭୁବନେଶ୍ୱରୀ ରୂପରେ।
ମୂଳାଷ୍ଟମୀଠାରୁ ଆଶ୍ୱିନ ଶୁକ୍ଳ ନବମୀ ପର୍ଯ୍ୟନ୍ତ ସେଠାରେ ପୂଜା ଅନୁଷ୍ଠିତ ହୋଇଥାଏ। ଏହାବ୍ୟତୀତ ଭୁବନେଶ୍ୱର ମହାନଗରୀରେ ଅନେକ ସ୍ଥାନରେ ଭୁବନେଶ୍ୱରୀ ମନ୍ଦିର ଓ ଉପାସନାର ପରମ୍ପରା ପ୍ରଚଳିତ।
ଭୁବନେଶ୍ୱରୀଙ୍କ ସହ ତ୍ର୍ୟମ୍ବକ/ ଭୁବନେଶ୍ୱର ରୂପୀ ଶିବଙ୍କ ପୂଜା କରାହୁଏ।
ଶ୍ରୀଜଗନ୍ନାଥଙ୍କୁ ଭୁବନେଶ୍ୱରୀଙ୍କ ବୈଷ୍ଣବ ଶକ୍ତିର ପରମ ପୁରୁଷ ରୂପେ ଗ୍ରହଣ କରାଯାଏ ଓ
ମା ବିମଳା ଭୁବନେଶ୍ୱରୀ ତତ୍ତ୍ୱର ସାଦୃଶ୍ୟ ଯୋଗୁଁ ଦେବୀଙ୍କୁ ଓଡ଼ିଶାର ରାଷ୍ଟ୍ରଦେବୀ ମାନ୍ୟତା ଦିଆଯାଏ।
#ଶ୍ରୀଭୁବନେଶ୍ୱରୀଧ୍ୟାନ :-
#ଉଦ୍ୟଦିନଦ୍ୟୁତିମିନ୍ଦୁକିରୀଟାଂ ତୁଙ୍ଗକୁଚାଂ ନୟନତ୍ରୟଯୁକ୍ତାମ୍ ।
ସ୍ମେରମୁଖୀଂ ବରଦାଙ୍କୁଶପାଶାଭୀତିକରାଂ ପ୍ରଭଜେ ଭୁବନେଶ୍ୱରୀମ୍ ॥
#ସିନ୍ଦୂରାରୁଣବିଗ୍ରହାଂ ତ୍ରିନୟନାଂ ମାଣିକ୍ୟମୌଳିସ୍ଫୁରତ୍
ତାରାନାୟକଶେଖରାଂ ସ୍ମିତମୁଖୀମାପୀନବକ୍ଷୋରୁହାମ୍ ।
ପାଣିଭ୍ୟାମଳିପୂର୍ଣରତ୍ନଚଷକଂ ରକ୍ତୋତ୍ପଳଂ ବିଭ୍ରତୀଂ
ସୌମ୍ୟାଂ ରତ୍ନଘଟସ୍ଥରକ୍ତଚରଣାଂ ବନ୍ଦେ ପରାମମ୍ବିକାମ୍ ॥
#ମନ୍ତ୍ର:-
1.।।ହ୍ରୀଂ।।
2.।।ଆଂ ହ୍ରୀଂ କ୍ରୌଂ।।
3.।।ହ୍ରୀଂ ଭୁବନେଶ୍ବର୍ୟୈ ନମଃ।।
4.।।ଶ୍ରୀଂ ହ୍ରୀଂ ଭୁବନେଶ୍ୱର୍ୟୈ ନମଃ।।
5. ।।ଓଁ ହ୍ରୀଂ ଶ୍ରୀଂ କ୍ଲୀଂ ଭୁବନେଶ୍ବର୍ୟୈ ନମଃ।।
6.।।ଐଂ ହ୍ରୀଂ ଶ୍ରୀଂ।।
7.।।ଐଂ ହ୍ରୀଂ ଐଂ।।
8.।।ହ୍ରୀଂ ଭୁବନେଶ୍ବର୍ୟୈ ବିଦ୍ମହେ ଆଦ୍ୟାୟୈ ଧୀମହି ତନ୍ନୋ ଦେବୀ ପ୍ରଚୋଦୟାତ୍।।
9.।।ଓଁ ନାରାୟଣ୍ୟୈ ବିଦ୍ମହେ ଭୁବନେଶ୍ୱର୍ୟୈ ଧୀମହି ତନ୍ନୋ ଦେବୀ ପ୍ରଚୋଦୟାତ୍।।
🙏🙏🙏🙏🙏🙏🌹
5 - ମାତଙ୍ଗୀ
ଏହି ମହାବିଦ୍ୟାଙ୍କ ସାଧନା ଦ୍ୱାରା ସୁଖୀ, ଗୃହସ୍ଥ ଜୀବନ , ଆକର୍ଷକ ଏବଂ ଓଜପୁର୍ଣ୍ଣ ବାଣୀ ତଥା ଗୁଣଵାନ ସ୍ୱାମୀ ବା ସ୍ତ୍ରୀ ପ୍ରାପ୍ତି ହୁଏ | ମାଙ୍କ ସାଧନା ବାମ ମାର୍ଗୀ ସାଧକ ମାନଙ୍କ ମଧ୍ୟରେ ଅଧିକ ପ୍ରଚଳିତ |ମାତଙ୍ଗୀଙ୍କ ଶରୀରର ବର୍ଣ୍ଣ ଶ୍ୟାମ ବା ସବୁଜ । ଚାରି ହସ୍ତରେ ପାଶ, ଅଙ୍କୁଶ, ଖଡ୍ଗ ଓ ଖେଟକ । ସେ ବୀଣା, ବେଣୁ, ମୃଦଙ୍ଗ ଆଦି ବାଦ୍ୟପ୍ରିୟା ତଥା ତାଙ୍କ ଚତୁଃପାର୍ଶ୍ୱରେ ଶୁକପକ୍ଷୀମାନେ ବିଚରଣ କରୁଥାନ୍ତି। ସେ ରତ୍ନସିଂହାସନରେ ଉପନିବେଶ କରନ୍ତି।ମାତଙ୍ଗୀ ସୂର୍ଯ୍ୟଙ୍କ ଇଷ୍ଟଦେବୀ । ସେ ଜ୍ଞାନଦାୟିନୀ, ତଥା ଶବ୍ଦ ଓ ସଙ୍ଗୀତ ଶାସ୍ତ୍ରରେ ସିଦ୍ଧିଦାୟିନୀ । ମାତଙ୍ଗୀଙ୍କ ଶିବ ମତଙ୍ଗ ରୂପେ ପୂଜିତ ।
#ସିଦ୍ଧବିଦ୍ୟାମାତଙ୍ଗୀମନ୍ତ୍ର:-
6 - ଷୋଡ଼ଶୀ ମହାବିଦ୍ୟା
ଶକ୍ତି ର ସବୁଠାରୁ ମନୋହର ସିଦ୍ଧ ଦେବୀ | ମାଙ୍କ ଅନ୍ୟ ନାମ ଲଳିତା , ରାଜ - ରାଜେଶ୍ୱରୀ , ମହାତ୍ରିପୁର ସୁନ୍ଦରୀ ଏବଂ ଅନେକ | ଷୋଡ଼ଶୀ ସାଧନା କୁ ରାଜ - ରାଜେଶ୍ୱରୀ ଏଥିପାଇଁ କୁହାଯାଏ କାହିଁକିନା ମା ନିଜ କୃପାରୁ ସାଧାରଣ ବ୍ୟକ୍ତି କୁ ମଧ୍ୟ ରାଜା କରିବାରେ ସମର୍ଥ |ମାଙ୍କ ଠାରେ ଷୋଡଶ କଳା ପୁର୍ଣ ରୂପରେ ବିକଶିତ | ସେଥିପାଇଁ ମାଙ୍କ ନାମ ଷୋଡ଼ଶୀ ହୋଇଛି | ମାଙ୍କ ଉପାସନା ଶ୍ରୀ ଯନ୍ତ୍ର ରୂପରେ କରାଯାଇଥାଏ | ସେ ନିଜ ଉପାସକକୁ ଭକ୍ତି ଏବଂ ମୁକ୍ତି ପ୍ରଦାନ କରନ୍ତି | ବୁଧ ମାଙ୍କ ଅଧିଷ୍ଠିତ ଗ୍ରହ |ଷୋଡ଼ଶୀଙ୍କୁ ତନ୍ତ୍ରଶାସ୍ତ୍ରରେ ଶ୍ରୀବିଦ୍ୟା, ତ୍ରିପୁରସୁନ୍ଦରୀ, ଲଳିତା, ରାଜରାଜେଶ୍ୱରୀ, ପରାଭଟ୍ଟାରିକା ଆଦି ଆଖ୍ୟା ଦିଆଯାଇଛି।ସେ ମଧ୍ୟ ଚତୁର୍ଭୁଜା, ଅରୁଣବର୍ଣ୍ଣା, ପରମଶିବଙ୍କ ଉପରେ ଅସୀନା ଓ ସର୍ବଦା ଷୋଳବର୍ଷ ବୟସୀ । ହାତରେ ଅଛି ପାଶ, ତୀର, ଅଙ୍କୁଶ ଓ ଧନୁ । ତ୍ରିପୁରସୁନ୍ଦରୀ ଷୋଡ଼ଶୀଙ୍କ ଉପାସନା ମୁଖ୍ୟତଃ ଶଙ୍କରାଚାର୍ଯ୍ୟଙ୍କ ପୀଠମାନଙ୍କରେ ହୋଇଥାଏ । ଏହାଙ୍କର କାଦି, ହାଦି, ସାଦି ଆଦି ପରମ୍ପରା ପ୍ରଚଳିତ । ଷୋଡ଼ଶୀ ସିଦ୍ଧିଦାୟିନୀ, ଆତ୍ମଜ୍ଞାନ ଦାୟିନୀ ସମସ୍ତ କାମନା ପୂର୍ଣ୍ଣକାରିଣୀ, ସର୍ବଜନବଶକାରିଣୀ । ତ୍ରିପୁରସୁନ୍ଦରୀଙ୍କ ସହିତ ଶିବ କାମେଶ୍ୱର ରୂପେ ଆରାଧିତ ।
7 - ଧୂମାବତୀ
ଧୂମାବତୀଙ୍କର କୋଣସି ସ୍ୱାମି ନାହାନ୍ତି | ମାଙ୍କ ଉପାସନା ରେ ବିପତ୍ତି ନାଶ , ରୋଗ ନିବାରଣ ଏବଂ ଯୁଦ୍ଧ ରେ ବିଜୟ ପ୍ରାପ୍ତ ହୁଏ | ଧୂମାବତୀ ଦୀର୍ଘାଙ୍ଗୀ, ମଳିନବସ୍ତ୍ର ପରିହିତା ତଥା ବିଧବାରୂପ ଧାରିଣୀ, ତେଣୁ ସେ ଶିବଙ୍କ ବିନା ପୂଜିତା । ତାଙ୍କର ଗୋଟିଏ ହସ୍ତରେ ଅଛି କୁଲା, ଅନ୍ୟ ହସ୍ତରେ ବରମୁଦ୍ରା । ସେ ଦୁଃଖହାରିଣୀ, ବାଦବିବାଦରୁ ମୁକ୍ତିଦାୟିନୀ ଏବଂ ମୋକ୍ଷଦାୟିନୀ ।
8 - ତ୍ରିପୁର ଭୈରବୀ
ଆଗମ ଗ୍ରନ୍ଥ ଅନୁସାରେ ତ୍ରିପୁରା ଭୈରବୀ ଏକାକ୍ଷର ରୂପ | ଶତ୍ରୁ ସଂହାର ଏବଂ ତୀବ୍ର ତନ୍ତ୍ର ବାଧା ନିବାରଣ ପାଇଁ ଭଗବତୀ ତ୍ରିପୁର ଭୈରବୀ ମହାବିଦ୍ୟା ସାଧନା ବହୁତ ମହତ୍ଵପୁର୍ଣ | ଏହି ସାଧକର ସୌନ୍ଦର୍ୟ ରେ ବୃଦ୍ଧି ହେଇଥାଏ | ମା ଙ୍କ ରଙ୍ଗ ଲାଲ ଏବେ ନାଲି ରଙ୍ଗ ବସ୍ତ୍ର ପରିଧାନ କରନ୍ତି | ଗଳାରେ ମୁଣ୍ଡ ମାଳ ଏବଂ କମଳାସନ ରେ ବିରାଜମାନ | ତ୍ରିପୁର ଭୈରବୀ ଙ୍କ ମୁଖ୍ୟ ଲାଭ କଠୋର ସାଧନା ରେ ପ୍ରାପ୍ତ ହୁଏ | ଭୈରବୀଙ୍କ ଅନ୍ୟନାମ ତ୍ରିପୁର ଭୈରବୀ । ଭୈରବୀଙ୍କ ଅଙ୍ଗକାନ୍ତି ସହସ୍ର ଉଦିତ ସୂର୍ଯ୍ୟ ଭଳି । ତାଙ୍କ ଗଳାଦେଶରେ ନରମୁଣ୍ଡମାଳ ରହିଛି । ଭୈରବୀଙ୍କର ଚୈତନ୍ୟଭୈରବୀ, ସମ୍ପତ୍ ପ୍ରଦା, କୌଳେଶ୍ୱରୀ, ଷଟ୍କୂଟା, ରୁଦ୍ର, ଅନ୍ନଦା, ଭୁବନା, ବାଳା ଆଦି ଅନେକ ରୂପ ରହିଛି । ଚାରିହସ୍ତରେ ରହିଛି ଅଭୟ, ବରମୁଦ୍ରା, ଜପମାଳା ଓ ପୁସ୍ତକ, ମସ୍ତକରେ ରତ୍ନ ମୁକୁଟ । ସେ ମୃଦୁହାସ୍ୟଯୁକ୍ତା ଓ ତାଙ୍କ ଓଷ୍ଠ ରକ୍ତିମ । ସେ ବାକ୍ ସିଦ୍ଧି, ମାନସିକ ଶାନ୍ତି ଆଦି ପ୍ରଦାନ କରିଥାନ୍ତି । ଏହାଙ୍କ ଭୈରବ ବା ଶିବ ହେଲେ ଦକ୍ଷିଣାମୂର୍ତ୍ତି ।
9- ତାରା
ସର୍ବଦା ମୋକ୍ଷ ଦାତ୍ରୀ ଏବଂ ତାରିଣୀଙ୍କୁ ତାରା ନାମ ଦିଆଯାଇଛି | ସର୍ବପ୍ରଥମେ ମହର୍ଷି ବଶିଷ୍ଠ ମାଙ୍କ ପୂଜା କରିଥିଲେ | ଆର୍ଥିକ ଉନ୍ନତି ବାଧା ନିବାରଣ ହେତୁ ମା ତାରା ମହାବିଦ୍ୟା ଙ୍କ ମହତ୍ଵପୁର୍ଣ ସ୍ଥାନ | ଏହାର ସିଦ୍ଧି ରେ ସାଧକକୁ ଆୟ ର ନୂଆ ନୂଆ ସାଧନ ପ୍ରପ୍ତ ହୁଏ | ଜୀବନ ଐଶ୍ଵର୍ଯ୍ୟଶାଳୀ ହେଇଥାଏ | ମାଙ୍କ ପୂଜା ଗୁରୁବାର ଠାରୁ ଆରମ୍ଭ କରାଯାଇଥାଏ | ଏହାଦ୍ୱାରା ଶତ୍ରୁନାଶ , ବାଣୀ ଦୋଷ ନିବାରଣ ଏବଂ ମୋକ୍ଷ ପ୍ରାପ୍ତି ହୁଏ | ତାରା ବା ତାରିଣୀ ଅନେକ ଜନ୍ମର କର୍ମଫଳ ଜନିତ ଦୁଃଖଦୁର୍ଦ୍ଦଶା ଦୂର କରିଥାନ୍ତି । ଏହାଙ୍କୁ ନୀଳସରସ୍ୱତୀ ବା ନୀଳତାରା ମଧ୍ୟ କୁହାଯାଏ । ତାରାଦେବୀଙ୍କ ଆରାଧନା କଲେ ଭବସିନ୍ଧୁ ପାରିହେବା ସହଜ ହୁଏ । ତାରା ଘୋର ରୂପିଣୀ, ନୀଳବର୍ଣ୍ଣା । ସେ ନବୀନ ଯୁବତୀ, ଲୋଳଜିହ୍ୱା ଓ ଚତୁର୍ଭୁଜା, ନୀଳପଦ୍ମ, ଖଡ୍ଗ, କଈଞ୍ଚି ତଥା ବରଦ ମୁଦ୍ରା ଧାରଣ କରିଛନ୍ତି । ତାଙ୍କ ଶରୀରର ବର୍ଣ୍ଣ ନୀଳ, ତିନି ଚକ୍ଷୁ ଉଦିତ ସୂର୍ଯ୍ୟ ଭଳି ଅରୁଣ ବର୍ଣ୍ଣ । ତାରାଙ୍କୁ ପୂଜା କଲେ କବିତ୍ୱ, ପାଣ୍ଡିତ୍ୟ ପ୍ରାପ୍ତି, ବ୍ରହ୍ମଜ୍ଞାନ ପ୍ରାପ୍ତି ତଥା ବିପଦରୁ ରକ୍ଷା ମିଳେ। ତାଙ୍କ ସହ ଶିବ ଅକ୍ଷୋଭ୍ୟ ରୂପେ ପୂଜିତ।[୪]
10 - କମଳା
ମା କମଳା କମଳ ଆସନ ରେ ବିରାଜମାନ | ଶ୍ୱେତ ରଙ୍ଗର ଚାରି ହାତୀ ନିଜ ଶୁଣ୍ଢରେ ଜଳ ପୁର୍ଣ କଳସି ଧରି ତାଙ୍କୁ ସ୍ନାନ କରାନ୍ତି | ଶକ୍ତିର ଏହି ବିଶିଷ୍ଟ ରୂପର ସାଧନା ଦ୍ୱାରା ଦରିଦ୍ରତା ନାଶ ହୋଇଥାଏ | ଜୀବନ ସୁଖମୟ ହୁଏ | ଏହି ରୂପ ଦୁର୍ଗାଙ୍କର ସର୍ବ ସୌଭାଗ୍ୟ ରୂପ | ଯେଉଁଠାରେ କମଳା ସେଠାରେ ବିଷ୍ଣୁ ଥାନ୍ତି | ଶୁକ୍ର ଏହି ଦେବୀଙ୍କର ଅଧିଷ୍ଠିତ ଗ୍ରହ | କମଳା ହେଉଛନ୍ତି ମହାଲକ୍ଷ୍ମୀ । କେତେକ ତନ୍ତ୍ରଶାସ୍ତ୍ରରେ କମଳା ବା କମଳାତ୍ମିକାଙ୍କୁ ପ୍ରଧାନ ମହାଶକ୍ତି ରୂପେ ବର୍ଣ୍ଣନା କରାଯାଇଛି । କମଳାଙ୍କ ଉପାସନା କଲେ ସାଧକ ଧନଧାନ୍ୟ ଗୋପ ଲକ୍ଷ୍ମୀରେ ଭୋଗୀ ହୋଇଥାନ୍ତି । କମଳାଙ୍କ ଅଙ୍ଗକାନ୍ତି ସୁନା ଭଳି । ୪ଟି ହାତୀ ତାଙ୍କୁ ସ୍ୱର୍ଣ୍ଣକୁମ୍ଭ ସାହାଯ୍ୟରେ ଅଭିଷେକ କରୁଛନ୍ତି । ତାଙ୍କ ହସ୍ତରେ ଅଛି ଓ ଅଭୟମୁଦ୍ରା, ଦୁଇଟି ପଦ୍ମ । ସେ ନିଜେ ପଦ୍ମ ଉପରେ ବିରାଜମାନ କରିଥାନ୍ତି । ଏହାଙ୍କ ଶିବଙ୍କ ନାମ ମହାବିଷ୍ଣୁ ବା ନାରାୟଣ ।
ଦଶ ମହାବିଦ୍ୟା ସ୍ତୋତ୍ର
ଦୁର୍ଲଭଂ ମାରିଣୀଂମାର୍ଗ ଦୁର୍ଲଭଂ ତାରିଣୀଂପଦମ୍ |
ମନ୍ତ୍ରାର୍ଥ ମନ୍ତ୍ରଚୈତନ୍ୟଂ ଦୁର୍ଲଭଂ ଶବସାଧନମ୍ ||
ସ୍ମଶାନସାଧନଂ ଯୋନିସାଧନଂ ବ୍ରହ୍ମସାଧନମ୍ |
କ୍ରିୟାସାଧନଂ ଭକ୍ତିସାଧନଂ ମୁକ୍ତିସାଧନମ୍ ||
ତଵ ପ୍ରସାଦା ବେଶି ସର୍ଵଵାଃ ସିଧ୍ୟନ୍ତି ସିଦ୍ଧୟଃ ||
ଶିବ କହୁଛନ୍ତି - ତାରିଣୀଙ୍କର ଉପାସନା ମାର୍ଗ ଅତ୍ୟନ୍ତ ଦୁର୍ଲଭ | ତାଙ୍କ ପଦ ପ୍ରାପ୍ତି ମଧ୍ୟ ଅତି କଠିନ | ତାଙ୍କ ମନ୍ତ୍ରାର୍ଥ ଜ୍ଞାନ , ମନ୍ତ୍ର ଚୈତନ୍ୟ , ଶବ ସାଧନ , ସ୍ମଶାନ ସାଧନ , ଯୋନି ସାଧନ , ବ୍ରହ୍ମ ସାଧନ , କ୍ରିୟା ସାଧନ , ଭକ୍ତି ସାଧନ ଏବଂ ମୁକ୍ତି ସାଧନ , ଏହା ସବୁ ଦୁର୍ଲଭ | କିନ୍ତୁ ହେ ଦେବୀ ତୁମେ ଯାହା ଉପରେ ପ୍ରସନ୍ନ ହୁଅ ତାଙ୍କର ସବୁ ବିଷୟରେ ସିଦ୍ଧି ପ୍ରାପ୍ତ ହୁଏ |
ନମସ୍ତେ ଚଣ୍ଡୀକେ ଚଣ୍ଡୀ ଚଣ୍ଡମୁଣ୍ଡବିନାଶିନୀ |
ନମସ୍ତେ କାଲିକେ କାଲମହାଭୟବିନାଶିନୀ ||
ହେ ଚଣ୍ଡୀକେ ! ତୁମେ ପ୍ରଚଣ୍ଡ ସ୍ୱରୂପିଣୀ | ତୁମେ ହିଁ ଚଣ୍ଡ-ମୁଣ୍ଡ କୁ ବିନାଶ କରିଛ | ତୁମେ ହିଁ କାଳ କୁ ନାଶ କରିଛ | ତୁମକୁ ନମସ୍କାର |
ଶିବେ ରକ୍ଷ ଜଗଦ୍ଧାତ୍ରି ପ୍ରସୀଦ ହରବଲ୍ଲଭେ |
ପ୍ରାଣମାମି ଜଗଦ୍ଧାତ୍ରିଂ ଜଗତ୍ପାଲନକାରୀଣିମ୍ ||
ଜଗତ୍-କ୍ଷୋଭକରିଂ ବିଦ୍ୟା ଜଗତ ସୃଷ୍ଟିବିଧାୟିନୀମ୍ |
କରଲାଂ ବିକଟାଂ ଘୋରାଂ ମୁଣ୍ଡମାଲାଵିଭୂଷିତାମ୍ ||
ହରାର୍ଚ୍ଚିତାଂ ହରାରାଧ୍ୟାଂ ନମାମି ହରବଲ୍ଲଭାମ୍ |
ଗୌରୀଂ ଗୁରୁପ୍ରିୟାଂ ଗୌରଵର୍ଣାଲଂକାର ଭୂଷିତାମ ||
ହରିପ୍ରିୟାଂ ମହାମାୟାଂ ନମାମି ବ୍ରହ୍ମପୂଜିତାମ୍ |
