🕉️ ଇଚ୍ଛା, ତ୍ୟାଗ, ବୈରାଗ୍ୟ 🕉️
ଇଚ୍ଛା ୩ପ୍ରକାରର
୧_ ବଞ୍ଚିବାର ଇଚ୍ଛା
୨_ କରିବାର ଇଚ୍ଛା
୩_ ଜାଣିବାର ଇଚ୍ଛା
ଦେଖନ୍ତୁ ଆଜ୍ଞା, ଏହି ତିନି ବେଶ ଧାରୀ ଇଚ୍ଛା ଆମ ମନ କୁ ଦୁର୍ବଳ କରି ଦିଏ କାରଣ ବଞ୍ଚି ରହିବା ପାଇଁ ନିଜ କୁ ନିଜେ ସଦା ସର୍ବଦା ଚେଷ୍ଟା କରୁଛୁ ପରନ୍ତୁ ଆମର ଆୟୁଷ ଯେତେ ବିଧାତା ଲେଖି ଛନ୍ତି ସେତିକି ର ପୂର୍ଣ୍ଣ _ ତା ଅର୍ଥ ଆମ ବଞ୍ଚିବା ପାଇଁ ପୂର୍ବ ନିର୍ଦ୍ଧାରିତ ତେବେ ଆମକୁ କଣ କରିବାକୁ ପଡ଼ିବ ?
ବଞ୍ଚି ରହିବା ଦାୟିତ୍ଵ ଗ୍ରହଣ କରିବା ଆବଶ୍ୟକ ନୁହେଁ ।
କରିବାର ଇଚ୍ଛା ହେଉଛି ଆଜ୍ଞା ଯାହାର ଯେଉଁ ଭାବ ଦେଖି, ନାବ ମୁଁ ଦେଇଛି ସଲଖି ।
ଏଠାରେ ଖରାପ୍ କର୍ମ ତ୍ୟାଗ କରି ଭଲ କାମ କରିବା ପାଇଁ କୁହାଯାଇଛି
ଆଜିକାଲି ଆଧୁନିକ ବିଜ୍ଞାନ ଯନ୍ତ୍ର ଯୁଗରେ ଯେତିକି ଆବଶ୍ୟକ ସେତିକି ଜାଣିବାର ଇଚ୍ଛା ରଖନ୍ତୁ କାରଣ
ଆମକୁ ପରଂବ୍ରହ୍ମ ଙ୍କ ବିଷୟରେ ଜାଣିବା ପାଇଁ କୁହାଯାଇଛି ।
ତାପରେ ବିତୃଷ୍ଣା ମନ, ଅଶାନ୍ତ ମନ ହେଉଛି ବୈରାଗ୍ୟ ର ପ୍ରଥମ କଥା
ଏହି ବୈରାଗ୍ୟ ମଧ୍ୟ ୩ ପ୍ରକାର ର ଗୁଣ ଶିକ୍ଷା ଦେଇଥାଏ
୧_ ସଂସାର ପ୍ରତି ଗ୍ଲାନି _ ସାତ୍ତ୍ୱିକ ଗୁଣ
୨_ ପଦ ମର୍ଯ୍ୟାଦା, ପ୍ରତିଷ୍ଠା ରୁ ବିରକ୍ତି ଭାବ ସୃଷ୍ଟି ହେଲେ _ ରାଜସିକ ଗୁଣ
୩_ ନିଜକୁ ଶ୍ରେଷ୍ଠ ମନେ କରି ସମସ୍ତଙ୍କୁ ନିଚ ଦୃଷ୍ଟି ରେ ଦେଖିବା _ ତାମସିକ ଗୁଣ ।
ତାପରେ ବୈରାଗ୍ୟ ର ଶାଖା _ ୪ପ୍ରକାରର
୧_ ଯତ ମାନ
୨_ ବ୍ୟତିରେକି
୩_ ଏକେନ୍ଦ୍ରୀୟ
୪_ ବଶିକାର
ଯତ ମାନ _ ବିଷୟ ଜଞ୍ଜାଳ ତ୍ୟାଗ କରିବାକୁ ଚେଷ୍ଟା କରୁଥିବା କିନ୍ତୁ ଛାଡ଼ି ପାରୁ ନ ଥିବା
ବ୍ୟତିରେକି _ କଥା କଥାରେ ଅସଭ୍ୟ ଶବ୍ଦ ପ୍ରୟୋଗ କରିବା କିନ୍ତୁ ଛାଡ଼ି ପାରୁ ନ ଥିବା
ଏକେନ୍ଦ୍ରିୟ _ ଇନ୍ଦ୍ରିୟ ମାନଙ୍କ ଯଦି କାମିନୀ ଆଉ କାଞ୍ଚନ ଅର୍ଥାତ୍ ସ୍ତ୍ରୀ ଲାଳସା ଆଉ ଧନ ଲାଳସା ଛାଡ଼ିବା ଇଚ୍ଛା ପ୍ରକାଶ କରୁଥିବା କିନ୍ତୁ ଛାଡ଼ି ପାରୁ ନ ଥିବା
ବଶିକାର _ ମନ ଆଉ ଇନ୍ଦ୍ରିୟ ମାନଙ୍କ ଅଧୀନ ରେ ରହିଥିବା କିନ୍ତୁ ଛାଡ଼ି ପାରୁ ନ ଥିବା
ଏହିପରି ଭାବରେ କେବଳ ସମସ୍ତ ଜ୍ଞାନୀ ଗୁଣି, ଭାରତ ମାତା ର ସୁଯୋଗ୍ୟ ସନ୍ତାନ ମାନଙ୍କୁ ଅନୁରୋଧ କରିବି ଯେ ଆଗାମୀ ଦିନ ପାଇଁ ଆମକୁ ସଜାଗ ହେବାକୁ ପଡ଼ିବ ଯାହା -------
୧_ ଭଲ ହେବା ପାଇଁ ପ୍ରତିଜ୍ଞା କରିବା
୨_ ଇଚ୍ଛା ଶକ୍ତି କୁ ଆଧ୍ୟାତ୍ମିକ ଦିଗରେ ସମର୍ପଣ କରିବା
୩_ ଦୃଢ ସଂକଳ୍ପ ପୂର୍ବକ ବସୁଧୈବ କୁଟୁମ୍ବ ଚିନ୍ତା କରିବା
୪_ ଆମେ ସାମାଜିକ ପ୍ରାଣୀ ଖାଦ୍ୟ, ବସ୍ତ୍ର, ବାସ ଗୃହ ଦରକାର, ନିଜକୁ ସଂସାର ପ୍ରତି ଉଦାସୀନ ମନୋଭାବ ପୋଷଣ କରି ମାନବ ସେବା ନିମନ୍ତେ
ସଂଘବଦ୍ଧ ହୋଇ ନୀତି ନିୟମ ଆଧ୍ୟାତ୍ମିକ ଅନୁଶାସନ କୁ ପାଳନ କରିବା ।
୫_ ସମୟ କୁ ଉତ୍ତମ କାର୍ଯ୍ୟ ରେ ଲଗାଇବା
କ୍ରମଶଃ:-
ପଣ୍ଡିତ ଶ୍ରୀ ସଂଜୀବ କୁମାର ପଣ୍ଡା
ଜିଲ୍ଲା ବୌଦ୍ଧ ଓଡ଼ିଶା