🕉️🕉️ ଅନ୍ନ ରୁ ବ୍ରହ୍ମ 🕉️🕉️
ରସାଦ୍ରକ୍ତମ୍ ତତୋ ମାଂସମ୍ ମାଂସାନ ମେଦଃ ପ୍ରଜାୟତେ , ମେଦସ୍ୟାସ୍ଥିଃ ତତୋ ମଜ୍ଜା ମଜ୍ଜାୟଃ। ଶୁକ୍ର ସମ୍ଭଵଃ
ଅନ୍ନ/ ଖାଦ୍ୟ _ ( ଭୋଜନ)
ଯେଉଁ ଭୋଜନ ହଜମ ହୁଏ ସେଥିରୁ ତିଆରି ହୁଏ _ ରସ
ରସ ୫ ଦିନ ପର୍ଯ୍ୟନ୍ତ ହଜମ ହୋଇ ତିଆରି ହୁଏ _ ରକ୍ତ
ରକ୍ତ ୫ ଦିନ ହଜମ ହୋଇ ତିଆରି ହୁଏ _ ମାଂସ
ମାଂସ ୫ଦିନ ଅନ୍ତରରେ ତିଆରି ହୁଏ _ ମେ ଦ
ମେ ଦ ୫ ଦିନ ଅନ୍ତରରେ ତିଆରି ହୁଏ _ହାଡ଼
ହାଡ଼ ରୁ ୫ ଦିନ ଅନ୍ତରରେ ତିଆରି ହୁଏ _ ମଜ୍ଜା
ମଜ୍ଜା ରୁ ୫ ଦିନ ଅନ୍ତରରେ ତିଆରି ହୁଏ _ ବ୍ରହ୍ମ ବୀର୍ଯ୍ୟ _ ପୁରୁଷ
ବ୍ରହ୍ମ ରଜ _ ସ୍ତ୍ରୀ
ଆଛା ଏଇଠି ଗଣନା କଲେ ଆମକୁ କଣ ଜଣା ପଡ଼ିଲା ?
ବ୍ରହ୍ମ ବୀର୍ଯ୍ୟ ତିଆରି ହେବାକୁ କେତେ ସମୟ ଲାଗେ ?
ପ୍ରାୟତଃ ୩୦ ଦିନରୁ ଅଧିକ ।
ବ୍ରହ୍ମ ବୀର୍ଯ୍ୟ ରୁ ଆମକୁ କଣ ମିଳେ ?
ଶରୀରରେ ବ୍ରହ୍ମ ବୀର୍ଯ୍ୟ ଯଦି ସଂରକ୍ଷିତ ରେ ରହେ ତନ୍ମଧ୍ୟରୁ ଓଜ ଶକ୍ତି ପ୍ରସ୍ଫୁଟି ତ ହୁଏ
ଓଜ ରୁ ତେଜ _ ବଳ _ ସ୍ଫୁର୍ତି _ କର୍ମ କରିବା ପାଇଁ, ମନ୍ତ୍ର, ତନ୍ତ୍ର ସାଧନା କରିବା ପାଇଁ, ଆତ୍ମ ସାକ୍ଷାତକାର ପାଇଁ, ପରମବ୍ରହ୍ମ ଙ୍କ ସହିତ ସଂଯୋଗ ହେବା ପାଇଁ ପଥ ସୁଗମ ହୋଇଥାଏ ।
ଆମେ ମୂଳ ଲକ୍ଷ୍ୟ ରେ ପହଞ୍ଚି ପାରୁ ନାହିଁ କାହିଁକି ?
ଆମେ ଅଯଥା ବ୍ରହ୍ମ ବୀର୍ଯ୍ୟ ନଷ୍ଟ କରୁ ଥିବାରୁ ମୂଳ ଲକ୍ଷ୍ୟ ରେ ପହଞ୍ଚି ପାରୁ ନାହୁଁ ।
" ମରଣମ୍ ବିନ୍ଦୁ ପାତେନ ଜିବନମ ବିନ୍ଦୁ ଧାରଣା ତ୍, ବ୍ରହ୍ମ ଚର୍ଯ୍ୟମ୍ ପରମ୍ ବଲମ୍ ।
ଦେଖନ୍ତୁ ଆଜ୍ଞା ଆମେ ସହସ୍ର ବର୍ଷ ପର୍ଯ୍ୟନ୍ତ ଯଦି ବ୍ରହ୍ମ ବୀର୍ଯ୍ୟ କୁ ନଷ୍ଟ କରିବା ଅଭ୍ୟାସ ରଖିଥିବା ଆଉ ମୂଳ ଲକ୍ଷ୍ୟ ହେଉଛି ସୁଖ, ଶାନ୍ତି, ଆନନ୍ଦ ସହିତ ପରମବ୍ରହ୍ମ ଙ୍କୁ ପାଇବା ପାଇଁ ଚାହୁଁଥିବା _ ପ୍ରସଙ୍ଗ ରେ କେବେହେଲେ ସଫଳ ହୋଇ ପାରିବା ନାହିଁ ।
ବ୍ରହ୍ମ ଚର୍ଯ୍ୟ ପାଳନ କଲେ କେଉଁ କେଉଁ ଶକ୍ତି ମିଳେ ?
ଆୟୁ, ତେଜ, ବଳ, ବୁଦ୍ଧି,( ସ୍ମରଣ ଶକ୍ତି), ଲକ୍ଷ୍ମୀ, ଯଶ, କୀର୍ତ୍ତି, ପୂଣ୍ୟ ଆଦି ମିଳିଥାଏ ।
ଉପରୋକ୍ତ ବିଷୟ ଲେଖିଲି ଖରାପ୍ ଲାଗିଲେ ଦୟାକରି ଲେଖାଟିକୁ ତ୍ୟାଗ କରିବେ, ଭଲ ଲାଗିଲେ ଗ୍ରହଣ କରିବେ ।
କ୍ରମଶଃ
ପଣ୍ଡିତ ଶ୍ରୀ ସଂଜୀବ କୁମାର ପଣ୍ଡା
ଜିଲ୍ଲା ବୌଦ୍ଧ ଓଡ଼ିଶା