*ସନାତନୀ କର୍ମକାଣ୍ଡ ରେ କାହିଁକି ଧୋତି- ଶାଢି ପିନ୍ଧାଯାଇଥାଏ ....*🌟🌟🌟🌟🌟🌟🌟
〰️〰️〰️〰️〰️〰️♦️〰️〰️〰️〰️〰️〰️〰️
〰️〰️〰️〰️〰️〰️〰️〰️〰️〰️〰️〰️〰️
*ଜୀବନରେ ଅନୁଶାସନ ଆଣିଥାଏ ପୂଜନ କର୍ମକାଣ୍ଡ । ସନାତନୀ ଧର୍ମ-କର୍ମରେ କାହିଁକି ଧୋତି-ଶାଢି ପିନ୍ଧାଯାଇଥାଏ ସେ ସମ୍ବନ୍ଧରେ ଆଜି କିଛି ଅଲୋଚନା ରଖିବା ।*
*ଧୋତି ଓ ଶାଢି ସନାତନୀ ର ଧାର୍ମିକ ପ୍ରତୀକ । ବୈଦିକ ସଂସ୍କାର, ପୂଜା- କର୍ମକାଣ୍ଡ ଆଦିର ବିଧାନରେ ଧୋତି ଓ ଶାଢି ର ବସ୍ତ୍ର ପରିଧାନ ପାଇଁ ଅନିବାର୍ଯ୍ୟତା ସ୍ଵୀକାର କରାଯାଇଛି । ସେଥିପାଇଁ ବସ୍ତ୍ର ର ସଂସ୍କାର ଓ ପରିଧାନ ପାଇଁ ବୈଦିକ ମନ୍ତ୍ର ମଧ୍ୟ ନିର୍ଦ୍ଦିଷ୍ଟ ହୋଇଛି । ଧୋତି ଶାଢି ପିନ୍ଧିବାରେ ମନରେ ପବିତ୍ରତା ଆସିଥାଏ, ଧାର୍ମିକ ମନୋବୃତ୍ତି ଜାଗ୍ରତ ହୁଏ, ଧାର୍ମିକ ବିଦ୍ଧି ଓ କର୍ମ ପାଳନରେ ସହଜ ହୁଏ ଏବଂ ଶରୀର ର ଶୋଭାବର୍ଦ୍ଧନ ମଧ୍ୟ ହୋଇଥାଏ ।*
*ସନାତନ ଧର୍ମ ରେ କୌଣସି ବି ଧାର୍ମିକ କାର୍ଯ୍ୟ କରିବା ସମୟରେ ପୁରୁଷ ଧୋତି ଏବଂ ମହିଳାମାନେ ଶାଢି ପରିଧାନ କରିବାର ବିଧାନ ଅଛି, କାରଣ ଏହି ବସ୍ତ୍ର ସିଆଁ ବା ସିଲାଇ ହୋଇ ନଥାଏ । ବିଶ୍ଵାସ କରାଯାଏ କି ସିଆଁ ବସ୍ତ୍ର ଅଶୁଦ୍ଧ ହୋଇଥାଏ ଏବଂ ସେଥିରୁ ଅକଳ ବୋଧ ବା ବନ୍ଧନ ଅନୁଭବ ହୋଇଥାଏ । ଏଣୁ ପୂଜା ପାଠ ସମୟରେ ବନ୍ଧନ ରହିତ ବସ୍ତ୍ର ର ଚୟନ କରାଯାଇଅଛି ।*
*ଯେତେ ବି ଦେବା-ଦେବୀ ଅଛନ୍ତି ସମସ୍ତେ ଅସିଆଁ ବସ୍ତ୍ର ପରିଧାନ କରିଥାନ୍ତି । ପରମ୍ପରା ଦୃଷ୍ଟିରୁ ପୁରୁଷ ଧୋତି ଏବଂ ନାରୀ ଶାଢି ପିନ୍ଧିବା ଅତି ପ୍ରାଚୀନ କାଳରୁ ଚଳି ଆସୁଛି । ତେଣୁ, ଆଧୁନିକତା ର ଚାକ-ଚକ୍ୟ ମୟ ପୋଷାକ ପରିବର୍ତ୍ତେ ପ୍ରଥାନୁକୂଳେ ଧର୍ମକର୍ମ, ପୂଜା –ପାଠ କାଳରେ ପୁରୁଷ ଧୋତି ଏବଂ ନାରୀ ଶାଢି ପିନ୍ଧିବା ଉଚିତ, ଏହା ଶାସ୍ତ୍ର ସମ୍ମତ ଅଟେ*
*। ଧାର୍ମିକ କାର୍ଯ୍ୟ କରିବା ସମୟରେ ସୂତା ଅଥବା ପଟ୍ଟ ବସ୍ତ୍ର ପରିଧାନ କରିବା ଉତ୍ତମ । ଏହା ଦ୍ଵାରା ଦେବା-ଦେବୀ ଙ୍କର ପୂର୍ଣ୍ଣ କୃପା ପ୍ରାପ୍ତି ହୋଇଥାଏ ।*
*ଜ୍ୟୋତିଷୀ ହିସାବରେ କୌଣସି ବସ୍ତ୍ରରେ ଛୁଞ୍ଚିର ପ୍ରୟୋଗ ହେଲେ ତହିଁରେ ରାହୁ ଏବଂ ଶନି ର ପ୍ରଭାବ ପଡିଯାଏ, ବୁଧ ଅଶୁଭ ହୋଇଥାଏ । ତେଣୁ ଧାର୍ମିକ ଅନୁଷ୍ଠାନରେ ସିଆଁ ବସ୍ତ୍ର ପରିତ୍ୟାଜ୍ୟ ।*
*କେବଳ ଯେ ଆମ ଧର୍ମରେ ଉପାସନା ବିଧାନରେ ଅସିଆଁ ବସ୍ତ୍ର ର ପ୍ରୟୋଗ ହୁଏ ତାହା ନୁହେଁ, ଇସ୍ଲାମ ନିୟମ ଅନୁସାରେ ଯେଉଁ ମୁସଲମାନ ହଜ୍ ଯାତ୍ରାରେ ମକ୍କା ରେ ହବାଦତ୍ କରିବା ପାଇଁ ଯାଆନ୍ତି ସେମାନେ ତାହାପୂର୍ବରୁ ବିନା ସିଲାଇ ଧଳା କନା ର ବସ୍ତ୍ର ଧାରଣ କରିଥାନ୍ତି ସେହି ବସ୍ତ୍ର ସେମାନଙ୍କ ବହୁ ମାନ୍ୟ ରଖିଥାଏ, ତାହାକୁ ‘ଏହରାମ’ କୁହାଯାଇଥାଏ ।*
*ଖ୍ରୀଷ୍ଟିୟାନ ଧର୍ମରେ ମହିଳା ମାନଙ୍କୁ ଅନ୍ତର୍ବସ୍ତ୍ର ପରିଧାନ କରି ଚର୍ଚ୍ଚ ମଧ୍ୟକୁ ପ୍ରବେଶ ମନା ଅଛି ।*
*ପ୍ରାୟତଃ, ଦେଖା ଯାଏ କି ଧର୍ମ କାର୍ଯ୍ୟ ଏବଂ ସଂସ୍କାର ଆଦିରେ ଶ୍ରଦ୍ଧାଳୁ ମାନେ ଅସିଆଁ ବସ୍ତ୍ର ବା ଧୋତି ପିନ୍ଧିବା ଅନିବାର୍ଯ୍ୟ ଥାଇ ସୁଦ୍ଧା ପାଶ୍ଚାତ୍ୟ ପ୍ରଭାବରୁ ଆଜିକାଲି ଧୋତିର ପ୍ରଚଳନ ସଙ୍କୁଚିତ ହେବାରେ ଲାଗିଛି । ସିଆଁ ବସ୍ତ୍ର ପିନ୍ଧିଥାଉ ସୁଦ୍ଧା ପଣ୍ଡିତ ମାନଙ୍କ ଦ୍ଵାରା ବିବାହ ଆଦି ସଂସ୍କାର କର୍ମ କରାଇ ଦିଆ ଯାଉଛି, ମନ୍ଦିର ପ୍ରବେଶ ବିଗ୍ରହ ସ୍ପର୍ଶ ଓ ପୂଜା-ପାଠ ଆଦି କରାଇ ଦିଆ ଯାଉଛି । ପାଶ୍ଚାତ୍ୟ ର ବେଶ ପୋଷାକ ପ୍ରତି ଆକୃଷ୍ଟ ହୋଇ ସିଆଁ ହୋଇଥିବା ବସ୍ତ୍ର ପରିଧାନ ର ଏହି ଆଧୁନିକ ରୀତିକୁ ଯେବେ ସୁଦୃଢ ବାରଣ କରାଯାଇ ପାରନ୍ତା ତେବେ ତାହା ସଂସ୍କୃତି ସୁରକ୍ଷାରେ ନିଶ୍ଚେ ସହାୟକ ସିଦ୍ଧ ହୁଅନ୍ତା।* ।
*ଧର୍ମ ଓ ପରମ୍ପରାର ପରିପାଳନ ହେତୁ ପଣ୍ଡିତ ପୁରୋହିତ ପୂଜକ ଆଦି ଧର୍ମ କର୍ମ କରାଉଥିବା ବିଜ୍ଞ ମହାଜନ ମାନେ ସେଥିପାଇଁ ସଚେତନ ରହିବା ଠିକ ମନେ ହୁଏ । ଯଜମାନ ଯେତେ ପ୍ରଭାବଶାଳୀ ହୁଅନ୍ତୁ କି ଦୁଷ୍ଟ ହୁଅନ୍ତୁ, ରାଜା ହୁଅନ୍ତୁ କି ଧନୀ-ଜ୍ଞାନୀ ହୁଅନ୍ତୁ କାହାରିକୁ ବି ସିଲାଇ ହୋଇଥିବା ବସ୍ତ୍ର ପରିଧାନ କରି ଧର୍ମକର୍ମ କରିବାର ଅନୁମତି / ସ୍ଵୀକୃତି ଦେବାର ତୃଟି ରୁ କ୍ଷାନ୍ତ ରହିବା ଉଚିତ । ଏହି ସାମାନ୍ୟ ପ୍ରତିବନ୍ଧକ ନିଶ୍ଚେ ପ୍ରଥା- ପରମ୍ପରାର ଦିବ୍ୟ ସନାତନୀ ସଂସ୍କୃତି ସୁରକ୍ଷାରେ ସହାୟକ ହେବ ।*
*ପାଶ୍ଚାତ୍ୟ ବେଶ ପୋଷାକ ପିନ୍ଧି ବୈଦିକ କର୍ମ ଅନୁଷ୍ଠାନ ଉଚିତ ନୁହେଁ । ପଣ୍ଡିତେ ଚଳେଇ ନେଲେ ସବୁ ଚଳିଯିବ କିନ୍ତୁ ଏ ଭଳି ତୃଟି ଗୁଡି କୁ ସାମାଜିକ ଅପଭ୍ରଂଶ କୁ ଆଉ ଚଳିବାକୁ ନଦେଲେ ସଂସ୍କୃତି-ପରମ୍ପରା ପକ୍ଷେ ମଙ୍ଗଳ ହେବ ।*
*ପଣ୍ଡିତେ କୁରୀତି କୁପ୍ରଥା କୁ ମନା କରିବେ କ’ଣ, ନିଜେ ତ ପାଟ ତଳେ ଅଧୂଆ ଗନ୍ଧିଆ ସିଆଁ ଚଡି କାଚ୍ଛା ପିନ୍ଧି ଅସଂକୋଚ ଭାବେ ଶିବାଳୟ, ଦେବ ମନ୍ଦିରରେ ପ୍ରବେଶ କରି ପବିତ୍ର ଶ୍ରୀବିଗ୍ରହ କୁ ସ୍ପର୍ଶ କରୁଛନ୍ତି । ପୁରୋହିତ ନିଜେ ଜାଗ୍ରତ ରହି ସମାଜକୁ ଧର୍ମ ପ୍ରତି ଜାଗ୍ରତ ରଖିବା କୁ ବେଦର ଆଦେଶ । ହେଲେ, ଆଜିର ପୁରୋହିତ ବର୍ଗ ମାର୍ଗ ଦର୍ଶନ କରାଇବେ କଣ ନିଜେ ତ ଅଜ୍ଞ ଅସଚେତନ, କେତେକ ବୋଧମାନ ବିଜ୍ଞା ମାନେ ମଧ୍ୟ ଧନ ଦକ୍ଷିଣା ଲୋଭରେ ନାନାଦି ଅନୀତି-କୁରୀତି ପ୍ରତି ଆଖି ବୁଜିଦେଇ ସବୁଟାକୁ ଚଳେଇ ନେବାର ମାନସିକତାରୁ ଧର୍ମ ଓ ଯଜମାନଙ୍କୁ କେବଳ ଭ୍ରଷ୍ଟ କରାଉଛନ୍ତି ।*
*ଦେଖାଯାଏ ପାଶ୍ଚାତ୍ୟ ସଭ୍ୟତା ଦ୍ଵାରା ଆମ ସମାଜ ଏତେ ପ୍ରଭାବିତ ଯେ ସମାଜର ଅଗ୍ରଣୀ ମାନେ ମଧ୍ୟ ପ୍ୟାଣ୍ଟ ସାର୍ଟ ପିନ୍ଧି ପୂଜା-ପାଠ ଧର୍ମ-କର୍ମ ଆଦିରେ ଭାଗ ନେଉଛନ୍ତି, ସେଥିପାଇଁ ସେମାନଙ୍କୁ ବାରଣ କରାନଯାଇ ଅନୁମିତ କରା ଯାଉଛି । ଦେବଦର୍ଶନକୁ ମନ୍ଦିର ଯିବାବେଳେ ଆଗଭଳି ଆଉ ଧୋତି-ଶାଢି ନପିନ୍ଧି ଅନେକ ଦର୍ଶନାର୍ଥୀ ପଶ୍ଚିମୀ ପୋଷାକ ପିନ୍ଧି ଚାଲିଯାଉଛନ୍ତି, ସେଥିପାଇଁ ଦେବାଳୟ ଗୁଡିକରେ ବାରଣ ନାହିଁ, ଅଲକ୍ଷ୍ୟରେ ପରିବେଶକୁ ଦୂଷିତ କରା ହେଉଛି ।*
*ସୁବିଧା ଓ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଆଜିକାଲି ପ୍ରାୟତଃ ସମସ୍ତେ ପାଶ୍ଚାତ୍ୟ ପୋଷାକ ପରିଧାନ କରୁଛନ୍ତି । କେବଳ ଯାହା ପୂଜା ଆଦି ଧାର୍ମିକ କର୍ମରେ ପୁରୋହିତ – ବ୍ରାହ୍ମଣ ଆଦି କେତେକ ଧୋତି ପିନ୍ଧୁଛନ୍ତ ।*
*ଆଉ, ଯଜମାନ ପ୍ୟାଣ୍ଟ ସାର୍ଟ ନହେଲେ ଅତି ବେଶୀରେ ପା-ଜାମା ପିନ୍ଧିବାରେ ଚଳି ଯାଉଛି, ନିର୍ବିରୋଧ ବିବାହ ଆଦି ସଂସ୍କାର କର୍ମ ମଧ୍ୟ ହେଇ ଯାଉଛି ।*
*ଧୋତି କୁ ଧର୍ମ କର୍ମ ରେ ପବିତ୍ର ସ୍ଵୀକାର କରାଯାଇଛି । ଧୋତି ପିନ୍ଧିବାର ଅନିବାର୍ଯ୍ୟତା ପଛରେ କିଛି ବୈଜ୍ଞାନିକ ଯୁକ୍ତି ସଙ୍ଗତ ମହତ୍ତ୍ଵ ମଧ୍ୟ ରହିଛି ।*
*ଧର୍ମାନୁଷ୍ଠାନ, ପୂଜାର୍ଚ୍ଚନା କାଳରେ ବାରମ୍ବାର ବସ-ଉଠୁ ଏଣେ-ତେଣେ ଯିବାକୁ ପଡୁଥିବାରୁ ଏବଂ ବିଶେଷ ଢଙ୍ଗରେ ବହୁ ସମୟ ପର୍ଯ୍ୟନ୍ତ ବସିବାକୁ ପଡୁଥିବାରୁ ସେହି ଦଶାରେ ଧୋତି ଛଡା ଅନ୍ୟ କୌଣସି ପରିଧାନ ଅନୁକୂଳ ହୋଇ ନଥାଏ ।*
*ଶରୀର ର ରୋମ-ଛିଦ୍ର ରେ ଆମକୁ ଶୁଦ୍ଧ ପ୍ରାଣ-ବାୟୁ ମିଳିଥାଏ । ଦେହ ଚିପା ବସ୍ତ୍ର ପିନ୍ଧିଲେ ସେଥିରେ ବାଧା ଆସିଥାଏ ଆଉ ମଧ୍ୟ ରକ୍ତ ପ୍ରବାହରେ ତାହା ପ୍ରଭାବ ପକାଇ ଥାଏ । ଖୋଲା-ମେଲା ବସ୍ତ୍ର ପରିଧାନରେ ଆମକୁ ସହଜରେ ହବନ ର ଭୂତାଣୁ ନାଶକ ଧୂମ ଓ ଉଷ୍ମାର ଉପକାର ମିଳିଥାଏ । ଏଥିପାଇଁ ସୁବିଧା ଓ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଧୋତି ପିନ୍ଧିବା ଲାଭ ଦାୟକ ।*
*ଶାସ୍ତ୍ର ସମ୍ମତ ଶୁଦ୍ଧ ବେଶ ନହେବାର କାରଣ ଜନତା ରେ ଜ୍ଞାନ ର ଅଭାବ ଏବଂ ସେମାନେ ଜାଣନ୍ତି ନାହିଁ ଯେ ଧୋତି ପିନ୍ଧିବା କାହିଁକି ଅନିବାର୍ଯ୍ୟ ଏବଂ ସେଥିରୁ କି ଲାଭ ମିଳିଥାଏ ଅଜ୍ଞାନବଶ ଅଧିକ ବ୍ୟକ୍ତି ବର୍ତ୍ତମାନ ସିଆଁ ବସ୍ତ୍ର ପରିଧାନ କୁ ପିନ୍ଧୁଛନ୍ତି । ଯଜମାନ ଓ ଭକ୍ତ ମାଙ୍କର ପରିଧାନ ସିଆଁ ହୋଇ ଥିବାରୁ ଏବଂ ଅନେକ ଭାବେ ତାହା ମାରା ହୋଇ ଯାଉଥିବାରୁ ଦେହ ଓ ମନ ଅଶୁଦ୍ଧ ରହି ଆଦେଶିତ ଫଳ ମିଳୁନାହିଁ; ଆସ୍ଥା ଦୁର୍ବଳ ହେଉଛି ।*
*ଧୋତି-ଶାଢି ପିନ୍ଧିଲେ ଶରୀର ଟି ସୁନ୍ଦର ଦିଶେ, ମନରେ ପ୍ରଫୁଲ୍ଲତା ଓ ଧାର୍ମିକ ଭାବନା ଜାଗ୍ରତ ରହେ । ଆମେ ଆପଣାର ମାନସିକତାରୁ ପ୍ୟାଣ୍ଟ-ସାର୍ଟ ପରିଧାନ କରୁଛୁ ସିନା, ହେଲେ ଧୋତି ଶାଢି ପିନ୍ଧିବା ଶାଳୀନତା ଓ ଶୁଦ୍ଧତାର ପ୍ରତୀକ ।*
*ଶୁଦ୍ଧ ବସ୍ତ୍ର ଏବଂ ବିଧି ସମ୍ମତ ବେଶ ଧାରଣ କରି ଉପାସନା କଲେ ଆରାଧ୍ୟଙ୍କର ପ୍ରୀତି ଲାଭ ହୋଇଥାଏ ।*
*--ଜୟ ଜଗନ୍ନାଥ—*✨✨✨✨✨