ଭୁବନେଶ୍ବରୀ ଦେବୀଙ୍କ ଶରୀରର କାନ୍ତି ଉଦିତ ସୂର୍ଯ୍ୟଙ୍କ ପରି ସୁନ୍ଦର। ଦେବୀଙ୍କ କପାଳରେ ଅର୍ଦ୍ଧଚନ୍ଦ୍ର, ମସ୍ତକରେ ମୁକୁଟ, ଦୁଇବକ୍ଷୋଜ ଉଚ୍ଚ, ତ୍ରିନେତ୍ର ଓ ସବୁବେଳେ ହସହସ ମୁହଁ, ଚାରିହାତରେ ବର, ଅଙ୍କୁଶ, ପାଶ ଓ ଅଭୟ ମୁଦ୍ରାରେ ବିଦ୍ୟମାନ। ଦେବୀ ଭାଗବତରେ ବର୍ଣ୍ଣନା କରାଯାଇଛି ମୂଳ ପ୍ରକୃତି ଯୋଗମାୟା, ଚିନ୍ମୟୀ ଭୁବନେଶ୍ୱରୀଙ୍କଠାରୁ ଜଗତର ଉତ୍ପତ୍ତି କାଳରେ ପ୍ରାଣର ଅଧିଷ୍ଠାତ୍ରୀ ଦେବୀ ରାଧା ଓ ବୁଦ୍ଧିର ଅଧିଷ୍ଠାତ୍ରୀ ଦେବୀ ଦୁର୍ଗା ଆବିର୍ଭୂତା ହୋଇଥିଲେ। ମା’ ଭୁବନେଶ୍ୱରୀଙ୍କ ଧାମକୁ #ମଣିଦ୍ୱୀପ କୁହାଯାଏ। ସେଠାରେ ‘ #ଚିନ୍ତାମଣି ’ ନିବାସରେ ମାଆ ଅବସ୍ଥାନ କରନ୍ତି।
ମା’ଙ୍କର ଏକାକ୍ଷରୀ ବୀଜ #ହ୍ରୀଂ।
ପୁଷ୍ଟି, ପ୍ରଜ୍ଞା, ସିନୀ, ଅମ୍ବିକା, ଆହ୍ଲାଦିନୀ ଆଦି ବତ୍ରିଂଶ ପାର୍ଶ୍ୱ ଦେବୀ ଅଛନ୍ତି। ଏମାନେ ଆଦେଶ ପାଇବା ମାତ୍ରେ ସୃଷ୍ଟିକୁ ସଂହାର କରନ୍ତି। ଭୁବନେଶ୍ୱରୀଙ୍କର ଅସଂଖ୍ୟ ଦାସଦାସୀ ସହିତ ଷୋଡଶ ଶକ୍ତି, ଅଷ୍ଟବସୁ, ଏକାଦଶ ରୁଦ୍ର ଓ ଦ୍ୱାଦଶ ଆଦିତ୍ୟ ଅଛନ୍ତି।
ସମସ୍ତ #ଶାକ୍ତତନ୍ତ୍ରରେ ଏକାକ୍ଷରୀ ଭୁବନେଶ୍ୱରୀଙ୍କୁ ଦେବୀପ୍ରଣବ,ଶକ୍ତିବୀଜ,ସର୍ବମନ୍ତ୍ରର ହୃଦୟରୂପିଣୀ ହୃଲ୍ଲେଖା ନାମରେ ସ୍ତୁତି କରାଯାଇଛି ।ସେହି ଦେବୀ ଭାଗବତରେ ମାତା ଭୁବନେଶ୍ୱରୀଙ୍କୁ ପ୍ରଣବ ରୂପିଣୀ ବ୍ରହ୍ମ ରୂପେ ସ୍ତୁତି କରାଯାଇଛି। ସ୍ୱୟଂ ବିଷ୍ଣୁ ସୃଷ୍ଟିର ଆରମ୍ଭରେ ରାତ୍ରୀଦେବୀ ଭୁବନେଶ୍ୱରୀଙ୍କୁ ପୂଜା କରିଥିବାରୁ ତାଙ୍କୁ ପରମ ବୈଷ୍ଣବୀ ମଧ୍ୟ କୁହାଯାଏ।ଜ୍ଞାନୀମାନଙ୍କର ହୃଦୟରେ ଅବସ୍ଥାନ କରୁଥିବାରୁ ଦେବୀ ଭୁବନେଶ୍ୱରୀଙ୍କ ଅନ୍ୟ ନାମ ହୃଲ୍ଲେଖା । #ହ୍ରୀଂ
ମା' ଅନ୍ନପୂର୍ଣ୍ଣା ମଧ୍ୟ ଭୁବନେଶ୍ୱରୀ ମନ୍ତ୍ରବୀଜଦ୍ୱାରା ପୂଜିତା । ଓଡ଼ିଶାରେ ପୁରୁଷୋତ୍ତମ ଧାମରେ ବିମଳାଙ୍କ ପୀଠରେ ଅନ୍ନପୂର୍ଣ୍ଣା ରୂପରେ, ରତ୍ନ ସିଂହାସନରେ ଦେବୀ ସୁଭଦ୍ରାଙ୍କ ପୂଜାରେ ଯୋଗମାୟା ରୂପରେ,କଟକର କଟକଚଣ୍ଡୀ ପୀଠରେ ରାଷ୍ଟ୍ରଦେବୀ ରୂପରେ ଓ ଭୁବନେଶ୍ୱରସ୍ଥ #ଗୋପାଳିନୀଙ୍କ ପୂଜାରେ #ଶମ୍ଭୁବନିତା ରୂପରେ ବହୁ ପ୍ରାଚୀନ କାଳରୁ ଭୁବନେଶ୍ୱରୀଙ୍କ ମନ୍ତ୍ର ଓ ପୂଜା ପଦ୍ଧତି ଅନୁସରଣ କରାଯାଏ।
ଶ୍ରୀମନ୍ଦିର ଭିତରେ ମଧ୍ୟ ନୀଳମାଧବଙ୍କ ମନ୍ଦିର ନିକଟରେ ଚତୁର୍ଭୁଜା ଭୁବନେଶ୍ୱରୀଙ୍କ ମନ୍ଦିର ଅଛି। ଶାରଦୀୟ ଓ ବାସନ୍ତିକ ପୂଜା ବେଳେ ସେଠାରେ ବିଶେଷ ନୀତି ଅନୁଷ୍ଠିତ ହୁଏ।
ଓଡ଼ିଶାର ବ୍ରାହ୍ମଣମାନେ ଦଶ ମହାବିଦ୍ୟା ଅନ୍ତର୍ଭୁକ୍ତ ଚତୁର୍ଥ ମହାବିଦ୍ୟା ଭୁବନେଶ୍ୱରୀଙ୍କୁ କୁଳଦେବୀ ବା ଇଷ୍ଟଦେବୀ ରୂପେ ପୂଜା କରନ୍ତି।
ଭୁବନେଶ୍ୱରରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଦେବୀ ପୂଜା ପାଉଛନ୍ତି #ଗୋପାଳିନୀ ବା #ଭୁବନେଶ୍ୱରୀ ରୂପରେ।
ମୂଳାଷ୍ଟମୀଠାରୁ ଆଶ୍ୱିନ ଶୁକ୍ଳ ନବମୀ ପର୍ଯ୍ୟନ୍ତ ସେଠାରେ ପୂଜା ଅନୁଷ୍ଠିତ ହୋଇଥାଏ। ଏହାବ୍ୟତୀତ ଭୁବନେଶ୍ୱର ମହାନଗରୀରେ ଅନେକ ସ୍ଥାନରେ ଭୁବନେଶ୍ୱରୀ ମନ୍ଦିର ଓ ଉପାସନାର ପରମ୍ପରା ପ୍ରଚଳିତ।
ଭୁବନେଶ୍ୱରୀଙ୍କ ସହ ତ୍ର୍ୟମ୍ବକ/ ଭୁବନେଶ୍ୱର ରୂପୀ ଶିବଙ୍କ ପୂଜା କରାହୁଏ।
ଶ୍ରୀଜଗନ୍ନାଥଙ୍କୁ ଭୁବନେଶ୍ୱରୀଙ୍କ ବୈଷ୍ଣବ ଶକ୍ତିର ପରମ ପୁରୁଷ ରୂପେ ଗ୍ରହଣ କରାଯାଏ ଓ
ମା ବିମଳା ଭୁବନେଶ୍ୱରୀ ତତ୍ତ୍ୱର ସାଦୃଶ୍ୟ ଯୋଗୁଁ ଦେବୀଙ୍କୁ ଓଡ଼ିଶାର ରାଷ୍ଟ୍ରଦେବୀ ମାନ୍ୟତା ଦିଆଯାଏ।
#ଶ୍ରୀଭୁବନେଶ୍ୱରୀଧ୍ୟାନ :-
#ଉଦ୍ୟଦିନଦ୍ୟୁତିମିନ୍ଦୁକିରୀଟାଂ ତୁଙ୍ଗକୁଚାଂ ନୟନତ୍ରୟଯୁକ୍ତାମ୍ ।
ସ୍ମେରମୁଖୀଂ ବରଦାଙ୍କୁଶପାଶାଭୀତିକରାଂ ପ୍ରଭଜେ ଭୁବନେଶ୍ୱରୀମ୍ ॥
#ସିନ୍ଦୂରାରୁଣବିଗ୍ରହାଂ ତ୍ରିନୟନାଂ ମାଣିକ୍ୟମୌଳିସ୍ଫୁରତ୍
ତାରାନାୟକଶେଖରାଂ ସ୍ମିତମୁଖୀମାପୀନବକ୍ଷୋରୁହାମ୍ ।
ପାଣିଭ୍ୟାମଳିପୂର୍ଣରତ୍ନଚଷକଂ ରକ୍ତୋତ୍ପଳଂ ବିଭ୍ରତୀଂ
ସୌମ୍ୟାଂ ରତ୍ନଘଟସ୍ଥରକ୍ତଚରଣାଂ ବନ୍ଦେ ପରାମମ୍ବିକାମ୍ ॥
#ମନ୍ତ୍ର:-
1.।।ହ୍ରୀଂ।।
2.।।ଆଂ ହ୍ରୀଂ କ୍ରୌଂ।।
3.।।ହ୍ରୀଂ ଭୁବନେଶ୍ବର୍ୟୈ ନମଃ।।
4.।।ଶ୍ରୀଂ ହ୍ରୀଂ ଭୁବନେଶ୍ୱର୍ୟୈ ନମଃ।।
5. ।।ଓଁ ହ୍ରୀଂ ଶ୍ରୀଂ କ୍ଲୀଂ ଭୁବନେଶ୍ବର୍ୟୈ ନମଃ।।
6.।।ଐଂ ହ୍ରୀଂ ଶ୍ରୀଂ।।
7.।।ଐଂ ହ୍ରୀଂ ଐଂ।।
8.।।ହ୍ରୀଂ ଭୁବନେଶ୍ବର୍ୟୈ ବିଦ୍ମହେ ଆଦ୍ୟାୟୈ ଧୀମହି ତନ୍ନୋ ଦେବୀ ପ୍ରଚୋଦୟାତ୍।।
9.।।ଓଁ ନାରାୟଣ୍ୟୈ ବିଦ୍ମହେ ଭୁବନେଶ୍ୱର୍ୟୈ ଧୀମହି ତନ୍ନୋ ଦେବୀ ପ୍ରଚୋଦୟାତ୍।।
🙏🙏🙏🙏🙏🙏🌹
