🔆🔆 ଗୁରୁ ☀️☀️
ଗୁରୁ କିଏ ?
ଆତ୍ମା ହେଉଛନ୍ତି ଗୁରୁ
ଆତ୍ମ ଜ୍ଞାନ ବଳରେ କଲ୍ୟାଣ ପ୍ରାପ୍ତ ହୁଏ ।
☀️୨୪ ଗୁରୁ ☀️
୧_ ପୃଥିବୀ
ଶିକ୍ଷା _କ୍ଷମା _ ପର ଉପକାର
୨_ ଜଳ _ ସ୍ବଚ୍ଛତା ଓ ମଧୁରତା ଦ୍ଵାରା ଆତ୍ମା ର ଶୁଦ୍ଧି ଏବଂ ସୁଖ ପ୍ରାପ୍ତି
୩_ ଅଗ୍ନି _ ଭଲ ମନ୍ଦ ବିଚାର ନ କରି ଭୋଜନ କରିବା, ଭବିଷ୍ୟତ ପାଇଁ ସଂଚୟ ନାହିଁ
୪_ ବାୟୁ _ କୌଣସି ପଦାର୍ଥ ରେ ଆସକ୍ତି ନ ହୋଇ ମୁକ୍ତ ରହିବା
୫_ ଆକାଶ _ ନିର୍ଲିପ୍ତ ଅର୍ଥାତ୍ ପଦ୍ମ ପତ୍ର ରେ ଜଳ, ହେଉଥିବ ଢଲ୍ ଢଲ
୬_ ଚନ୍ଦ୍ରମା _ ପରିପୂର୍ଣ ଗୁଣ
୭_ ସୂର୍ଯ୍ୟ _ ସୂର୍ଯ୍ୟ ରଶ୍ମି ଦ୍ଵାରା ଯେପରି ଜଳ ଗ୍ରହଣ ଆଉ ସମୟ ଅନୁସାରେ ଜଳ କୁ ତ୍ୟାଗ ସେହିପରି ଇନ୍ଦ୍ରିୟ ମାନଙ୍କ ଦ୍ଵାରା ବିବିଧ ବସ୍ତୁ ର ଗ୍ରହଣ, ଦରକାର ବେଳେ ବସ୍ତୁ ମାନଙ୍କୁ ତ୍ୟାଗ
୮_ ସ୍ନେହ _ ଜୀବ ମାନଙ୍କ ଜନ୍ମ ଆଉ ମୃତ୍ୟୁ ଏକ ମାତ୍ର କାରଣ ସ୍ନେହ, ସ୍ନେହ ତ୍ୟାଗ ଫଲମ୍ ମୁକ୍ତି
୯_ ଅଜଗର ସାପ _ ଯାହା ମିଳେ ତାକୁ ଖୁସି ହେବା ଏବଂ ଗୋଟାଏ ଜାଗାରେ ପଡ଼ି ରହିବା _ ସ୍ଥିରତା
୧୦_ ସମୁଦ୍ର _ ସମସ୍ତଙ୍କୁ ଧାରଣ କରିଛି ସମତା ଦୃଷ୍ଟି ତେଣୁ ସମସ୍ତଙ୍କୁ ସମାନ ଭାବରେ ଦେଖିବା ।
୧୧_ ପତଙ୍ଗ _ ନିଆଁ କୁ ଉଜ୍ବଳ ଓ ସୁନ୍ଦର ଦେଖି ନିଆଁ ରେ ପଡ଼ିବା ଅର୍ଥାତ୍ ମାୟା ମୋହିନୀ ନାରୀ ର ସୁନ୍ଦର ରୂପ କୁ ଦେଖି ଯେପରି ସବୁ ଭୁଲି ଯାଇ ମାୟା ପଛରେ ଧାଇଁ ଥାଏ ସେହିପରି ମନକୁ ଆତ୍ମା ରେ ଲୀନ କରିଦେବା ।
୧୨_ ଭ୍ରମର _ ଫୁଲ ରୁ ମହୁ ସଂଗ୍ରହ/ ଚାରିଆଡ଼େ ବୁଲି ବୁଲି ସଂଗ୍ରହ କରେ କାରଣ ପେଟ ପୋଷିବା ପାଇଁ ସେହିପରି ବୁଲି ବୁଲି ଭିକ୍ଷା କରି ପେଟ ପୋଷିବା କଥା
୧୪_ ମହୁ ମାଛି _ ମହୁ ସଂଗ୍ରହ କରି ମହୁ ଫେଣା କରେ ମାତ୍ର ଶିକାରୀ ମହୁଫେଣା କୁ ଛଡେଇ ନିଏ ଅର୍ଥାତ ମହୁମାଛି ବହୁତ ପରିଶ୍ରମ କରି ଫୁଲ ରୁ ମହୁ ସଂଗ୍ରହ କରି ସଞ୍ଚୟ କରେ ହେଲେ ଭୋଗ କରି ପାରେ ନାହିଁ ସେହିପରି
ଆମେ ସଂସାରୀ ଲୋକ ଅନେକ ପଦାର୍ଥ ସଞ୍ଚି ଏକାଠି କରି ସୁନ୍ଦର ଘର ଟିଏ ତିଆରି ସୁଖରେ ରହିବା ଚିନ୍ତା ଥାଏ ମାତ୍ର ଯ ମ କେତେବେଳେ ଆସି ଆତ୍ମା କୁ ଧରି ନେଇ ଯାଏ ଆମେ ଜାଣିପାରେ ନାହିଁ
ଦୁଃଖେ ଅର୍ଜିତ ଯେତେ ଧନ
ସେ ନୁହେଁ ସୁଖେ ପ୍ରୟୋଜନ
ଧନ ସଂଗ୍ରହ କରିବାରେ ବ୍ୟସ୍ତ ମାତ୍ର ଭୋଗ ନାହିଁ ।
ଅତ୍ୟଧିକ ସଂଗ୍ରହ ନ କରିବା
୧୪_ ହସ୍ତୀ _ ସ୍ତ୍ରୀ ସଙ୍ଗ ତ୍ୟାଗ
୧୫_ ହରିଣ _ ସଙ୍ଗୀତ ପ୍ରିୟ ହେଲେ ବିଷୟ ବନ୍ଧନ ହୁଏ ତେଣୁ ଶ୍ରବଣ ଇନ୍ଦ୍ରିୟ ଲାଳସା ତ୍ୟାଗ
୧୬_ ମାଛ _ ଆହାର ଲୋଭ ରେ ମାଛ ଧରା ପଡ଼େ ତେଣୁ ଆହାର ପାଇଁ ଭୋଗ ର ତ୍ୟାଗ
୧୭_ ବେଶ୍ୟା _ ଗ୍ରାହକ ନ ଆସିବାରୁ ମନରେ ଧିକାର ଜାତ ହୋଇ ଆଶା ରୂପକ କଠିନ ବନ୍ଧନ ତ୍ୟାଗ
୧୮_ କୁରର _ ପକ୍ଷୀ ଠାରୁ ସମ୍ପୂର୍ଣ ଭୋଗ ବିଳାସ ର ତ୍ୟାଗ
୧୯_ ଶିଶୁ _ ଭୋଜନ ପରେ ଚିନ୍ତା ନାହିଁ
୨୦_ ବ୍ରାହ୍ମଣ କୁମାରୀ _
ଯହୁଁ ଅନେକ ସଙ୍ଗ ମିଳି
ଅବଶ୍ୟ ଉପୂଜାଇ କଲି
ତେଣୁ କୁମାରୀ ଅନୁରୋ ଧେ
ଗୁରୁ ବଚନ ଶିକ୍ଷା ଭାଗେ
ଏକାନ୍ତେ ଭ୍ରମୁ ଥାଇ ମୁହିଁ
କେବେହେଁ ସଙ୍ଗ ନ କରଇ ।
୨୧_ ସାପ _ ନିଜର ଘର୍ ନାହିଁ କି ଘର ତିଆରି କରି ପାରେ ନାହିଁ, ମଠ ମନ୍ଦିର ଯୁଆଡେ ସିଆଡେ ରହିବା ଗୁଣ
୨୨_ କମାର _ ଏକା ଗ୍ରତା ଶିକ୍ଷା
୨୩_ ବୁଢିଆଣୀ _ ନିଜ ଜାଲ ରେ ନିଜେ ଛନ୍ଦି ହେବା
ମାୟା ଜାଲ ର ବନ୍ଧନ ତ୍ୟାଗ
୨୪_ କୁମ୍ଭାରୀୟା ପୋକ _ ଏହି ପୋକ ଅନ୍ୟ କୀଟ କୁ ଆଣି ନିଜ ପେଟ ତଳେ ରଖି ଶବ୍ଦ କରେ ସେହି ଶବ୍ଦ କୁ ପୋକ ଶୁଣି ନିଜେ କୁମ୍ଭରୀୟା ପୋକ ପାଲଟି ଯାଏ
ଅସଲ କୁମ୍ଭାରୀୟ। ପୋକ ନିଜର ସମସ୍ତ ମୋହ କୁ ତ୍ୟାଗ କରି ଉଡିଯାଏ
ସେହିପରି ଏହି ଶରୀର ରେ ଆତ୍ମା ର ଧ୍ୟାନ କରି ଆତ୍ମ ରୂପ ହୋଇ ଚାଲି ଯାଏ, ଶରୀର ଉପରେ ମୋହ ରହେ ନାହିଁ ଏଇ ଗୁଣ ଶିକ୍ଷା
ଉପରୋକ୍ତ ବିଷୟ ରୁ ଆମେ କଣ ଶିଖିଲେ ?
ନିଜ ଜ୍ଞାନ ଦ୍ଵାରା ଅନ୍ୟ ମାନଙ୍କର "ଗୁଣ" ବୁଝି ପାରି ଯାହା ଉପଯୁକ୍ତ ମନେ କରିବା ତାକୁ ଗ୍ରହଣ କରିବା
ଆତ୍ମା ର ଗୁରୁ ମୁଁ ଆପଣେ
ତେଣୁ ଧର ଇ ତାକୁ ମନେ।
ଆଜିକାଲି ସଂସାରରେ ଗୁରୁ ମିଳିବା କଷ୍ଟ ତେଣୁ ଉପରୋକ୍ତ ଜ୍ଞାନ ଦ୍ଵାରା ଆମେ ସିଦ୍ଧି ପ୍ରାପ୍ତ କରି ପାରିବା ।
କ୍ରମଶଃ:----
ପଣ୍ଡିତ ଶ୍ରୀ ସଂଜୀବ କୁମାର ପଣ୍ଡା
ଜିଲ୍ଲା ବୌଦ୍ଧ ଓଡ଼ିଶା