ଭାବ ଏକ ଚିନ୍ତନର Bhaba Eka Chintanara

ABOUT INTEX
0
💐ଭାବ ଏକ ଚିନ୍ତନର💐
       ●●●●●●●●●●
ଗୀତା ଏକ କବିତା ନୁହେଁ ,ଗପ ମଧ୍ୟ ନୁହେଁ । ଗୀତା ଏକ ପୌରାଣିକ କାହାଣୀ ନୁହେଁ ,ଯୁଦ୍ଧର ବାର୍ତ୍ତା ମଧ୍ୟ ନୁହେଁ। ଗୀତା, ଶ୍ରୀ କୃଷ୍ଣ ଓ ଅର୍ଜୁନଙ୍କ ମଧ୍ୟରେ ଏକ ବାର୍ତ୍ତାଲପ ରେ ସୀମିତ ନୁହେଁ।
ଗୀ ତା ଏକ ଜୀବନ ଦର୍ଶନ। ପ୍ରତ୍ୟେକ ବ୍ୟକ୍ତିର। 
ସଂସାର ଯଦି ଏକ ଦିବ୍ୟ ପଥ ହୁଏ । ସେହି ପଥର ପଥିକ ଟି ମନ୍ୟୁଷ ,ହଁ...., ମୁଁ , ଆପଣ ମାନେ ,ଆମେ ସମସ୍ତେ । ଆମେ ହେଉଛେ ଅନ୍ଧ। ଅନ୍ଧ କହୁଥିବା ଶୁଣି , ଆପଣ ମାନେ ମୋ ଉପରେ ରାଗୁ ଥିବେ। ଏହା ସ୍ଵଭାବିକ ମନ ସ୍ଥିତି।
ଟିକିଏ ଭାବନ୍ତୁତ ....କିଏ ପୁତ୍ରାନ୍ଧ ,କିଏ ଧର୍ମାନ୍ଧ, କିଏ କିଏ ପ୍ରେମାନ୍ଧ,
କିଏ ଧନାନ୍ଧ । କିଏ କ୍ଷମତାନ୍ଧ ,। ଏମିତି ଦେଖିଲେ ସମସ୍ତେ ସଂସାର ର ଇନ୍ଦ୍ରିୟ ସୁଖ ଅବା ଦୁଃଖ ରେ ଅନ୍ଧ। ଟିକିଏ ଭାବନ୍ତୁନା ଇଏ ସବୁ ଅନ୍ଧମାନେ ସଂସାରର ଦିବ୍ୟ ପଥରେ କେମିତି ଚାଲିବେ? ଝୁଣ୍ଟିବା ହିଁ କେବଳ ସାର। ଆମେ କହୁନୁ , ଜ୍ଞାନୀ ଗୁଣୀ ମାନେ କେବଳ ବୁଝାଇ ବାକୁ କେତେ କେତେ କଥା କହିଛନ୍ତି।
ଅନ୍ଧ ଟିଏ ଯେତେବେଳେ ବାଟ ଚାଲେ ସିଏ ବାଡ଼ି ଟିଏ ଧରିଥାଏ। ସେହି ବାଡିଟି ତାହାର ସାହାରା। ଅନ୍ଧ ଟିଏ ଚାଲୁଥିଲେ କିଏ କେତେ ଟାହି ଟାପରା କରେ। ଅନ୍ଧ ଟି କ'ଣ ସେ ସବୁ କଥା ଶୁଣେ। ନାହିଁ ନା ! କାହିଁକି? ବାଡିଟି ତାର ଚାଲିବାର ଆଶା ବାଡ଼ି। ବିଶ୍ୱାସର ବାଡି।
ଠିକ ସେମିତି ଶ୍ରୀମଦ୍ଭଗବତ ଗୀତା କୃଷ୍ଣ ଅର୍ଜୁନଙ୍କୁ ଏହି ଜୀବନ ଦର୍ଶନ କଥା କହିଛନ୍ତି।
ପ୍ରତ୍ୟେକ ସମୟରେ ପ୍ରତ୍ୟେକ ମନ୍ୟୁଷ ଦ୍ୱନ୍ଦାତ୍ମିକ ସ୍ଥିତି ର ସମୁଖୀନ ହୁଏ। ଆବେଗର ବହି ଯାଏ। ସେ ସୁଖର ହେଉ ଅବା ଦୁଃଖ ର। ସେହି ଅବସ୍ଥା ରୁ ମୁକୁଳି ବାର ଉପାୟ ତା ମନର ସତ୍ ବିଚାର। ସତ୍ ବିଚାର ର ଏକହିଁ ଦାତା ହିଁ ଶ୍ରୀମଦ୍ଭଗବଦ୍ ଗୀତା।
ଗୀତା ର ଦର୍ଶନ ମାତ୍ର କେ ନେତ୍ର ଖୋଲି ଯାଏ। ସ୍ଥିରତା ପୁର୍ଣ୍ଣ ପଠନରେ ତାର ହୃଦୟ ର ଦ୍ୱାର ଖୋଲିଯାଏ। ଜୀବନର ଏହି ଦିବ୍ୟ ଭବ୍ୟ ପଥରେ ଚାଲିବାର ଆଶା ବାଡ଼ି ଟି ପାଇଯାଏ। ଏହି ଯାତ୍ରାର ସେ ସଫଳ ଯାତ୍ରୀ ହୋଇଯାଏ। ଜୀବନର ଏହି ମାରାଥନ ଦୌଡ଼ରେ ସେ ଚମ୍ପିୟାନ ହୋଇ ଉଠେ।
ଶ୍ରୀମଦ୍ଭଗବତ ଗୀତା ଙ୍କ ବାଣୀର ଦର୍ଶନ ଓ ପଠନ ଜୀବନ ଯାତ୍ରାର ଏକ ନିର୍ଭର ଯୋଗ୍ୟ ଆଶା ,ଅସ୍ଥା ଓ ବିଶ୍ୱାସର ବାଡି।
                  💐ଜୟ ଜଗନ୍ନାଥ💐
ବିନୀତ,
ଡ଼. ସୁବାଷ ଚନ୍ଦ୍ର ଦାଶ।
29/7/24

एक टिप्पणी भेजें

0 टिप्पणियाँ

एक टिप्पणी भेजें (0)
6/related/default