ମା..? ,ବାପା..? ,ପତି..?, ପତ୍ନୀ...? ପୁତ୍ର...? , ପୁତ୍ରୀ....? ,ଭାଇ....?
ଭଗ୍ନୀ.......?, ବନ୍ଧୁ...... ? , ନା ସମ୍ପର୍କୀୟ....?
*ଉତ୍ତର* : କେହି ନୁହଁନ୍ତି ଉପରୋକ୍ତ ସମ୍ପର୍କ ମଧ୍ୟରୁ !!
*ତାହାଲେ କିଏ*? ଏହା ଏକ *ଆତ୍ମୀକ ପ୍ରଶ୍ନବାଚୀ* ?
*ଶ୍ରୀ ଶ୍ରୀ ରବିଶଙ୍କର ଜୀ* ମହାନୁଭବଙ୍କ ମତରେ, *ଆମ ନିଜ ଶରୀର ଆମର ପରମ ବନ୍ଧୁ* ! ଯିଏ ଜନ୍ମରୁ ମୃତ୍ୟୁ ଯାଏ ଆମ ସହିତ ଚାଲିଥାଏ। ପରମମିତ୍ର ସଦୃଶ ଆମ ପାଖେ ପାଖେ ଥାଏ। ଯଦି ଥରେ ନିଜର ଶରୀର ଜବାବ ଦେବା ବନ୍ଦ କରିଦିଏ, ଉପରୋକ୍ତ ସମ୍ପର୍କୀୟ ମାନେ କେହି କିଛି ସାହାଯ୍ୟ କରି ପାରନ୍ତି ନାହିଁ --- ଏଣୁ ଜୀବନସାଥି ରୂପକ ନିଜ *ଶରୀରର* ଧ୍ୟାନ ରଖିବା ନିହାତି ଜରୁରୀ।
ଉତ୍ତମ ସାତ୍ତ୍ଵିକ ଆହାର, ଯଥାସାଧ୍ୟ ଆରାମ, ଧ୍ୟାନ, ଭଗବତ୍ ଚିନ୍ତନ, ବ୍ୟାୟାମ, ପ୍ରଭୃତି ଠିକ୍ ସମୟରେ କରି ଶରୀରକୁ ସତେଜ ଓ ନିରୋଗୀ ରଖିବା ନିହାତି ଆବଶ୍ୟକ। ଏଣୁ କଥାରେ ଅଛି, *ସ୍ୱାସ୍ଥ୍ୟ ହିଁ ସମ୍ପଦ*। ଶରୀର ସହିତ ଯେମିତି ବ୍ୟବହାର କରିବା, ପରିଣାମ ଠିକ୍ ସେହିପରି ମିଳିବ । ନିଜର ସାଥି, *ଶରୀର* ପାଇଁ ଯେତେ ଯତ୍ନବାନ ହେବା।, ତୁମର ସାଥି ତୁମ ପ୍ରତି ସେତିକି ଯତ୍ନବାନ ହେବ। ଏଥିରେ ଅଣୁ ମାତ୍ରେ ସନ୍ଦେହର ଅବକାଶ ନାହିଁ। ଶରୀରକୁ ସୁସ୍ଥ ରଖିବାକୁ କ'ଣ ଆହାର କରୁଛେ, କେତେ ସମୟ ଆରାମ ଦେଉଛେ, ସେହିଭଲି ତୁମ ସାଥୀ ଶରୀର ତୁମକୁ ଜବାବ ଦେବ ! ମନେ ରଖିବାକୁ ହେବ, ତୁମର ସ୍ଥାୟୀ ଠିକଣା ହିଁ ତୁମ ଶରୀର ଯହିଁରେ ତୁମେ ବାସ କର। *ଜଣେ ଚତୁର ଅଭିଲେଖକ ଭାବେ ଏହାର ମୂଲ୍ୟାଙ୍କନର ଗୁରୁ ଦାୟୀତ୍ୱ ନିଜ ଉପରେ* ! କାରଣ ଶରୀର ତୁମର ପ୍ରକୃତ ଜୀବନ ସାଥି ! "ସୁସ୍ଥ ରହୋ ..ମସ୍ତ ରହୋ...!!" ।
ଜୀବନର ମୂଳମନ୍ତ୍ର ସଭିଁଙ୍କ ପାଇଁ ହେଉ !
ଧ୍ୟାନ ରଖିବା - ଜୀବନ ସମୀକ୍ଷାର ଅନ୍ତିମ ପାବଚ୍ଛରେ ପହଞ୍ଚି, ପ୍ରକୃତ ଜୀବନ ସାଥିର ସଂଜ୍ଞା ନିରୂପଣ କରିବାରେ ଯଦି କିଞ୍ଚିତ ସଫଳ ହୋଇଥାଉ, ତାହା ହେଲେ ନିଜକୁ ଗୌଟରାବାନ୍ୱିତ ମଣିବା!
*କିଛି ତଥ୍ୟ*
୧. ପ୍ରାଣାୟାମ = ଫୁସଫୁସ ପାଇଁ..
୨. ଧ୍ୟାନ = ମନ ପାଇଁ
୩. ବ୍ୟାୟାମ = ଶରୀର ପାଇଁ
୪. ପଦଯାତ୍ରା = ହୃଦୟ ପାଇଁ
୫. ସୁଷମ ଖାଦ୍ୟ = ଶରୀର ପାଇଁ
୬. ଶୁଭ ଚିନ୍ତନ = ଆତ୍ମା ପାଇଁ
୭. ସୁକର୍ମ = ବିଶ୍ୱ କଲ୍ୟାଣ ପାଇଁ
*ସଂଗୃହିତ*