ଅଇଁଠା Aintha Odia Lyrics

ABOUT INTEX
0
ଅଇଁଠା
〰️⚜️〰️〰️
କ୍ଷୀର ଅଇଁଠା ନୀର ଅଇଁଠା ଆଵର ଅଇଁଠା ବେଦ। ହରି ନାମ ତ ସହଜେ ଅଇଁଠା ନିଅଇଁଠା କେଉଁ ପଦ।।
ପୁରାଣ ଭାଷାରେ ତାହା ଅଇଁଠା ଯାହା ଆଁ ରୁ ବାହାରେ। ବାଛୁରୀ ପ୍ରଥମେ ପହ୍ପାକୁ ଅଇଁଠା କରିଦେଇଥାଏ। ପରେ ଦୁହାଁଯାଇ କ୍ଷୀର ବ୍ଯବହାର କରାଯାଏ। ତେଣୁ କ୍ଷୀର ଅଇଁଠା। ନୀର ମେଘର ଆଁ ରୁ ଝରେ ତେଣୁ ନୀର ଅଇଁଠା। ବେଦ ବ୍ରାହ୍ମଣ ମୀନଙ୍କ ଆଁ ଦେଇ ଆସେ।ତେଣୁ ବେଦ ଅଇଁଠା। ହରିନାମ ସମସ୍ତ ଜନ ସାଧାରଣଙ୍କ ପାଟିରୁ ବାହାରେ ତେଣୁ ହରିନାମ ଅଇଁଠା। ଏଠାରେ ଅଇଁଠା ହେବା ପାଇଁ କୌଣସି ଖାଦ୍ୟ ପଦାର୍ଥର ଆବଶ୍ୟକତା ନାହିଁ। ସିଏ ବାଣୀ ହେଉ କି ପାଣି ହେଉ କି ଫେଣି ହେଉ। କେବଳ ଆଁ ରୁ ବାହାରିଲେ ହେଲା। ଯିଏ ଅଇଁଠା କରୁଛନ୍ତି ସିଏ କୌଣସି ଜୀବନ୍ତ ପ୍ରାଣୀ ହେବା ନିହାତି ଜରୁରୀ ନୁହଁ। ସେ ଜୀବ ହେଉ କି ଜଡ ତା' ଆଁ ରୁ ଆସିଲା ମାନେ ଅଇଁଠା। ଇଏ ପୁରାଣର ପରିଭାଷା।
ଶବରୀ ଭଗବାନ ଶ୍ରୀରାମଚନ୍ଦ୍ରଙ୍କୁ ଅଇଁଠା କୋଳି ଖାଇବାକୁ ଦେଇଥିଲା। ଏ ଶଵରୀ କିଏ ତା'ନାଁ କ'ଣ? ଏସବୁ ତଥ୍ୟ ରାମାୟଣରୁ ମିଳେନି। କୋରାପୁଟ ସହର ଠାରୁ ପ୍ରାୟ ଷାଠିଏ କିଲୋମିଟର ଦୁରରେ ରାମଗିରି ପାହାଡ଼ ଅବସ୍ଥିତ। ପାହାଡ଼ଟିର ନାଁ ରାମଗିରି ହୋଇଥିବାରୁ ଏହା ଦଶରଥ ନନ୍ଦନ ଶ୍ରୀରାମଚନ୍ଦ୍ରଙ୍କ ସହିତ କିଛି ସମ୍ପର୍କ ରଖେ ବୋଲି ଅନୁମାନ କରାଯାଏ। ଏହି ପାହାଡର ଏକ ଗୁମ୍ଫାରେ ପ୍ରଶିଦ୍ଧ ଗୁପ୍ତେଶ୍ଵର ମହାଦେବ ଅବସ୍ଥାନ କରନ୍ତି। ଏହି ଗୁମ୍ଫାରେ ଅନତି ଦୂରରେ ଏକ ନଦୀ ପ୍ରବାହିତ ହେଉଛି। ସେହି ନଦୀର ନାମ ଶବରୀ। ରାମଚନ୍ଦ୍ର ଦଣ୍ଡକାରଣ୍ଯରେ ସୀତାଙ୍କୁ ଖୋଜିଲାବେଳେ ଏହି ସ୍ଥାନକୁ ଆସିଥିଲେ ଶବରୀ ନଦୀରେ ଗଧୁଆ ପାଧୁଆ କରିଥିଲେ ନଦୀରେ ଭାଷି ଆସୁଥିବା କୋଳିକୁ ଛାଣି ଆଣି ଖାଇଥିଲେ କିମ୍ବା ଶବରୀ ନଦୀପଠାରେ ଗଛରୁ ଝରିପଡିଥିବା କୋଳିକୁ ସଂଗ୍ରହ କରି ଶବରୀ ପାଣିରେ ଭଲ ଭାବରେ ଧୁଆଧୋଇ କରି ଖାଇଥିଲେ। ଏହାକୁହିଁ ପୌରାଣିକ ଭାଷାରେ ଶବରୀ ରାମଚନ୍ଦ୍ର ଙ୍କୁ ଅଇଁଠା କୋଳି ଖାଇବାକୁ ଦେଇଥିଲା ବୋଲି କୁହାଯାଇଛି କାରଣ କୋଳି ଗୁଡିକ ଶବରୀର ଆଁ ରୁ ଆସିଥିଲା।

✨✨✨✨✨✨✨✨✨✨✨✨✨✨

एक टिप्पणी भेजें

0 टिप्पणियाँ

एक टिप्पणी भेजें (0)
6/related/default