ଧର୍ମ ଜ୍ଞାନ Hindu Dharma Gyana Odia Lyrics

ABOUT INTEX
0
🌍 ଭାରତୀୟ ଜ୍ଞାନ ବିଶ୍ଵ ବ୍ରହ୍ମାଣ୍ଡ ବିଜ୍ଞାନ 🌍
ଯେତେ କହିଲେ ଭାଗ ବତ 
ତୋଷ ନୋହିଲା ମୋର ଚିତ୍ତ 
      ତତ୍ତ୍ଵ ଜାଣିଲେ ତୁଟେ ଭ୍ରାନ୍ତି 
     ଭବ ସାଗରୁ ତରି ଯାନ୍ତି ।
ଧର୍ମ _ ସତ୍ୟ ସନାତନ 
ଆମର ଡାକିବା ନାମ _ ହିନ୍ଦୁ 
ଆମ ଧର୍ମ ରେ ଚାରୋଟି ଅଙ୍ଗ ଅଛି 
୧_ ସତ୍ୟ 
୨_ ତପ 
୩_ ପବିତ୍ରତା 
୪_ ଦୟା 
ଆମ ଧର୍ମ ରେ ଚାରୋଟି ଯୁଗ ଅଛି 
୧_ ସତ୍ୟ ଯୁଗ _ ଧର୍ମ_ ସତ୍ୟ 
୨_ ତ୍ରେତୟା ଯୁଗ_ ଧର୍ମ _ ତପ 
୩_ ଦ୍ଵାପର ଯୁଗ _ ଧର୍ମ _ ପବିତ୍ରତା 
୪_ କଳି ଯୁଗ _ ଧର୍ମ _ ଦୟା 
ପରନ୍ତୁ ତ୍ରେତୟା ଯୁଗରେ ସତ୍ୟ ଧର୍ମ ର କ୍ଷମତା କମି ଯିବା ଫଳରେ ବାକି ରହିଲା ତିନୋଟି ଅଙ୍ଗ_ ତପ, ପବିତ୍ରତା, ଦୟା  
     ଦ୍ଵାପର ଯୁଗରେ ତପ କମିଗଲା ଫଳରେ ବାକି ରହିଲା _ ପବିତ୍ରତା, ଦୟା 
କଳି ଯୁଗରେ ପବିତ୍ରତା କମିଯିବାରୁ ଏକ ମାତ୍ର ଧର୍ମ ର ଅଙ୍ଗ ରହିଲା _ ଦୟା । ଏହି ଦୟା ଶକ୍ତି ର ସାମର୍ଥ୍ୟ କେତେ ଯେ ବର୍ତ୍ତମାନ ଆମ ଧର୍ମ ସବଲ୍ ହେବ , ଧର୍ମ ଦୁର୍ବଳ ହେବା ସ୍ଵାଭାବିକ ।
ଧର୍ମ କୁ ସତେଜ କରିବା ପାଇଁ ଈଶ୍ୱରଙ୍କ ଅବତାର ଆବଶ୍ୟକ ଯାହା ଲିଭି ଆସୁଥିବା ଦୀପ ରେ ଘିଅ ପୂରଣ କରିବା ଭଳି ।
କେହି କେହି କହୁଛନ୍ତି _ 
୧_ ଧର୍ମ ନଷ୍ଟ ହୋଇଗଲା 
୨_ ଧର୍ମ ରେ କଳଙ୍କ ଲାଗିଗଲା 
୩_ ଧର୍ମ କଳୁଷିତ ହୋଇଗଲା 
ନାଇଁ ଆଜ୍ଞା, ଧର୍ମ ଏକ ବସ୍ତୁ ନୁହେଁ ଯେ ନଷ୍ଟ ହୋଇଯିବ, ଲୌହ ନୁହେଁ ଯେ କଳଙ୍କି ଲାଗିବ, ଗଙ୍ଗାଜଳ ପରି ଆମ ସତ୍ୟ ସନାତନ ଧର୍ମ ନିର୍ମଳ କଳୁଷିତ ହେବନି ଆଜ୍ଞା,
        ଆଜିକାଲି ଅର୍ଥ ସର୍ବସ୍ବ ପ୍ରଲୋଭନ ରେ ଧର୍ମ ର ଧର୍ମ ର ବିଭିନ୍ନତା ଲୋକଙ୍କ ଦ୍ଵାରା ପରିବର୍ତ୍ତନ କରୁଛନ୍ତି କିନ୍ତୁ 
         ଯେଉଁ ବୃକ୍ଷ ରୁ ସେହି ତରୁ _ ଧର୍ମ ସନାତନ _ ଯିଏ ସମସ୍ତଙ୍କୁ ପରିତ୍ରାଣ କରେ ।
    ଧର୍ମ କୁ ସାମର୍ଥ୍ୟ ଯୁକ୍ତ କରିବା ପାଇଁ ପରମେଶ୍ବର ( ପରଂବ୍ରହ୍ମ) ସର୍ବ ପ୍ରଥମେ ବ୍ରହ୍ମ ଭାବନା ଯୁକ୍ତ ବ୍ରହ୍ମ ଜ୍ଞାନୀ ବ୍ୟକ୍ତି ( ସାଧୁ) ମାନଙ୍କୁ ପରିତ୍ରାଣ କରିବା ପରେ ଦୁଷ୍କୃତ ମାନଙ୍କୁ ବିନାଶ କରିବା ପାଇଁ ଅବତାର ଗ୍ରହଣ କରି ଲୀଳା ରଚନା କରିଥାନ୍ତି ।
ହେ ବ୍ରହ୍ମ ସମାଜ, ବ୍ରହ୍ମ ଜ୍ଞାନ ଅନୁଭବ ଅନୁସାରେ ଆମ ଶରୀର ଦୈନିକ ଚାରୋଟି ଯୁଗ ଭୋଗ ହେଲାପରି ଭୋଗ ହେଉଛି ।
ଅନୁଭବ କଲେ ଖୋଜିବାକୁ ପଡେ ନାହିଁ ।
ଉଦାହରଣ ସ୍ୱରୂପ _ 
୧_ ନାକ ( ନାସା)_ ସତ୍ୟ ଯୁଗ 
୨_ କର୍ଣ୍ଣ ( କାନ)_ ତ୍ରେତୟା ଯୁଗ 
୩_ ଆଖି (ଚକ୍ଷୁ)_ ଦ୍ଵାପର ଯୁଗ 
୪_ ମୁଖ (ଖାଇବା ଦ୍ବାର)_ କଳି ଯୁଗ 

ସତ୍ୟ ଯୁଗରେ ନାକ, କାନ, ଆଖି, ମୁଖ ସତ୍ୟତା ଆଚରଣ କରୁଥିଲେ ୧_ ନାକ ଦ୍ଵାରା ପ୍ରାଣାୟାମ ସଂଯୁକ୍ତ ଥିଲା ପଞ୍ଚ ପ୍ରାଣ ବାୟୁ 
୨_ କାନ ଦ୍ଵାରା ପରମବ୍ରହ୍ମ ଙ୍କ ଚରିତ ସବୁବେଳେ ଶୁଣି ଶୁଦ୍ଧ ଜ୍ଞାନୀ ହେଉଥିଲେ 
୩_ ଆଖି ଦ୍ଵାରା ପରଂବ୍ରହ୍ମ ଙ୍କ ରୂପ ଯାହାକୁ ଆମେ ଜ୍ୟୋତି ବୋଲି କହୁଛୁ ସେହି ଜ୍ୟୋତି ଦର୍ଶନ କରି ମୁକ୍ତି ଲାଭ କରୁଥିଲେ 
୪_ ମୁଖ ଦ୍ଵାରା ପରଂବ୍ରହ୍ମ ଙ୍କ ଭଗବତ ଜ୍ଞାନ ପାନ କରି ନିଜକୁ ଆଧ୍ୟାତ୍ମିକ ଜ୍ଞାନ ଦ୍ଵାରା ଆନନ୍ଦ ଲାଭ କରୁଥିଲେ 
ଧୀରେ ଧୀରେ ଏ ସବୁ କଥା ପରିବର୍ତ୍ତନ ହୋଇଗଲା, ଉପରୋକ୍ତ ଅଙ୍ଗ ମାନଙ୍କ ଧର୍ମ ବଦଳିଗଲା 
୧_ ଅଭକ୍ଷ ଭକ୍ଷଣ 
୨_ ଅଶ୍ରାବ୍ୟ ଶ୍ରବଣ 
୩_ ନଗ୍ନ ତା ଦର୍ଶନ 
୪_ପର ଛିଦ୍ର କଥନ 
ଏହି ସବୁ ହେବା ଫଳରେ ହିଂସା, ଈର୍ଷା, ଅହଂକାର ବିସ୍ତାର ଲାଭ କଲେ।
ଆଉ ଗୋଟିଏ କଥା ବିଚାର କଲେ ଅନୁଭବ ହୁଏ ଯେ 
     ସତ୍ୟ ଯୁଗରେ ମନ୍ତ୍ର ଆଉ ଯୋଗ ଦ୍ଵାରା ସବୁ ଭଲ ଥିଲା । ଏଇଠି ଯୋଗ କହିଲେ ଆମେ ଜାଣି ରଖିବା ଉଚିତ୍ ଯେ 
ନାକ ଦ୍ଵାରା ଯିବା ଆସିବା କରୁଥିବା ବାୟୁ କୁ ନିୟନ୍ତ୍ରଣ ରଖି ପରଂବ୍ରହ୍ମ ଙ୍କ ସହିତ ସଂଯୋଗ କରିବା ହେଉଛି _ ଯୋଗ ।
ଏଇଠି ମନ୍ତ୍ର ର କାମ କଣ ହେଉଥିଲା , ପ୍ରାଣାୟାମ ସମୟରେ ନିର୍ଦ୍ଦିଷ୍ଟ ମନ୍ତ୍ର କୁ ବିନିଯୋଗ କରାଯାଉଥିଲା। ।
ମନ୍ତ୍ର ଆଉ ଯୋଗ ସତ୍ୟ ଯୁଗରେ ସମସ୍ତେ ଉପଲବ୍ଧି କରି ସତ୍ୟ କୁ ସଫଳ କରୁଥିଲେ। 
ତେଣୁ ମନ୍ତ୍ର ହିଁ ଶକ୍ତି 
ଶକ୍ତି ହିଁ ସତ୍ୟ 
ସତ୍ୟ ହିଁ ପରଂବ୍ରହ୍ମ 
ବ୍ରହ୍ମ ହିଁ ସତ୍ୟ 
ଆଉଗୋଟିଏ କଥା _ ସମୟ ଅନୁସାରେ ମନ୍ତ୍ର ର ଅ ସତ୍ ବିନିଯୋଗ ହେତୁ ସତ୍ୟ ର ଗୁରୁତ୍ଵ ହ୍ରାସ ପାଇଲା ଏହି ଘଡି ସନ୍ଧି ସମୟରେ ଯୁଗ ବଦଳିଲା ।
ଅତଏବ ନୀତି ଓ ନିୟମ ଯଦି ଆମେ ପରିବର୍ତ୍ତନ କରିଦେବା ତେବେ ସବୁ ବଦଳି ଯିବ ଏହା ଧ୍ରୁବ ସତ୍ୟ ।
ତ୍ରେତୟା ଯୁଗରେ ନୀତି ନିୟମ କୁ ଜାବୁଡ଼ି ଧରିଲେ ------
ତ୍ରେତୟା ଯୁଗରେ ଲୋକମାନେ ସବୁ ପ୍ରକାରର ଜାଗତିକ ସୁଖରୁ ମନ କୁ ଘୁଞ୍ଚାଇ ଆଣି ତପ ଆଚରଣ କଲେ 
ତପସ୍ୟା ବଳରେ ଈଶ୍ୱର ଅଭିମୁଖେ ଜୀବନକୁ ସଂଯୋଗ କଲେ ।
ତ୍ରେତୟା ଯୁଗରେ ଶୁଣିବା, ଦେଖିବା କହିବା ନିୟମକୁ ଦୃଢତାର ସହିତ ଦିନ ଚର୍ୟା କଲେ ।
ଅନାହତ ଧ୍ଵନୀ ଦ୍ଵାରା, ଆଖି ବନ୍ଦ୍ କରି ଧ୍ୟାନ ଧାରଣା ଦ୍ଵାରା , ବେଦ ଜ୍ଞାନ ଶ୍ରୁତି ମାଧ୍ୟମରେ ମନେ ରଖି ଜ୍ଞାନ କହିବା ଦ୍ଵାରା, ତ୍ରେତୟା ଯୁଗରେ ଜୀବନ ପରଂବ୍ରହ୍ମ ଙ୍କ ସହିତ ସଂଯୋଗ କରୁଥିଲେ ।
ସମୟ ଅନୁସାରେ ତପସ୍ୟା ର ଗୁରୁତ୍ବ କମି ଗଲା ତେବେ ପରିବର୍ତ୍ତନ ଅବଶ୍ୟମ୍ଭାବୀ ।
ଏହି ସମୟର ବ୍ୟବଧାନ ଭିତରେ ଦ୍ଵାପର ଯୁଗ ଆସିଲା ।
ଦ୍ଵାପର ଯୁଗରେ ଯେଉଁ ଜ୍ଞାନୀ ବ୍ୟକ୍ତି ସାଧୁ ମାନେ ଥିଲେ ସେମାନେ ସତ୍ୟ ଓ ତପସ୍ୟା କୁ ଭିତ୍ତି କରି ଜ୍ଞାନ ବିଜ୍ଞାନ ସୃଷ୍ଟି କଲେ ।
ଦ୍ଵାପର ଯୁଗର ଜ୍ଞାନ/ ବିଜ୍ଞାନ କୁ ତନ୍ତ୍ର କୁହାଗଲା ।
ତନ୍ତ୍ର ସାଧନା ଏପରି ଚକ୍ରବ୍ୟୁହ ଯାହା ସମସ୍ତଙ୍କ ଦ୍ଵାରା ସାଧନ ହେଲା ନାହିଁ କାରଣ ଯେଉଁ ମାନେ ସଂଜମୀ, ସଦଚାରି ଆଉ ପବିତ୍ର ସେମାନେ ତନ୍ତ୍ର ସିଦ୍ଧି କରୁଥିଲେ ।
ତନ୍ତ୍ର ସାଧନା ପବିତ୍ରତା ଦ୍ଵାରା ଦ୍ଵାପର ଯୁଗରେ ପରଂବ୍ରହ୍ମ ଙ୍କ ସହିତ ସଂଯୋଗ କରୁଥିଲେ ।
ପବିତ୍ରତା କଣ ?
ଇର୍ଷା, ଅହଂକାର, ହିଂସା ଅଭିମାନ ଲୋପ ହେଲେ ପବିତ୍ରତା ଆସେ ।
ଏହି ପବିତ୍ରତା ନବଧା ଭକ୍ତି ଅନ୍ତର୍ଗତ 

ଦ୍ଵାପର ଯୁଗରେ କପଟ ଆଚାର ବଢ଼ିବାରେ ପବିତ୍ରତା ହ୍ରାସ ପାଇଲା 
କପଟ ଆଚାର କଣ ? 
୧_ କାମ 
୨_ କ୍ରୋଧ 
୩_ ଲୋଭ 
୪_ ମୋହ 
୫_ ମାତ୍ସର୍ଯ 
୬_ ମୁଁ ( କାର)
ଏହିପରି ଭାବରେ ସମସ୍ତଙ୍କ ମନ ଅଶାନ୍ତ ରହିଲା ଏଇଠି ଅଶାନ୍ତ ମନ କୁ ଆମେ କଳି ଯୁଗ ବୋଲି ବିବେଚନା କରିବା ।
କଲି ଯୁଗରେ ଲୋକମାନେ "ଦୟା"
ଶକ୍ତି କୁ ଜାଗ୍ରତ କରି ସଫଳ ହେବା କଥା । 
ମନ୍ତ୍ର, ତପସ୍ୟା ଆଉ ତନ୍ତ୍ର କୁ ଭିତ୍ତି କରି ସମସ୍ତେ ଦୟା ଆଚରଣ କଲେ ପରମବ୍ରହ୍ମ ଙ୍କ ସହିତ ସଂଯୋଗ ହୋଇ ପାରିବ ।
ଦୟା _ ଅର୍ଥାତ୍ 
ନିଃ ସ୍ବାର୍ଥ ଜୀବନ ସେବା 
ବର୍ତ୍ତମାନ ସମୟରେ "ଦୟା" ଶକ୍ତି ଲୋପ ହେବାକୁ ବସିଲାଣି 
ସମସ୍ତଙ୍କ ମନ ଅଶାନ୍ତ ତେଣୁ ଏଥିରୁ ମୁକ୍ତି ପାଇବାକୁ କଣ କରିବାକୁ ହେବ ?
ଏହି କଳି ଯୁଗରେ ସତ୍ୟ, ତପସ୍ୟା, ପବିତ୍ରତା, ଦାନ ଦୟା ସବୁ କ୍ଷେତ୍ରରେ ଅସମର୍ଥ 
ହେ ଜ୍ଞାନୀ ଗଣ ଆମେ ଏଇ କଳି ରୁ କିଭଳି ମୁକ୍ତି ପାଇବା -------

କ୍ରମଶଃ 

ପଣ୍ଡିତ ଶ୍ରୀ ସଂଜୀବ କୁମାର ପଣ୍ଡା 
ଜିଲ୍ଲା ବୌଦ୍ଧ ଓଡ଼ିଶା

एक टिप्पणी भेजें

0 टिप्पणियाँ

एक टिप्पणी भेजें (0)
6/related/default