ଶରୀର ______
ପଞ୍ଚ ମହା ଭୂତ ରେ ଗଠନ ହୋଇଛି।
ପୃଥିବୀ, ଆପ, ତେଜ, ବାୟୁ, ଆକାଶ ।
ଶରୀର ରେ ବାୟୁ (ଶକ୍ତି) କିପରି ଭାବରେ ବିଦ୍ୟମାନ ?
୧_ ପ୍ରାଣ ମୟ
୨_ ଅପା ନ ମୟ
୩_ ସମାନ ମୟ
୪_ ଉଦା ନ ମୟ
୫_ ବ୍ୟାନ ମୟ
ଏହି ପରି ଭାବରେ ବାୟୁ ଭୂତ ଭାଗ ଭାଗ ହୋଇ ରହି ଛନ୍ତି ।
ପ୍ରାଣ ବାୟୁ _ ବାହାର ବାୟୁ ଭିତରକୁ ନିଏ ଏବଂ ଖାଦ୍ୟ ଗ୍ରହଣ କରିବାରେ ସହଯୋଗ କରେ _ଅମ୍ଳଜାନ
ଅପା ନ ବାୟୁ _ ଭିତର ବାୟୁ ବାହାରକୁ ନିଷ୍କାସନ କରେ, ମଳ ମୂତ୍ର ଇତ୍ୟାଦି
ସମାନ ବାୟୁ _ ନାଭି ଠାରୁ ସମସ୍ତ ଶରୀର ର ଅଙ୍ଗ ପ୍ରତ୍ୟଙ୍ଗ ରେ ରସ ସଞ୍ଚାଳନ କରେ, ଜୀର୍ଣ୍ଣ ଶକ୍ତି ବୃଦ୍ଧି କାରକ ରେ ସହଯୋଗ କରେ ।
ଉଦାନ ବାୟୁ _ କଣ୍ଠ ଠାରୁ ଉଦର ପର୍ଯ୍ୟନ୍ତ ଖାଦ୍ୟ କୁ ପଠାଇ ବଳ ଓ ବାକ୍ୟ ଉଦ୍ଭବ କରେ ।
ବ୍ୟାନ ବାୟୁ _ ଏହି ବାୟୁ ଦ୍ଵାରା ଶରୀର ଚଳ ପ୍ରଚଳ ହୁଏ ଏବଂ ମସ୍ତିଷ୍କ ସହିତ ସଂଲଗ୍ନ ଥିବା କର୍ଣ୍ଣ, ଚକ୍ଷୁ, ନାସା, ମୁଖ ରେ ଅଟକୁ ଥିବା ଦୂଷିତ ବାୟୁ ନିଷ୍କାସନ କରେ ।
ଆଛା ମାନବ ଶରୀର ଏପରି ଏକ ଯନ୍ତ୍ର _ଅମ୍ଳଜାନ , ଶ୍ୱେତ ସାର, ଚର୍ବି, ପ୍ରୋଟିନ, ଗନ୍ଧକ, ଲୌହ, ଅମୋନିଆ, ଫସଫରସ, କ୍ୟାଲସିୟମ, ଅଭ୍ର ଇତ୍ୟାଦି ଭିତରେ ରହିଛି ।
ମୁଖ୍ୟତଃ ଶରୀର ସଞ୍ଚାଳନ ପାଇଁ ସର୍ବ ପ୍ରଥମେ ବାୟୁ / ଅମ୍ଳଜାନ ଆବଶ୍ୟକ ଯାହାର ନାମ ପ୍ରାଣ ବାୟୁ
ଏହି ପ୍ରାଣ ବାୟୁ ରେ ପରମେ ଶ୍ୱର୍ ଏପରି କ୍ଷମତା/ଶକ୍ତି ଟିକିଏ ପ୍ରଦାନ କରିଛନ୍ତି ଯାହା ବିନା ଅମ୍ଳଜାନ ରେ ସେହି ଶକ୍ତି ଅନୁଭବ କରି ହୁଏ, ତାହାହିଁ ପରମ ବ୍ରହ୍ମ ଙ୍କ ଅନ୍ତର୍ନିହିତ ଶକ୍ତି
ପ୍ରାଣ କୁ ମୂଳ ଚେତନା ରୂପେ ବର୍ଣ୍ଣନା କରାଯାଇଛି ।
प्राणों विराट प्राणों
प्राणों ही सूर्य चंद्रमा, तेजोसी, सहोसी, बलमा सी , देबानाम धामना मासी, विश्व मासी, विश्व। युहु
प्राण्णो बै अर्कः
ସୂର୍ଯ୍ୟ ଙ୍କ ଠାରୁ ଆମର ପ୍ରାଣ ଶକ୍ତି ଆସୁଛି ।
ଏହି ପ୍ରାଣ ଶକ୍ତି କୁ ଭଲ ଭାବରେ ସଞ୍ଚାଳନ କରିବା ପାଇଁ ପ୍ରାଣାୟାମ ବ୍ୟବସ୍ଥା ରହିଛି
ପ୍ରାଣାୟାମ ଦ୍ଵାରା ଅମ୍ଳଜାନ ର ମାତ୍ରା ବୃଦ୍ଧି ହୁଏ ।
କ୍ରମଶଃ ---------
ପଣ୍ଡିତ ଶ୍ରୀ ସଂଜୀବ କୁମାର ପଣ୍ଡା
ଜିଲ୍ଲା ବୌଦ୍ଧ ଓଡ଼ିଶା