ପିଣ୍ଡ ବ୍ରହ୍ମାଣ୍ଡ ଏକ ମତ
ଜାଣନ୍ତି ସୁଜ୍ଞାନି ପଣ୍ଡିତ ☀️
ମୁଁ କିଏ ?
ମୁଁ କେଉଁଠାରୁ ଆସିଲି ?
ମୃତ୍ୟୁ ପରେ କେଉଁଠାକୁ ଯିବି ?
ଏହାହିଁ ଆମ ସମସ୍ତଙ୍କର ଆତ୍ମ ଜିଜ୍ଞାସା
ଆତ୍ମ ଜିଜ୍ଞାସା ରୁ ଆସେ ଧର୍ମ ଜିଜ୍ଞାସା
ଧାରଣା ତ୍ ଧର୍ମ ମିତ୍ୟାହୁ ଧର୍ମୋ ଧାରୟ ତେ ପ୍ରଜଃl ଇତି ଧର୍ମ
ଯଜ୍ଞାଦି ଆଧ୍ୟାତ୍ମିକ ପୂଣ୍ୟ କର୍ମ ଫଳରେ ମନୁଷ୍ୟ ଦେବତା ହୁଏ/ଦେବ ଲୋକକୁ ଗମନ କରିବାକୁ ସମର୍ଥ ହୁଏ l
ତେଣୁ ଆମେ ମନୁଷ୍ୟ ମନୁଷ୍ୟ ମାନଙ୍କ ମଧ୍ୟରେ ବ୍ରାହ୍ମଣ - ବ୍ରାହ୍ମଣ ହୋଇ ଆମ ଶରୀରରେ ଯଦି ଦିବ୍ୟ ଜ୍ଞାନ ପ୍ରସ୍ଫୁଟିତ ନ ହେବ, ହେବ କାହା ପାଖରେ -----
" ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ
ଦେଖି ସନ୍ତୋଷ ଭଗବାନ"
ହେ ବ୍ରାହ୍ମଣ ଦେବତା ଗଣ ଆମେ ମାନେ ଆଧ୍ୟାତ୍ମିକ ଜ୍ଞାନ ଦ୍ଵାରା ବ୍ରହ୍ମ ଜ୍ଞାନ ମାଧ୍ୟମରେ ଯଦି ପରଂବ୍ରହ୍ମଙ୍କୁ ଅନୁଭବ କରିବା ତେବେ ବ୍ରାହ୍ମଣ ଜନ୍ମ ସାର୍ଥକ ହେବ ।
ପ୍ରକୃତରେ ଆମ ଶରୀର ଗୋଟିଏ ବାହନ _ଶରୀରର ଚାଳକ ହେଉଛନ୍ତି (ଆତ୍ମା)
ଆମେମାନେ ଯେତେବେଳେ (ମୁଁ) ଉଚ୍ଚାରଣ କରୁଛୁ ଏହି ସମୟରେ ଭାବିବା ଉଚିତ୍ ଯେ ମୁଁ କିଏ ?
ମୁଁ ହେଉଛି ଆତ୍ମା ନା ଶରୀର ----
ଆତ୍ମା ହେଉଛି ପରମାତ୍ମା ଙ୍କ ଅଂଶ ପରମାତ୍ମା ଙ୍କ ଠାରୁ ଆତ୍ମା ସମ୍ଭୂତ
ଆତ୍ମା ର କର୍ମ ପରଂବ୍ରହ୍ମ ଙ୍କୁ ଚିନ୍ତନ କରିବା, ଶରୀରର କର୍ମ ହେଉଛି ଆଧ୍ୟାତ୍ମିକ ଜ୍ଞାନ - ସାତ୍ତ୍ୱିକ କର୍ମ କରିବା ପାଇଁ ଆତ୍ମାକୁ ସହଯୋଗ କରିବା । ସତ୍ କର୍ମ ଦ୍ଵାରା ଆମେ ସଂସାରରେ ଦେବତ୍ଵ ର ବିକାଶ କରି ପାରିଲେ ସମଗ୍ର ଜଗତ ରକ୍ଷା ହେବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।* ଆମ ଧର୍ମ ର ଲକ୍ଷ୍ୟ କଣ ?
ଲକ୍ଷ୍ୟ ହେଉଛି - ଜନ୍ମ/ମରଣ ବଂଧନରୁ ମୁକ୍ତି କିନ୍ତୁ ବର୍ତ୍ତମାନ ଏପରି ଚକ୍ରବ୍ୟୁହ ରେ ଆମେ ରହିଛୁ ଯାହା ଆମକୁ ସଂସାର ଚକ୍ରରେ ବାରମ୍ବାର ଜନ୍ମ ନେବାକୁ ପଡ଼ିବ ଏବଂ ଆମେ କରୁଥିବା କର୍ମ ଯଦି କୁ କର୍ମ ହୋଇଥିବ ତେବେ ଆମକୁ ଦଣ୍ଡ ଭୋଗିବାକୁ ପଡିବ ।
ପରନ୍ତୁ ସର୍ବ ପ୍ରକାରର ଅସତ୍ ବୃତ୍ତି ଓ ଅଜ୍ଞାନତା ର ମାୟା ଆବରଣ ଯଦି ଧୀରେ ଧୀରେ ତ୍ୟାଗ କରି ପାରିବା ତେବେ ସ୍ଵୟଂ ଆଧ୍ୟାତ୍ମିକ ଜ୍ଞାନ ପ୍ରକଟିତ ହେବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।
ପୂର୍ବ ପୃଷ୍ଠା ଅର୍ଥାତ୍ 🌍 ଭାରତୀୟ ଜ୍ଞାନ ବିଶ୍ଵ ବ୍ରହ୍ମାଣ୍ଡ ବିଜ୍ଞାନ 🌍
ନୃସିଂହ ପୁରାଣ ବର୍ଣ୍ଣନା ଅନୁସାରେ ଯାହା ଜାଣିଛି ସେହି ପଦ ଗୁଡ଼ିକର ଅର୍ଥ ପ୍ରକାଶ କରୁଛି ଯାହା ଆପଣ ମାନଙ୍କ ମଧ୍ୟରେ ଜ୍ଞାନ/ବିଜ୍ଞାନ ଏବଂ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହୋଇପାରିବ ।
ମଣ୍ଡୁକି ବୋଲି ଯାକୁ କହି
ବିଷୟ। ଆସକ୍ତି ଟି ସେହି ।
ଝୁମୁକା ପାଦୁକା ଯାହାର
କାମିନୀ କାଞ୍ଚନ ତାହାର ।
ଶୃଗାଳ ଅଟେ ଅଭିମାନ
ରାଜା ହୋଇଛି ଶୁଣ ମନ ।
କଲି କତର। କଳି କହି
ସବୁରି କର୍ତ୍ତା ଅଟେ ସେହି ।
ହସ୍ତୀ ଟି ଅଟଇ ମାନସ
ପ୍ରକୃତି ଫନ୍ଦେ ହୁଏ ବଶ ।
ପ୍ରଥମ ପ୍ରଶ୍ନ ର ଉତ୍ତର ଯଦି ଭଲ ଭାବରେ ବୁଝି ପାରିଲେ ମତାମତ ଦେବାକୁ ଅନୁରୋଧ
ତାପରେ କ୍ରମଶଃ ;;;;;;;;
ଭୁଲ୍ ଥିଲେ କ୍ଷମା ଦେବେ
ପଣ୍ଡିତ ଶ୍ରୀ ସଂଜୀବ କୁମାର ପଣ୍ଡା
ଜିଲ୍ଲା ବୌଦ୍ଧ ଓଡ଼ିଶା