ନୃସିଂହ ପୁରାଣ ସପ୍ତମ ସାଗର
ପ୍ରଶ୍ନ ଅଛି ଉତ୍ତର ଖୋଜନ୍ତୁ -----
ପ୍ରଶ୍ନ ନଂ 1-
ମଣ୍ଡୁକି ମାଡ଼ିଛି ଝୁମୁକି କଠାଉ
ଶୃଗାଳ ହୋଇଛି ରାଜା
କଲ କତରା ଯେ କରତା ହୋଇଛି
ହସ୍ତୀ କି କରି ପରଜା।
ପ୍ରଶ୍ନ ନଂ 2-
ବଳଦ ବାପୁଡ଼ା ଘର ଛାଉଁ ଅଛି
ଦୁବ କରି ରୁଅ ବତା
ଦଣ୍ଡିକିରା ମାଛ ଗଣ୍ଠି ଭିଡୁ ଅଛି
ବଳଦ ର ଅଛି ଛତା ।
ପ୍ରଶ୍ନ ନଂ 3-
ଏଣ୍ଡୁଅ ନାକରେ ସୁନା ମଳ କଢ଼ି
ନେଉଳ ନାକରେ ଗୁଣା
ମୂଷା ଶୋଇ ଅଛି ରତ୍ନ ପଲ୍ୟଙ୍କରେ
ମଞ୍ଜାରି ଧରେ ବିଛଣା
ପ୍ରଶ୍ନ ନଂ 4-
ବ୍ୟାଘ୍ର ଖାଉ ଅଛି ପାଚିଲା କଦଳୀ
ଘୁଷୁରୀ ଖାଉଛି ପାନ
ବଣ ବିରାଡ଼ି ଯେ ବୈଷ୍ଣବ ହୋଇଣ
ସଭାରେ କହୁଛି ଜ୍ଞାନ ।
ପ୍ରଶ୍ନ ନଂ 5-
ମାତା ଖାଙ୍କୁରୀ କି ପୁତ୍ର ଯେ ଭଣ୍ଡାରି
ଖାକେ ଯାକି ଅଛି ଖଳି
ପୁତ୍ରକୁ ହୋଇଛି ଅଠର ବରଷ
ମାତା ଜନମିଛି କାଲି ।
ପ୍ରଶ୍ନ ନଂ 6-
ବିରାଡ଼ି କି ଜ୍ଵର ହୋଇଛି ଅପାର
ମୂଷା ଗଲା ବୈଦ୍ୟ ପଣେ
ସାଧୁ ଘରେ ବ୍ୟାଘ୍ର ଘର କରି ଶ୍ୱାନ
ଛେଳି ରଖି ଅଛି ବନେ ।
ପ୍ରଶ୍ନ ନଂ 7-
ପିମ୍ପୁଡ଼ା ପିମ୍ପୁଡ଼ି ବିଭା ହୋଇ ଗଲେ
ଗଗନେ ଉଡ଼ିଲା ଧୂଳି
ବିଲର କଙ୍କଡା ମୃଦଙ୍ଗ ବଜାନ୍ତି
ବେଙ୍ଗ ଦେଲେ ହୁଳ ହୁଳି।
ପ୍ରଶ୍ନ ନଂ 8-
ହଳ କରିଥିଲା ହଳିଆ ନ ଥିଲା
ଇଚ୍ଛାରେ ହେଉଛି ଚାଷ
ପୁଅ ମଲା ବୋହୂ ବିଧବା ନୋହିଲା
ଏକଥା ବଡ଼ ସନ୍ଦେଶ ।
ପ୍ରଶ୍ନ ନଂ -9
ଢେଙ୍କୀ କି ହୋଇଛି ପିତ୍ତ ଶ୍ଲେଶମ
କୁଲା କୁ ହୋଇଛି ଜ୍ଵର
ଟୋକେଇ କୁଂଢ଼େଇ ବାପ ଘର ଗଲେ
ଛାଞ୍ଚୁଣି ଜଗିଛି ଘର ।
ପ୍ରଶ୍ନ ନଂ 10-
ପଥରକୁ ହେଲା ସନ୍ନିପାତ ଜ୍ଵର
ପାଣି କି ହେଲା ପିଆସ
ଅଗ୍ନି ବାପୁଡ଼ା କୁ ଶୀତ ହେଉଅଛି
ଶୁଣ ଆହେ ପଣ୍ଡୁ ଶିଷ୍ୟ।
ପ୍ରଶ୍ନ ନଂ 11-
କଇଁଛ ବାପୁଡ଼ା ବଡ଼ ଦୁଧିଆଳୀ
ଚାଲୁଣି ରେ ମୁହେଁ ଦହି
ସେଦହି ଖାଇ ଣ ଗୋରେଖ
ଗୋସାଇଁ
ଗଲେ ବୈରାଗୀ ହୋଇ ।
ସମସ୍ତ ଜ୍ଞାନୀ ମାନଙ୍କୁ ଅନୁରୋଧ ଏହି ପ୍ରଶ୍ନ ର ଉତ୍ତର ରଖିବା ହେବେ
ଉତ୍ତର ଅପେକ୍ଷାରେ ----
ପଣ୍ଡିତ ସଂଜୀବ କୁମାର ପଣ୍ଡା
ଜିଲ୍ଲା ବୌଦ୍ଧ ଓଡ଼ିଶା