ନିଜ ଧର୍ମ Nija Dharma Odia Lyrics

ABOUT INTEX
0
🌍 ଭାରତୀୟ ଜ୍ଞାନ ବିଶ୍ଵ ବ୍ରହ୍ମାଣ୍ଡ ବିଜ୍ଞାନ 🌍

☀️☀️ ନିଜ ଧର୍ମ ☀️☀️

ସଂସାରର ଆମେ ମାନେ ନିଜର କାମନା ପୂର୍ତ୍ତି ପାଇଁ ଭଜନ, କୀର୍ତ୍ତନ, ପୂଜନ, ବୈଦିକ, ପୌରାଣିକ, ଦକ୍ଷିଣ ମାର୍ଗ, ବାମ ମାର୍ଗ, ମନ୍ତ୍ର, ଯନ୍ତ୍ର, ତନ୍ତ୍ର ଧ୍ୟାନ, ସ୍ତୋତ୍ର, ନାମାବଳୀ, କବଚ ଇତ୍ୟାଦି ର ଆଶ୍ରୟ ନେଉ ଅଛୁଁ ।
ଉପରୋକ୍ତ କର୍ମ କରେ ଯେ ସେ _ ସାଧକ 
ଯାହା କରେ ସାଧନା 
ଯାହାକୁ ଲକ୍ଷ୍ୟ ରଖି କରେ ସେ ହେଉଛନ୍ତି _ ଈଶ୍ୱର 
ପ୍ରଥମ ପାହାଚ ରୁ ଶୀର୍ଷ କୁ ଯାଇ ଥାଉଁ 
ମୂର୍ତ୍ତି, ଫଟୋ, ଏସବୁ ପୂଜା _ ପ୍ରଥମ ଶ୍ରେଣୀ ପଢୁଥିବା ବାଳକ ର କର୍ମ 
ନିଜର ଆନ୍ତରିକ ଶକ୍ତି କୁ ଜାଗ୍ରତ କରି ବ୍ରହ୍ମ ଭାବନା ଯୁକ୍ତ ପୂଜା କଲେ ଶକ୍ତି ସଞ୍ଚାର ହୁଏ _ଉତ୍ତମ ଲୋକ/ ବ୍ୟକ୍ତି ର ପୂଜା 
ଭାବ ୩ ପ୍ରକାରର 
୧_ ପଶୁ ଭାବ _ତାମସ ଗୁଣ 

୨_ ବୀର ଭାବ _ତାମସ+ରାଜସ 

୩_ ଦିବ୍ୟ ଭାବ _ ସାତ୍ତ୍ୱିକ ଗୁଣ 

ଆମର ଜୀବନ _
୧_ ଶରୀର 
୨_ ଜୀବାତ୍ମା 
୩_ପରମାତ୍ମା 
ଶରୀର ପାଇଁ ସବୁବେଳେ ଚିନ୍ତା 
ନିଜର ଆତ୍ମା ପାଇଁ ଆମେ ଚିନ୍ତା କରୁଛୁ ତ ?
ପରମାତ୍ମା ଚିନ୍ତା _ ଆଜିକାଲି ଆମେ ସମସ୍ତେ ହେ ଭଗବାନ୍ ମୋର ଏହି ସବୁ _,_,_ କାମନା ପୂରଣ କରି ଦିଅ 
ମାତ୍ର ଏହା ପରମାତ୍ମା ଚିନ୍ତନ କି ?

ମାନବ ଜୀବନର ମୂଳ ଲକ୍ଷ୍ୟ କଣ ?
ମାନବ ର ମୂଳ ଲକ୍ଷ୍ୟ ହେଉଛି _ ଆତ୍ମ ଜ୍ଞାନ ପ୍ରାପ୍ତ କରିବା ।
ପରମାତ୍ମା ମନୁଷ୍ୟ ଶରୀରକୁ ଏମିତି ଭାବରେ ତିଆରି କରି ଛନ୍ତି ଯାହାକି ପରମାତ୍ମା ଙ୍କ ପାଖରେ ପହଞ୍ଚି ପାରିବାର ଶକ୍ତି ବିଦ୍ୟମାନ ।
ଶରୀର ପାଇଁ ଯେତିକି ଚିନ୍ତା କରୁଛନ୍ତି କିଛି ନିର୍ଦ୍ଦିଷ୍ଟ ସମୟ ଯଦି ଆତ୍ମ ଚିନ୍ତନ ହୁଏ ତେବେ ପରମାତ୍ମା ଙ୍କ ପାଖରେ ପହଞ୍ଚି ପାରିବାର କ୍ଷମତା ଜନ୍ମ ହୋଇ ପାରିବ ।

ଆମେ ସବୁବେଳେ ଭୌତିକ ସୁଖ ଚାହୁଁଛୁ, ଶରୀର କୁ ଖୁସିରେ ରଖିବା ପାଇଁ ଟଙ୍କା, ସୁନା, ସ୍ତ୍ରୀ,
              କାମନା ପୂରଣ ପାଇଁ କର୍ମ କାଣ୍ଡିୟ ପୂଜା, ଯନ୍ତ୍ର, ମନ୍ତ୍ର ର ସାହାଯ୍ୟ ନେଇ ଥାଉଁ ।
    ଆତ୍ମା ବିଚରା ଭୋକ ଉପାସ ରେ ରହି ଦୁର୍ବଳ ଅବସ୍ଥା ରେ ଘାଣ୍ଟି ହେଉ ଥାଏ ।
ଯେଉଁ ଆତ୍ମା ଅନନ୍ତ ଶକ୍ତି ର ଭଣ୍ଡାର ତାକୁ ଯଦି ଆମେ ଏମିତି ଦୁର୍ବଳ କରି ଦେବା ତେବେ ,
     ଆଉ ରହିଲା କଣ ?
ଏ ଶରୀର ଟା ଅଳ୍ପ ଦିନ ମଧ୍ୟରେ ଚାଲି ଯିବ,
      ଆମେ କରିବା କଣ ?
ପଣ୍ଡିତ ଶ୍ରୀ ସଂଜୀବ କୁମାର ପଣ୍ଡା 
ଜିଲ୍ଲା ବୌଦ୍ଧ ଓଡ଼ିଶା

एक टिप्पणी भेजें

0 टिप्पणियाँ

एक टिप्पणी भेजें (0)
6/related/default