ପରିବର୍ତ୍ତନ ଏକାନ୍ତ ଜରୁରୀ Paribartan Ekanta Jaruri Odia Lyrics

ABOUT INTEX
0
🌍 ଭାରତୀୟ ଜ୍ଞାନ ବିଶ୍ଵ ବ୍ରହ୍ମାଣ୍ଡ ବିଜ୍ଞାନ 🌍
ପରିବର୍ତ୍ତନ ଏକାନ୍ତ ଜରୁରୀ 
______________________
୧_ ମୁଁ _(ଅହଂକାର)
ସର୍ବ ପ୍ରଥମେ ବ୍ରାହ୍ମଣ ଦେବତା ମାନଙ୍କୁ ଅନୁରୋଧ କରିବି କାରଣ ଆମେ ସବୁଥିରେ ଶ୍ରେଷ୍ଠ ତେଣୁ "ମୁଁ" ଶବ୍ଦ ବହୁତ୍ ବିପଦ ଏହି "ମୁଁ" ଶବ୍ଦ କୁ ତ୍ୟାଗ ତ କରିବା ଅସମ୍ଭବ, ପରିବର୍ତ୍ତନ କରି ପାରିବା ।
ମୁଁ _ପରିବର୍ତ୍ତନ କରିବାକୁ ହେଲେ ଆମକୁ ଅଧ୍ୟାତ୍ମ ଜ୍ଞାନ / ଆତ୍ମ ଜ୍ଞାନ ପ୍ରାପ୍ତି ହେଲେ "ମୁଁ" ଠାରୁ ମୁକ୍ତି ମିଳିବ। 
୨_ କର୍ମ _ ସଂସ୍କାର _ ଅର୍ଥାତ୍ 
ପ୍ରାରବ୍ଧ, ସଞ୍ଚିତ, କ୍ରୀୟମାଣ 
_ ଚିନ୍ତନ ଦ୍ଵାରା ସବୁବେଳେ ଶୁଭ କର୍ମ କରିବାରେ ସହଯୋଗ କରିବା 
ମନ୍ଦ କର୍ମ ତ୍ୟାଗ କରିବାକୁ ପଡ଼ିବ ।
୩_ ବ୍ରାହ୍ମଣ ର ଯେଉଁ ୬କର୍ମ ରହିଛି ତାକୁ ସୁଚାରୁ ରୂପେ ପାଳନ କରିବା 
ବର୍ତ୍ତମାନ ଦେଖନ୍ତୁ ଯାହା ଅନୁଭବ କରୁଛି _
ଅଧ୍ୟୟନ/ ଅଧ୍ୟାପନ
______________
ଗୁରୁକୁଳ ଆଶ୍ରମ ନାହିଁ, ଘରେ ଆଧ୍ୟାତ୍ମିକ ପରିବେଶ ନାହିଁ, ପାଶ୍ଚାତ୍ୟ ସଭ୍ୟତା ଆମ ଭିତରେ ପ୍ରବେଶ କରି ନିଜ ଧର୍ମ ଲୁଚି ଯାଉଛି ।
         ତାପରେ ଆମେ ପରସ୍ପରର ବିରୋଧୀ ଚିନ୍ତା, କେହି ମହାତ୍ମା ଯଦି ଜ୍ଞାନ କାଣ୍ଡ ହେଉ କି କର୍ମ କାଣ୍ଡ ହେଉ ଯଦି ଜ୍ଞାତ ଅଛନ୍ତି ତାଙ୍କର ଗର୍ବ କହିଲେ ନ ସରେ ----
ଶିକ୍ଷା ଦେବାକୁ ନାରାଜ କାରଣ ଆଜିକାଲି ପରିବେଶ ରେ ଅର୍ଥ ଚିନ୍ତା ଚମତ୍କାର, ନିଜର ଜ୍ଞାନ କୌଶଳ ଯଦି ଅନ୍ୟ ଜଣେ ନେଇ ବ୍ୟବହାର କରନ୍ତି ତେବେ ଜ୍ଞାନ ଦେଇଥିବା ବ୍ୟକ୍ତି ର କ୍ଷତି ହେବ ବୋଲି ଭାବୁଛନ୍ତି ।
ଆଜ୍ଞା କ୍ଷତି ହେବ ନାହିଁ 
ଯେଉଁ ଜ୍ଞାନୀ ଜନ ଜ୍ଞାନ ନ କରେ ପ୍ରଦାନ ତାରେ ହରି ଅପ୍ରସନ୍ନ , ଜ୍ଞାନ ଦାତା ନର ନର ରୂପଧର ହରି ପୁନଃ ପୂଣ୍ୟ ବାନ ।
ଜ୍ଞାନ ବିତରଣ ହେଲେ ଆମ ସମାଜ ପରି ବର୍ତନ୍ ହେବ ।
ତାପରେ ଆଉ ଗୋଟିଏ କଥା ମନେ ରଖିବେ 
ଗଣ୍ଡୁସ ଜଳ ମାତ୍ରେଣ ସର୍ଫରି ଫର୍ ଫରା ୟତେ 
ଅଳ୍ପ ଶିକ୍ଷା ଲାଭ କରି ଗର୍ବିତ ହେବା ହାସ୍ୟାସ୍ପଦ କଥା 
ଉଦାହରଣ _ କୋଉଠୁ ଯଦି ଜଣେ ଗୋଟିଏ ନୂଆ ଶ୍ଳୋକ ପାଇଗଲେ ---- ପାଖରେ ଥିବା ବ୍ୟକ୍ତି ସେ ଶ୍ଳୋକ ଜାଣି ନାହିଁ, ଶ୍ଳୋକ ପାଇଥିବା ବ୍ୟକ୍ତି ପାଖରେ ଥିବା ବ୍ୟକ୍ତି କୁ ନ୍ୟୁନ ମନେ କରିବା କେତେ ଯେ କଳୁଷିତ କଥା ଦେଖନ୍ତୁ ଆଜ୍ଞା ।
ତେଣୁ ଆମେ ଯଦି ଶିକ୍ଷା ଦାନ / ଶିକ୍ଷା ଗ୍ରହଣ ବ୍ୟବସ୍ଥା କରିବା ତେବେ ପରିବର୍ତ୍ତନ ହେବ ।
ତାପରେ ଦାନ ଗ୍ରହଣ କରିବା, ଦାନ ର ପରିମାଣ ରୁ ପ୍ରତିଦାନ କରି ସମାଜ ରେ ଶୁଭ ସଂସ୍କାର ଆଧ୍ୟାତ୍ମିକ ମାର୍ଗରେ ଆଣି ଭବିଷ୍ୟତ ପାଇଁ ବର୍ତ୍ତମାନ ଠାରୁ ପରିବର୍ତ୍ତନ କରିବା 

କ୍ରମଶଃ 
ପଣ୍ଡିତ ଶ୍ରୀ ସଂଜୀବ କୁମାର e
ଜିଲ୍ଲା ବୌଦ୍ଧ ଓଡ଼ିଶା

एक टिप्पणी भेजें

0 टिप्पणियाँ

एक टिप्पणी भेजें (0)
6/related/default