ଗୁରୁ ବନ୍ଦନା Guru Vandana Odia Lyrics

ABOUT INTEX
0
🌹 ଗୁରୁ ବନ୍ଦନା🌹
☀️ଭବସାଗର ତାରଣ କାରଣ ହେ
ରବିନନ୍ଦନ ବନ୍ଧନ ଖଣ୍ଡନ ହେ ,
ଶରଣାଗତ କିଙ୍କର ଭୀତମନେ
ଗୁରୁଦେବ ଦୟାକର ଦୀନଜନେ।୧।
ହୃଦିକନ୍ଦର ତାମସ ଭାସ୍କର ହେ
ତୁମି ବିଷ୍ଣୁ ପ୍ରଜାପତି ଶଙ୍କର ହେ,
ପରମବ୍ରହ୍ମ ପରାତ୍ପର ବେଦ ଭଣେ
ଗୁରୁଦେବ ଦୟାକର ଦୀନଜନେ ।୨।
ମନବାରଣ ଶାସନ ଅଙ୍କୁଶ ହେ
ନରତ୍ରାଣ ତରେ ହରି ଚାକ୍ଷୁଷ ହେ,
ଗୁଣଗାନ ପରାୟଣ ଦେବଗଣେ
ଗୁରୁଦେବ ଦୟାକର ଦୀନଜନେ ।୩।
କୁଳକୁଣ୍ଡଳିନୀ ଘୁମ ଭଞ୍ଜକ ହେ
ହୃଦିଗ୍ରନ୍ଥି ବିଦାରଣ କାରକ ହେ,
ମନ ମାନସ ଚଞ୍ଚଳ ରାତ୍ରଦିନେ
ଗୁରୁଦେବ ଦୟାକର ଦୀନଜନେ ।୪।
ରିପୁସୂଦନ ମଙ୍ଗଳନାୟକ ହେ
ସୁଖଶାନ୍ତି ବରାଭୟ ଦାୟକ ହେ,
ତ୍ରୟତାପ ହରେ ତବ ନାମ ଗୁଣେ
ଗୁରୁଦେବ ଦୟାକର ଦୀନଜନେ ।୫।
ଅଭିମାନ ପ୍ରଭାବ ବିମର୍ଦ୍ଦକ ହେ
ଗତିହୀନ ଜନେ ତୁମି ରକ୍ଷକ ହେ,
ଚିତ୍ତ ଶଙ୍କିତ ବଞ୍ଚିତ ଭକ୍ତିଧନେ
ଗୁରୁଦେବ ଦୟାକର ଦୀନଜନେ ।୬।
ତବନାମ ସଦା ଶୁଭ ଦାୟକ ହେ
ପତିତାଧମ ମାନବ ପାବକ ହେ,
ମହିମା ତବ ଗୋଚର ଶୁଦ୍ଧମନେ
ଗୁରୁଦେବଦୟାକର ଦୀନଜନେ।୭।
ଜୟସଦ୍ଗୁରୁଈଶ୍ବର ପ୍ରାପକ ହେ
ଭଵରୋଗ ବିକାର ବିନାଶକ ହେ,
ମନ ଜେନ ରହେ ସଦା ଶ୍ରୀଚରଣେ
ଗୁରୁଦେବ ଦୟାକର ଦୀନଜନେ ।୮।
🌹🌹🌹🌹🙏🙏🌹🌹🌹🌹

एक टिप्पणी भेजें

0 टिप्पणियाँ

एक टिप्पणी भेजें (0)
6/related/default