କଳା ସାଆନ୍ତେ ଅଛ କେମନ୍ତେ
ସୁଖ ଦୁଃଖ ପଦେ କୁହ...ପ୍ରଭୁ...(୨)
ମୁଁ ତୁମ ବନ୍ଧୁ ବୋଲି ସଙ୍ଖୁଳି ଆସିଥିଲି
ଦେଖୁଛି ତୁମର ସୁଖିଛି ମୁହଁ
କଳା ସାଆନ୍ତେ ଅଛ କେମନ୍ତେ
ସୁଖ ଦୁଃଖ ପଦେ କୁହ...ପ୍ରଭୁ...(୨)
ରାଧା କଥା ମନେ ପଡି ଗଲା କି
ଗୋପପୁରେ ମନ ଉଡି ଗଲା କି
ଦେବଦାସି ନାଚ ବୁଡି ଗଲା କି
ତା ପାଦ ଘୁଙ୍ଗୁର ଛିଡି ଗଲା କି
ଏ ଯେବେ ସତ କଥା ଭାଙ୍ଗି ଏ ନିରବତା
ଥରୁଟେ ଖାଲି ମୋ କାନ ରେ କୁହ
କଳା ସାଆନ୍ତେ ଅଛ କେମନ୍ତେ
ସୁଖ ଦୁଃଖ ପଦେ କୁହ...ପ୍ରଭୁ...(୨)
ଜଗତର ଦୁଃଖ ତୁମେ ବୁଝୁଛ
ନିଜ ଦୁଃଖ ନିଜେ ମନେ ମାରୁଛ
ସତେ ଅବା ତୁମେ ହେ ଚକାଆଖି
ଭିତରେ ଦୁଃଖି ତୁ ଉପରେ ସୁଖି
ସେ ଦୁଃଖ ମୋତେ ଦେଇ
ମୋ ସୁଖ ତୁମେ ନେଇ
କାଳିଆ ସାଆନ୍ତେ ଭଲରେ ଥାଅ
କଳା ସାଆନ୍ତେ ଅଛ
କେମନ୍ତେ
ସୁଖ ଦୁଃଖ ପଦେ କୁହ...ପ୍ରଭୁ...(୨)
ମୁଁ ତୁମ ବନ୍ଧୁ ବୋଲି ସଙ୍ଖୁଳି ଆସିଥିଲି
ଦେଖୁଛି ତୁମର ସୁଖିଛି ମୁହଁ
କଳା ସାଆନ୍ତେ ଅଛ କେମନ୍ତେ
ସୁଖ ଦୁଃଖ ପଦେ କୁହ...ପ୍ରଭୁ...(୨)
kala saante achha kemante odia bhajan lyric pdf download