ଏମିତି ଏ ବଡ ଦାଣ୍ଡେ ହାତ ପାତି ରହିଥିବି Emiti E Bada Dande Hata Pati Odia Bhajan Lyric

Sanaatan Gyaan
0


ଏମିତି ଏ ବଡ ଦାଣ୍ଡେ ହାତ ପାତି ରହିଥିବି 
ପତିତପାବନ ପତାକା କୁ ଚାହିଁ 
ତୋର ନାମ ଗାଉଥିବି 
କାଳିଆରେ ଦୁଃଖ ମୋର ଭୁଲି ଯିବି
 କାଳିଆରେ (୨) 

 ଏତିକି ମିନତୀ ଜଗତ ଠାକୁର
 ଦୁଃଖି ବୋଲି ମୋତେ କରିବୁନି ପର (୨) 
ସଞ୍ଜ ସକାଳ ରେ ଆଳତି ବେଳରେ
 ଗରୁଡ ପଛରେ ଥିବି 
 କାଳିଆରେ ତୋ ଶ୍ରୀମୁଖ ଦେଖୁଥିବି 
 କାଳିଆରେ (୨)

 ଜଗତରେ ନାହିଁ ତୋପରି ଠାକୁର 
 ରଥ ଚଢି ଯେବେ ହେବୁ ତୁ ବାହାର (୨) 
ତୋ ରଥ ଦଉଡି ଅଣ୍ଟାରେ ମୁ ଭିଡି 
 ଆନନ୍ଦରେ ଟାଣୁ ଥିବି 
 କାଳିଆରେ ଜୀବନ ଧନ୍ୟ କରିବି 
 କାଳିଆରେ (୨) 

 ଯେତେ ଇଚ୍ଛା ଦୁଃଖ ଦେ ପଛେ ମୋତେ 
 ମାଗିବିନି କିଛି ଦିନେ ହେଲେ ତୋତେ (୨) 
ପାରିବିନି ଯାଇ ତୋତେ ଛାଡି ମୁଁହି 
 ଶ୍ରୀକ୍ଷେତ୍ରରେ ରହିଥିବି 
 କାଳିଆରେ ତୋ ସେବା ରେ ଖଟୁ ଥିବି 
କାଳିଆରେ (୨)
emiti e bada dande hata pati rahithibi odia bhajan lyrics pdf download

एक टिप्पणी भेजें

0 टिप्पणियाँ

एक टिप्पणी भेजें (0)
6/related/default