ଏକା ତୋ ଭକତ ଜୀବନ Eka To Bhakata Jibana Odia Bhajan Lyrics

Sanaatan Gyaan
0
ଏକା ତୋ ଭକତ ଜୀବନ
ଭକତ ନିମନ୍ତେ ତୋର ଶଙ୍ଖ ଚକ୍ରେ ଚିହ୍ନ |0| 
 ଭକତ ତୋ ମାତାପିତା ଭକତ ତୋ ବନ୍ଧୁ 
 ଭକତ ହିତରେ ତୋର ନାମ କୃପାସିନ୍ଧୁ |1| 
 ଧେନୁ ପଛେ ପଛେ ବଚ୍ଛା ଗମେ କ୍ଷୀର ଲୋଭେ 
 ଭକତ ପଛରେ ତୁହି ଥାଉ ସେହି ଭାବେ |2| 
 ବାପା ମୋ ମୁଗଲପୁଅ ମା ମୋ ବ୍ରାହ୍ମଣୀ 
 ଏ କୂଳେ ଜନ୍ମିଲି ହିନ୍ଦୁ ନ ଖାଏ ମୋ ପାଣି |3| 
 କହେ ସାଲବେଗ ହୀନ ଜାତିରେ ଯବନ 
 ଶ୍ରୀରଙ୍ଗା ଚରଣ ବିନୁ ନ ଜାଣଇ ଆନ |4
eka to bhakata jibana odia bhajan lyric pdf download|

एक टिप्पणी भेजें

0 टिप्पणियाँ

एक टिप्पणी भेजें (0)
6/related/default