ଆହେ ଚକାଡୋଳା ଏବେ ଭକ୍ତ Ahe chakadola ebe bhakta pakhe kama padila odia bhajan lyrics

Sanaatan Gyaan
0
ଆହେ ଚକାଡୋଳା ଏବେ ଭକ୍ତ ପାଖେ କାମ ପଡିଲା (୨)
ବଡଦାଣ୍ଡେ ଭକ୍ତ ଅଣ୍ଟା ନ ଭିଡ଼ିଲେ
 ନନ୍ଦିଘୋଷ କିବା ଗଡ଼ିଲା
 ଏବେ ଭକ୍ତ ପାଖେ କାମ ପଡିଲା 
ଆହେ ଚକାଡୋଳା ଏବେ ଭକ୍ତ ପାଖେ କାମ ପଡିଲା |0| 

 ରାମ ଅବତାରେ ଗଙ୍ଗା ପାରି ବେଳେ
 ଭକ୍ତ ଧିବରକୁ ଡାକିଲ ଆକୁଳେ (୨)
 ତୁମ୍ଭ ପ୍ରଭୁପଣ ଦମ୍ଭ ଅଭିମାନ କାମ 
ଥିଲା ବୋଲି ଛିଡି଼ଲା 
 ଏବେ ଭକ୍ତ ପାଖେ କାମ ପଡିଲା 
ଆହେ ଚକାଡୋଳା ଏବେ ଭକ୍ତ ପାଖେ କାମ ପଡିଲା |1| 

 ରାଧା ସଙ୍ଗେ ତୁମ୍ଭେ ପ୍ରୀତି କଲ ସତ 
 ଜୟଦେବ ହାତେ ଲେଖାଇଲ ଗୀତ (୨)
 ତୁମ୍ଭେ କି ଜାଣନା ଲୁଚି ଲୁଚି କିଏ 
 ଅଧା ଲେଖା ପଦ ଯୋଡିଲା 
 ଏବେ ଭକ୍ତ ପାଖେ କାମ ପଡିଲା 
ଆହେ ଚକାଡୋଳା ଏବେ ଭକ୍ତ ପାଖେ କାମ ପଡିଲା |2| 

 ଭକତଙ୍କୁ ତୁମ୍ଭେ ବନ୍ଧୁ ବନ୍ଧୁ କହି 
 ନିଜ କାମ ଥିଲେ ନେଉଛ ଉଠେଇ (୨)
 ଭକତର ଦୁଃଖ ଶୁଣିଲା ବେଳକୁ 
 ଛଅ ମୁଣ୍ଡା ଖଡ଼ି ଛିଡି଼ଲା 
 ଏବେ ଭକ୍ତ ପାଖେ କାମ ପଡିଲା 
ଆହେ ଚକାଡୋଳା ଏବେ ଭକ୍ତ ପାଖେ କାମ ପଡିଲା |3|
ahe chakadola ebe bhakta pakhe kama padila odia bhajan lyric download pdf

एक टिप्पणी भेजें

0 टिप्पणियाँ

एक टिप्पणी भेजें (0)
6/related/default