ଆଲୋ ଚାନ୍ଦ ମୁହିଁ ଯାଉଛି ଦାରୁ ଖୋଜି ମୁହିଁ Alo chanda muhin jauchi daru khoji muhin in odia lyric

Sanaatan Gyaan
0

ଆଲୋ ଚାନ୍ଦ ମୁହିଁ ଯାଉଛି ଦାରୁ ଖୋଜି ମୁହିଁ


ବିଶ୍ୱାବସୁ କୂଳେ ଜନମ ମୋହର 
ବୋଲାଏ ଦଇତା ପତି 
ମହାପ୍ରଭୁ ମୋର ଛାଡ଼ିବେ ଶରୀର
 ଫାଟି ଯାଉଅଛି ଛାତି ଚାନ୍ଦମୁହିଁ ଲୋ |ଆଳାପ| 

ଲୋ ଚାନ୍ଦମୁହିଁ ଯାଉଛି ଦାରୁ ଖୋଜି ମୁହିଁ (୨) 
ଦାରୁ ନ ପାଇଲେ ପ୍ରାଣ ଝାସିବି ସମୁଦ୍ରେ ଯାଇ (୨) 
ଲୋ ଚାନ୍ଦମୁହିଁ ଯାଉଛି ଦାରୁ ଖୋଜି ମୁହିଁ (୨) |0| 
ଆଲୋ ଚାନ୍ଦ ମୁହିଁ ଯାଉଛି ଦାରୁ ଖୋଜି ମୁହିଁ Alo chanda muhin jauchi daru khoji muhin in odia lyric


ଆଜ୍ଞାମାଳ ପାଇଲେ ମୁଁ ଯିବି ତ୍ୱରିତେ 
ଅଧିଆ ପଡିବି ଯାଇ ମଙ୍ଗଳା ପିଠେ (୨)
 ସପନେଇବେ ସତେ ମା ମଙ୍ଗଳା ମୋତେ 
ସେ ମହାମେରୁ ଦାରୁ ଠାବ କରିବି ସତେ 
ଶ୍ରୀକ୍ଷେତ୍ର ଫେରିବି ମୁଁ ବ୍ରହ୍ମଦାରୁ ସହିତେ 
ବସିଥିବୁ ଫେରବା ବାଟ ମୋର ଚାହିଁ |1| 

କାହିଁକି ଲୋ ବସିଅଛୁ ମନକୁ ମାରି
 ମହାପ୍ରଭୁ କାହିଁ ଯିବେ ଆମକୁ ଛାଡି (୨)
 ଏ ମର୍ତ୍ୟ ମଣ୍ଡଳରେ ଦେହ ଯିଏ ଧରଇ 
ଦେବତା ହୋଇ ପୁଣି ସେ ଅବଶ୍ୟ ମରଇ
 ସେ କେବେ ମରି ପାରେ ଅଖଣ୍ଡ ବ୍ରହ୍ମ ସେହି 
ଘଟ ଛାଡି ପଶିବ ନୂଆ ଘଟେ ଯାଇ |2|

 କେଡେ ଭାଗ୍ୟ ଆମ ସତେ ଧନ୍ୟ ଜୀବନ 
ଜଗନ୍ନାଥ କୁଳ ଗୋତ୍ରେ ନେଲୁ ଜନମ (୨) 
ମହାପ୍ରଭୁ ଆମର ଆମେ ସେ ପ୍ରଭୁଙ୍କର 
ଜୀବ ପରମ ଭେଟ ଏ ବାକ୍ୟ ନିଶ୍ଚେ ସାର
 ଏ ଜନ୍ମ ସରି ଯାଉ ସେବି ତାଙ୍କ ପୟର 
ଦିବା ନିଶି ଏତିକି ମାଗୁଥିବୁ ଧ୍ୟାଇଁ |3|
odia bhajan alo chanda muhin jauchi daru khoji muhin odia lyrics download pdf

एक टिप्पणी भेजें

0 टिप्पणियाँ

एक टिप्पणी भेजें (0)
6/related/default