ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ
ମୋ ଆରତ ନଳିନୀବନକୁ କର ଦଳନ
ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ
ମୋ ଆରତ ନଳିନୀବନକୁ କର ଦଳନ
ଆହେ ନୀଳ ଶଇଳ
ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ
ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ
ଚକ୍ର ପେଷି, ନକ୍ର ନାଶି ଉଦ୍ଧାରିଲ ଆପଣ
ଆହେ ନୀଳ ଶଇଳ
ଘୋରବନେ ମୃଗୁଣୀକି ପଡ଼ିଥିଲା କଷଣ
ଘୋରବନେ ମୃଗୁଣୀକି ପଡ଼ିଥିଲା କଷଣ
କେଡ଼େ ବଡ଼ ବିପତ୍ତରୁ ରକ୍ଷାକଲ ଆପଣ
ଆହେ ନୀଳ ଶଇଳ
କୁରୁସଭା ତଳେ ଶୁଣି ଦୌପଦୀର ଜଣାଣ
କୁରୁସଭା ତଳେ ଶୁଣି ଦୌପଦୀର ଜଣାଣ
କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜା କଲ ବାରଣ
ଆହେ ନୀଳ ଶଇଳ
ରାବଣର ଭାଇ ବିଭୀଷଣ ଗଲା ଶରଣ
ରାବଣର ଭାଇ ବିଭୀଷଣ ଗଲା ଶରଣ
ଶରଣ ସମ୍ଭାଳି ତାଙ୍କୁ ଲଙ୍କେ କଲ ରାଜନ
ଆହେ ନୀଳ ଶଇଳ
ପ୍ରହଲ୍ଲାଦ ପିତା ସେଯେ ବଡ଼ ଦୁଷ୍ଟ ଦାରୁଣ
ପ୍ରହଲ୍ଲାଦ ପିତା ସେଯେ ବଡ଼ ଦୁଷ୍ଟ ଦାରୁଣ
ସ୍ତମ୍ଭରୁ ବାହାରି ତାକୁ ବିଦାରିଲ ତକ୍ଷଣ
ଆହେ ନୀଳ ଶଇଳ
କହେ ସାଲବେଗ ହୀନ ଜାତିରେ ମୁଁ ଯବନ
କହେ ସାଲବେଗ ହୀନ ଜାତିରେ ମୁଁ ଯବନ
ଶ୍ରୀରଙ୍ଗା ଚରଣ ତଳେ କରୁଅଛି ଜଣାଣ
ଆହେ ନୀଳ ଶଇଳ
ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ, ପ୍ରବଳ ମତ୍ତ ବାରଣ
ମୋ ଆରତ ନଳିନୀବନକୁ କର ଦଳନ
ଆହେ ନୀଳ ଶଇଳ
ଆହେ ନୀଳ ଶଇଳ
ଆହେ ନୀଳ ଶଇଳ
