Siddha Kunjika Strotram Lyric In Odia ( ଅର୍ଥ ସହିତ )

Sanaatan Gyaan
0

  ସିଦ୍ଧ କୁଂଜୀକା ସ୍ତ୍ରୋତ୍ର (Sidhha Kunjika Stotra ) ଦେବୀ ମାହାତ୍ମ୍ୟ ର ଅନ୍ତର୍ଗତ ପରମ କଲ୍ୟାଣକାରି ସ୍ତୋତ୍ର ଅଟେ | ଏହି ସ୍ତୋତ୍ର ରୁଦ୍ରଯାମଲ ତନ୍ତ୍ର ର ଗୌରୀ ତନ୍ତ୍ର ଭାଗରୁ ନିଆଯାଇଛି | ସିଦ୍ଧ କୁଂଜୀକା ସ୍ତୋତ୍ରର ପାଠ ସମ୍ପୂର୍ଣ ଦୁର୍ଗା ସପ୍ତସତୀ ପାଠ କରିବା ସହ ସମାନ | ଏହି ସ୍ତୋତ୍ରର ମୂଳ ମନ୍ତ୍ର ନବାକ୍ଷରୀ ମନ୍ତ୍ର ( ଓଁ  ଐଂ ହ୍ରୀଂ କ୍ଲୀଂ ଚାମୁଂଡାୟୈ ଵିଚ୍ଚେ ) ସହିତ ଆରମ୍ଭ ହେଇଥାଏ | କୁଂଜୀକା ର ଅର୍ଥ ଚାବି ( key ) ଅର୍ଥାତ କୁଂଜୀକା ସ୍ତୋତ୍ର ଦୁର୍ଗା ସପ୍ତସତୀ ଙ୍କ ଶକ୍ତିକୁ ଜାଗ୍ରତ କରିବା, ଯିଏ ମହେଶ୍ୱର  ( ଶିବ) ଙ୍କ ଦ୍ୱାରା ଗୁପ୍ତ କରାଯାଇଛି |

  ଏହି ସ୍ତୋତ୍ର ର ପାଠ ଅପରାନ୍ତ ଅନ୍ୟ କୌଣସି ଜପ କିମ୍ବା ପୂଜା ର ଆବଶ୍ୟକତା ହେଇନଥାଏ , କୁଂଜୀକା ସ୍ତୋତ୍ର ପାଠ ମାତ୍ରେ ହିଁ ସମସ୍ତ ଜପ ସିଦ୍ଧି ହୋଇଯାଏ | 

କୁଂଜୀକା ସ୍ତୋତ୍ରରେ ଦିଆଯାଇଥିବା ବୀଜ ମନ୍ତ୍ର ଅର୍ଥ ଜାଣିବା ସମ୍ଭବ ନୁହେଁ ବା ଆବଶ୍ୟକତା ବିହୀନ ଅର୍ଥାତ କେବଳ ଜପ ପର୍ୟାପ୍ତ ଅଟେ | ସିଦ୍ଧ କୁଂଜୀକା ସ୍ତୋତ୍ର ଏହି ପ୍ରକାର 

Siddha Kunjika Strotram Lyric In Odia ( ଅର୍ଥ ସହିତ )


     ସିଦ୍ଧ କୁଂଜିକା ସ୍ତୋତ୍ରମ୍

 ଓଁ ଅସ୍ୟ ଶ୍ରୀକୁଂଜିକାସ୍ତୋତ୍ରମନ୍ତ୍ରସ୍ୟ ସଦାଶିଵ ଋଷିଃ, ଅନୁଷ୍ଟୁପ୍ ଛଂଦଃ,
ଶ୍ରୀତ୍ରିଗୁଣାତ୍ମିକା ଦେଵତା, ଓଂ ଐଂ ବୀଜଂ, ଓଂ ହ୍ରୀଂ ଶକ୍ତିଃ, ଓଂ କ୍ଲୀଂ କୀଲକମ୍,
ମମ ସର୍ଵାଭୀଷ୍ଟସିଦ୍ଧ୍ୟର୍ଥେ ଜପେ ଵିନିୟୋଗଃ ।

ଶିଵ ଉଵାଚ
ଶୃଣୁ ଦେଵି ପ୍ରଵକ୍ଷ୍ୟାମି କୁଂଜିକାସ୍ତୋତ୍ରମୁତ୍ତମମ୍ ।
ୟେନ ମଂତ୍ରପ୍ରଭାଵେଣ ଚଣ୍ଡୀଜାପଃ ଶୁଭୋ ଭଵେତ୍ ॥ 1 ॥

ନ କଵଚଂ ନାର୍ଗଲାସ୍ତୋତ୍ରଂ କୀଲକଂ ନ ରହସ୍ୟକମ୍ ।
ନ ସୂକ୍ତଂ ନାପି ଧ୍ୟାନଂ ଚ ନ ନ୍ୟାସୋ ନ ଚ ଵାର୍ଚନମ୍ ॥ 2 ॥

କୁଂଜିକାପାଠମାତ୍ରେଣ ଦୁର୍ଗାପାଠଫଲଂ ଲଭେତ୍ ।
ଅତି ଗୁହ୍ୟତରଂ ଦେଵି ଦେଵାନାମପି ଦୁର୍ଲଭମ୍ ॥ 3 ॥

ଗୋପନୀୟଂ ପ୍ରୟତ୍ନେନ ସ୍ଵୟୋନିରିଵ ପାର୍ଵତି ।
ମାରଣଂ ମୋହନଂ ଵଶ୍ୟଂ ସ୍ତଂଭୋଚ୍ଚାଟନାଦିକମ୍ ।
ପାଠମାତ୍ରେଣ ସଂସିଦ୍ଧ୍ୟେତ୍ କୁଂଜିକାସ୍ତୋତ୍ରମୁତ୍ତମମ୍ ॥ 4 ॥

ଅଥ  ମନ୍ତ୍ରଃ ।
 ଓଁ ଐଂ ହ୍ରୀଂ କ୍ଲୀଂ ଚାମୁଂଡାୟୈ ଵିଚ୍ଚେ ।

 ଓଁ ଗ୍ଲୌଂ ହୁଂ କ୍ଲୀଂ ଜୂଂ ସଃ ଜ୍ଵାଲୟ ଜ୍ଵାଲୟ ଜ୍ଵଲ ଜ୍ଵଲ ପ୍ରଜ୍ଵଲ ପ୍ରଜ୍ଵଲ
ଐଂ ହ୍ରୀଂ କ୍ଲୀଂ ଚାମୁଂଡାୟୈ ଵିଚ୍ଚେ ଜ୍ଵଲ ହଂ ସଂ ଲଂ କ୍ଷଂ ଫଟ୍ ସ୍ଵାହା ॥ 5 ॥
ଇତି ମନ୍ତ୍ରଃ ।

ନମସ୍ତେ ରୁଦ୍ରରୂପିଣ୍ୟୈ ନମସ୍ତେ ମଧୁମର୍ଦିନି ।
ନମଃ କୈଟଭହାରିଣ୍ୟୈ ନମସ୍ତେ ମହିଷାର୍ଦିନି ॥ 6 ॥

ନମସ୍ତେ ଶୁଂଭହଂତ୍ର୍ୟୈ ଚ ନିଶୁଂମ୍ଭାଶୁର ଘାତିନୀ ।
ଜାଗ୍ରତଂ ହି ମହାଦେଵି ଜପଂ ସିଦ୍ଧଂ କୁରୁଷ୍ଵ ମେ ॥ 7 ॥

ଐଂକାରୀ ସୃଷ୍ଟିରୂପାୟୈ ହ୍ରୀଂକାରୀ ପ୍ରତିପାଲିକା ।
କ୍ଲୀଂକାରୀ କାମରୂପିଣ୍ୟୈ ବୀଜରୂପେ ନମୋଽସ୍ତୁ ତେ ॥ 8 ॥

ଚାମୁଣ୍ଡା ଚଣ୍ତୀଘାତୀ ଚ ୟୈକାରୀ ଵରଦାୟିନୀ ।
ଵିଚ୍ଚେ ଚାଭୟଦା ନିତ୍ୟଂ ନମସ୍ତେ ମନ୍ତ୍ରରୂପିଣି ॥ 9 ॥

ଧାଂ ଧୀଂ ଧୂଂ ଧୂର୍ଜଟେଃ ପତ୍ନୀ ଵାଂ ଵୀଂ ଵୂଂ ଵାଗଧୀଶ୍ଵରୀ ।
କ୍ରାଂ କ୍ରୀଂ କ୍ରୂଂ କାଲିକା ଦେଵି ଶାଂ ଶୀଂ ଶୂଂ ମେ ଶୁଭଂ କୁରୁ ॥ 10 ॥

ହୁଂ ହୁଂ ହୁଂକାରରୂପିଣ୍ୟୈ ଜଂ ଜଂ ଜଂ ଜଂଭନାଦିନୀ ।
ଭ୍ରାଂ ଭ୍ରୀଂ ଭ୍ରୂଂ ଭୈରଵୀ ଭଦ୍ରେ ଭଵାନ୍ୟୈ ତେ ନମୋ ନମଃ ॥ 11 ॥

ଅଂ କଂ ଚଂ ଟଂ ତଂ ପଂ ୟଂ ଶଂ ଵୀଂ ଦୁଂ ଐଂ ଵୀଂ ହଂ କ୍ଷମ୍ ।
ଧିଜାଗ୍ରଂ ଧିଜାଗ୍ରଂ ତ୍ରୋଟୟ ତ୍ରୋଟୟ ଦୀପ୍ତଂ କୁରୁ କୁରୁ ସ୍ଵାହା ॥ 12 ॥

ପାଂ ପୀଂ ପୂଂ ପାର୍ଵତୀ ପୂର୍ଣା ଖାଂ ଖୀଂ ଖୂଂ ଖେଚରୀ ତଥା ।
ସାଂ ସୀଂ ସୂଂ ସପ୍ତଶତୀ ଦେଵ୍ୟା ମନ୍ତ୍ର ସିଦ୍ଧିଂ କୁରୁଷ୍ଵ ମେ ॥ 13 ॥

କୁଂଜିକାୟୈ ନମୋ ନମଃ ।

ଇଦଂ ତୁ କୁଂଜିକାସ୍ତୋତ୍ରଂ ମନ୍ତ୍ର ଜାଗର୍ତିହେତଵେ ।
ଅଭକ୍ତେ ନୈଵ ଦାତଵ୍ୟଂ ଗୋପିତଂ ରକ୍ଷ ପାର୍ଵତି ॥ 14 ॥

ୟସ୍ତୁ କୁଂଜିକୟା ଦେଵି ହୀନାଂ ସପ୍ତଶତୀଂ ପଠେତ୍ ।
ନ ତସ୍ୟ ଜାୟତେ ସିଦ୍ଧିରରଣ୍ୟେ ରୋଦନଂ ୟଥା ॥ 15 ॥

ଇତି ଶ୍ରୀରୁଦ୍ରୟାମଲେ ଗୌରୀତଂତ୍ରେ ଶିଵପାର୍ଵତୀସଂଵାଦେ କୁଂଜିକାସ୍ତୋତ୍ରଂ ସଂପୂର୍ଣମ୍ ।

Siddha Kunjika Strotram Lyric In Odia ( ଅର୍ଥ ସହିତ )


କୁଂଜୀକା ସ୍ତୋତ୍ର ଅର୍ଥ ( )

ଶିବ କହୁଛନ୍ତି - 

ଦେବୀ ! ଶୁଣ | ମୁଁ ଉତ୍ତମ କୁଂଜୀକା ସ୍ତୋତ୍ର ର ଉପଦେଶ କରିବି , ଯେଉଁ ମନ୍ତ୍ର ପ୍ରଭାବରେ ଦେବୀଙ୍କ ଜପ ( ପାଠ ) ସଫଳ ହେବ | 

କବଚ , ଅର୍ଗଳା , କୀଲକ, ରହସ୍ୟ , ସୁକ୍ତ , ଧ୍ୟାନ , ନ୍ୟାସ ଠାରୁ ଅର୍ଚନା ପର୍ଯନ୍ତ ଆବଶ୍ୟକତା ହେବ ନାହିଁ |

କେବଳ କୁଂଜୀକା ସ୍ତୋତ୍ର ପଥରେ ଦୁର୍ଗପାଠ ର ଫଳ ପ୍ରାପ୍ତି ହେବ | ଏହି କୁଂଜୀକା ସ୍ତୋତ୍ର ଅତ୍ୟନ୍ତ ଗୁପ୍ତ ଏବଂ ଦେବତା ମାନଙ୍କ ପାଇଁ ମଧ୍ୟ ଦୁର୍ଲଭ |

ହେ ପାର୍ବତୀ ! ସ୍ଵ ଯୋନି ଭଳି ପ୍ରୟତ୍ନ ପୂର୍ବକ ଗୁପ୍ତ ରଖିବା ଦରକାର | ଏହି ଉତ୍ତମ କୁଂଜୀକା ସ୍ତୋତ୍ର କେବଳ ପାଠ ଦ୍ୱାରା ମାରାଣ ,ମୋହନ,ବଶୀକରଣ,ସ୍ତମ୍ଭନ,ଏବଂ ଉଚ୍ଚାଟନ ଆଦି ଉଦେଶ୍ୟ କୁ ସିଦ୍ଧି କରିଥାଏ |

ମନ୍ତ୍ର - ଓଁ ଐଂ ହ୍ରୀଂ କ୍ଲୀଂ ଚାମୁଂଡାୟୈ ଵିଚ୍ଚେ ।

 ଓଁ ଗ୍ଲୌଂ ହୁଂ କ୍ଲୀଂ ଜୂଂ ସଃ ଜ୍ଵାଲୟ ଜ୍ଵାଲୟ ଜ୍ଵଲ ଜ୍ଵଲ ପ୍ରଜ୍ଵଲ ପ୍ରଜ୍ଵଲ
ଐଂ ହ୍ରୀଂ କ୍ଲୀଂ ଚାମୁଂଡାୟୈ ଵିଚ୍ଚେ ଜ୍ଵଲ ହଂ ସଂ ଲଂ କ୍ଷଂ ଫଟ୍ ସ୍ଵାହା 

ମନ୍ତ୍ର ରେ ଦିଆଯାଇଥିବା ବୀଜ ଅକ୍ଷର ଅର୍ଥ ଜାଣିବା ସମ୍ଭବ ନୁହେଁ , କିମ୍ବା ଜାଣିବା ଆବଶ୍ୟକତା ନାହିଁ କେବଳ ଜପ ହିଁ ପର୍ୟାପ୍ତ |

ହେ ରୁଦ୍ରରୂପିଣୀ ! ତୁମକୁ ନମସ୍କାର | ହେ ମଧୁ ଦୈତ୍ୟ ଙ୍କୁ ମାରାଣ କାରି ! ତୁମକୁ ନମସ୍କାର | କୈଟଭ ବିନାଶିନୀ ଙ୍କୁ ନମସ୍କାର | ମହିଷାସୁର କୁ ମାରିଥିବା ଦେବୀ ! ତୁମଙ୍କୁ ନମସ୍କାର |

ଶୁମ୍ଭ କୁ ହନନ କାରି  ଏବଂ ନିଶୁମ୍ଭ କୁ ମାରାଣ କାରି ! ତୁମକୁ ନମସ୍କାର |

ହେ ମହାଦେବୀ ! ମୋର ଯପକୁ ଜାଗ୍ରତ ଏବଂ ସିଦ୍ଧ କର | ଏଁକାର ର ରୂପରେ ସୃଷ୍ଟିକାରୀଣି   ହ୍ରୀଂକାରୀ ର  ରୂପରେ ସୃଷ୍ଟି କୁ ପାଳନ କାରି 

କ୍ଲୀଂକାରୀ ରୂପରେ କାମ ରୂପିଣୀ ( ତଥା ଅଖିଳ ବ୍ରହ୍ମାଣ୍ଡ ) ର ବିଜରୂପିଣୀ ଦେବୀ ! ତୁମକୁ ନମସ୍କାର | ଚାମୁଣ୍ଡା ରୂପରେ ତୁମେ ଚଣ୍ଡ ବିନାଶିନୀ ଏବଂ ୟୈକାରୀ ରୂପରେ ତୁମେ  ବର ଦାତ୍ରୀ |

ଵିଚ୍ଚେ ରୂପରେ ତୁମେ ନିତ୍ୟ ଅଭୟ ଦାତ୍ରୀ | ( ଏହି ପ୍ରକାର ଓଁ ଐଂ ହ୍ରୀଂ କ୍ଲୀଂ ଚାମୁଂଡାୟୈ ଵିଚ୍ଚେ ) ତୁମେ ଏହି ମନ୍ତ୍ର ର ସ୍ୱରୂପ |

ଧାଂ ଧୀଂ ଧୂଂ ରୂପରେ ତୁମେ ଧୂର୍ଜଟି ( ଶିବ ) ଙ୍କର ତୁମେ ପତ୍ନୀ ଅଟ |  ଵାଂ ଵୀଂ ଵୂଂ ରୂପରେ ତୁମେ ବାଣୀ ର ଅଧିଶ୍ୱରୀ ଅଟ | କ୍ରାଂ କ୍ରୀଂ କ୍ରୂଂ   ରୂପରେ ତୁମେ କାଳିକା ଦେବୀ, ଶାଂ ଶୀଂ ଶୂଂ  ରୂପରେ ମୋର କଲ୍ୟାଣ କର |

ହୁଂ ହୁଂ ହୁଂକାର ସ୍ୱରୂପିଣୀ, ଜଂ ଜଂ ଜଂ ଜଂଭନାଦିନୀ, ଭ୍ରାଂ ଭ୍ରୀଂ ଭ୍ରୂଂ ରୂପରେ କଲ୍ୟାଣକାରିଣୀ ଭୈରବ ଭବାନୀ ! ତୁମ୍ଭକୁ ବାର ବାର ପ୍ରଣାମ |

ଅଂ କଂ ଚଂ ଟଂ ତଂ ପଂ ୟଂ ଶଂ ଵୀଂ ଦୁଂ ଐଂ ଵୀଂ ହଂ କ୍ଷମ୍  ଧିଜାଗ୍ରଂ ଧିଜାଗ୍ରଂ ଏହି ସବୁକୁ ଭଗ୍ନ କରି ଦୀପ୍ତ କର , କର ସ୍ୱାହା | ପାଂ ପୀଂ ପୂଂ ରୂପରେ ତୁମେ ପାର୍ବତୀ ପୂର୍ଣା ଅଟ | ଖାଂ ଖୀଂ ଖୂଂ ରୂପରେ ତୁମେ ଖେଚେରୀ ( ଆକାଶ ଚାରିଣୀ ) ଅଥବା ଖେଚେରୀ ମୁଦ୍ରା ଅଟ |

ସାଂ ସୀଂ ସୂଂ ସ୍ୱରୂପିଣୀ ସପ୍ତସତୀ ଦେବୀ ଙ୍କ ମନ୍ତ୍ର କୁ ମୋ ପାଇଁ ସିଦ୍ଧ କରନ୍ତୁ | ମନ୍ତ୍ର କୁ ଜାଗ୍ରତ କରିବା ଉଦ୍ୟେଶ ରେ ଏହି ସିଦ୍ଧ କୁଂଜୀକା ସ୍ତୋତ୍ର | ଏହାକୁ ଭକ୍ତି ହୀନ ପୁରୁଷ ଦେବା ଉଚିତ ନୁହେଁ | ହେ ପାର୍ବତୀ ! ଏହି ମନ୍ତ୍ର କୁ ଗୁପ୍ତ ରଖ | ହେ ଦେବୀ ! ଯିଏ ଏହି କୁଂଜୀକା ମନ୍ତ୍ର କୁ ପାଠ ନକରି ସପ୍ତସତୀ କୁ ପାଠ କରେ, ବନ ରେ ରୋଦନ କରିବା ଯେପରି ନିରର୍ଥକ ସେଭଳି ନିଷ୍ଫଳ ହୋଇଥାଏ |

( ଏହି ପ୍ରକାର ଶ୍ରୀ ରୁଦ୍ରଯାମଳ ର ଗୌରୀ ତନ୍ତ୍ର ରେ ଶିବ ପାର୍ବତୀ ସମ୍ବାଦ ରେ ସିଦ୍ଧ କୁଂଜୀକା ସମ୍ପୂର୍ଣ ହେଲା )




एक टिप्पणी भेजें

0 टिप्पणियाँ

एक टिप्पणी भेजें (0)
6/related/default