ଦୁର୍ଗା ନବରତ୍ନମାଳା
କନକ ଗୌର ବିରାଜିନୀ ରୁଚିର ଚନ୍ଦ୍ରମଣ୍ଡଳାନନୀ ,
ଦର୍ଶନ କୁଣ୍ଡାହାସିନୀ ଉଜ୍ଜ୍ଵଳ ପଙ୍କଜଦଳ ଲୋଚନୀ |
ଅଭୟ ଅଙ୍କୁଶ ପାଶ ଧାରିଣୀ ରକ୍ତାମ୍ବର ବାସିନୀ ,
ଆଦିଶକ୍ତି ତ୍ରିପୁର ସୁନ୍ଦରୀ ଚନ୍ଦ୍ରଶେଖରୀ ତ୍ରାହିମାଂ |1|
ପରମହଂସରୂପା ସୁନ୍ଦରୀ ହୃଦୟ ପଙ୍କଜ ବାସିନୀ ,
ତରୁଣ ଅର୍କ ସ୍ୱରୂପ ଜଡିତ ନାଦ ବିନ୍ଦୁ ସ୍ୱରୂପିଣୀ |
ବ୍ରହ୍ମରନ୍ଦ୍ର ସହସ୍ରକନ୍ଦର ଇନ୍ଦୁ ବିନ୍ଦୁ ସଂଲଗ୍ନିକା,
ତ୍ରୟ ବିନ୍ଦୁ ତ୍ରୟଲୋଚନୀ ଜୟ ଶିବ ସୁନ୍ଦରୀ ତ୍ରାହିମାଂ |2|
ଆଦିଅନ୍ତ ଅନନ୍ତ ଅବ୍ୟୟ ଅରୁଣ ମଣ୍ଡଳରୂପିଣୀ ,
ଗଗନ ଗାମୀ ଅଗମ୍ୟ ଗମ୍ୟକ ଶୂନ୍ୟ ମଣ୍ଡଳ ଭେଦିନୀ |
ନୀଳ ରକ୍ତକ ବୋଧ ନିର୍ମଳ ଗୌର ଗାର୍ଗବ ସମ୍ଭବା ,
ସ୍ଥୁଳ ଶୂନ୍ୟ ବିନାଶ ମବ୍ୟୟ ଜ୍ୟୋତି ରୂପିଣୀ ତ୍ରାହିମାଂ | 3
ନାଦ ବିନ୍ଦୁ ତ୍ରିକୋଣ ମଣ୍ଡଳ ଚତୁର୍ଦଶଦଳ ବେଷ୍ଟିତା ,
ବର୍ଣ୍ଣ ଷୋଡଶ ଯୁକ୍ତ ସତଦଳ କର୍ଣ୍ଣିକାବୀଜ ପୁରିତା |
ନାଦ ବିନ୍ଦୁ ସମାହିତା ଶଶୀ ଷୋଡଶାକ୍ଷର ବାସିନୀ ,
ଅମୀୟରୂପ ସୁଚାରୁ ଶତଦଳ ଚକ୍ରବାସିନୀ ତ୍ରହୀମାଂ |4|
ପୁଷ୍ପରାଗ ବୀଜ ମାଣିକ୍ୟ ହାର ବୌଡୁର୍ଯ୍ୟ ମଣ୍ଡିତା ,
ଜାତିଚମ୍ପକ ମଲ୍ଲୀ ରଙ୍ଗଣୀ ପାରିଜାତକ ମାଳିକା |
ନାଗ ବଲ୍ଲୀ ସୂବଲ୍ଲୀ କର୍ପୁର ଜାତି କସ୍ତୁରୀ ଶ୍ରୀଫଳା,
ସେବିତ ତବ ଚରଣେ ହରିହର ବ୍ରହ୍ମବାଦିନୀ ତ୍ରାହିମାଂ |5|
ଚିକୁର ଚାରୁ କେଶ ବିଗଳିତ ମାଳିନୀ ଘନକୁନ୍ତଳା ,
ପିନଭାର ପ୍ରବାଳ ମୋୖକ୍ତିକ ହାରମଣ୍ଡିତ ମେଖଳା |
ଦିବ୍ୟରୂପ ନିତମ୍ବ କଟିତଟେ କିଙ୍କଣୀ ଗଦାନୁପୁରଂ ,
ସୋମମୋୖଳି ତ୍ରୟଲୋଚନୀ ସତପତ୍ରବାସିନୀ ତ୍ରାହିମାଂ |6|
ବ୍ୟାଘ୍ରସିଂହ ବିପିନ ପର୍ବତ ଅନଳ ଜଳ ସ୍ଥଳ ତାରିଣୀ ,
ଜରାରୋଗ ଦୁଃସହ ସଙ୍କଟ ସନ୍ତାପ ଆପଦନାଶିନୀ |
ବିଷୟାର୍ଣବ ଘୋର ତିମିର ପଟଳ ଛେଦିନୀ ବାସିନୀ ,
ବାଂଛିତ ଫଳ ସିଦ୍ଧି ଦାୟିନୀ ଜଗତ ମୋହିନୀ ତ୍ରାହିମାଂ |7|
ଶଙ୍ଖ ଚକ୍ର ତ୍ରିଶୂଳ ଡମ୍ବରୁ ଖଡ୍ଗ ଖର୍ପର ଧାରିଣୀ ,
ଧନୁର୍ବାଣ କୁଠାର ଅଙ୍କୁଶ ଦାନବ କୁଳ ଛେଦିନୀ |
ଜଟାଜୁଟ ସୁଚାରୁମଣ୍ଡିତ ରକ୍ତ ବସ୍ତ୍ର ଶ୍ଵମେଖଳା,
ଘୋର ଘର୍ଘର ନାଦ ବର୍ଜିତ ଘ୍ରୁମ ଲୋଚନୀ ତ୍ରାହିମାଂ | 8|
ଶୁକ ଗୌତମ ବ୍ରହ୍ମା ନାରଦ ବ୍ୟାସ କଶ୍ୟପ ଧ୍ୟାୟତେ ,
ଇନ୍ଦ୍ର ଚନ୍ଦ୍ର କୁବେର ଦଶଦିକପାଳ ସେବିତ ମମ୍ବିକେ |
ମନୋବାଂଛିତ ଫଳସିଦ୍ଧିଦାୟକ ବିବିଧ ସମ୍ପଦ ଦାୟିନୀ ,
ସେବିତଂ ତବ ଚରଣେ ଶଙ୍କର ଶୂନୀତି ଦାୟିନୀ ତ୍ରାହିମାଂ |9|
ଅର୍ଥ :-
ମହାଦେବ କହୁ ଅଛନ୍ତି ହେ ଶଙ୍କରୀ ! ଯେଉଁ ବ୍ୟକ୍ତି ଏହି ଦୁର୍ଗା ନବରତ୍ନମାଳାକୁ ପ୍ରତ୍ୟହ ଥରେ ମାତ୍ର ପାଠ କରେ ସେ ବ୍ୟକ୍ତି ର ସମସ୍ତ ପ୍ରକାର ଅମଙ୍ଗଳ ନାଶ ହୁଅଇ | ଧନାଦି ଶୀଘ୍ର ମିଳଇ | ସକଳ ସ୍ଥାନରେ ଯଶ ଲାଭ ହୁଅଇ | ସର୍ବଜନେ ବଶୀଭୂତ ହୁଅନ୍ତି | ଯାବତୀୟ ପ୍ରକାର ବ୍ୟାଧି ଦେହରୁ ବିନାଶ ହୁଅଇ ଶତ୍ରୁମାନେ ମିତ୍ର ହୁଅନ୍ତି |
Santali Tantra O Jogini Tantra


