ସପ୍ତ ଶ୍ଲୋକି ଦୁର୍ଗା - Ath Saptasloki Durga In Odia Lyrics

Sanaatan Gyaan
0

 || ଅଥ ସପ୍ତ ଶ୍ଲୋକି ଦୁର୍ଗା ||

ଏହି ସପ୍ତ ଶ୍ଲୋକି ( ସାତ ଶ୍ଳୋକ ରେ ନିର୍ମିତ ) ସ୍ତୋତ୍ରର ପାଠ ଦୁର୍ଗା ସପ୍ତସତୀ ପାଠ ର ପୂର୍ବରୁ ପାଠ କରାଯାଏ | ସପ୍ତ ଶ୍ଲୋକି ସ୍ଟ୍ରୋତ୍ରରେ ଦୁର୍ଗା ସପ୍ତସତୀ ର ଅଧ୍ୟାୟ ର ସାର ଅଟେ | ଏଠାରେ ଏହି ସ୍ତୋତ୍ରର ସଂସ୍କୃତ ଉଚ୍ଚାରଣ ଓଡ଼ିଆ ଅର୍ଥ ସହିତ ଦିଆଗଲା  | ଯାହାକି ଏହି ପ୍ରକାର - 

ସପ୍ତ ଶ୍ଲୋକି ଦୁର୍ଗା - Ath Saptasloki Durga In Odia Lyrics

ଶିବ ଉଵାଚ - 

ଦେବୀ ତ୍ୱଂ ଭକ୍ତସୁଲଭେ ସର୍ବକାର୍ଯ୍ୟବିଧାୟିନୀ  |

କଲୈ ହି କାର୍ଯ୍ୟସିଦଧ୍ୟ୍ୟର୍ଥମୁପୟଂ ବ୍ରୁହି ଯତ୍ନତଃ ||

ଦେବ୍ୟୁ ଦେବ 

ଶୃଣୁ ଦେବୀ ପ୍ରବକ୍ଷାମି କଲୈ ସର୍ବେସ୍ଟସାଧନମ୍ |

ମୟା ତବୈବ ସ୍ନେହେନାପ୍ୟମ୍ବାସ୍ତୁତିଃ ପ୍ରକାଶ୍ୟତେ  ||

ବିନିଯୋଗ- 

ॐ ଅସ୍ୟ ଶ୍ରୀ ଦୁର୍ଗାସପ୍ତଶ୍ଲୋକିସ୍ତୋତ୍ରମନ୍ତ୍ରସ୍ୟ ନାରାୟଣ ଋଷୀଃ , ଅନୁସ୍ଟୁପ ଛନ୍ଦଃ , 

ଶ୍ରୀମହାକାଳୀମହାଲକ୍ଷ୍ମୀମହାସରସ୍ଵତ୍ୟେ ଦେବତାଃ , ଶ୍ରୀଦୁର୍ଗାପ୍ରୀତ୍ୟର୍ଥଂ ସପ୍ତଶ୍ଲୋକିଦୁର୍ଗାପାଠେ ଵିନିୟୋଗଃ |


ॐ ଜ୍ଞାନୀନାମପି ଚେନ୍ତାସି ଦେବୀ ଭଗବତୀ ହି ସା |

ବଲାଦାକୃଷ୍ଣ ମହାୟ ମହାମାୟା ପ୍ରୟଚ୍ଛତି  | 1|

ଦୁର୍ଗେ ସ୍ମୃତା ହରସି ଭୀତମଶେଷଯନ୍ତୋଃ, 

ସ୍ୱସ୍ଥୈଃ  ସ୍ମ୍ରୃତା ମତିମତୀବ ଶୁଭାଂ ଦଦାସୀ |

ଦାରିନ୍ଦ୍ରୟଦୁଃ ଖଭୟହାରିଣୀ କା ତ୍ୱଦନ୍ୟା ,

ସର୍ବେପକାରକରଣାୟ ସଦାର୍ନ୍ଦଚିତ୍ତା |2| 

      ସର୍ବମଙ୍ଗଲ୍ୟମଙ୍ଗଲ୍ୟେ ଶିବେ ସର୍ବାର୍ଥସାଧିକେ |

ଶରଣ୍ୟେ ତ୍ରୟମ୍ୱକେ ଗୋୖରୀ ନାରାୟଣୀ ନମସ୍ତୁତେ | 3 |

ଶରଣାଗତଦିନାର୍ତ୍ତପରିତ୍ରାଣୟେ |

ସର୍ଵସ୍ୟାର୍ତ୍ତିହରେ ଦେବୀ ନାରାୟଣୀ ନମସ୍ତୁତେ | 4 | 

ସର୍ବସ୍ୱରୂପେ ସର୍ବେଶେ ସର୍ବଶକ୍ତିସମନ୍ୱିତେ | 

ଭୟେଭ୍ୟସ୍ତ୍ରାହି ନୋ ଦେବୀ ଦୁର୍ଗେ ଦେବୀ ନମସ୍ତୁତେ |5|

ରୋଗାନଶେଷାନପହଂସି ତୃଷ୍ଟା,

ରୁଷ୍ଟା ତୁ କାମାନ୍ ସକଲାନଭିଷ୍ଟାନ୍ |  

ତ୍ୱାମାଶ୍ରିତାନାଂ ନ ବିପର୍ଣ୍ଣରାଣାଂ , 

ତ୍ୱାମାଶ୍ରିତା ହ୍ୟାଶ୍ରୟତାଂ ପ୍ରୟାନ୍ତି |6|

ସର୍ବବାଧାପ୍ରଶମନଂ ତ୍ରୈଲୋକ୍ୟସ୍ୟାଖିଲେଶ୍ଵରୀ |

ଏବମେବ ତ୍ୱୟା କାର୍ଯ୍ୟମସ୍ମଦ୍ ବୈରୀବିନାଶନମ୍ |7 |   

|| ଇତି ଶ୍ରୀଶପ୍ତଶ୍ଲୋକି ଦୁର୍ଗା ସଂପୂର୍ଣ୍ଣା ||
ସପ୍ତ ଶ୍ଲୋକି ଦୁର୍ଗା - Ath Saptasloki Durga In Odia Lyrics


 ଅର୍ଥ - 
ଶିବ କହୁଛନ୍ତି - ହେ ଦେବୀ ! ତୁମେ ଭକ୍ତଙ୍କ ପାଇଁ ସୁଲଭ ଏବଂ ସମସ୍ତ କର୍ମର ବିଧାନ କାରିଣୀ | କଳିଯୁଗରେ କାମନା ସିଦ୍ଧି ହେତୁ ଯଦି କୌଣସି ଉପାୟ ଥାଏ ତେବେ ତାକୁ ନିଜର ବାଣୀ ଦ୍ୱାରା ସମ୍ୟକ ରୂପରେ ବ୍ୟକ୍ତ କର |
ଦେବୀ କହିଲେ - ହେ ଦେବ ! ଆପଣଙ୍କର ମୋ ଉପରେ ବହୁତ ସ୍ନେହ ଅଛି | କଳିଯୁଗରେ ମୁଁ ସମସ୍ତ କାମନା ଗୁଡିକୁ ସିଦ୍ଧି କରିବା ପାଇଁ ଯାହା ସାଧନ ଅଛି ଜଣାଉଛି , ଶୁଣ ! ଏହାର ନାମ ହେଲା ' ଅମ୍ବା ସ୍ତୁତି ' |
( ବିନିଯୋଗ ) - ॐ ଏହି ଦୁର୍ଗା ସପ୍ତଶ୍ଲୋକି ସ୍ତୋତ୍ର ମନ୍ତ୍ର ର ନାରାୟଣ ଋଷି ଅଟନ୍ତି , ଅନୁଷ୍ଟୁପ ଛନ୍ଦ ଅଟେ , ଶ୍ରୀ ମହାକାଳୀ , ମହାଲକ୍ଷ୍ମୀ ଏବଂ ମହାସରସ୍ୱତୀ ଦେବତା ଅଟନ୍ତି , ଶ୍ରୀ ଦୁର୍ଗା ଙ୍କ ପ୍ରସନ୍ନତା ପାଇଁ ସପ୍ତଶ୍ଲୋକି ଦୁର୍ଗା ପାଠ ରେ ଏହାର ବିନିଯୋଗ କରା ଯାଇଥାଏ |  
1- ସେହି ଭଗବତୀ ମହାମାୟା ଦେବୀ ଜ୍ଞାନୀମାନଙ୍କର ମଧ୍ୟ ଚିତ୍ତ ବଳପୂର୍ବକ ଟାଣି ଆଣି  ମୋହରେ ପକାଇ ଦେଇଥାନ୍ତି | 

2 - ମାଁ ଦୁର୍ଗେ ! ଆପଣ ସବୁ ପ୍ରାଣୀଙ୍କର ଭୟ ହରଣ କରିଥାଅ ଏବଂ ସ୍ଵସ୍ଥ ପୁରୁଷ ଦ୍ୱାରା ଚିନ୍ତନ କରିବା ଦ୍ୱାରା ତାଙ୍କୁ କଲ୍ୟାଣମୟୀ ବୁଦ୍ଧି ପ୍ରଦାନ କରିଥାଅ | ଦୁଃଖ , ଦରିଦ୍ରତା ଏବଂ ଭୟ ହରଣ କରୁଥିବା ଦେବୀ ! ଆପଣଙ୍କ ବ୍ୟତୀତ ଦ୍ଵିତୀୟ କିଏ ଅଛି , ଯାହାର ଚିତ୍ତ ସମସ୍ତଙ୍କ ଉପକାର କରିବା ପାଇଁ ସର୍ବଦା ଦୟା ପୂର୍ବକ ରହିଥାଏ |
 3- ନାରାୟଣୀ ! ତୁମେ ସବୁ ପ୍ରକାର ମଙ୍ଗଳ ପ୍ରଦାନ କାରି ମଙ୍ଗଳମୟୀ ଅଟ | କଲ୍ୟାଣ ଦାୟିନୀ ଶିବା ଅଟ  | ସବୁ ପୁରୁଷାର୍ଥ କୁ ସିଦ୍ଧି କାରିଣୀ , ଶରଣା ଗତ ବତ୍ସଳା , ତ୍ରିନେତ୍ରି ଏବଂ ଗୌରୀ ଅଟ | ତୁମକୁ ନମସ୍କାର | 
4- ତୁମ ଶରଣ କୁ ଆସୁଥିବା ଦୁଃଖି  ଏବଂ ପୀଡିତଙ୍କ ରକ୍ଷା ରେ ସଂଲଗ୍ନ ରହୁଥିବା ତଥା ସମସ୍ତଙ୍କ ପୀଡା ଦୂର କାରିଣୀ ନାରାୟଣୀ ଦେବୀ ! ତୁମକୁ ନମସ୍କାର | 

5- ସର୍ବ ସ୍ୱରୂପା , ସର୍ବେଶ୍ୱରୀ , ତଥା ସବୁ ପ୍ରକାର ଶକ୍ତି ରେ ସମ୍ପର୍ଣ ଦିବ୍ୟରୂପା ଦୁର୍ଗେ ଦେବୀ ! ସବୁ ଭୟରୁ  ଆମ୍ଭକୁ ରକ୍ଷା କର ; ତୁମକୁ ନମସ୍କାର |
6 - ଦେବୀ ! ତୁମ ପ୍ରସନ୍ନ ହେଲେ ସବୁ ରୋଗ ନଷ୍ଟ କରିଥାଅ ଏବଂ କୁପିତ ହେଲେ ମନୋବାଞ୍ଚୀତ ସବୁ କାମନା କୁ ନାଶ କରିଥାଅ | ଯେଉଁ ମାନେ ତୁମର ଶରଣ ଯାଇ ସାରିଛନ୍ତି ତାଙ୍କ ଉପରେ ବିପତ୍ତି ଆସି ନଥାଏ | ତୁମରି ଶରଣ କୁ ଯାଇଥିବା ମନୁଷ୍ୟ ଅନ୍ୟ କୁ ଶରଣ ଦେବା ଯୋଗ୍ୟ ହୋଇ ଯାଆନ୍ତି |
7- ସର୍ବେଶ୍ୱରୀ ! ତୁମେ ଏହି ପ୍ରକାର ଲୋକ ର ସମସ୍ତ ବାଧା କୁ ଶାନ୍ତ କର ଏବଂ ଆମ୍ଭର ଶତ୍ରୁ ଙ୍କୁ ନାଶ କରିଥାଅ |
| ଏହି ପ୍ରକାର ଦୁର୍ଗା ସପ୍ତ ଶ୍ଲୋକି ସ୍ତୋତ୍ର ସମ୍ପୂର୍ଣ ହେଲା | 


   



Ath Saptasloki Durga Odia Meaning

Ath Saptasloki Durga lyrics in odia with meaning

एक टिप्पणी भेजें

0 टिप्पणियाँ

एक टिप्पणी भेजें (0)
6/related/default