କରୁଣା ସାଗର ପ୍ରଭୁ ହେ ଜଗତର ଠାକୁର |
ଘେନ ଆମ ଶିଶୁ ବିନତି ସର୍ବେ ଯୋଡୁଛୁ କର ||
ଦେଇଛ ଜନମ ଜଗତ ସେବା କରିବା ପାଇଁ |
ଅବାଟରେ ଗଲେ ଆମକୁ ବାଟ ଦିଅ ବତାଇ ||
ତୁମରି ଦାନ ଏ ଜୀବନ ଲାଗୁ ବିଶ୍ୱ କଲ୍ୟାଣେ |
ରହିଥାଉ ଆମ ଭକତି ଗୁରୁଜନ ଚରଣେ ||
ଦୁଃଖୀ ରଙ୍କି ରୋଗୀ ସେବାରେ ଲାଗୁ ମନ ଆମ୍ଭର |
ଝଡ ଝଞ୍ଜା ଡେଇଁ ଯିବାକୁ ଦିଅ ମନରେ ବଳ ||
କ୍ରୋଧ ହିଂସା ଠାରୁ ଦୂରରେ ଆମେ ରହିବା ପାଇଁ |
ଦିଅ ଭରି ତବ ଶକତି ସବୁ ଯିବୁ ଏଡାଇ ||
ମନ୍ଦ ଚିନ୍ତା ମନ୍ଦ କରମ ଯାଉ ଆମକୁ ଛାଡି |
ଦିଅ ସଦଜ୍ଞାନ ସୁବୁଦ୍ଧି ମାଗୁଛୁ ହାତ ଯୋଡି ||
