ଭବ ସାଗର ତାରଣ କାରଣ ହେ !
ରବି ନନ୍ଦନ ବନ୍ଧନ ଖଣ୍ଡନ ହେ !
ଶରଣ।ଗତ କିଙ୍କର ଭୀତ ମନେ ,
ଗୁରୁଦେବ ! ଦୟା କର ଦୀନ ଜନେ |୧|
ହୃଦ -କନ୍ଦର-ତାମସ -ଭାସ୍କର ହେ
ତୁମେ ବିଷ୍ଣୁ ପ୍ରଜାପତି ଶଙ୍କର ହେ
ପରଂବ୍ରହ୍ମ ପରା ପ୍ତର ବେଦ ଭଣେ ,
ଗୁରୁଦେବ ! ଦୟା କର ଦିନ ଜନେ |୨|
ମନ ବାରଣ -ଶାସନ - ଅଙ୍କୁଶ ହେ
ନର ତ୍ରାଣ ତରେ ହରି ଚାକ୍ଷୁସ ହେ
ଗୁଣ ଗାନ ପରାୟଣ ଦେବଗଣେ ,
ଗୁରୁଦେବ ! ଦୟା କର ଦିନ ଜନେ |୩|
କୁଳ କୁଣ୍ଡଲିନୀ -ଘୁମ -ଭଞ୍ଜକ ହେ
ହୃଦ -ଗ୍ରନ୍ଥି -ବିଦାରଣ -କାରକ ହେ
ମମ ମାନସ ଚଞ୍ଚଳ ରାତ୍ର ଦିନେ ,
ଗୁରୁଦେବ ! ଦୟା କର ଦିନ ଜନେ |୪|
ରିପୁ ସୁଦନ ମଙ୍ଗଳ ନାୟକ ହେ
ସୁଖ ଶାନ୍ତି ବରାଭୟ ଦାୟକ ହେ
ତ୍ରୟ ତାପ ହରେ ତବ ନାମ ଗୁଣେ
ଗୁରୁଦେବ ! ଦୟା କର ଦିନ ଜନେ |୫|
ଅଭିମାନ ପ୍ରଭାବ ଵିମର୍ଦ୍ଦକ ହେ
ଗତି - ହୀନ ଜନେ ତୁମେ ରକ୍ଷକ ହେ
ଚିତ୍ତ ଶଙ୍କିତ ବଞ୍ଚିତ ଭକ୍ତି - ଧନେ
ଗୁରୁଦେବ ! ଦୟା କର ଦିନ ଜନେ |୬|
ତବ ନାମ ସଦା ଶୁଭ -ସାଧକ ହେ
ପତିତାଧମ -ମାନବ -ପାବକ ହେ
ମହିମା ତବ ଗୋଚର ଶୁଦ୍ଧମନେ ,
ଗୁରୁଦେବ ! ଦୟା କର ଦିନ ଜନେ |୭|
ଜୟ ସଦଗୁରୁ ଈଶ୍ୱର -ପ୍ରାପକ ହେ
ଭବରୋଗ -ବିକାର -ବିନାଶକ ହେ
ମନ ଯେହ୍ନେ ରହେ ତବ ଶ୍ରୀଚରଣେ ,
ଗୁରୁଦେବ ! ଦୟା କର ଦିନ ଜନେ |୮|
