ମନ୍ତ୍ରଶକ୍ତିକୁ ସର୍ବଶ୍ରେଷ୍ଠ ଶକ୍ତି କୁହାଯାଏ | ଏହା ବଳରେ ମନୁଷ୍ୟ ସମସ୍ତ ପ୍ରକାର ଅସାଧ୍ୟ କାର୍ଯ୍ୟକୁ ସାଧ୍ୟ କରିପାରେ | ଯାହା ମନୁଷ୍ୟ ପାଖରେ ପାଖରେ ଅସମ୍ଭବ ତାକୁ ମଧ୍ୟ ସମ୍ଭବ କରିପାରେ | ବିଭିନ୍ନ ପ୍ରକାର ଅପୂର୍ବ ଳବ୍ଧ ସିଦ୍ଧି ଲାଭ ହୁଏ | ପତଞ୍ଜଳି ତାଙ୍କ ଯୋଗଦର୍ଶନରେ ଲେଖିଛନ୍ତି -
ଜନ୍ମୌଷଧି ମନ୍ତ୍ର ତପଃ ସମାଧିଜାଃ ସିଧୟଃ
ଅର୍ଥାତ ମନ୍ତ୍ର ବଳରେ ମଧ୍ୟ ସିଦ୍ଧି ଲାଭ ହୁଏ |
କିପରି ହୁଏ
ମନ୍ତ୍ର ଦେବତାଙ୍କ ଶବ୍ଦ ବ୍ରହ୍ମ ରୂପ | ଏହା ସୁକ୍ଷ୍ମ ଶରୀରରେ ବିପୁଳ ଶକ୍ତି ସଞ୍ଚାର କରେ | ଏହାକୁ ନିମ୍ନ ଲିଖିତ ମତେ ଭଲ ଭାବେ ବୁଝି ପରିବା |
ମନୁଷ୍ୟର ଶରୀର ତିନି ପ୍ରକାର |
ସ୍ଥୁଳ ଶରୀର , ସୁକ୍ଷ୍ମ ଶରୀର ଓ କରାଣ ଶରୀର |
ସ୍ଥୁଳ ଶରୀର ରକ୍ତ ମାଂସ ଆଦି ଭୌତିକ ପଦାର୍ଥ ରେ ଗଢ଼ା | ସୁକ୍ଷ୍ମ ଶରୀର ମନ, ବୁଦ୍ଧି ଇନ୍ଦ୍ରିୟ ଆଦି ସୁକ୍ଷ୍ମ ଅଃଭୌତିକ ପଦାର୍ଥ ରେ ତିଆରି କାରଣ ଶରୀର ପରମାତ୍ମା ଙ୍କ ଅଂଶ ଜୀବତ୍ମା ଅଟେ | ଏହି ତିନୋଟି ଶରୀର ପରସ୍ପର ଓତପ୍ରୋତ ଭାବେ ଜଡିତ | କିନ୍ତୁ କାରଣ ଶରୀର ନିର୍ବିକାର | ସୁକ୍ଷ୍ମ ଶରୀର ସବୁ କିଛି | ସ୍ଥୁଳ ଶରୀର ତାର ପରିପ୍ରକାଶ ବା ମାଧ୍ୟମ ମାତ୍ର |
ଶରୀର ଭିତରେ ପଞ୍ଚ ପ୍ରକାର କୋଷ ବିଦ୍ୟମାନ | ଯଥା - ଅନ୍ନମୟ କୋଷ , ପ୍ରାଣମୟ କୋଷ , ମନୋମୟ କୋଷ , ବିଜ୍ଞାନ ମୟ କୋଷ ଓ ଆନନ୍ଦ ମୟ କୋଷ | ଅନ୍ନ ମୟ କୋଷ ହିଁ ଭୌତିକ | କିନ୍ତୁ ଅନ୍ୟ ଚାରୋଟି ଆଧ୍ୟ୍ୟତ୍ମିକ | ଅନ୍ନମୟ କୋଷ ରେ ସ୍ଥୁଳ ଶରୀର ତିଆରି ଅନ୍ୟ ଚାରୋଟି ସୁକ୍ଷ୍ମ ଶରୀର ତଥା କାରଣ ଶରୀର ରେ ରହିଛି | ସେପରି ଶରୀରରେ ଛଅ ଗୋଟି ଶକ୍ତି ରହିଛି| ଯଥା - ପ୍ରାଣ ଶକ୍ତି , ମନଃ ଶକ୍ତି , କ୍ରିୟା ଶକ୍ତି , ଭାବନା ଶକ୍ତି , ବୁଦ୍ଧି ଶକ୍ତି ଓ ପରାଶକ୍ତି | ମନ୍ତ୍ର ସାଧନା ଦ୍ୱାରା ଏହି ପଞ୍ଚ କୋଷ ଏବଂ ଷଟ ଶକ୍ତି ର ବିକାଶ ହୁଏ | ଫଳରେ ସାଧାରଣ ମନୁଷ୍ୟ ଆଧାରଣ ଶକ୍ତି ସମ୍ପର୍ଣ ହୋଇ ନାନା ଅଦ୍ଭୁତ କାର୍ଯ୍ୟ କରିପାରେ | ଏହି ପଞ୍ଚ କୋଷର ଉନ୍ମୋଷ ଓ ଷଟଶକ୍ତି ର ବିକାଶ କେବଳ ମନ୍ତ୍ର ଯୋଗ ବଳରେ ସମ୍ଭବ ହୋଇପାରେ | ଅନ୍ୟ ଭୌତିକ ଉପାୟ ଏହା ଉପରେ କାର୍ଯ୍ୟ କରି ନପାରେ କାରଣ ପୃଥିବୀ ଅପେକ୍ଷ୍ୟା ଜଳ ସୁକ୍ଷ୍ମ | ଜଳ ଅପେକ୍ଷା ବାୟୁ ସୁକ୍ଷ୍ମ, ବାୟୁ ଅପେକ୍ଷା ତେଜ ସୁକ୍ଷ୍ମ | ତେଜ ଅପେକ୍ଷା ଆକାଶ ( ଇତଥର ) ସୁକ୍ଷ୍ମ , ଆକାଶ ଅପେକ୍ଷା ଶବ୍ଦ ସୁକ୍ଷ୍ମ , ଶବ୍ଦ ଅପେକ୍ଷା ପ୍ରାଣ ସୁକ୍ଷ୍ମ , ପ୍ରାଣ ଅପେକ୍ଷା ଚେତନା ( ଚିତସକ୍ତି ) ସୁକ୍ଷ୍ମ | ଆକାଶ ମହାଭୁତ ପର୍ଯ୍ୟନ୍ତ ବିଜ୍ଞାନ ପହଂଚିଛି |
ଇତ୍ ଥର ଭିତରେ ପ୍ରାଣ ଓ ପ୍ରାଣ ଭିତରେ ଚେତନା କୁ ଆବିଷ୍କାର କରିବା ବାକି ରହିଲା । ଏହା ଆବିଷ୍କାର ହେଲେ ତା'ର ନାମ ଇଶ୍ଵର ହୋଇପାରେ । ଇଶ୍ଵର ଇତ୍ ଥର ପାଖାପାଖି ଶବ୍ଦ । ପ୍ରାଣାୟମ ବଳରେ ଦେହ ଭିତରେ ଥିବା (ଦେହ ଆକାଶ ଆଦି ପଞ୍ଚଭୂତ ରେ ତିଆରି ଏବଂ ପୁର୍ବ ଲିଖିତ ପ୍ରାଣ ଶକ୍ତି ଆଦି ଶଟଶକ୍ତୀ ସଂଯୁକ୍ତ ) ପ୍ରାଣ ଶକ୍ତି କୁ ବଳିଷ୍ଠ କରି ସୁକ୍ଷ୍ମ ଆଦି ଶବ୍ଦ ଓ ଚେତନା (ମନ୍ତ୍ର) ବଳରେ ମନଃଶକ୍ତି ସୂକ୍ଷ୍ମାତିସୂକ୍ଷ୍ମ ଅଭୈ।ତିକ ଶକ୍ତିର ବିକାଶ କରାଯାଏ। ସ୍ଥୂଳ ବସ୍ତୁର ପ୍ରଭାବ ସେଠାରେ ପହଞ୍ଚିବା ସମ୍ଭବ ନୁହେଁ। ଏଣୁ ମନ୍ତ୍ର ସାଧନା ଭିତରେ ଏହି ବୈଜ୍ଞାନିକ ତଥ୍ୟ ଗୁଢଭାବେ ରହିଛି। ବିଜ୍ଞାନ ସୂକ୍ଷ୍ମାତିସୁକ୍ଷ୍ମ ପରମାଣୁ ଭିତରେ ଏକ ମହାନ ଶକ୍ତି ର ପରିଚୟ ପାଇଲା। ଅତି ବୃହତ୍ ସର୍ବବ୍ୟାପୀ ଆକାଶ କୁ ମନୁଷ୍ୟ ଜାଣିପାରିଲା। କିନ୍ତୁ ତା ଭିତରେ ସର୍ବବ୍ୟାପୀ ପ୍ରାଣ ଓ ଚେତନା କୁ ଜାଣିବା ପାଇଁ ଚେଷ୍ଟା ହୋଇ ନାହିଁ। ଏହି ଦୁଇଟି ଭିତରୁ ମନ୍ତ୍ର ସାଧନା ମନୁଷ୍ୟ ପାଇଁ ଶକ୍ତ ଆହରହ କରାଇ ଦିଏ।
