ଭାଗବତ ସ୍ତବ
ଶ୍ରୀ ଜଗନ୍ନାଥ ସ୍ତୁତି
ନମସ୍ତେ ପ୍ରଭୁ ଜଗନ୍ନାଥ ଅନାଥ ଜନଙ୍କର ନାଥ ||୧ ||
ନମସ୍ତେ ପ୍ରଭୁ ବାସୁଦେବ ଭକତ ଜନଙ୍କ ବାନ୍ଧବ ॥ ୨ ॥
ନମସ୍ତେ ପ୍ରଭୁ ହୃଷିକେଶ ଭକତ ଜନଙ୍କ ବିଶ୍ଵାସ || ୩ ||
ନମସ୍ତେ ପ୍ରଭୁ ବିଶ୍ଵରୂପୀ ସକଳ ହୃଦେ ଅଛବ୍ୟାପୀ || ୪ ||
ସୃଷ୍ଟି ପ୍ରଳୟ ଅନ୍ତକରୁ ଏସର୍ବ ଗର୍ଭରେ ସମ୍ଭାଳୁ ॥ ୫ ॥
ଅଶେଷ କୋଟି ବସୁନ୍ଧରୀ ତୋର ହୃଦରେ ଛନ୍ତି ପୂରି ॥ ୬ ॥
ଚଉଦ ଭୁବନ ପାଟଣା ଏ ସର୍ବ ତୋହରି ରଚନା || ୭ |
ତୁ ବ୍ରହ୍ମା ରୁଦ୍ର ବିଷ୍ଣୁ ତୁହି ତୋ ବିନୁ ଅନ୍ୟ ଗତି ନାହିଁ | ୮ |
ସୃଷ୍ଟି ଯାହାର ଖେଳଘର ଅଶେଷ ମାୟା ଜୀବ ପାର || ୯ ||
ତୋହର ନିଃଶ୍ବାସ ମରୁତ ଦେବେ ହୋଇଲେ ତହୁଁଜାତ || ୧୦ |
ତୁହିଟି ଦେବ ଅଗ୍ନି ଇନ୍ଦ୍ର ନୟନୁ ଜାତ ସୂର୍ଯ୍ୟ ଚନ୍ଦ୍ର | ୧୧ ||
ଭୁଜରୁ ଅନନ୍ତ ମୂରତି କଣ୍ଠରୁ ଜାତ ସରସ୍ଵତୀ || ୧୨ ||
ସଦା ଚଞ୍ଚଳ ନିଦ୍ରା ନାହିଁ ଏ ରୂପେ ଶୂନ୍ୟ ଅଛ ରହି ॥ ୧୩
ଏମନ୍ତ ଅଶେଷ ମହିମା କେ ଜାଣିପାରେ ଗୁଣସୀମା || ୧୪ ||
ତୋ ନାମ କରୁଥିଲେ ଲୟ କୋଟିଏ ଜନ୍ମ ପାପକ୍ଷୟ || ୧୫ ||
ନାମ ଘୋଷିଲେ ସର୍ବସିଦ୍ଧି ଖଣ୍ଡଇ ରୋଗ ଶୋକ ବ୍ୟାଧ୍ | ୧୬ ||
ଆରତ୍ତ ଭଞ୍ଜନ ତୋ ବାନା ଆତଙ୍ଗ କାଳେ ବଜ୍ର ସେହ୍ନା || ୧୭ ||
ହୋଇଲ ଦଶ ଅବତାର ନାଶିଲ ମେଦିନୀର ଭାର || ୧୮ |
ଦୁଷ୍ଟ ନିବାରି ସନ୍ଥପାଳୁ ତୁନାଥ ପରମ ଦୟାଳୁ ॥ ୧୯ ||
ତୁ ଅଟୁ ଦରିଦ୍ରଙ୍କ ଧନ ତୋତେ ପୁଜନ୍ତି ଜ୍ଞାନୀଜନ ॥| ୨୦ ||
ସତୀ ଯୁବତୀଙ୍କର ମନେ ନିଜର ସ୍ଵାମୀ ଥାନ୍ତି ଯେହ୍ନ || ୨୧ ||
ସେହି ପ୍ରକାରେ ମୋର ମନ ତୋଠାରେ ରହୁ ଭଗବାନ || ୨୨ ||
ଏମନ୍ତ ଭାବେ କଲେ ସ୍ତୁତି ପ୍ରସନ୍ନ ହୋଇବ ଶ୍ରୀପତି || ୨୩ ||
ଏ ସ୍ତୁତି ଯେ ଜନ ଶୁଣନ୍ତି ଯମ ତା ପାଶେ ନ ମାଡ଼ନ୍ତି || ୨୪ ||
ରାଜ ଦଣ୍ଡକୁ ନାହିଁ ଭୟ ଅଇରିମାନେ ଯାନ୍ତି କ୍ଷୟ || ୨୫ ||
ଭୂତ ପିଶାଚ ପ୍ରେତଗଣ କତିକି ନ ଆସନ୍ତି ପୁଣ || ୨୬ ||
ଅଶୁଭ ସ୍ୱପନ ଦେଖିବ କି ଅବା ଗ୍ରହପୀଡ଼ା ଥୁବା || ୨୭ ||
ଏ ସ୍ତୁତି ଶ୍ରବଣେ ହୁଅଇ ବାଞ୍ଚା ସିଦ୍ଧି ଭଲେ ॥ ୨୮ ||
ବଢଇ ଆୟୁ ବିଦ୍ୟାଧନ ଖଣ୍ଡଇ ସବୁ କ୍ଳେଶମାନ || ୨୯ ||
ଗଙ୍ଗା ସହିତେ ସର୍ବତୀର୍ଥେ ସ୍ନାହାନ କଲେ ଫଳ ଯେତେ || ୩୦ |
ଏ ସ୍ତୁତି ପଢି ସେତେଫଳ ନମଇ ବିଷ୍ଣୁ ପାଦତଳ ॥ ୩୧ |
ଏ ସ୍ତୁତି ହୋଇଲା ସମ୍ପୂର୍ଣ୍ଣ ଶୁଣି ସନ୍ତୋଷ କର ମନ ॥ ୩୨ ॥
namaste prabhu jaganatha anatha janankara natha ||eka ||
namaste prabhu basudeba bhakata jananka baandhaba ॥ due ॥
namaste prabhu hrusikesa bhakata jananka biswasa || tini ||
namaste prabhu biswarupi sakala hrude achhabyapi || chari ||
srusti prallaya antakaru esarba garbhare sambhalu ॥ pancha ॥
asesa koti basundhari tora hrudare chhanti puri ॥ chha ॥
chauda bhubana patna ea sarba tohari rachana || shata |
tu bramaa rudra bisnu tuhi to binu anya gati nahin | atha |
srusti jaahara khellaghara asesa maayaa jiba para || na ||
tohara nihswasa maruta debe hoile tahunjata || das |
tuhiti deba agni indra nayanu jata surjya chandra | egara ||
bhujaru ananta murati kantharu jata saraswati || bar ||
sada chanchala nidra nahin ea rupe sunya achha rahi ॥ tera
emanta asesa mahimaa ke janipare gunnasima || chauda ||
to nama karuthile laya kotie janma papakshya || pandara ||
nama ghosile sarbasidhi khandee roga soka byadh | sohala ||
aratta bhanjana to baanaa atang kalle bajra sehna || satara ||
hoila dasa abatara nashila medinira bhara || atthara |
dust nibari santhapalu tunatha parama dayalu ॥ unneisi ||
tu atu daridranka dhana tote pujanti gyanesion ॥| kodie ||
sati jubatinkara mane nijara swami thanti jehna || ekoisi ||
sehi prakare mora mana tothare rahu bhagabaana || baisi ||
emanta bhabe kale stuti prasanna hoiba sripati || teishi ||
ea stuti je jana sunnanti jama ta pashe na madanti || chabisi ||
raja dandaku nahin bhaya aerimane jaanti kshya || pachisi ||
bhuta pisacha pretagana katiki na asanti punna || chhabisi ||
asubha swapana dekhiba ki abaa grahapida thuba || sateisi ||
ea stuti srabane huai banchaa sidhi bhale ॥ atheisi ||
badhai ayu bidyadhana khandee sabu kllesamana || anatiri ||
gangaa sahite sarbatirthe snahana kale fala jete || tirsi |
ea stuti padhi seteafala namai bisnu padatala ॥ ekatirisi |
ea stuti hoila sampurna sunni santosa kara mana ॥ batisi ॥