ଆଜ୍ଞା ହେଉ ଗୁରୁଦେବ Aagyan Heu Gurudev Odia Lyrics
ଆଜ୍ଞାହେଉ ଗୁରୁଦେବ,
ଏ ଭବସାଗରୁ ପାରି କରିବ, ଗୁରୁଦେବ ହେ
କୃପା କରି ଉଦ୍ଧରିବ, ଗୁରୁଦେବ ହେ ॥୧॥
ଜନ୍ମ ଜନ୍ମେ ତୁମ ମନ୍ତ୍ର
କ୍ଷଣେ ନ ଛାଡ଼ିବି ଚରଣ ଚିତ୍ତ ଗୁରୁଦେବ ହେ
ଏହି ଆଜ୍ଞା ହେଉ ସତ୍ୟ, ଗୁରୁଦେବ ହେ ||୨||
ହରେ କୃଷ୍ଣ ହରେ ରାମ,
କୃଷ୍ଣ କୃଷ୍ଣ ରାଧେ ଘନଶ୍ୟାମ, ଗୁରୁଦେବ ହେ,
ଜୀବ କର ପରିତ୍ରାଣ, ଗୁରୁଦେବ ହେ ||୩||
ନମୋ ନମୋ ଜଗନ୍ନାଥ
ନମଃ ପଦ୍ମନେତ୍ର ଶ୍ରୀ ଲକ୍ଷ୍ମୀକାନ୍ତ ଗୁରୁଦେବ ହେ,
ନମୋ ନମୋ ହେ ଅଚ୍ୟୁତ, ଗୁରୁଦେବ ହେ ||୪||
ନମୋ ହେ ଆରତତ୍ରାଣ,
ନମୋ ଗୋପୀନାଥ କଂସନାଶନ ଗୁରୁଦେବ ହେ,
ନମଃ ଯାମଳାଭଞ୍ଜନ ଗୁରୁଦେବ ହେ ||୫||
ନମୋ ମୁକୁନ୍ଦ ମୁରାରୀ,
ନମୋ ବାସୁଦେବ ହେ ବଂଶୀଧାରୀ ଗୁରୁଦେବ ହେ,
ନମଃ କେଶବ ମୁରାରୀ, ଗୁରୁଦେବ ହେ |୬||
ନମଃ ଶ୍ରୀବତ୍ସଲାଞ୍ଚନ,
ନମୋ ହେ ମୁକୁନ୍ଦ ମଧୁସୂଦନ, ଗୁରୁଦେବ ହେ,
ନମୋ କୌଶଲ୍ୟା ନନ୍ଦନ ॥୭॥
ନମୋ ଅନନ୍ତଶୟନ,
ନମଃ କୃପାନିଧ୍ଵ ଗଜତାରଣ, ଗୁରୁଦେବ ହେ,
ନମୋ ନମଃ ସ୍ଥଳ ବ୍ରହ୍ମ, ଗୁରୁଦେବ ହେ ||୮||
ନମୋ ନୃସିଂହ ମୂରତି,
ନମୋ ଅଣାକାର ଅଲେଖ ମୂର୍ତ୍ତି, ଗୁରୁଦେବ ହେ
ରୂପ-ଅରୂପରେ ସ୍ଥିତି, ଗୁରୁଦେବ ହେ |୯||
ସିନ୍ଧୁ ନନ୍ଦିନୀ ଚରଣ,
ଖଟୁଛନ୍ତି ପଦେ ସେ ଅନୁକ୍ଷଣ, ଗୁରୁଦେବ ହେ,
ନ ଗଲା ମୋର କଷଣ, ଗୁରୁଦେବ ହେ |୧୦||
ଦ୍ରୌପଦୀ ବିବସ୍ତ୍ର କାଳେ,
ଚିନ୍ତାକଲା ପ୍ରଭୁ ପଦକମଳେ, ଗୁରୁଦେବ ହେ,
କୋଟିବସ୍ତ୍ର ଦେଲ ହେଳେ, ଗୁରୁଦେବ ହେ |୧୧||
ଲଜ୍ୟାରୁ କରିଛ ପାରି,
ଦୁର୍ଯ୍ୟୋଧନ ମୁଖେ ଦେଇଛ କାଳି, ଗୁରୁଦେବ ହେ,
ପାଣ୍ଡବଙ୍କୁ ରକ୍ଷାକରି, ଗୁରୁଦେବ ହେ |୧୨||
ଚିନ୍ତାମଣି ନାମ ତୋର
ଚିନ୍ତିଲା ମାତ୍ରକେ କରୁ ଉଦ୍ଧାର, ଗୁରୁଦେବ ହେ,
ତ୍ରିତାପରୁ ରକ୍ଷା କର, ଗୁରୁଦେବ ହେ ||୧୩||
ନମୋ ନମୋ ବଳରାମ,
ନମଃ ସୁଭଦ୍ରା ନମଃ ସୁଦର୍ଶନ, ଗୁରୁଦେବ ହେ
ନମସ୍ତେ ପଦ୍ମଲୋଚନ ଗୁରୁଦେବ ହେ ||୧୪||
ଘଟ ଗଲାବେଳେ ମୋର,
ଶରଣ ପଶୁଛି ତୋ ପଦ୍ମପୟର, ଗୁରୁଦେବ ହେ,
ଭାବି ଜୀବ ଯାଉ ମୋର, ଗୁରୁଦେବ ହେ |୧୫||
agyanheu gurudeba,
ea bhabasagaru pari kariba,
gurudeba he krupaa kari uddhariba, gurudeba he ॥eka॥
janma janme tuma mantra
ksane na chhadibi charana chitta
gurudeba he ehi agyaa heu satya, gurudeba he ||due||
hare krusna hare rama,
krusna krusna radhe ghanashyama,
gurudeba he,
jiba kara paritrana, gurudeba he ||tini||
namo namo jaganatha
namah padmanetra sri lakhmikanta
gurudeba he, namo namo he achyuta, gurudeba he ||chari||
namo he aratatrana,
namo gopeenatha kansanasana
gurudeba he, namah jaamalabhanjana gurudeba he ||pancha||
namo muqunda muraari,
namo basudeba he banshidhari
gurudeba he, namah kesaba muraari, gurudeba he |chha||
namah sribaschalanchana,
namo he muqunda madhusudana,
gurudeba he, namo kausalya nandana ॥shata॥
namo anantasayana,
namah krupaanidhwa gajatarana,
gurudeba he, namo namah stala brama, gurudeba he ||aatha||
namo nrusinha murati,
namo anakara alekha murti,
gurudeba he rupa-arupare sthiti, gurudeba he |na||
sindhu nandini charana,
khatuchhanti pade se anuksana,
gurudeba he,
na gala mora kasana, gurudeba he |das||
draupadi bibastra kalle,
chintakala prabhu padakamale,
gurudeba he,
kotibastra del hele, gurudeba he |egara||
lajyaru karichha pari,
durjyadhana mukhe deichha kali,
gurudeba he,
pandabanku rakshaakari, gurudeba he |bar||
chintamani nama tora
chintila matrake karu uddhara,
gurudeba he,
tritaparu rakshaa kara, gurudeba he ||tera||
namo namo balarama,
namah subhadra namah sudarsana,
gurudeba he
namaste padmalochana gurudeba he ||chauda||
ghata galabele mora,
sarana pashuchhi to padmapayara,
gurudeba he,
bhabi jiba jau mora, gurudeba he |pandar||