ଚଣ୍ଡୀ କାହା ପତ୍ନୀ? କାଳ ଓ କାଳପତ୍ନୀ Chandi Kaha Patni ? Kaala O Kaala Patni

ABOUT INTEX
0
#କାଳ ଓ କାଳପତ୍ନୀ #ଚଣ୍ଡୀ।🙏(ଯୋଗବାଶିଷ୍ଠ- ୮୪)
' ଚଣ୍ଡୀ କାହା ପତ୍ନୀ? ' ପ୍ରଶ୍ନର ଉତ୍ତରରେ #କୁମାର_ସାନୁ_ମିଶ୍ର ସୁନ୍ଦର ତାତ୍ତ୍ବିକ ଉତ୍ତର ଉପସ୍ଥାପନ କରିଥିଲେ। ସାଧକର ପରାବିଦ୍ଯା ସାଧାରଣ ବ୍ଯକ୍ତି ପାଇଁ ବୁଝିବା କଷ୍ଟ ଓ ମହର୍ଷି ଅଙ୍ଗାରାଙ୍କ ଅନୁସାରେ ଅପରାବିଦ୍ଯା ବେଦ ମଧ୍ୟ ଏବେ ବୁଝିବା କଷ୍ଟ। +ve ଓ - ve charge ବିଶିଷ୍ଟ ରଶ୍ମି ମାନଙ୍କୁ ଓ ଅନେକ ସ୍ଥୂଳ ବସ୍ତୁକୁ ପୁରାଣରେ ନାରୀ-ପୁରୁଷ ରୂପେ ବର୍ଣ୍ଣନା କରାଯାଇଛି, ଯେପରି - ସୋମ-ଅଗ୍ନି, ଅରଣି-ମନ୍ଥନୀ, ଶିଳ-ଶିଳପୁଆ ଆଦି। ଭୈରବୀ ଅଛି ଓ ଭୈରବ ମଧ୍ୟ ଅଛନ୍ତି। ବ୍ରହ୍ମା /ବ୍ରହ୍ମକଣର ଶକ୍ତି ହେଉଛନ୍ତି ସାବିତ୍ରୀ, ସେହିଭଳି ବିଷ୍ଣୁ ଶକ୍ତି ଲକ୍ଷ୍ମୀ ଓ ହର-ଗୌରୀ।
ଏହି ବିଷୟରେ ବ୍ରହ୍ମର୍ଷି ବଶିଷ୍ଠ ଶ୍ରୀରାମଙ୍କୁ କହୁଛନ୍ତି -
"ଶ୍ରୀରାମ! ପ୍ରଳୟ ସମୟର ଏହି ଯେଉଁ ଭୈରବ ବା ରୁଦ୍ରଙ୍କ କଥା କୁହାଯାଇଛି, ତାଙ୍କୁ #ଚେତନାକାଶ ସ୍ବରୂପ ଶିବ ବୋଲି ଜାଣ। ତାଙ୍କର ଯେଉଁ ମନୋମୟୀ ସ୍ପନ୍ଦଶକ୍ତି (ସମୁଦ୍ରର ସ୍ପନ୍ଦଶକ୍ତି - ସମୁଦ୍ରର ଗର୍ଜନ) ତାଙ୍କୁ କାଳୀ ବୋଲି ଜାଣ।
ଯେପରି ବାୟୁ ଓ ତାର ସ୍ପନ୍ଦ/ଗତିଶକ୍ତି/କ୍ରିୟା ଶକ୍ତି, ଅଗ୍ନିର ଉଷ୍ମତା ତଥା ଦାହକ ଶକ୍ତି ସେମାନଙ୍କ ଠାରୁ ଭିନ୍ନ ନୁହେଁ ସେହିପରି ଚିଦାନନ୍ଦଘନ ଶାନ୍ତସ୍ବରୂପ ଶିବଙ୍କର ପ୍ରତିପାଦନ କରାଯାଏ।ସ୍ପନ୍ଦନ ବା ମାୟା ଶକ୍ତି ଦ୍ବାରା ଶିବଙ୍କୁ ଲକ୍ଷିତ କରାଯାଏ।ମାୟାମୟୀ ସ୍ପନ୍ଦନ ଶକ୍ତି /କାଳୀଙ୍କୁ ଶିବଙ୍କ ସଂକଳ୍ପ /ଇଛା ବୋଲି ବୁଝ।
ଏହାପର କାଳୀ ରୂପ (ଆଖିପାଇବନି କିନ୍ତୁ ଆମେ ନିରାକାର - ଅନନ୍ତକୁ ସାକାର-ସାନ୍ତ ରୂପେ ବର୍ଣ୍ଣନା କରୁ) ଉପସ୍ଥାପନ କରିବି। ଆମ ଜଠରେ ଥିବା ବୈଶ୍ବାନର ଅଗ୍ନି /ରୁଦ୍ରଙ୍କୁ ଆହୁତି ରୂପକ ଖାଦ୍ୟ ପ୍ରଦାନ କଲେ ସେହି ରୁଦ୍ର ଶିବ ହୋଇ ଶରୀରର ପୋଷଣ କରିବେ ନଚେତ୍ ଘୋର ହୋଇ ଶରୀରକୁ ଦହନ କରିବେ।ସେହିପରି ସୂର୍ଯ୍ୟ ରୁଦ୍ର ରୂପରେ ପୃଥିବୀରୁ ରସ ଶୋଷଣ କରି ବୃଷ୍ଟି ଦ୍ବାରା ପୃଥିବୀକୁ ପାଳନ କରନ୍ତି, ପୃଥ୍ବୀ ରସ ଶୂନ୍ୟ ହେଲେ ସେହି ଦ୍ବାଦଶ ଆଦିତ୍ୟ ପୃଥିବୀକୁ ଦଗ୍ଧ କରିଦେବେ।

एक टिप्पणी भेजें

0 टिप्पणियाँ

एक टिप्पणी भेजें (0)
6/related/default