ଶ୍ରୀ ଗୁରୁଦେବାଷ୍ଟକ Sri GuruDebaStak Odia Lyrics

ABOUT INTEX
0


ଭବସାଗର ତାରଣ କାରଣ ହେ 

ରବି ନନ୍ଦନ ବନ୍ଦନ ଖଣ୍ଡନ ହେ 

ଶରଣା  ଗତ କିଙ୍କର ଭୀତ ମନେ 

ଗୁରୁ ଦେବ ଦୟା କର ଦିନ ଜନେ ॥୧॥

ହୃଦ କନ୍ଦର ତାମସ ଭାସ୍କର ହେ 

ତୁମେ ବିଷ୍ଣୁ ପ୍ରଜାପତି ଶଙ୍କର ହେ 

ପରଂବ୍ରହ୍ମ ପରାପ୍ତର ବେଦ ଭଣେ 

ଗୁରୁ ଦେବ ଦୟା କର ଦିନ ଜନେ ॥୨॥

ମନ ବାରଣ ଶାସନ ଅଙ୍କୁଶ ହେ 

ନର ତ୍ରାଣ କରେ ହରି ଚାଙ୍କୁଶ ହେ 

ଗୁଣ ଗାନ ପରାୟଣ ବେଦ ଭଣେ 

ଗୁରୁ ଦେବ ଦୟା କର ଦିନ ଜନେ ॥୩॥

କୂଳ କୁଣ୍ଡଳିନୀ ଘୁମ ଭଂଜକ ହେ 

ହୃଦଗ୍ରନ୍ଥି ବିହାରଣ କାରଣ ହେ 

ମମ ମାନସ ଚଞ୍ଚଳ ରାତ୍ର ଦିନେ 

ଗୁରୁ ଦେବ ଦୟା କର ଦିନ ଜନେ ॥୪॥ 

ରିପୁ ସୁଦନ ମଙ୍ଗଳ ନାୟକ ହେ 

ସୁଖ ଶାନ୍ତି ବରା ଭୟ ଦାୟକ ହେ 

ତ୍ରୟ ତାପ ହରେ ତଵ ନାମ ଗୁଣେ 

ଗୁରୁ ଦେବ ଦୟା କର ଦିନ ଜନେ ॥୫॥

ଅଭିମାନ ପ୍ରଭାବ ଵିମର୍ଧକ  ହେ 

ଗତି ହୀନ ଜନେ ତୁମେ ରକ୍ଷକ ହେ 

ଚିତ୍ତ ଶଙ୍କିତ ବଞ୍ଚିତ ଭକ୍ତି ଧନେ 

ଗୁରୁ ଦେବ ଦୟା କର ଦିନ ଜନେ ॥୬॥

ତଵ ନାମ ସଦା ସୁଖ ଦାୟକ ହେ 

ପତିତାଧମ ମାନବ ପାବକ ହେ 

ମହିମା ତବ ଗୋଚର ଶୁଦ୍ଧ ମନେ 

ଗୁରୁ ଦେବ ଦୟା କର ଦିନ ଜନେ ॥୭॥

ଜୟ ସଦଗୁରୁ ଈଶ୍ୱର ପାବକ ହେ 

ଭବ ରୋଗ ବିକାର ବିନାଶକ ହେ 

ମନ ଯେନ ରହେ ତବ ଶ୍ରୀ ଚରଣେ

ଗୁରୁ ଦେବ ଦୟା କର ଦିନ ଜନେ ॥୮॥

ଇତିଶ୍ରୀ ଗୁରୁଦେବାଷ୍ଟକ ସମ୍ପୂର୍ଣମ୍ ...

Bhaba sagara Taran Karan he

Rabi Nandan bandana khandan he 

Saranagata kinkara bhita Mane

Guru deva Daya kara Dina jane

एक टिप्पणी भेजें

0 टिप्पणियाँ

एक टिप्पणी भेजें (0)
6/related/default