ଭୂତଙ୍କ ଭେଦ ତଥା ବିନାଶ ପ୍ରକ୍ରିୟା Bhuta Bheda Tatha Binasha Prakriya

ABOUT INTEX
0

ଭୂତଙ୍କ ଭେଦ ତଥା ବିନାଶ ପ୍ରକ୍ରିୟା Bhuta Bheda Tatha Binasha Prakriya
  

    _( ବିଶେଷ ଦ୍ରଷ୍ଟବ୍ୟ : ଏସବୁ ବିଷୟରେ ଭଲଭାବେ ଅବଗତ aହୋଇ ଗୁରୁଙ୍କ ପରାମର୍ଶ ନେଇ ହିଁ ଉକ୍ତ କାର୍ଯ୍ୟ ମାନଙ୍କରେ ହସ୍ତକ୍ଷେପ କରିବା ଉଚିତ୍, ଅନ୍ୟଥା ସ୍ବୟଂ ନିଜେ ନିଜର ମୃତ୍ୟୁକୁ ବରଣ ମଧ୍ୟ କରିପାରନ୍ତି । ॐ ଶ୍ରୀ ଜଗଦମ୍ବିକାୟୈ ନମଃ 🙏 🙏 )_
〰️〰️〰️〰️〰️〰️〰️〰️

*ଭୂତାଦୀନାଂ ଭେଦବର୍ଣ୍ଣନମ୍*
〰️〰️〰️〰️〰️〰️〰️

ଭୂତାଃ ପ୍ରେତାଃ ପିଶାଚାଶ୍ଚ ରାକ୍ଷସା ବ୍ରହ୍ମରାକ୍ଷସାଃ ।
ଭୂତପ୍ରେତଗ୍ରହାଶ୍ଚୈବ ତଥା ବାଳଗ୍ରହାଃ ଶିବେ ॥୦୧

କଶ୍ମଳାଶ୍ଚ ନିବାତାଶ୍ଚ ଡାକିନୀ ଶାକିନୀ ତଥା ।
ଯାକିନୀ ରାକିନୀ ଚୈବ ହାକିନୀ ଲାକିନୀ ତଥା ॥୦୨

କାକିନୀ ପ୍ରମୁଖାଶ୍ଚୈବ ଝୋଟିଙ୍ଗା ଭୈରବେରିତାଃ ।
ରୁଦ୍ରଗ୍ରହାସ୍ତଥା ବିଷ୍ଣୁଗ୍ରହା ବ୍ରହ୍ମଗ୍ରହାସ୍ତଥା ॥୦୩

କୃତ୍ୟଗ୍ରହାସ୍ତଥା ଦେବି କୂଷ୍ମାଣ୍ଡା ଯକ୍ଷିଣୀଗ୍ରହାଃ ।
କାମଗ୍ରହା ମଦୋନ୍ମାଦାସ୍ତଥୋନ୍ମତ୍ତଗ୍ରହାଃ ଶିବେ ॥୦୪

ଜଳଗ୍ରହାସ୍ତଥା ସର୍ବେ ଗ୍ରହାଶ୍ଚ କଟପୂତନାଃ ।
ସ୍କନ୍ଦଗ୍ରହା ମହେଶାନି ତଥା ବୈନାୟିକାଃ ଶିବେ ॥୦୫

ଧନଗ୍ରହାସ୍ତଥା ଦେବି ତଥା ଦେବଗ୍ରହା ଅପି ।
ଯକ୍ଷାଶ୍ଚ ଦାନବା ଦୈତ୍ୟା ବେତାଳାଃ କିନ୍ନରୀଗଣାଃ ॥୦୬

ଭୂତିନ୍ୟପ୍-ସରସଶ୍ଚୈବ ତଥୈବ ନାଗିନୀଗ୍ରହାଃ ।

*ଭୂତ ଆଦିଙ୍କ ଭେଦ ବର୍ଣ୍ଣନ*
〰️〰️〰️〰️〰️〰️〰️

    ୧. ଭୂତ, ୨. ପ୍ରେତ, ୩. ପିଶାଚ, ୪. ରାକ୍ଷସ , ୫. ବହ୍ମରାକ୍ଷସ, ୬. ଭୂତଗ୍ରହ, ୭. ପ୍ରେତଗ୍ରହ ଆଉ ହେ ଶିବେ ! ୮. ବାଳଗ୍ରହ , ୯. କଶ୍ମଳ, ୧୦. ନିବାତ, ୧୧. ଡାକିନୀ, ୧୨. ଶାକିନୀ, ୧୩. ଯାକିନୀ, ୧୪. ରାକିନୀ, ୧୫. ହାକିନୀ, ୧୬. ଲାକିନୀ, ୧୭. କାକିନୀ, ୧୮. ଝୋଟିଙ୍ଗା ଭୈରବ, ୧୯. ରୁଦ୍ରଗ୍ରହ , ୨୦. ବିଷ୍ଣୁଗ୍ରହ, ୨୧. ବ୍ରହ୍ମଗ୍ରହ, ୨୨. କୃତ୍ୟଗ୍ରହ ୨୩. କୂଷ୍ମାଣ୍ଡା, ୨୪. ଯକ୍ଷିଣୀଗ୍ରହ , ୨୫. କାମଗ୍ରହ, ୨୬. ମଦୋନ୍ମାଦ, ୨୭. ଉନ୍ମତ୍ତଗ୍ରହ, ୨୮. ଜଳଗ୍ରହ , ୨୯. ସର୍ବଗ୍ରହ, ୩୦. କଟପୂତନା, ୩୧. ସ୍କନ୍ଦଗ୍ରହ, ୩୨. ବୈନାୟକ, ୩୩. ଧନଗ୍ରହ , ୩୪. ଦେବଗ୍ରହ, ୩୫. ଯକ୍ଷ, ୩୬. ଦାନବ, ୩୭. ଦୈତ୍ୟ, ୩୮. ବେତାଳ, ୩୯. କିନ୍ନରୀଗଣ, ୪୦. ଭୂତିନୀ , ୪୧. ଅପ୍ସରା, ୪୨. ନାଗିନୀଗ୍ରହ - ଏମାନେ ସବୁ ଭୂତ ଅଟନ୍ତି ॥

*ଭୂତାଦୀନାଂ ନାଶନବର୍ଣ୍ଣନମ୍*
〰️〰️〰️〰️〰️〰️〰️

ଏବମାଦିଗ୍ରହାଦୀନାଂ ନାଶନଂ ଯେନ ଜାୟତେ ॥୦୭

ଶୂଳିନୀ ଶରଭଶ୍ଚୈବ ଶିବପଞ୍ଚାକ୍ଷରୀ ତଥା ।
ନବଦୁର୍ଗା ବହିର୍ବନ୍ଧସ୍ତଥାନ୍ତର୍ବନ୍ଧ ଏବ ଚ ॥୦୮

ସୁଭ୍ରୂଣଶ୍ଚ ମହେଶାନି ତଥୈବ ଖଡ୍ଗବାରଣଃ ।
ମହାବିଦ୍ୟାମଣ୍ଡଳଂ ଚ ମହାମଣ୍ଡଳମେବ ଚ ॥୦୯

ହନୁମାନ୍ ଭୈରବଶ୍ଚୈବ ବଟୁକଃ କ୍ରୋଧଭୈରବଃ ।
ପ୍ରତ୍ୟଙ୍ଗିରା ବୀରଭଦ୍ରସ୍ତ୍ରୈଲୋକ୍ୟବିଜୟା ତଥା ॥୧୦

ନାରସିଂହୋ ମହେଶାନି ମହାଶରଭଶୂଳିନୀ ।
ଚଣ୍ଡକାଳୀ ଭଦ୍ରକାଳୀ ପ୍ରୋକ୍ତା ରୁଦ୍ରମହାଙ୍କୁଶା ॥୧୧

ମହାପାଶୁତପାସ୍ତ୍ରଂ ଚାଘୋରାସ୍ତ୍ରଂ ଚ ତଥୈବ ଚ ।
ଏତେ ମନ୍ତ୍ରା ମୟା ପ୍ରୋକ୍ତା ଶବରଦ୍ୱୟଯୋଗତଃ ॥୧୨

*ଭୂତ ଆଦିଙ୍କ ନାଶର ବର୍ଣ୍ଣନ*
〰️〰️〰️〰️〰️〰️〰️

    ଏହି ପ୍ରକାର ଗ୍ରହମାନଙ୍କ ନାଶ ଯେଉଁଥିରେ ହୋଇଥାଏ, ସେସବୁ କୁହାଯାଉଛି ।
    ୧. ଶୂଳିନୀ, ୨. ଶରଭ, ୩. ଶିବପଞ୍ଚାକ୍ଷରୀ, ୪. ନବଦୁର୍ଗା, ୫. ବହିର୍ବନ୍ଧ, ୬. ଅନ୍ତର୍ବନ୍ଧ, ୭. ସୁଭ୍ରୂଣ, ୮. ଖଡ୍ଗବାରଣ, ୯. ମହାବିଦ୍ୟାମଣ୍ଡଳ, ୧୦. ମହାମଣ୍ଡଳ, ୧୧. ହନୁମାନ୍, ୧୨. ଭୈରବ, ୧୩. ବଟୁକଭୈରବ, ୧୪. କ୍ରୋଧଭୈରବ, ୧୫. ପ୍ରତ୍ୟଙ୍ଗିରା, ୧୬. ବୀରଭଦ୍ର, ୧୭. ତ୍ରୈଲୋକ୍ୟବିଜୟା, ୧୮. ନାରସିଂହ, ୧୯. ମହାଶରଭ, ୨୦. ଶୂଳିନୀ, ୨୧. ଚଣ୍ଡକାଳୀ, ୨୨. ଭଦ୍ରକାଳୀ - ଏମାନଙ୍କ ମନ୍ତ୍ର ଦ୍ଵାରା ଭୂତାଦିର ବିନାଶ ହୋଇଥାଏ । ମହାପାଶୁପତ ଅସ୍ତ୍ର, ଅଘୋରାସ୍ତ୍ର, ଦୁଇ ଶାବର ମନ୍ତ୍ର -- ଏସବୁ ମୋ ଦ୍ଵାରା କୁହାଯାଇଛି ।

*ତତ୍ତଦ୍ଭୂତାଦିନାଶେ ତତ୍ତଦ୍ଦେବତାବର୍ଣ୍ଣନମ୍*
〰️〰️〰️〰️〰️〰️〰️〰️

ବ୍ରହ୍ମରାକ୍ଷସବେତାଳକୃତ୍ୟାଦୌ ଖଡ୍ଗବାରଣେ ।
ବ୍ରହ୍ମା ବିଷ୍ଣୁସ୍ତଥା ରୁଦ୍ରଃ ପ୍ରେତାପସ୍ମାରନାଶନେ ॥୧୩

ଯାତୁଧାନବିନାଶେ ତୁ ତଥା କିମ୍ପୁରୁଷାଦିକେ ।
ଶରଭୋ ହନୁମାନ୍ ଦେବି ବିରୂପାକ୍ଷୋଙ୍ଗିରା ଅପି ॥୧୪

ଭୂତପ୍ରେତପିଶାଚାଦି କ୍ରୂରଗ୍ରହନିବାରଣେ ।
ଶୂଳିନୀ ନବ ଦୁର୍ଗା ଚ ତଥା ପଞ୍ଚାଙ୍ଗୁଳିଃ ପ୍ରିୟେ ॥୧୫

କୂଷ୍ମାଣ୍ଡଡାକିନୀନାଶେ ପ୍ରେତାପସ୍ମାରନାଶନେ ।
ବୀରଭଦ୍ରଃ ଶିବଃ ପ୍ରୋକ୍ତଃ ସର୍ବନାଶେ ତୁ ତଦ୍ଗଣାଃ ॥୧୬

ସର୍ବେଷାଂ ନାଶନେ ଶାନ୍ତୌ ପ୍ରୀତାବପି ମହେଶ୍ୱରି ।
ମହାବିଦ୍ୟାମଣ୍ଡଳଂ ଚ ବନ୍ଧଦ୍ୱୟସମନ୍ୱିତମ୍ ॥୧୭

ମହାବିଦ୍ୟାମଣ୍ଡଳେନ କିଂ ତଦ୍ୟନ୍ନ କରେ ସ୍ଥିତମ୍ ।
ଗୋପନୀୟଂ ଗୋପନୀୟଂ ଗୋପନୀୟଂ ପ୍ରଯତ୍ନତଃ ॥୧୮
ରହସ୍ୟାତିରହସ୍ୟଂ ଚ ............

    ସେହି ସେହି ଭୂତ ମାନଙ୍କ ନିମନ୍ତେ ସେହି ସେହି ଦେବତାଙ୍କ ବର୍ଣ୍ଣନ -- ବ୍ରହ୍ମରାକ୍ଷସ, ବେତାଳ, କୃତ୍ୟା ଆଦି ଏବଂ ଖଡ୍ଗବାରଣ ନିମନ୍ତେ ବ୍ରହ୍ମା, ବିଷ୍ଣୁ ତଥା ରୁଦ୍ରଙ୍କ ପ୍ରୟୋଗ କରିବା ଉଚିତ୍ ଅଟେ ।

    ପ୍ରେତ, ମିର୍ଗୀ, ଯାତୁଧାନ ତଥା କିମ୍ପୁରୁଷ ଆଦିଙ୍କ ବିନାଶ ନିମନ୍ତେ ଶରଭ, ହନୁମାନ୍, ବିରୂପାକ୍ଷ ଏବଂ ଅଙ୍ଗିରାଙ୍କ ଉପାସନା କରିବା ଉଚିତ୍ ଅଟେ ।

    ଭୂତ, ପ୍ରେତ, ପିଶାଚ, କ୍ରୂର ଗ୍ରହଙ୍କ ପ୍ରଭାବକୁ ଦୂର କରିବା ନିମନ୍ତେ ହେ ପ୍ରିୟେ ! ଶୂଳିନୀ, ନବଦୁର୍ଗା ତଥା ପଞ୍ଚାଙ୍ଗୁଳିଙ୍କ ପ୍ରୟୋଗ କରିବା ଉଚିତ୍ ଅଟେ ।

    କୂଷ୍ମାଣ୍ଡା, ଡାକିନୀ ତଥା ପ୍ରେତଜନ୍ୟ ଅପସ୍ମାରର ବିନାଶ ନିମନ୍ତେ ବୀରଭଦ୍ର ଏବଂ ଶିବ ଉଦ୍ଧାରକ କୁହାଯାଇଛି ।

ସମସ୍ତ ଦୋଷର ନିବାରଣ ନିମନ୍ତେ ଶିବଙ୍କ ଗଣ କୁହାଯାଇଛନ୍ତି । ହେ ମହେଶ୍ବର ! ସମସ୍ତ ଉପଦ୍ରବର ଶାନ୍ତି ଏବଂ ଦେବତାଙ୍କ ପ୍ରସନ୍ନତା ନିମନ୍ତେ ଦୁଇଟି ବନ୍ଧରେ ଯୁକ୍ତ ମହାବିଦ୍ୟାମଣ୍ଡଳର ପୂଜନ ଅର୍ଚ୍ଚନ କରିବା ଉଚିତ୍ ଅଟେ ।

    ସଂସାରରେ ଏପରି କୌଣସି ବସ୍ତୁ ଅଛି ଯେ ଯାହା ମହାବିଦ୍ୟାମଣ୍ଡଳର ଆରାଧନାରେ ହସ୍ତଗତ ହୋଇପାରି ନଥାଏ, ( ଅର୍ଥାତ୍ ସବୁକିଛି ଏହା ଦ୍ଵାରା ହସ୍ତଗତ ହୋଇଯାଇଥାଏ । ) ଏହା ଅତ୍ୟନ୍ତ ରହସ୍ୟର ବିଷୟ ଅଟେ ॥

_॥ ଇତି ଶ୍ରୀଶକ୍ତିସଂଗମତନ୍ତ୍ରେ ଭୂତାଦିଭେଦ ତଥା ବିନାଶବର୍ଣ୍ଣନଂ ସମ୍ପୂର୍ଣ୍ଣମ୍ ॥_

एक टिप्पणी भेजें

0 टिप्पणियाँ

एक टिप्पणी भेजें (0)
6/related/default