ଯେଉଁମାନେ ସ୍ତୋତ୍ର ପାଠ କରୁଛନ୍ତି କିମ୍ବା କରିବାକୁ ଚାହୁଁଛନ୍ତି ସେମାନେ ନିମ୍ନକ୍ତ ଉପାୟରେ ସ୍ତୋତ୍ର ପାଠ କଲେ ୧୦୦ ଗୁଣ ଫଳ ପ୍ରାପ୍ତ କରିପାରିବେ |
ସର୍ବ ପ୍ରଥମେ ଇଷ୍ଟଦେବ ଙ୍କର
ପଞ୍ଚଉପଚାର ଦ୍ୱାରା ପୂଜନ କରିବା ଉଚିତ୍ |
ତତ୍ପରେ ଶ୍ରୀଗୁରୁ ପାଦୁକା ସ୍ତୋତ୍ର
ଏବଂ ଶ୍ରୀଗଣେଶ ସ୍ତୋତ୍ର ପାଠ କରନ୍ତୁ |
ତଦୋପରାନ୍ତ
ଇଷ୍ଟଦେବତା ଙ୍କର ପତ୍ନି [ ଶକ୍ତି ] ଙ୍କର ସ୍ତୋତ୍ର ପାଠ କରନ୍ତୁ |
ତାପରେ ନିଜ ଇଷ୍ଟଦେବ ଙ୍କର ସ୍ତୋତ୍ର,
୫ ଥର, ୭ ଥର, ୧୧ ଥର କିମ୍ୱା ୨୭ ଥର ପାଠ କରନ୍ତୁ |
ଇଷ୍ଟସ୍ତୋତ୍ର ପାଠପରେ ଯଥାଶକ୍ତି ଇଷ୍ଟମନ୍ତ୍ର ଜପ କରନ୍ତୁ |
ପରେ ସୁରକ୍ଷା ହେତୁ ଇଷ୍ଟଦେବଙ୍କ କବଚ ପାଠ କରନ୍ତୁ |
ଏହାପରେ ସ୍ୱଧା ଦେବୀ ଙ୍କ ନାମ ୩ ଥର
ଏବଂ ଦକ୍ଷିଣାଦେବୀ ଙ୍କ ନାମ ୩ ଥର ଉଚ୍ଚାରଣ କରନ୍ତୁ |
ତତ୍ପରେ ସାଧନାରେ ପୂର୍ଣ୍ଣତା ପାଇଁ,
ସ୍ୱାହା ଦେବୀଙ୍କର ଷୋଡଶ ନାମ ସ୍ତୋତ୍ର ପାଠ କରନ୍ତୁ |
ଶେଷରେ କ୍ଷମା ପାର୍ଥନା କରନ୍ତୁ ଅବଶ୍ୟ କରନ୍ତୁ |
ବି.ଦ୍ର - ଅତିକମ୍ ରେ ୧୦୦ ଦିନ ଅଖଣ୍ଡ ବ୍ରହ୍ମଚର୍ଯ୍ୟ ପାଳନ ସହିତ ଏପରି ଭାବରେ ସ୍ତୋତ୍ର ପାଠ କରନ୍ତୁ | ଆଧ୍ୟାତ୍ମ ମାର୍ଗରେ ନିଶ୍ଚୟ ସଫଳ ହେବେ | ଇଷ୍ଟ କୃପା ଅବଶ୍ୟ ପ୍ରାପ୍ତ ହେବ |
🙏🏻🌺 ଜୟ ଶିବ ଶକ୍ତି 🌺🙏🏻