ଭଗବଦ୍ ସ୍ଵରୂପା ଶ୍ରୀ ରାଧାରାଣୀ ଙ୍କ ମହିମା ତଥା ତାଙ୍କ ସ୍ଵରୂପ ବିଷୟରେ କହୁଥିବା ଋକବେଦ ର ଏକ "ରାଧିକୋପନିଷଦ" ଅଛି, ତାହାର ଭାଷାନ୍ତର ନିମ୍ନ ରେ ଦିଆଗଲା :
"ଉର୍ଦ୍ଧ୍ଵରେତା ବାଳବ୍ରହ୍ମଚାରୀ ସନକ ଆଦି ଋଷିମାନେ ପିତାମହ ବ୍ରହ୍ମା ଙ୍କୁ ଉପାସନା କରି ତାଙ୍କୁ ପଚାରିଲେ "ହେ ଦେବ..! ପରମ ଦେବତା କିଏ ଅଟନ୍ତି? ତାଙ୍କର ଶକ୍ତି କିଏ କିଏ ଅଟନ୍ତି? ସେହି ଶକ୍ତି ମାନଙ୍କ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ, ସୃଷ୍ଟି ର ହେତଭୂତା ଶକ୍ତି କିଏ ? ସନକାଦି ଙ୍କ ପ୍ରଶ୍ନ ଶୁଣି ଶ୍ରୀବ୍ରହ୍ମା କହିଲେ - "ପୁତ୍ର ମାନେ ଶୁଣ ଏହା ଗୁହ୍ୟ ଠାରୁ ମଧ୍ୟ ଗୁହ୍ୟତର ବିଷୟ , ଅତ୍ୟନ୍ତ ଗୁପ୍ତ ରହସ୍ୟ ଅଟେ , ଏହା ସମସ୍ତ ଙ୍କ ସାମ୍ନା ରେ ପ୍ରକଟ କରିବା ସମ୍ଭବ ନୁହେଁ । ଯାହାଙ୍କ ହୃଦୟ ରେ ରସ ଥିବ , ଯିଏ ବ୍ରହ୍ମବାଦୀ ହୋଇଥିବ , ଗୁରୁଭକ୍ତ ହୋଇଥିବ ତାହାକୁ ଏହା କହିହେବ ; ନହେଲେ କୈାଣସି ଅନାଧିକାରୀ କୁ ଏହା କହିଲେ ମହାପାପ ହେବ ! ଭଗବାନ ଶ୍ରୀକୃଷ୍ଣ ହିଁ ପରମଦେବ ଅଟନ୍ତି, ସେ "ଐଶ୍ୱର୍ଯ୍ୟ, ଯଶ, ଶ୍ରୀ, ଧର୍ମ, ଜ୍ଞାନ ଏବଂ ବୈରାଗ୍ୟ ଏହି ଷଡ଼ ଐଶ୍ୱର୍ଯ୍ୟ ରେ ପରିପୂର୍ଣ୍ଣ ଭଗବାନ୍ ଅଟନ୍ତି । ଗୋପ ଗୋପୀ ମାନେ ତାଙ୍କରି ସେବା କରନ୍ତି , ବୃନ୍ଦାବତୀ (ତୁଳସୀ) ତାଙ୍କର ଆରାଧନା କରି ଥାଆନ୍ତି , ସେ ବୃନ୍ଦାବତୀଙ୍କ ସ୍ଵାମୀ ଅଟନ୍ତି , ସେ ହିଁ ଏକମାତ୍ର ପରମେଶ୍ବର ଅଟନ୍ତି । ତାଙ୍କର ଏକ ରୂପ ଅଛି ଅଖିଳ ବ୍ରହ୍ମାଣ୍ଡପତି ଶ୍ରୀ ନାରାୟଣ , ଯିଏ ତାଙ୍କର ଅଂଶ ଅଟନ୍ତି , ସେ ପ୍ରକୃତି ଠାରୁ ମଧ୍ୟ ପ୍ରାଚୀନ ଏବଂ ନିତ୍ୟ ଅଟନ୍ତି । ସେହି ଶ୍ରୀକୃଷ୍ଣ ଙ୍କର ଆହ୍ଲାଦିନୀ , ସନ୍ଧିନୀ, ଜ୍ଞାନ, ଇଚ୍ଛା, କ୍ରିୟା ଆଦି ବହୁତ ପ୍ରକାର ର ଶକ୍ତି ରହିଛି । ଏମାନଙ୍କ ମଧ୍ୟରୁ "ଆହ୍ଲାଦିନୀ ଶକ୍ତି" ସର୍ବଶ୍ରେଷ୍ଠ ଅଟେ । ଇଏ ହିଁ ପରମ ଅନ୍ତରଙ୍ଗଭୂତା "ଶ୍ରୀରାଧା" ଅଟନ୍ତି , ଯିଏ ଶ୍ରୀକୃଷ୍ଣ ଙ୍କ ଦ୍ଵାରା ଆରାଧିତା ଅଟନ୍ତି । ଶ୍ରୀରାଧା ମଧ୍ୟ ଶ୍ରୀକୃଷ୍ଣ ଙ୍କୁ ଆରାଧନା କରନ୍ତି, ଅତଃ ସେ ରାଧିକା ଅଟନ୍ତି । ସମସ୍ତ ଗୋପୀଗଣ, ପାଟରାଣୀଗଣ, ଦେବୀ ଲକ୍ଷ୍ମୀ, ଏହାଙ୍କର କାୟବ୍ୟୁହରୂପା ଅଟନ୍ତି । ଶ୍ରୀରାଧା ଏବଂ ରସସାଗର ଶ୍ରୀକୃଷ୍ଣ ଗୋଟିଏ ହିଁ ଶରୀର ଅଟନ୍ତି , ଲୀଳା ନିମିତ୍ତ ଦୁଇ ରୂପ ହୋଇ ଯାଇଛନ୍ତି । ଏହି ଶ୍ରୀରାଧା ଶ୍ରୀହରି ଙ୍କ ସଂପୂର୍ଣ୍ଣ ଈଶ୍ଵରୀ ଅଟନ୍ତି, ସଂପୂର୍ଣ୍ଣ ସନାତନୀ ବିଦ୍ୟା ଅଟନ୍ତି, ଶ୍ରୀକୃଷ୍ଣ ଙ୍କ ପ୍ରାଣ ର ଅଧିଷ୍ଠାତ୍ରୀ ଦେବୀ ଅଟନ୍ତି । ଏକାନ୍ତ ରେ ଚାରିବେଦ ଗଣ ତାଙ୍କର ସ୍ତୁତି କରିଥାଆନ୍ତି । ଏହାଙ୍କର ବର୍ଣ୍ଣନା ମୁଁ ବ୍ରହ୍ମା ନିଜର ସମସ୍ତ ଆୟୁ ମଧ୍ୟରେ ବର୍ଣ୍ଣନା କରି ପାରିବି ନାହିଁ । ଯାହାଙ୍କ ଉପରେ ତାଙ୍କର କୃପା ହୁଏ "ପରମଧାମ" ତାଙ୍କର କରତଳଗତ ହୋଇଯାଏ । "ଏହି ରାଧିକା ଙ୍କୁ ନଜାଣି ଯିଏ ଶ୍ରୀକୃଷ୍ଣ ଙ୍କ ଆରାଧନା କରିବାକୁ ଚାହେଁ ସେ ମୁଢ ଙ୍କ ମଧ୍ୟରେ ମୁଢତମ ଅଟେ ମହାମୂର୍ଖ ଅଟେ । ଶ୍ରୁତି ମାନେ ଶ୍ରୀରାଧା ଙ୍କର ଏହିପ୍ରକାର ନାମାବଳୀ ର ଗାନ କରିଛନ୍ତି : "(୧) ରାଧା, (୨) ରାସେଶ୍ୱରୀ, (୩) ରମ୍ୟା, (୪) କୃଷ୍ଣମନ୍ତ୍ରାଧିଦେବତା, (୫) ସର୍ବାଦ୍ୟା, (୬) ସର୍ବବନ୍ଦ୍ୟା, (୭) ବୃନ୍ଦାବନ ବିହାରୀଣି, (୮) ବୃନ୍ଦାରାଧ୍ୟା, (୯) ରମା, (୧୦) ଅଶେଷଗୋପୀମଣ୍ଡଳପୂଜିତା, (୧୧) ସତ୍ୟା, (୧୨) ସତ୍ୟପରା, (୧୩) ସତ୍ୟଭାମା, (୧୪) ଶ୍ରୀକୃଷ୍ଣବହ୍ଲବା, (୧୫) ବୃଷଭାନୁସୂତା, (୧୬) ଗୋପୀ, (୧୭) ମୂଳ ପ୍ରକୃତି, (୧୮) ଈଶ୍ଵରୀ, (୧୯) ଗନ୍ଧର୍ବା, (୨୦) ରାଧିକା, (୨୧) ଆରମ୍ୟା, (୨୨) ଋକ୍ମିଣୀ, (୨୩) ପରମେଶ୍ବରୀ, (୨୪) ପରାତ୍ପରା, (୨୫) ପୂର୍ଣ୍ଣା, (୨୬) ପୂର୍ଣ୍ଣଚନ୍ଦ୍ରନିଭନାନା, (୨୭) ଭୁକ୍ତିମୁକ୍ତିପ୍ରଦା, (୨୮) ଭବବ୍ୟାଧିବିନାଶିନୀ । ଏହି ୨୮ ନାମ ଗୁଡିକ ଯିଏ ପାଠ କରନ୍ତି ସେ ଜୀବନ୍ମୁକ୍ତ ହୋଇଯାଆନ୍ତି , ଏମିତି ଶ୍ରୀ ବ୍ରହ୍ମା ଜୀ କହିଛନ୍ତି ।
ଏହା ତ ଆହ୍ଲାଦିନୀ ଶକ୍ତି ର ବର୍ଣ୍ଣନା ହେଲା । ତାଙ୍କର "ସନ୍ଧିନୀ" ଶକ୍ତି ( ଶ୍ରୀ ବୃନ୍ଦାବନ) ଧାମ, ଭୂଷଣ, ଶଯ୍ୟା ତଥା ଆସନ ଆଦି ରୂପରେ ପରିଗଣିତ ହୋଇଥାଏ ଏବଂ ଏହି ମର୍ତ୍ତ୍ୟ ଲୋକ ରେ ଅବତାର ନେବା ସମୟରେ ସେ ହିଁ ମାତାପିତାଙ୍କ ରୂପରେ ପ୍ରକଟ ହୋଇଥାନ୍ତି । ଇଏ ହିଁ ସମସ୍ତ ଅବତାର ମାନଙ୍କର କାରଣଭୂତା ଅଟନ୍ତି । "ଜ୍ଞାନଶକ୍ତି" ହିଁ କ୍ଷେତ୍ରଜ୍ଞ ଶକ୍ତି ଅଟନ୍ତି । "ଇଚ୍ଛାଶକ୍ତି" ଙ୍କ ଅନ୍ତର୍ଭୁକ୍ତ "ମାୟା" ଅଟେ, ଏହା ତ୍ରିଗୁଣମୟୀ ଅଟେ ଏବଂ ବହିରଙ୍ଗା ଅଟେ, ଏହା ଜଗତର କାରଣଭୂତା ଅଟେ । ଏହା ହିଁ ଅବିଦ୍ୟା ରୂପରେ ଜୀବ ର ବନ୍ଧନ ର ହେତୁ ଅଟେ । "କ୍ରିୟାଶକ୍ତି" ହିଁ ଲୀଳା ଶକ୍ତି ଅଟେ ।
ଯିଏ ଏହି ଉପନିଷଦ କୁ ପଢନ୍ତି , ସେହି ଅବ୍ରତୀ ମଧ୍ୟ ବ୍ରତୀ ହୋଇ ଯାଆନ୍ତି । ସେ ବାୟୁ ଠାରୁ ପବିତ୍ର ଏବଂ ବାୟୁ କୁ ପବିତ୍ର କରିବାବାଲା ତଥା ସମସ୍ତ ଦିଗକୁ ପବିତ୍ର ଏବଂ ସମସ୍ତଙ୍କୁ ପବିତ୍ର କରିବାବାଲା ହୋଇଯାଆନ୍ତି । ସେ ଶ୍ରୀ ରାଧାକୃଷ୍ଣ ଙ୍କ ପ୍ରିୟ ହୋଇଯାଆନ୍ତି ଏବଂ ଯେଉଁ ପର୍ଯ୍ୟନ୍ତ ତାଙ୍କ ଦୃଷ୍ଟି ପଡ଼ିଥାଏ , ସେପର୍ଯ୍ୟନ୍ତ ସମସ୍ତଙ୍କୁ ପବିତ୍ର କରିଦେଇ ଥାଆନ୍ତି । ଓଁ ତତ୍ ସତ୍ ।"
ଉପରୋକ୍ତ ତଥ୍ୟ ଦ୍ଵାରା ଭଗବାନ ଶ୍ରୀକୃଷ୍ଣ ଏବଂ ଭଗବତୀ ଶ୍ରୀ ରାଧାରାଣୀ ଙ୍କ ତତ୍ତ୍ଵ ସ୍ଵରୂପ ର ତଥା ତାଙ୍କ ଏକରୂପତା ର ତଥା ତାଙ୍କର ବିଲକ୍ଷଣ ମାହାତ୍ମ୍ୟ ର କିଞ୍ଚିତ୍ ଆଭାସ ମିଳିଥାଏ ।"
"ଶ୍ରୀରାଧାମାଧବ ଚିନ୍ତନ"
!! ଜୟ ଜୟ ଶ୍ରୀରାଧେ !!
!! ଜୟ ଜୟ ଶ୍ରୀ କୃଷ୍ଣ !!
ଶ୍ରୀରାଧିକୋପନିଷଦ Sri Radhikopanishad Odia Lyrics