ପ୍ରାର୍ଥନା କଲେ କ’ଣ ମିଳେ ?
Benefits Of Prayer
‘‘ନାହଂ ତିଷ୍ଠାମି ବୈକୁଣ୍ଠ ଯୋଗୀନାଂ ହୃଦୟେ ନ ଚ
ମଦ୍ଭକ୍ତା ଯତ୍ର ଗାୟନ୍ତି, ତତ୍ର ତିଷ୍ଠାମି ନାରଦ ।’’
Why Should We Pray Verses
‘ହେ ନାରଦ ! ମୁଁ ବୈକୁଣ୍ଠରେ କି ଯୋଗୀମାନଙ୍କର ହୃଦୟରେ ନଥାଏ । ମୋର ଭକ୍ତମାନେ ଯେଉଁଠାରେ ମୋତେ ପୂଜା ବା ଆରାଧନା କରନ୍ତି ମୁଁ ସେଠାରେ ଥାଏ ।’’ ମନୁଷ୍ୟ ବଞ୍ଚରହିବା ପାଇଁ ଯେପରି ଖାଦ୍ୟ ଗ୍ରହଣ କରିଥାଏ ସେହିପରି ଆତ୍ମା ପାଇଁ ପ୍ରାର୍ଥନା କରିବାର ଆବଶ୍ୟକତା ରହିଅଛି । ପ୍ରାର୍ଥନାକରିବା ଦ୍ଵାରା ଜୀବାତ୍ମାକୁ ପରମାତ୍ମାଙ୍କ ସହିତ ଏକ କରାଇଥାଏ । ପ୍ରାର୍ଥନା କରିବା ଦ୍ଵାରା ମନରେ ଶାନ୍ତି ମିଳେ । ଆମ୍ବ ଶକ୍ତି ଲାଭ ହୁଏ । ପବିତ୍ର ଆଚରଣ, ସତ୍ କର୍ମ, ସତ୍ ଚିନ୍ତା, ସତ୍ ସଙ୍ଗ କରିବା ପାଇଁ ମନୁଷ୍ୟ ଆଗ୍ରହୀ ହୋଇ ଉଠେ ଏବଂ ଏଥିରେ ଲିପ୍ତ ରହିଥାଏ ।
‘‘ଯସ୍ୟ ସ୍ନେହୋ ଭୟତସ୍ୟ ସ୍ନେହୋ ଦୁଃଖସ୍ୟ ଭାଜନମ୍
ସ୍ନେହ ମୂଳାନି ଦୁଃଖାନି ତାନି ତ୍ୟକ୍ତା ବସେତ ସୁଖମ୍ ।’’
Importance Of Prayer Benefits Of Prayer
ଅର୍ଥାତ୍ ଯେଉଁଠାରେ ସ୍ନେହ ଥାଏ ସେଠାରେ ଭୟ ଥାଏ । ଏହା ସୁଖ- ଦୁଃଖ, ଭୟର କାରଣ । ଏଣୁ ସ୍ନେହ ମୋହ ତ୍ୟାଗ କରି ମନୁଷ୍ୟ ସୁଖୀ ହେବାକୁ ଚେଷ୍ଟା କରିବା ଆବଶ୍ୟକ । ଧନ ସମ୍ପତ୍ତି ସୁଖ ଆଦି ପାଇ ବି ଯିଏ ନିଜ ଭଳି ନଥାନ୍ତି ଏବଂ ଈଶ୍ବରଙ୍କୁ ମନେରଖୁ ଥାଆନ୍ତି ତାଙ୍କୁ ମହାପୁରୁଷ କୁହାଯାଏ ।
Why We Pray
ସୁନ୍ଦର ସତେଜ ଜୀବନ ଯାପନ ପାଇଁ କେବଳ ଶରୀରର ସ୍ବାସ୍ଥ୍ୟ ନୁହେଁ ମନର ସ୍ବାସ୍ଥ୍ୟ ମଧ୍ୟ ଗୁରୁତ୍ଵପୂର୍ଣ୍ଣ । ସୁସ୍ଥ ମନ ଶରୀରକୁ ଶକ୍ତି ପ୍ରଦାନ କରେ । ମୁନି ଋଷିମାନେ କହିଥିଲେ, ମନର ସୁସ୍ଥତା ପାଇଁ ପ୍ରାର୍ଥନା, ଧ୍ୟାନ ଓ ଆଧ୍ୟାତ୍ମିକ ପୁସ୍ତକ ଅଧ୍ୟୟନର ଆବଶ୍ୟକତା ଅଛି । ଏହା ମନକୁ ଶାନ୍ତ ରଖିବା ସହ ଶରୀରକୁ ସୁସ୍ଥ ଓ ତେଜୋଦୀପ୍ତ କରେ । ଏବେ ବୈଜ୍ଞାନିକମାନେ ଏହା ସ୍ଵୀକାର କଲେଣି ।ସେମାନଙ୍କ ମତନୁଯାୟୀ ପ୍ରାର୍ଥନା ଧ୍ୟାନ ଓ ଆଧ୍ୟାତ୍ମିକ ପୁସ୍ତକର ଅଧୟନ ଦ୍ୱାରା ଆପଣ ନିଜକୁ ସୁନ୍ଦର କରିପାରିବେ । ପ୍ରାର୍ଥନା ଆମକୁ ଈଶୁଙ୍କୁ ନିକଟକୁ ନେଇଯାଏ । ମାନସିକ ସୁସ୍ଥତା ପାଇଁ ଆପଣଙ୍କ ପ୍ରାର୍ଥନା ପଦ୍ଧତିକୁ ସହଜ ରଖନ୍ତୁ । ଏମିତି ଭାବନ୍ତୁ ନାହିଁ ଯେ ପ୍ରାର୍ଥନା କୌଣସି କଷ୍ଟକର କାମ ।
How Should We Pray
କେଉଁ ଆଵାହ ମାନ କାଳରୁ ଲୋକମାନେ ଶଯ୍ୟାଶାୟୀ ପ୍ରିୟଜନଙ୍କର ସ୍ୱାସ୍ଥ୍ୟରେ ଉନ୍ନତ୍ତି ପାଇଁ ପ୍ରାର୍ଥନା କରି ଆସୁଛନ୍ତି | ଭଗବାନ ସେମାନଙ୍କ ପ୍ରାର୍ଥନା ଶୁଣିଛନ୍ତି ବୋଲି ସେମାନେ କୁହନ୍ତି । ସେହିପରି ପ୍ରାର୍ଥନା ଦ୍ଵାରା ଅନେକ ସମୟରେ ବ୍ୟକ୍ତି ମରଣ ମୁହଁରୁ ଫେରି ଆସୁଥିବା ସମ୍ପର୍କରେ ପୁରାଣରେ ଓ ଧର୍ମଗ୍ରନ୍ଥ ଗୁଡିକରେ ବର୍ଣ୍ଣନା ରହିଛି । ପ୍ରାର୍ଥନାର ଶକ୍ତିକୁ ଚିକିତ୍ସା ବିଜ୍ଞାନ ଏବେ ସ୍ବୀକାର କରିଛି । ଅନେକ କ୍ଷେତ୍ରରେ ଅସୁସ୍ଥ ବ୍ୟକ୍ତି ଧ୍ୟାନ ଓ ପ୍ରାର୍ଥନା ଦ୍ବାରା ସ୍ବାସ୍ଥ୍ୟ ଫେରି ପାଇବା ସମ୍ଭବ ବୋଲି ଚିକିତ୍ସା ବିଦମାନେ ପ୍ରକା କରିଛନ୍ତି | ସେମାନଙ୍କ ସର୍ବେକ୍ଷଣ ଅନୁଯାୟୀ ଈଶ୍ୱରଙ୍କୁ ଧ୍ୟାନ ଓ ପ୍ରାର୍ଥନା ଦ୍ୱାରା ମନରେ ପୂର୍ଣ୍ଣତା ଓ ସନ୍ତୋଷ ମିଳେ । ପ୍ରାର୍ଥନାରୁ ମିଳୁଥୁବା ଶକ୍ତି କେବଳ ଶରୀର ଓ ମନକୁ ନୁହେଁ ଆତ୍ମାକୁ ମଧ ପରିଷ୍କାର କରେ । ଯେତେବେଳେ ଜଣେ ଅସୁସ୍ଥ ହୋଇଯାଏ ସେତେବେଳେ ସେ ଈଶ୍ବରଙ୍କ ଠାରେ ନିଜର ସୁସ୍ଥତା ପାଇଁ ପ୍ରାର୍ଥନା କରେ । ଆମର ଅସହାୟତା ଆମକୁ ସର୍ବଶକ୍ତିମାନଙ୍କଉପରେ ଆସ୍ଥା ରଖୁବାକୁ ଚେତାଇ ଦିଏ । ଏ ସମୟରେ ପ୍ରାର୍ଥନା ଆମକୁ ମାନସିକ ନିରାପତ୍ତା ଯୋଗାଏ ଓ ମସ୍ତିଷ୍କକୁ ଶାନ୍ତ କରିଦିଏ । କୌଣସି ଅଦୃଶ୍ୟ ଶକ୍ତି ଆମକୁ ସୁରକ୍ଷା ଦେଉଛି ବୋଲି ଆମର ମନେହୁଏ । ଫଳରେ ଆମର ଇଚ୍ଛାଶକ୍ତି ଦୃଢ଼ ହୁଏ ଓ ଆମେ ରୋଗକୁ ପ୍ରତିହତ କରିପାରୁ । ଏହା କହିଛନ୍ତି—‘ଆର୍ଟେମିସ୍ ହେଲଥ ଇନ୍ଷ୍ଟିଚ୍ୟୁଟ, ନୂଆଦିଲ୍ଲୀ’ର ଲାଇଫ୍ ଷ୍ଟାଇଲ୍ ମ୍ୟାନେଜମେଣ୍ଟ ବିଶେଷଜ୍ଞ ଡାଃ ରଚନା ସିଂହ । ସେ କହିଛନ୍ତି—ଅନେକ ସମୟରେ ଦେଖାଯାଏ ସମାନ ରୋଗ ଓ ସମାନ ଶାରୀରିକ କ୍ଷମତା ଥିବା ବ୍ୟକ୍ତିକୁ ଡାକ୍ତରମାନେ ଔଷଧ ଦିଅନ୍ତି । ସମାନ ଅସ୍ତ୍ରୋପଚାର କରନ୍ତି, ହେଲେ ଜଣେ ସୁସ୍ଥ ହୁଏ । ଆଉ ଜଣେ ସୁସ୍ଥ ହୋଇପାରେନି । ଏହା କେବଳ ଭାଗ୍ୟ ନୁହେଁ । ଏଥିରେ ପ୍ରାର୍ଥନାର ଶକ୍ତି ମଧ୍ୟ ରହିଛି ।
Benefits Of Prayer
ଆଧ୍ୟାତ୍ମିକ ଗୁରୁମାନେ ଧାନ ଓ ପ୍ରାର୍ଥନା ସମୟରେ ଆଖୀ ବନ୍ଦ କରି ହାତ ଯୋଡ଼ିବାକୁ ପରାମର୍ଶ ଦିଅନ୍ତି । ଏହା ପଛରେ ବୈଜ୍ଞାନିକ କାରଣ ରହିଛି । ଚକ୍ଷୁ ବନ୍ଦ କରିବା ଦ୍ବାରା ଏହା ଆମ ମସ୍ତିଷ୍କକୁ ଶାନ୍ତ ରଖେ ଓ ହାତ ଯୋଡ଼ି ରଖୁବା ଦ୍ଵାରା ଆମର ଶାରୀରିକ କ୍ରିୟା ବନ୍ଦ ରହେ । ଯେତେବେଳେ ଶରୀର ଓ ମସ୍ତିଷ୍କ ଶାନ୍ତ ହୋଇଯାଏ ସେତେବେଳେ ଈଶ୍ବରଙ୍କ ସହ ଅଧୁକ ଯୋଗାଯୋଗ ନିବିଡ଼ ହୁଏ ।
Reasons Why We Pray
ପ୍ରାର୍ଥନା ଅନେକ ପ୍ରକାରର ହୋଇପାରେ ଯଥା - ସ୍ତୁତି , କ୍ଷମା ପ୍ରାର୍ଥନା ଭୁଲ ସ୍ବୀକାର କରିବା, ନିଜ ଭାବନା ବ୍ୟକ୍ତ କରିବା, ଅନୁଗ୍ରହ ପ୍ରାର୍ଥନା କରିବା ଓ ଅନ୍ୟ ପ୍ରକାରର ହୋଇପାରେ । ପ୍ରାର୍ଥନା କୌଣସି ମନ୍ତ୍ର ହୋଇପାରେ, ବିନତି ହୋଇପାରେ କିମ୍ବା ମନୁଷ୍ୟର ହୃଦୟରୁ ପ୍ରକାଶିତ ଶବ୍ଦ ହୋଇପାରେ । ବିଶ୍ବରସବୁ ଧର୍ମ ଯେକୌଣସି ରୂପରେ ପ୍ରର୍ଥନକୁ ନିଜ ରୀତିନୀତିରେ ସାମିଲ କରିଛନ୍ତି ତେଣୁ ପ୍ରତି ଧର୍ମରେ ପ୍ରାର୍ଥନା ଯେ ମନୁଷ୍ୟର ସୁସ୍ଥତା ପାଇଁ ଉଦ୍ଦିଷ୍ଟ ଏହାକୁ ଏବେ ବିଜ୍ଞାନ ସ୍ଵୀକାର କରୁଛି ।
benefits of prayer why should we pray verses importance of prayer benefits of prayer reasons why we pray how should we pray benefits of prayer four reasons why we pray
