Samasta Devata Gayatri Mantra Arth O Upakarita
_*‼️ଗାୟତ୍ରୀ ହିଁ କାମଧେନୁ ଅଟନ୍ତି‼️*_
ଏବେ ଗାୟତ୍ରୀ ମନ୍ତ୍ର ବିଷୟରେ କିଛି ଆଲୋଚନା ପର୍ଯ୍ୟାଲୋଚନା କରିବା । ଗାୟତ୍ରୀ ମନ୍ତ୍ରର ୨୪ ଅକ୍ଷରରେ ୨୪ ଦେବତା ରହିଛନ୍ତି । ବର୍ତ୍ତମାନ ସେମାନଙ୍କ ନାମ ତଥା ଗାୟତ୍ରୀ ଉପସ୍ଥାପିତ କରିବା ॥
👉୧-- ଗଣେଶ -- ସଫଳତା ଶକ୍ତି, ବିଘ୍ନନାଶ ଏବଂ ବୁଦ୍ଧି ବୃଦ୍ଧି । କଠିନ କାର୍ଯ୍ୟରେ ସଫଳତା ଲାଭ ॥
*ଗଣେଶଙ୍କ ଗାୟତ୍ରୀ ମନ୍ତ୍ର*
〰️〰️〰️〰️〰️〰️
ॐ ଏକଦଂଷ୍ଟ୍ରାୟ ବିଦ୍ମହେ ବକ୍ରତୁଣ୍ଡାୟ ଧୀମହି । ତନ୍ନୋ ଦନ୍ତୀ ପ୍ରଚୋଦୟାତ୍ ॥s
👉୨-- ନୃସିଂହ -- ପରାକ୍ରମ ଶକ୍ତି, ବୀରତା, ଶତ୍ରୁନାଶ, ଆତଙ୍କ ତଥା ଆକ୍ରମଣରୁ ରକ୍ଷା । ଏହା ପୁରୁଷାର୍ଥ ଫଳ ପ୍ରଦାନ କରିଥାଏ ॥
*ନୃସିଂହଙ୍କ ଗାୟତ୍ରୀ*
〰️〰️〰️〰️〰️
ॐ ଉଗ୍ରନୃସିଂହାୟ ବିଦ୍ମହେ ବଜ୍ରନଖାୟ ଧୀମହି । ତନ୍ନୋ ନୃସିଂହ ପ୍ରଚୋଦୟାତ୍ ॥u
👉୩-- ବିଷ୍ଣୁ -- ପାଳନ ଶକ୍ତି, ଆଶ୍ରିତକୁ ରକ୍ଷା କରିବା, ଯୋଗ୍ୟତା ବୃଦ୍ଧି ହୋଇଥାଏ ॥
*ବିଷ୍ଣୁଙ୍କ ଗାୟତ୍ରୀ*
〰️〰️〰️〰️
ॐ ନାରାୟଣାୟ ବିଦ୍ମହେ ବାସୁଦେବାୟ ଧୀମହି । ତନ୍ନୋ ବିଷ୍ଣୁ ପ୍ରଚୋଦୟାତ୍ ॥m
👉୪-- ଶିବ -- କଲ୍ୟାଣ ଶକ୍ତି, ଅନିଷ୍ଟର ବିନାଶ, କଲ୍ୟାଣ ବୃଦ୍ଧି, ନିଶ୍ଚୟତା ତଥା ଆତ୍ମପରାୟଣତା ॥
*ଶିବଙ୍କ ଗାୟତ୍ରୀ*
〰️〰️〰️〰️
ॐ ପଞ୍ଚବକ୍ତ୍ରାୟ ବିଦ୍ମହେ ମହାଦେବାୟ ଧୀମହି । ତନ୍ନୋ ରୁଦ୍ରଃ ପ୍ରଚୋଦୟାତ୍ ॥a
👉୫-- କୃଷ୍ଣ -- ଯୋଗଶକ୍ତି, କ୍ରିୟାଶୀଳତା, ଆତ୍ମନିଷ୍ଠା, ଅନାଶକ୍ତି, କର୍ମଯୋଗ, ସୌନ୍ଦର୍ଯ୍ୟ ଓ ସରସତା ॥
*କୃଷ୍ଣଙ୍କ ଗାୟତ୍ରୀ*
〰️〰️〰️〰️
ॐ ଦେବକୀ ନନ୍ଦନାୟ ବିଦ୍ମହେ ବାସୁଦେବାୟ ଧୀମହି । ତନ୍ନୋ କୃଷ୍ଣଃ ପ୍ରଚୋଦୟାତ୍ ॥n
👉୬-- ରାଧା -- ପ୍ରେମଶକ୍ତି, ପ୍ରେମଦୃଷ୍ଟି ତଥା ଦ୍ବେଷହୀନତା ॥
*ରାଧାଙ୍କ ଗାୟତ୍ରୀ*
〰️〰️〰️〰️
ॐ ବୃଷଭାନୁଜାୟୈ ବିଦ୍ମହେ କୃଷ୍ଣପ୍ରିୟାୟୈ ଧୀମହି । ତନ୍ନୋ ରାଧା ପ୍ରଚୋଦୟାତ୍ ॥t
👉୭-- ଲକ୍ଷ୍ମୀ -- ଧନଶକ୍ତି, ପଦ, ଯଶ, ଗୌରବ ତଥା ସୌଭାଗ୍ୟଲାଭ ॥
*ଲକ୍ଷ୍ମୀଙ୍କ ଗାୟତ୍ରୀ*
〰️〰️〰️〰️
ॐ ମହାଲକ୍ଷ୍ମୀ ବିଦ୍ମହେ ବିଷ୍ଣୁପ୍ରିୟାୟୈ ଧୀମହି । ତନ୍ନୋ ଲକ୍ଷ୍ମୀଃ ପ୍ରଚୋଦୟାତ୍ ॥r
👉୮-- ଅଗ୍ନି -- ତେଜଶକ୍ତି, ଉଷ୍ଣ ପ୍ରଦାୟକ, ତେଜ, ପ୍ରଭାବଶାଳୀ, ପ୍ରତିଭାଶାଳୀ, ତେଜସ୍ବିତା, ଶକ୍ତି ଓ ସାମର୍ଥ୍ୟ ବୃଦ୍ଧିକାରୀ ॥
*ଅଗ୍ନିଙ୍କ ଗାୟତ୍ରୀ*
〰️〰️〰️〰️
ॐ ମଦାଜ୍ବାଳାୟ ବିଦ୍ମହେ ଅଗ୍ନିଦେବାୟ ଧୀମହି । ତନ୍ନୋ ଅଗ୍ନିଃ ପ୍ରଚୋଦୟାତ୍ ॥a
👉୯-- ଇନ୍ଦ୍ର -- ରକ୍ଷାଶକ୍ତି, ରୋଗ, ହିଂସ୍ର, ଚୋରି ଡକାୟତି ତଥା ଭୂତପ୍ରେତ ଆକ୍ରମଣରୁ ରକ୍ଷାକାରୀ ॥
*ଇନ୍ଦ୍ରଙ୍କ ଗାୟତ୍ରୀ*
〰️〰️〰️〰️
ॐ ସହସ୍ରନେତ୍ରାୟ ବିଦ୍ମହେ ବଜ୍ରହସ୍ତାୟ ଧୀମହି । ତନ୍ନୋ ଇନ୍ଦ୍ରଃ ପ୍ରଚୋଦୟାତ୍ ॥s
👉୧୦-- ସରସ୍ଵତୀ -- ବୁଦ୍ଧିଶକ୍ତି, ମେଧାବୃଦ୍ଧି, ବୁଦ୍ଧିରେ ପବିତ୍ରତା, ଚତୁରତା, ଦୂରଦର୍ଶିତା ତଥା ବିବେକଶୀଳତା ॥
*ସରସ୍ଵତୀଙ୍କ ଗାୟତ୍ରୀ*
〰️〰️〰️〰️〰️
ॐ ସରସ୍ବତ୍ୟୈ ବିଦ୍ମହେ ବ୍ରହ୍ମାପୁତ୍ରୈ ଧୀମହି । ତନ୍ନୋ ଦେବୀ ପ୍ରଚୋଦୟାତ୍ ॥a
👉୧୧-- ଦୁର୍ଗା -- ଦମନଶକ୍ତି, ବିଘ୍ନରେ ବିଜୟପ୍ରାପ୍ତି, ଦୁଷ୍ଟଦମନ, ଶତ୍ରୁସଂହାର ତଥା ଦର୍ପଦଳନକାରୀ ॥
*ଦୁର୍ଗାଙ୍କ ଗାୟତ୍ରୀ*
〰️〰️〰️〰️
ॐ ଗିରିଜାୟୈ ବିଦ୍ମହେ ଶିବପ୍ରିୟାୟୈ ଧୀମହି । ତନ୍ନୋ ଦୁର୍ଗା ପ୍ରଚୋଦୟାତ୍ ॥r
👉୧୨-- ହନୁମାନ -- ନିଷ୍ଠାଶକ୍ତି, ନିଷ୍ଠା ପ୍ରଦାୟକ, କର୍ତ୍ତବ୍ୟ ପରାୟଣତା, ବିଶ୍ବାସଭାବ, ବ୍ରହ୍ମଚର୍ଯ୍ୟ ତଥା ଅଭୟପ୍ରଦାୟକ ॥
*ହନୁମାନଙ୍କ ଗାୟତ୍ରୀ*
〰️〰️〰️〰️〰️
ॐ ଅଞ୍ଜନୀସୁତାୟ ବିଦ୍ମହେ ବାୟୁପୁତ୍ରାୟ ଧୀମହି । ତନ୍ନୋ ମାରୁତଃ ପ୍ରଚୋଦୟାତ୍ ॥a
👉୧୩-- ପୃଥିବୀ -- ଧାରଣଶକ୍ତି, ଗମ୍ଭୀରତା, କ୍ଷମତାଶୀଳତା, ସହିଷ୍ଣୁତା, ଦୃଢ଼ତା, ଧୈର୍ଯ୍ୟ ପ୍ରଦାୟକ ତଥା ଭାର ବହନ କରିବାର କ୍ଷମତା ॥
*ପୃଥିବୀଙ୍କ ଗାୟତ୍ରୀ*
〰️〰️〰️〰️〰️
ॐ ପୃଥ୍ବୀଦେବ୍ୟୈ ବିଦ୍ମହେ ସହସ୍ରମୂର୍ତ୍ତେ ଧୀମହି । ତନ୍ନୋ ପୃଥ୍ବୀ ପ୍ରଚୋଦୟାତ୍ ॥n
👉୧୪-- ସୂର୍ଯ୍ୟ -- ପ୍ରାଣଶକ୍ତି, ନୀରୋଗତା, ଦୀର୍ଘଜୀବନ, ବିକାଶ ବୃଦ୍ଧି, ଉଷ୍ଣତା ତଥା ବିକାରର ଶୋଧନକାରୀ ଶକ୍ତି ॥
*ସୂର୍ଯ୍ୟଙ୍କ ଗାୟତ୍ରୀ*
〰️〰️〰️〰️
ॐ ଭାସ୍କରାୟ ବିଦ୍ମହେ ଦିବାକରାୟ ଧୀମହି । ତନ୍ନୋ ସୂର୍ଯ୍ୟ ପ୍ରଚୋଦୟାତ୍ ॥g
👉୧୫-- ରାମ-- ମର୍ଯ୍ୟାଦାଶକ୍ତି, ତିତିକ୍ଷା, କଷ୍ଟସହନଶୀଳତା, ଧର୍ମଜ୍ଞାନସୌମ୍ୟତା, ସଂଯମ ଏବଂ ମୈତ୍ରୀଶକ୍ତି ପ୍ରଦାୟକ ॥
*ରାମଙ୍କ ଗାୟତ୍ରୀ*
〰️〰️〰️〰️
ॐ ଦାଶରଥାୟେ ବିଦ୍ମହେ ସୀତାବଲ୍ଲଭାୟ ଧୀମହି । ତନ୍ନୋ ରାମ ପ୍ରଚୋଦୟାତ୍ ॥i
👉୧୬-- ସୀତା -- ତପଶକ୍ତି, ନିର୍ବିକାର, ପବିତ୍ରତା, ମଧୁରତା, ସାତ୍ତ୍ବିକତା, ଶୀଳ ତଥା ନମ୍ରତା ପ୍ରଦାୟକ ॥
*ସୀତାଙ୍କ ଗାୟତ୍ରୀ*
〰️〰️〰️〰️
ॐ ଜନକନହନୈ ବିଦ୍ମହେ ଭୂମିକାୟୈ ଧୀମହି । ତନ୍ନୋ ସୀତା ପ୍ରଚୋଦୟାତ୍ ॥s
👉୧୭-- ଚନ୍ଦ୍ରମା -- ଶାନ୍ତିଶକ୍ତି, ଉଦ୍ବିଗ୍ନତାରେ ଶାନ୍ତି, ଶୋକ, କ୍ରୋଧ, ଚିନ୍ତା ଓ ପ୍ରତିହିଂସା ଆଦିର ଉପଶମକାରକ । କାମ, କ୍ରୋଧ, ଲୋଭ, ମୋହ ଓ ତୃଷ୍ଣାର ନିବାରକ ତଥା ନିରାଶ ପ୍ରାଣରେ ଆଶାର ସଂଚାର କରାଇଥାଏ ॥
*ଚନ୍ଦ୍ରଙ୍କ ଗାୟତ୍ରୀ*
〰️〰️〰️〰️
ॐ କ୍ଷୀରପୁତ୍ରାୟ ବିଦ୍ମହେ ଅମୃତତତ୍ତ୍ବାୟ ଧୀମହି । ତନ୍ନୋ ଚନ୍ଦ୍ରଃ ପ୍ରଚୋଦୟାତ୍ ॥u
👉୧୮-- ଯମ -- କାଳଶକ୍ତି, ସମୟର ସଦୁପଯୋଗ, ମୃତ୍ୟୁଭୟହୀନତା, ନିରଳସ ସ୍ଫୂର୍ତ୍ତି ତଥା ଜାଗରୁକତା ଶକ୍ତି ପ୍ରଦାୟକ ॥
*ଯମଙ୍କ ଗାୟତ୍ରୀ*
〰️〰️〰️〰️
ॐ ସୂର୍ଯ୍ୟପୁତ୍ରାୟ ବିଦ୍ମହେ ମହାକାଳାୟ ଧୀମହି । ତନ୍ନୋ ଯମଃ ପ୍ରଚୋଦୟାତ୍ ॥b
👉୧୯-- ବ୍ରହ୍ମା -- ଉତ୍ପାଦକଶକ୍ତି, ଉତ୍ପାଦକ ଶକ୍ତିର ବୃଦ୍ଧିକାରକ ॥
*ବ୍ରହ୍ମାଙ୍କ ଗାୟତ୍ରୀ*
〰️〰️〰️〰️
ॐ ଚତୁର୍ମୁଖାୟ ବିଦ୍ମହେ ହଂସାରୂଢାୟ ଧୀମହି । ତନ୍ନୋ ବ୍ରହ୍ମା ପ୍ରଚୋଦୟାତ୍ ॥a
👉୨୦-- ବରୁଣ -- ରସଶକ୍ତି, ଭାବୁକତା, ସରଳତା, କଳାପ୍ରିୟତା, କବିତ୍ବ, ଆର୍ଦ୍ରତା, ଦୟା, ଅନ୍ୟର ଦୁଃଖର ଦୁଃଖୀ ହେବା, କୋମଳତା, ପ୍ରସନ୍ନତା, ମାଧୁର୍ଯ୍ୟ ତଥା ସୌନ୍ଦର୍ଯ୍ୟ ପ୍ରଦାୟକ ॥
*ବରୁଣଙ୍କ ଗାୟତ୍ରୀ*
〰️〰️〰️〰️
ॐ ଜଳବିମ୍ବାୟ ବିଦ୍ମହେ ନୀଳପୁରୁଷାୟ ଧୀମହି । ତନ୍ନୋ ବରୁଣଃ ପ୍ରଚୋଦୟାତ୍ ॥r
👉୨୧-- ନାରାୟଣ -- ଆଦର୍ଶଶକ୍ତି, ମହତ୍ତ୍ବ ଆକାଂକ୍ଷା, ଶ୍ରେଷ୍ଠତା, ଉଚ୍ଚ ଅଭିଳାଷ, ଦିବ୍ୟଗୁଣ, ଦିବ୍ୟସ୍ବଭାବ, ଉଜ୍ଜ୍ବଳ ଚରିତ୍ର, ପଥ ପ୍ରଦର୍ଶକ ତଥା ଶୈଳୀ ପ୍ରଦାୟକ ॥
*ନାରାୟଣଙ୍କ ଗାୟତ୍ରୀ*
〰️〰️〰️〰️〰️
ॐ ନାରାୟଣାୟ ବିଦ୍ମହେ ବାସୁଦେବାୟ ଧୀମହି । ତନ୍ନୋ ନାରାୟଣଃ ପ୍ରଚୋଦୟାତ୍ ॥n
👉୨୨-- ହୟଗ୍ରୀବ -- ସାହସଶକ୍ତି, ଉତ୍ସାହ, ସାହସ, ବୀରତା, ଶୂରତା, ନିର୍ଭୟତା, ବିପଦ ସହିତ ଲଢିବାର ଅଭିଳାଷ ତଥା ପୁରୁଷାର୍ଥ ପ୍ରଦାୟକ ॥
*ହୟଗ୍ରୀବଙ୍କ ଗାୟତ୍ରୀ*
〰️〰️〰️〰️〰️
ॐ ବାଣୀସ୍ବରାୟ ବିଦ୍ମହେ ହୟଗ୍ରୀବାୟ ଧୀମହି । ତନ୍ନୋ ହୟଗ୍ରୀବଃ ପ୍ରଚୋଦୟାତ୍ ॥a
👉୨୩-- ହଂସ -- ବିବେକଶକ୍ତି, ଉଜ୍ଜ୍ବଳ କୀର୍ତ୍ତି, ଆତ୍ମସନ୍ତୋଷ, ସତ୍ ଅସତ୍ ନିର୍ଣ୍ଣୟ, ଦୂରଦର୍ଶିତା, ସତ୍ ସଙ୍ଗତି, ଉତ୍ତମ ଆହାର ବିହାର ତଥା ଗୁଣ ପ୍ରଦାୟକ ॥
*ହଂସଙ୍କ ଗାୟତ୍ରୀ*
〰️〰️〰️〰️
ॐ ପରମହଂସାୟ ବିଦ୍ମହେ ମହାହଂସାୟ ଧୀମହି । ତନ୍ନୋ ହଂସଃ ପ୍ରଚୋଦୟାତ୍ ॥p
👉୨୪-- ତୁଳସୀ -- ସେବାଶକ୍ତି, ସେବା ପ୍ରବୃତ୍ତି, ସତ୍ ଗୁଣ, ପ୍ରଧାନତା, ପାତିବ୍ରତ୍ୟ, ଆତ୍ମଶାନ୍ତି ତଥା ପରଦୁଃଖ ନିବାରଣକାରୀ ଶକ୍ତି ପ୍ରଦାୟକ ॥u
*ତୁଳସୀଙ୍କ ଗାୟତ୍ରୀ*
〰️〰️〰️〰️〰️
ॐ ତୁଳସ୍ୟୈ ବିଦ୍ମହେ ବିଷ୍ଣୁପ୍ରିୟାୟୈ ଧୀମହି । ତନ୍ନୋ ବୃନ୍ଦା ପ୍ରଚୋଦୟାତ୍ ॥r
ଗାୟତ୍ରୀ ସାଧନା ସହିତ ଦେବଗାୟତ୍ରୀ ମନ୍ତ୍ରକୁ ଗାୟତ୍ରୀ ମନ୍ତ୍ରର ଏକଦଶମାଂଶ ଜପ କରିବା ଉଚିତ୍ । ଯାହାର ଯେଉଁ ଶକ୍ତି, ଗୁଣ କର୍ମ ଏବଂ ସ୍ବଭାବରେ ଦୁର୍ବଳତା ବା ବିକୃତି ଦେଖାଯାଏ ବା ଯିଏ ଯେଉଁ ଦେବତାଙ୍କୁ ଇଷ୍ଟ ବୋଲି ଧରି ନେଇଛନ୍ତି, ସେହି ଦେବତାଙ୍କ ଗାୟତ୍ରୀ ମନ୍ତ୍ରର ଏକ ଦଶମାଂଶ ଜପ କରିବା ଉଚିତ୍ । ପ୍ରତ୍ୟେକ ବ୍ରାହ୍ମଣ ବନ୍ଧୁମାନଙ୍କୁ ଅନୁରୋଧ କି ପ୍ରତିଦିନ ନିହାତି ଭାବରେ ଏକମାଳା ବ୍ରହ୍ମଗାୟତ୍ରୀ ମନ୍ତ୍ରକୁ ଜପ କରନ୍ତୁ । ମୂଳ ଗାୟତ୍ରୀ ବ୍ୟତୀତ କୌଣସି ଦେବଗାୟତ୍ରୀ ସେତେ ବଳବାନ୍ ନୁହେଁ । ଦେବଗାୟତ୍ରୀ ମନ୍ତ୍ର ମୂଳ ଗାୟତ୍ରୀର ଛୋଟ ଛୋଟ ଶାଖା ଅଟେ । ତତ୍ ମଧ୍ୟରୁ ଯାହାର ଯେଉଁ ଶକ୍ତିର ଆବଶ୍ୟକତା ରହିଛି, ସେହି ମହାଶକ୍ତିଙ୍କ ଗାୟତ୍ରୀ ଜପ କଲେ ଶକ୍ତି ପ୍ରକଟିତ ହୋଇଥାଏ ॥
All Goddess Gayatri Mantra Meaning and Benefits
