ଆହେ ନୀଳ ଶଇଳ Aahe Nila Saila Janaana Odia Lyrics

ABOUT INTEX
0

 ଭକ୍ତ ସାଲବେଗ ଭଜନ

ଆହେ ନୀଳ ଶଇଳ Aahe Nila Saila Janaana Odia Lyrics


ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ

ମୋ ଆରତ ନଳିନୀ ବନକୁ କର ଦଳନ ||୦||

 ଗଜରାଜ ଚିନ୍ତାକଲା ଥାଇ ଘୋର ଜଳେଣ

 ଚକ୍ରପେଷି ଗ୍ରାହନାଶି ଉଦ୍ଧାରିଲ ଆପଣ | ୧ || 

ଘୋରବନେ ମୃଗୁଣୀକୁ ପଡ଼ିଥିଲା କଷଣ 

ଏଡ଼େବଡ଼ ବିପତ୍ତିରୁ କରିଅଛ ତାରଣ || ୨ || 

କୁରୁସଭା ତଳେ ଶୁଣି ଦ୍ରୌପଦୀର ଜଣାଣ

କୋଟିବସ୍ତ୍ର ଦେଇହେଲେ ଲଜ୍ଜାକଲ ବାରଣ || ୩ ||

ପ୍ରହଲ୍ଲାଦ ପିତା ସେ ଯେ ବଡ଼ ଦୁଷ୍ଟ ଦାରୁଣ

ସ୍ତମ୍ଭରୁ ବାହାରି ତାକୁ ବିଦାରିଲ ତତ୍‌କ୍ଷଣ || ୪ || 

ରାବଣର ଭାଇ ବିଭୀଷଣ ଗଲା ଶରଣ

ଶରଣ ସମ୍ଭାଳି ତାଙ୍କୁ ଲଙ୍କେକଲ ରାଜନ ॥ ୫ ||

 କହେ ସାଲବେଗ ହୀନ ଜାତିରେ ମୁଁ ଯବନ । 

ଶ୍ରୀରଙ୍ଗା ଚରଣ ତଳେ କରୁଅଛି ଜଣାଣ || ୬ ||



ahe nila shaila prabala matta barana mo arata nalini banaku kara dalana ||sha|| 
 gajaraja chintakala thai ghora jallenna chakrapeshi grahanashi uddharila apana | eka || 
 ghorabane mrugunniku padithila kasana eadebada bipattiru kariachha tarana || due ||
kooroosabha talle sunni draupadira jannaanna kotibastra deihele lajakala barana || tini || 
 prahallada pita se je bada dust darunna stambharu bahari taku bidarila tat‌ksana || cha || 
 rabanara bhai bibhisana gala sarana sarana sambhali tanku lankekala rajana ॥ pana ||
kahe salabega hina jatire mun jabana . srirangaa charana talle karuachhi jannaanna || chha ||

एक टिप्पणी भेजें

0 टिप्पणियाँ

एक टिप्पणी भेजें (0)
6/related/default