ଭଗବାନ ଶ୍ରୀକୃଷ୍ଣଙ୍କ ବିଷୟରେ କିଛି ତଥ୍ୟ Some facts about Lord Shrikrishna

ABOUT INTEX
0
ଭଗବାନ ଶ୍ରୀକୃଷ୍ଣଙ୍କ ବିଷୟରେ କିଛି ତଥ୍ୟ :
ଭଗବାନ ଶ୍ରୀକୃଷ୍ଣଙ୍କ ବିଷୟରେ କିଛି ତଥ୍ୟ Some facts about Lord Shrikrishna



ସେ ଆଜକୁ ପ୍ରାୟ 5.5 ହଜାର ବର୍ଷ ପୂର୍ବେ ଖ୍ରୀଷ୍ଟପୂର୍ବ 3228, ଜୁଲାଇ ମାସ ଶେଷଭାଗରେ ଜନ୍ମ ଗ୍ରହଣ କରିଥିଲେ 
✍️ତାଙ୍କ ଜନ୍ମ ନକ୍ଷତ୍ର ରୋହିଣୀ, ରାଶି ବୃଷ , ବୁଧବାର

▪️ସେ 125 ବର୍ଷ 8 ମାସ ଧରି ଧରଣୀ ପୃଷ୍ଠରେ ଦିବ୍ୟ ଲୀଳା କରିଥିଲେ

✨️ଖ୍ରୀଷ୍ଟପୂର୍ବ 3102 ଫେବୃୟାରୀ 17 ତାରିଖରେ ସେ ଲୀଳା ସମାପ୍ତ କରିଥିଲେ ବୋଲି ଜଣାଯାଏ l

✍️"ଆକର୍ଷୟତି ଇତି କୃଷ୍ଣ8" -ଅର୍ଥାତ ଯିଏ ସମସ୍ତଙ୍କୁ ସ୍ୱୟଂ ପ୍ରତି ଆକର୍ଷିତ କରି ପାରନ୍ତି ସେ "କୃଷ୍ଣ "ଶବ୍ଦର ଅର୍ଥ ବ୍ୟାକରଣ ଅନୁସାରେ

📘ବେଦ ଅନୁସାରେ "କୃଷ୍ଣଃ ହି ଏବ ପରମ ଦୈବତମ୍ "
   (ଗୋପାଳତାପନୀୟ ଉପନିଷଦ -4 ର୍ଥ ମନ୍ତ୍ର )
  -ଅର୍ଥାତ ଶ୍ରୀକୃଷ୍ଣ ହିଁ ପରାତ୍ପର ତତ୍ତ୍ୱ (The Supreme Power) ଭାଗବତ, ବ୍ରହ୍ମ ସଂହିତା, ପଦ୍ମପୁରାଣ ଆଦିର ମାନ୍ୟତା ମଧ୍ୟ ସମାନ 

🔵ତାଙ୍କର 4 ଟି ବିଶେଷ କଳା ଯାହା ଅନ୍ୟ ଭଗବତ ସ୍ୱରୂପରେ ଦେଖାଯାଏ ନାହିଁ ତାହା ହେଲା -

1-ଅନନ୍ତ ଅସାମାନ୍ୟ ଅତୁଳନୀୟ ସର୍ବ ଆକର୍ଷକ ରୂପ ସୌନ୍ଦର୍ଯ୍ୟ 

2-ଅନନ୍ତ ମଧୁର ମନୋହର ଲୀଳା 

3-ଭକ୍ତ ପ୍ରତି ଆବେଗଯୁକ୍ତ ସ୍ନେହ, ପ୍ରେମ ଭାବ 

4-ଭୁବନମୋହନ ବଂଶୀର ମଧୁର ମୂର୍ଚ୍ଛନା 

 ତେଣୁ 12 କଳା ଉପରେ ସେ 16 କଳାଧାରୀ ଉପରେ 60 ବିଶେଷ ଗୁଣ ଉପରେ ସେ 64 ଗୁଣଯୁକ୍ତ କଳାଧାରୀ ଏକମାତ୍ର ଶ୍ରୀକୃଷ୍ଣ " ସେହି ବିଶେଷ 4 ଟି ଗୁଣ ପାଇଁ

🟡ସେ 7 ବର୍ଷ ବୟସରେ ଗୋବର୍ଦ୍ଧନ ପର୍ବତ ଉଠାଇଥିଲେ,75 ବର୍ଷରେ ଶିଶୁପାଳକୁ ଵଧ କରିଥିଲେ,89 ବର୍ଷ ବୟସରେ ଗୀତାଜ୍ଞାନ ଉପଦେଶ ଦେଇଥିଲେ ଏବଂ ମହାଭାରତ ଯୁଦ୍ଧ କରିଥିଲେ l

✍️ସେ ବ୍ରହ୍ମାଙ୍କ ଏକ ଦିନ ବା କଳ୍ପରେ ଅର୍ଥାତ 4 ଶହ 32
 କୋଟି ବର୍ଷରେ ଥରେ ମାତ୍ର 7 ମ ମନ୍ୱନ୍ତରର 28 ତମ ଚତୁର୍ଯୁଗର ଦ୍ୱାପରରେ ଅବତରଣ କରନ୍ତି l
994 ଟି ଦ୍ୱାପର ଯୁଗରୁ 454 ତମ ଦ୍ୱାପରରେ ଥରେ ଆସନ୍ତି ସ୍ୱୟଂ ପୂର୍ଣ୍ଣତମ ଭଗବାନ ଶ୍ରୀକୃଷ୍ଣ -ଯେ ଅନ୍ତିମ ତତ୍ତ୍ୱ, ଅବତାରୀ,100% ସମସ୍ତ ଶକ୍ତି ପୂର୍ଣ୍ଣ ଶକ୍ତି ପ୍ରକାଶିତ ସ୍ୱରୂପ

◾️ନିକଟ ଅତୀତରେ ଆଜକୁ 5500 ବର୍ଷ ପୂର୍ବେ ସେହି ବିଶିଷ୍ଟ ଦ୍ୱାପର ଯୁଗ ଥିବାରୁ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଆସିଥିଲେ 

🟡ସେ ଗୋଲକରେ ନିତ୍ୟ କିଶୋର ଅର୍ଥାତ 16 ବର୍ଷ ବୟସର, ଅବତରଣ ପରେ ଶିଶୁ, ପୌଗଣ୍ଡ, ବାଳକ, କିଶୋର ଅବସ୍ଥା ପରେ ଆଉ ଶରୀରରେ ପରିବର୍ତ୍ତନ ହୁଏ ନାହିଁ, ସେ ସର୍ବଦା ନବ କିଶୋର l

🔷ନରାକୃତି ପରଂ ବ୍ରହ୍ମ l

ସେ ପରାତ୍ପର ପୂର୍ଣ୍ଣବ୍ରହ୍ମ ଶ୍ରୀକୃଷ୍ଣ ମୂଳ ସ୍ୱରୂପରେ ମନୁଷ୍ୟ ଆକୃତି (କିନ୍ତୁ ଦିବ୍ୟ ଚିନ୍ମୟ ଶରୀର )

(ପଦ୍ମ ପୁରାଣ, ଉତ୍ତର ଖଣ୍ଡ. -71-249))

ସେ ସାଧାରଣ ଶିଶୁ ପରି ଜନ୍ମ ନିଅନ୍ତି ନାହିଁ

📘ଭାଗବତରେ ବହୁତ ସୁନ୍ଦର ଭାବରେ ଭଗବାନଙ୍କ ଜନ୍ମ ସମୟରେ ତାଙ୍କର ଅନିର୍ବଚନୀୟ ସୌନ୍ଦର୍ଯ୍ୟର ବର୍ଣ୍ଣନା କରାଯାଇଛି -

"ନୀଳଜୀମୂତ ଦେହ କାନ୍ତି ।
ବଳୟ ମଣି ଝଟକନ୍ତି ।।
ପୀତବସନ କଟି ଶୋହେ ।
ରୂପ କୋଟିଏ କାମ ମୋହେ।।
କଟି ମେଖଳା ସୁନାସୁତା ।
ଉତ୍ତରୀ ସୁବର୍ଣ୍ଣ ପଇତା ।।
କିରୀଟ କୁଣ୍ଡଳ କଙ୍କଣ ।
ପାଦେ ନୂପୁର ରୁଣୁଝୁଣ।।
ଦିଶଇ ଶଙ୍ଖ ଚକ୍ର ତେଜ।
ମର୍କତ ସ୍ତମ୍ଭ ଚାରିଭୁଜ ।।
ଗଦା କମଳ ଶଙ୍ଖ ଚକ୍ର ।
ଅଧର ଓଷ୍ଠ ରଙ୍ଗ ରେଖ।।
ଶ୍ରୀବତ୍ସ ଚିହ୍ନ ହୃଦେ ଶୋହେ।
ରତ୍ନ ପାଦୁକା ବେନି ପାୟେ ।।
ଅପୂର୍ବ ରୂପ ଯୋଗେଶ୍ୱର।
ଦେବ ମାନବେ ଅଗୋଚର।।
*******
ପଛେ ଯେ ବସୁଦେବ ଥିଲା
କୃଷ୍ଣ ରୂପକୁ ଅନାଇଲା
ଭୟେ କମ୍ପଇ ତା ଶରୀର
ଏ ତ ଅନାଦି ଚକ୍ରଧର 

(ଭାଗବତ -10ମ ସ୍କନ୍ଧ -4 ର୍ଥ ଅଧ୍ୟାୟ )

✍️ *ଆଶ୍ଚର୍ଯ୍ୟ* "ମାତୃ ଗର୍ଭରୁ କୌଣସି ଶିଶୁ ଏପରି ଅସ୍ତ୍ରଶସ୍ତ୍ର,ବସ୍ତ୍ର, ଅଳଙ୍କାର ଶୃଙ୍ଗାରଯୁକ୍ତ ହୋଇ ଜନ୍ମ ହୁଏ!!!"

ନା ବାସ୍ତବରେ ଏହା ଯେ -

"ସେ ତ ସମୟ ଆସିଲେ ପ୍ରକଟ ହୁଅନ୍ତି ପୂର୍ଣ୍ଣ ରୂପରେ ଲୀଳା ପାଇଁ ତାଙ୍କ ଲୀଳାର ଭାଗିଦାରୀ ସୌଭାଗ୍ୟମୟୀ ଜନନୀଙ୍କ ସମକ୍ଷରେ, ପୁଣି ଶିଶୁ ହୋଇ କ୍ରମେ ବଡ଼ ହୁଅନ୍ତି..

ଏମନ୍ତ କହି ନରହରି
ନର ବାଳକ ରୂପ ଧରି 
  (ଭାଗବତ -10-4)
କିଛି ବର୍ଷ ପାଇଁ ଯୋଗମାୟା ଆବୃତ୍ତ ହୋଇ ସୃଷ୍ଟିର କଲ୍ୟାଣ ପାଇଁ ଲୀଳା କରନ୍ତି ଏବଂ ଶେଷରେ ଅନ୍ତର୍ଦ୍ଧାନ ହୋଇଯାଆନ୍ତି " l

 *ସାଧାରଣ ମନୁଷ୍ୟ ପରି ମୃତ୍ୟୁ ତାଙ୍କୁ କବଳିତ କରିପାରେ ନାହିଁ !!!* 
*************
ଶ୍ରୀମଦ୍ ଭାଗବତ ମହାପୁରାଣ ଏବଂ ଅନାଦି ବେଦରେ ଏତେ ସ୍ପଷ୍ଟ ଭାବେ ଲେଖାଯାଇଛି....

✍️ମର୍ତ୍ତ୍ୟନ ଯୋ ଗୁରୁସୁତଂ ଯମଲୋକନୀତଂ 
ତ୍ୱଃ ଚାନୟଛରଣଦଃ ପରମାସ୍ତ୍ରଦଗ୍ଧମ୍ 
ଜିଗ୍ୟେଽନ୍ତକାନ୍ତମପୀଶମସାବନୀଶଃ
କି ସ୍ୱାବନେ ସ୍ୱରନୟନ୍ମୃଗୟୁଂ *ସଦେହମ୍* 

📘ମୂଳ ସଂସ୍କୃତ ଭାଗବତ -11-31-12, ଶ୍ରୀ ବେଦବ୍ୟାସ 

ଶୁକଦେବ ପରମହଂସ ସନ୍ଦେହୀ ପରୀକ୍ଷିତ ମହାରାଜଙ୍କୁ ଗାଳି ଦେଇ କହୁଛନ୍ତି.....

🙏"ଯିଏ ମୃତ ଗୁରୁପୁତ୍ର (ସାନ୍ଦୀପନୀ ଋଷିଙ୍କ ପୁତ୍ର )କୁ ଯମଲୋକରୁ ଫେରାଇ ଆଣିପାରନ୍ତି, ତୋତେ ଯିଏ ମାତୃଗର୍ଭରେ ଅଶ୍ୱଥମାର ବ୍ରହ୍ମଶିରାସ୍ତ୍ର କବଳରୁ ରକ୍ଷା କରିପାରନ୍ତି, ଯିଏ ଯୁଦ୍ଧରେ ପ୍ରଭୁ ଶିବଙ୍କୁ ପରାସ୍ତ କରିଥିଲେ ପୁଣି ଯେଉଁ ବ୍ୟାଧ ତାଙ୍କ ପାଦକୁ ଶାରାଘାତ କଲା ତାକୁ ତାର ସେହି ଶରୀର ସହିତ ସ୍ୱର୍ଗ ପଠାଇ ପାରନ୍ତି ସେ ସ୍ୱୟଂ ଆପଣାର ଶରୀର ସହିତ ଗୋଲକ ଚାଲିଗଲେ ଯେ ଏଥିରେ ଆଶ୍ଚର୍ଯ୍ୟ କ'ଣ ଅଛି!!!"

( *ଲକ୍ଷ୍ୟ କରିବାର ସେ ଶବ୍ଦ "ସଦେହମ୍...-ଅର୍ଥାତ ଦେହ ସହିତ* )

ସୌଦାମନ୍ୟା ଯଥାଽଽକାଶେ ଯାନ୍ତ୍ୟା ହିତ୍ୱାଭ୍ରମଣ୍ଡଳମ୍ 
ଗତିର୍ନ ଲକ୍ଷ୍ୟତେ ମର୍ତ୍ତ୍ୟୈସ୍ତଥା କୃଷ୍ଣସ୍ୟ ଦୈବତୈଃ

 📘ମୂଳ ସଂସ୍କୃତ ଭାଗବତ -11-31-9

ଯେଉଁ ପଥରେ ଭଗବାନ ଶ୍ରୀକୃଷ୍ଣ ମେଘରେ ବିଜୁଳି ପ୍ରାୟ ଅଦୃଶ୍ୟ ହୋଇଗଲେ ତାହା ଉପସ୍ଥିତ ବ୍ରହ୍ମା ଇନ୍ଦ୍ର ଆଦି ଦେବତାମାନେ ମଧ୍ୟ ଜାଣିପାରିଲେ ନାହିଁ

ଅନାଦି ଦିବ୍ୟ ବେଦ ଅନୁସାରେ ମଧ୍ୟ ...

ଏଷ ଆତ୍ମାପହତପାପ୍ମା ବିଜରୋ *ବିମୃତ୍ୟୁ* ....
           🙏(ସମାନ ମନ୍ତ୍ର ଛାନ୍ଦୋଗ୍ୟ ଉପନିଷଦ୍ ୮-୧-୫ ଓ ୮-୭-୧ ,ମୈତ୍ରାୟଣ୍ୟୁ ଉପନିଷଦ୍ ୨-୨ ରେ)

 🟢ଅର୍ଥାତ୍ ଭଗବାନଙ୍କ ଶରୀର ବିଜର ବା ଜରା ରହିତ (ବୃଦ୍ଧା ଅବସ୍ଥା ନାହିଁ-ସର୍ବଦା 16 ବର୍ଷର )ଏବଂ ମୃତ୍ୟୁ ରହିତ(ବିମୃତ୍ୟୁ )

▪️ବେଦର ଉତ୍ତର ଭାଗକୁ ଉପନିଷଦ କୁହାଯାଏ 

ଓଡ଼ିଆ ଭାଗବତ :11-31 ରେ ମହାପୁରୁଷ ଅତିବଡ଼ି ଜଗନ୍ନାଥ ଦାସ ଗୋସ୍ୱାମୀଙ୍କ ମଧ୍ୟ ସମାନ ମାନ୍ୟତା.... 
▪️▪️▪️▪️▪️▪️▪️

🔵ଯେ ଅଜନ୍ମା, କାଳର ମହାକାଳ, କାଳ-କର୍ମ -ସ୍ୱଭାବରୁ ଅତୀତ
ତାଙ୍କ ପାଇଁ ଜନ୍ମ -କର୍ମ -ମୃତ୍ୟୁ କ'ଣ ସ୍ବେଛାର ଦିବ୍ୟ ଲୀଳା ବ୍ୟତୀତ 

ଭାଗବତରେ ଏକ ସ୍ଥାନରେ କୁହାଯାଇଛି -

"ସ୍ୱଭାବେ ଜନ୍ମ ଯାର ନାହିଁ
ବେଦର ଗୂଢ଼ ତତ୍ତ୍ୱ ଯେହି "

ଏକଇ ସ୍ବରୁପ "କୃଷ୍ଣ" - ଅଗଣିତ ରୁପ। 
ଏକଇ ତତ୍ତ୍ୱ "କୃଷ୍ଣ" - ଅଗଣିତ ନାମ। 
ସନାତନ ଧର୍ମ ଅନୁସାରେ ଦେବାଦେବୀ ଅନେକ - ଈଶ୍ୱର ଏକ ! କେବଳମାତ୍ର ନାମ ଓ ରୁପ ଅନେକ। 

ତତ୍ତ୍ଵ ଏକମାତ୍ର କୃଷ୍ଣ - 
"କୃଷ୍ଣାତ୍ପର କିମପି ତତ୍ତ୍ଵମହଂ ନ ଜାନେ"। ତାହାକୁ ଜାଣିଲେ ବୁଝିଗଲେ ଆଉ କିଛି ବି ବାକି ରହେ ନାହିଁ। 

ଈଶ୍ୱର ଏକମାତ୍ର କୃଷ୍ଣ - 
ଈଶ୍ୱରଃ ପରମଃ କୃଷ୍ଣଃ ସଚ୍ଚିଦାନନ୍ଦ ବିଗ୍ରହଃ। 
ଅନାଦିରାଦି ଗୋବିନ୍ଦଃ ସର୍ବକାରଣ କାରଣମ୍।। 
(ବ୍ରହ୍ମ ସଂହିତା)

ସେ ହିଁ ଅବ୍ୟକ୍ତ, ସେ ହିଁ ସଚରାଚର ବ୍ୟାପ୍ତ, ଅନେକ ରୁପରେ, ଅନେକ ନାମରେ। ଯେପରି ପାତ୍ରରେ ଥିବା ଜଳରେ ଆମେ ଯେ କୌଣସି ରଙ୍ଗ ସାମାନ୍ୟ ଟିକେ ବି ମିଶାଇଲେ, ଜଳ ରଙ୍ଗ ବା ରୁପ ରେ ପରିବର୍ତ୍ତନ ହୁଏ, ହେଲେ ଜଳର ସ୍ବରୁପ ଅପରିବର୍ତ୍ତିତ ରହେ, ଠିକ୍ ସେହିପରି କୌଣସି ବି ଦେବାଦେବୀ ପୁଜା, ଅର୍ଚ୍ଚନା, ଆରାଧନା କର, କିନ୍ତୁ ଏକମାତ୍ର ପରମେଶ୍ୱର ଶ୍ରୀକୃଷ୍ଣଙ୍କ ରୁପ ଧ୍ୟାନ କରିବା ଉଚିତ୍। 

ଧ୍ୟାନ, ଧ୍ୟାତା (ଧ୍ୟାନ କର୍ତ୍ତା), ଧେୟ (ଭଗବାନ, ପରମାତ୍ମା) ମଧ୍ୟରେ ଏକତ୍ବ ରହିବା ଆବଶ୍ୟକ। ତେବେ ପରମାନନ୍ଦ ପ୍ରାପ୍ତି ହେବ। ଧ୍ୟାନ ସମୟରେ ସଂସାର ବିଷୟ ଅନାୟାସ ଅବାଧ ପ୍ରବେଶ ହୋଇଥାଏ। ମନକୁ ବଳପୂର୍ବକ ହଟାଇ ଭଗବାନଙ୍କ ଠାରେ ଲଗେଇବାକୁ ହେବ। 

ଅନାଦି କାଳରୁ ଜନ୍ମ ଜନ୍ମାନ୍ତରରୁ ଆମର ଏଇ ମନ ସଦା ସର୍ବଦା ବିବ୍ରତ ବିଚଳିତ। ଇନ୍ଦ୍ରିୟମାନଙ୍କ ସହିତ ନିରନ୍ତର ଇତସ୍ତତଃ ଧାବମାନ। ବିଶେଷତଃ ଦର୍ଶନ ଶ୍ରବଣେନ୍ଦ୍ରିୟ ଦ୍ବୟ ଅଧିକ ବଳବାନ୍ ଓ ବେଗଗାମୀ। ମନକୁ ପ୍ରଭୁଙ୍କ ଧ୍ୟାନରେ ନିୟୋଜିତ ଦୁଷ୍କର। ଜିହ୍ଵା ଜପ କରୁ, କର୍ଣ୍ଣଦ୍ବୟ ପ୍ରଭୁ ନାମ ଶ୍ରବଣ କରୁ ଏବଂ ନେତ୍ର ଭଗବାନଙ୍କ ମଙ୍ଗଳମୟ ସ୍ବରୁପ ଦର୍ଶନରେ ମଗ୍ନ ରହୁ। ମନ ଆପେ ଆପେ ବିଷୟା ବିଷକୁ ପରିତ୍ୟାଗ କରି ପ୍ରଭୁ ନାମାମୃତ ପାନ କରିବା ଶିଖିଯିବ।ମଧୁରାଧିପତିଙ୍କ ରୁପଲାବଣ୍ୟରେ ମୋହିତ ହୋଇ ପାଦପଦ୍ମରେ ନିୟୋଜିତ ହୋଇଯିବ। ମନ ଶୁଦ୍ଧ ପବିତ୍ର ହେବ। 

କୃଷ୍ଣସ୍ତୁ ଭଗବାନ ସ୍ଵୟଂ। ଭଗବାନଙ୍କୁ ଧ୍ୟାନ କର। ଅର୍ଥାତ୍ ଶ୍ରୀକୃଷ୍ଣଙ୍କୁ ଧ୍ୟାନ କର। ପୁର୍ଣ୍ଣାମୃତର ଆସ୍ବାଦନ ଏକମାତ୍ର ଶ୍ରୀକୃଷ୍ଣଙ୍କ ରୁପଲାବଣ୍ୟ, ନାମାମୃତ, ଲୀଳାମୃତ, କଥାମୃତ, ଚରଣାମୃତ ସମାହାରରେ ପଞ୍ଚାମୃତ ପାନ କରି ମନ ତୃପ୍ତ ସନ୍ତୋଷ ହେବ ।

ଜୟ ଶ୍ରୀକୃଷ୍ଣ ଶରଣଂ 🙏

एक टिप्पणी भेजें

0 टिप्पणियाँ

एक टिप्पणी भेजें (0)
6/related/default