ବାସ୍ତୁ ଦୋଷ ଉପଚାର Bastu fault treatment Odia Lyrics

ABOUT INTEX
0

୧ – ମଳିନ ପଡିଯାଇଥିବା ଆଇନା କିମ୍ବା ଭାଙ୍ଗିଯାଇଥିବା ଆଇନା ଘରେ ରଖିବା ଉଚିତ ନୁହେଁ ଏହା ଦ୍ଵାରା ଅଶୁଭ ହୋଇଥାଏ ।
୨ – ଘର ଦିନ ବାରଟା ପୂର୍ବରୁ ପୋଛା ମାରିବା ଉଚିତ ଏବଂ ଗୁରୁବାର ଦିନ ଘର କେବେ ପୋଛା ମାରିବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ ।
୩ – ଘରର ଐଶାନ୍ୟ କୋଣରେ ଠାକୁର ଘର କରିବା ଉଚିତ ଏବଂ ଏକ କାଚ ପାତ୍ରରେ ଗୋଟା ଅରୁଆ ଚାଉଳ ରଖିଲେ ଶୁଭ ହୋଇଥାଏ ।
୪ – ଘରେ ଯଦି କୌଣସି ପୂଜା ହୋଇଥାଏ ତେବେ ପୂଜା ସାରିବା ପରେ ପୂଜା ହୋଇଥିବା କଳସର ପାଣିକୁ ଘରେ ଛିଞ୍ଚିଲେ ମଙ୍ଗଳ ହୋଇଥାଏ ।
୫ – ସନ୍ଧ୍ୟାବେଳେ ଦୀପ ଜାଳିଲା ବେଳେ ଦୁଇଟି ଦୀପ ଲାଗିବା ଉଚିତ ଗୋଟିଏ ତେଲର ଦୀପ ଏବଂ ଆଉ ଗୋଟିଏ ଘିଅ ଦୀପ ଏହା ଶୁଭ ହୋଇଥାଏ ।
୬ – ଘରେ ଅଯଥା ଖର୍ଚ୍ଚ ହୋଇଥିଲେ ଗୋଟିଏ  ତମ୍ଭାପଇସା ଓ ହଳଦିଆରଙ୍ଗର କଉଡିନେଇ ଲାଲକପଡାରେ ବାନ୍ଧି ଠାକୁର ଘରେ ରଖିବାଉଚିତ ।
୭ – ଠାକୁର ଘରେ ଦୀପ ଜାଳିଲା ବେଳେ ଦୀପରୁ ଦୀପ ଲଗାଇବା ଉଚିତ ନୁହେଁ କି ଦୀପରୁ ଧୂପ କାଠି ଜଳାଇବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ ।
୮ – ସ୍ତ୍ରୀ ଲୋକ ଘରର ଦୁଆର ମୁହଁକୁ ଲାଗିକରି ଖାଇବା ଉଚିତ ନୁହେଁ କାରଣ ଏହା ଦରିଦ୍ରତା ବୃଦ୍ଧି ହବାର କାରଣ ହୋଇଥାଏ ।
୯ – ଠାକୁର ଘରେ କାଳୀ ,ଶନି, ଭୈରବ ଓ ନଟରାଜଙ୍କ ଫଟ ବା ମୂର୍ତି ରଖିବା ଉଚିତ ନୁହେଁ ।
୧୦ – ରୁଟି କରି ସାରିବା ପରେ ରୁଟି କେବେ ଗଣିବା ଉଚିତ ନୁହେଁ ଏବଂ ହଟକେସ କେବେ ଖାଲି ରଖିବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ ।
୧୧ – ବିବାହିତ ସ୍ତ୍ରୀ ଲୋକମାନେ ନିଜର କାଜଲ , ବିନ୍ଦି , ସିନ୍ଦୁର , ପାଉଁଜି ଓ ମେହେନ୍ଦି ଅନ୍ୟକୁ ପିନ୍ଧାଇ ବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ ।
୧୨ – ତିନୋଟି ଗୁରୁବାର ଦିନ ପାଞ୍ଚ କିଲୋ ଅଟାରେ ଏକ କିଲୋ ଗୁଡ ମିଶାଇ ରୁଟି ତିଆରି କରି ଗାଇକୁ ଖୁଆଇଲେ ଦରିଦ୍ରତା ଦୂର ହୋଇଥାଏ ଏବଂ ଧନ ପ୍ରାପ୍ତି ହୋଇଥାଏ ।
୧୩ – ଶନିବାର ଦିନ କଳା କୁକୁରକୁ ରୁଟିରେ ସୋରିଷ ତେଲ ମାରି ଖୁଆଇଲେ ଧନ ଲାଭରେ ଆସୁଥିବା ବାଧା ବିଘ୍ନ ଦୂର ହୋଇଥାଏ ।
୧୪ – ପ୍ରତି ଗୁରୁବାର ଦିନ ଓସ୍ତ ଗଛରେ ଜଳଦାନ କରିବା ଦ୍ଵାରା ଏବଂ ମଥାରେ କେଶର ତିଳକ ଲଗାଇବା ଦ୍ଵାରା ଧନ ପ୍ରାପ୍ତି ହୋଇଥାଏ ।
୧୫ – ଘରର ମୁଖ୍ୟ ଦ୍ଵାରରେ ରଙ୍ଗୋଲି କରିବା ଦ୍ଵାରା ଏବଂ ଫୁଲରେ ସଜାଇବା ଦ୍ଵାରା ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ ଓ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।
୧୬ – ଘରର ମୁଖ୍ୟଦ୍ଵାରରେ ସ୍ଵସ୍ତିକ ଚିହ୍ନ କିମ୍ବା ତ୍ରିଶୂଳ ଚିହ୍ନ ଲଗାଇବା ଦ୍ଵାରା ବହୁତ ଶୁଭ ହୋଇଥାଏ ଏବଂ ଘରେ ସୁଖ ସୌଭାଗ୍ୟ ବୃଦ୍ଧି ହୋଇଥାଏ ।
୧୭ – ଘରର ମୁଖ୍ୟ ଦ୍ଵାର ସାମ୍ନାରେ ଜୋତା ଚପଲ ରଖିବା ଅନୁଚିତ । ଏହାଦ୍ଵାରା ଅଶୁଭତ୍ଵ ଦେଖା ଦେଇଥାଏ ।
୧୮ – ଘର ପୋଛା ଲଗାଇବା ସମୟରେ ପାଣିରେ ଅଳ୍ପ ଲୁଣ ପକାଇ ପୋଛା ଲଗାଇବା ଦ୍ଵାରା ଶୁଭତ୍ଵ ବୃଦ୍ଧି ହୋଇଥାଏ ।
୧୯ – ଘରେ ବେକାର ପଡିଥିବା ଜିନିଷ ରଖିବା ଉଚିତ ନୁହେଁ କିମ୍ବା ବନ୍ଦ ହୋଇ ପଡିଥିବା ବିଦ୍ଵତ ଉପକରଣ ରଖିବାଦ୍ଵାରା ନକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ ।
୨୦ – ଯଦି ଘରେ ଶୁକ୍ରବାର ଦିନ ଶ୍ରୀସ୍ତୋତ୍ର କିମ୍ବା ଲକ୍ଷ୍ମୀସ୍ତୋତ୍ର ପାଠ କରାଯାଏ ତେବେ ଗୃହରେ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ ।
୨୧ – ବାସ୍ତୁଶାସ୍ତ୍ର ଅନୁସାରେ ଶୁକ୍ରବାରଦିନ ସକାଳୁ ଧଳାବସ୍ତ୍ର ପିନ୍ଧି ଲକ୍ଷ୍ମୀଙ୍କୁ ପଦ୍ମଫୁଲ ଅର୍ପଣ କରିବାଦ୍ବାରା ଲକ୍ଷ୍ମୀଙ୍କକୃପା ଲାଭ ହୋଇଥାଏ ।
୨୨ – ଶୁକ୍ରବାରଦିନ ଗୋଟିଏ ପଦ୍ମଫୁଲ ଆଣି ଘରେ ପଇସାରଖୁଥିବା ସ୍ଥାନରେ ରଖିବା ଉଚିତ ଏହାଦ୍ବାରା ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ ।
୨୩ – ଅଷ୍ଟମୀଦିନ ସନ୍ଧ୍ୟା ସମୟରେ ଘରର ଐଶାନ୍ୟ କୋଣରେ ଘିଅଦୀପରେ କେଶରପକାଇ ଜଳିବûଦ୍ଵାରା ଧନପ୍ରାପ୍ତିର ଯୋଗ ସୃଷ୍ଟି ହୋଇଥାଏ।

*🙏🌷 ଜୟ ମା ଦୁର୍ଗା 🙏🙏*

एक टिप्पणी भेजें

0 टिप्पणियाँ

एक टिप्पणी भेजें (0)
6/related/default