ଆମ ସମସ୍ତଙ୍କର ଭାବନାରେ ଅଛି ଯେ ନିଜର କର୍ମ ଫଳ ନିଜେ ଭୋଗ କରିବ ।
ସତ କଥା _ କିନ୍ତୁ ସୁକର୍ମ ଫଳ ହେଉ /କୁ କର୍ମ ଫଳ ହେଉ ପ୍ରାୟତଃ କେତେ ଜଣ ଭୋଗୁଛନ୍ତି ଆପଣ ମାନେ ବିଚାର କରନ୍ତୁ ଯେ
୧_ ପରିବାର
୨_ ଜାତି
୩_ ରାଜ୍ୟ, ଦେଶ ସହିତ ସମଗ୍ର ପୃଥିବୀ
ପ୍ରକୃତରେ ଉପରୋକ୍ତ ସମସ୍ତେ ଭୋଗନ୍ତି ନା ନାହିଁ ।
ଯଦି ଭୋଗନ୍ତି ଆମେ କୁ କର୍ମ କୁ ତ୍ୟାଗ କରି ସୁକର୍ମ କରିବା ଉଚିତ୍
ଅର୍ଜିଲା କର୍ମ ଫଳ ମାନ
ଆଗକୁ ହୁଅ ସାବଧାନ ।
ଏଇଠି ଆଉ ଗୋଟିଏ କଥା, ମୃତ୍ୟୁ ପରେ ଜୀବ ଯ ମ ଲୋକକୁ ଯାଏ ।
ଯ ମ ହେଉଛନ୍ତି ପାପ / ପୂଣ୍ୟ ର ବିଚାର କର୍ତ୍ତା ।
ଦୋଷୀ କୁ ଦଣ୍ଡ / ସାଧୁ କୁ ପୁରସ୍କାର ପ୍ରଦାନ କରନ୍ତି ।
ଯ ମ ର ଅନ୍ୟ ନାମ _ କାଳ
ଯ ମ ଙ୍କ ହାତରେ ଯେଉଁ ଦଣ୍ଡ ଥାଏ ତାହାର ନାମ _ କାଳ ଦଣ୍ଡ
ଯ ମ _ ଏହି ବିଚାର ପତି ଙ୍କ ହିସାବ ରକ୍ଷକ ଜଣେ ଅଛନ୍ତି ତାଙ୍କର ନାମ _ ଚିତ୍ର ଗୁପ୍ତ
ଚିତ୍ର ଗୁପ୍ତ ସମସ୍ତଙ୍କ କାୟା ରେ ଅଛନ୍ତି ବୋଲି _ କାୟସ୍ଥ କୁହା ଯାଏ ।
କାଳସ୍ୟ ଗତି ବିଚିତ୍ର
କାଳ/ ସମୟ _ ପ୍ରଭାବରେ କ୍ଷଣ ମାତ୍ରକେ ସବୁ କିଛି ବଦଳି ଯାଇ ପାରେ ।
ଦେଖନ୍ତୁ ଆଜ୍ଞା , କର୍ମ ଫଳ ର ବୀଜ ବୃକ୍ଷ ରେ ପରିଣତ ହେବା ପାଇଁ ବହୁତ୍ ସମୟ ନିଏ ।
ଏହି ନିୟମ ହିଁ ଯ ମ
ଚିତ୍ର ଗୁପ୍ତ ଆମର ଗୁପ୍ତ ମନ ମସ୍ତିଷ୍କ ଭିତରେ ସ୍ମୃତି ଘରେ ଗୋଟିଏ ଗୁପ୍ତ ଫୋଟୋ ଉଠା ଯନ୍ତ୍ର ରଖି ଚୁପ୍ ବସି ରହିଛନ୍ତି ।
କୁ କର୍ମ/ସୁକର୍ମ ର ବିବରଣୀ ଅବଚେତନ୍ ମନ ର ବାକ୍ସ ରେ ସାଇତି ରଖି ସମୟ ଅନୁସାରେ ଦଣ୍ଡ ହେଉ / ପୁରସ୍କାର ହେଉ ଦିଅନ୍ତି।
ତେଣୁ ସଦା ସର୍ବଦା ସତ୍ କର୍ମ କରିବା ପାଇଁ ପଡିବ ।
ଆଜିକାଲି ଅର୍ଥ ସର୍ବସ୍ବ ବୋଲି ସଂସାରେ ସମସ୍ତେ ମନୁଷ୍ୟ ର ମୂଲ୍ୟାଙ୍କନ କରୁଛନ୍ତି ।
ଜନକଲ୍ୟାଣ, ବିଶ୍ଵ କଲ୍ୟାଣ , ଉଦାରତା, ପର ଉପକାର ଭଳି ସମ୍ପଦ କୁ ଛାଡ଼ି ଟଙ୍କା ପଛରେ ଧାଇଁ ଆମର ପୁରୁଷାର୍ଥ କୁଆଡେ ଯାଉଛି ଜଣା ନାହିଁ ଖାଲି ସମସ୍ତେ ମାୟା ପଛରେ ବାୟା
ଅନୁରୋଧ ଭାରତୀୟ ସଂସ୍କୃତି ପରମ୍ପରା ଅନୁସାରେ ଆଧ୍ୟାତ୍ମିକ ମଧ୍ୟରେ ସନ୍ତୁଳନ ରହିବା ଆବଶ୍ୟକ
ଆସନ୍ତୁ ଭାରତ ମାତା ର ସୁଯୋଗ୍ୟ ବଂଶଧର ବୋଲି ନିଜକୁ ଆଧ୍ୟାତ୍ମିକ ଦିଗରେ ସମର୍ପଣ ପୂର୍ବକ ବସୁଧୈବ କୁଟୁମ୍ବ କମ୍ ଚିନ୍ତା କରି ସୁସ୍ଥ ସମାଜ ଗଠନ କରିବା
ଯେଉଁଠାରେ ଧର୍ମ, ଅର୍ଥ, କାମ, ମୁକ୍ତି
ଚତୁର୍ବଗ ମିଳି ପାରିବ
କ୍ରମଶଃ -------
ପଣ୍ଡିତ ଶ୍ରୀ ସଂଜୀବ କୁମାର ପଣ୍ଡା
ଜିଲ୍ଲା ବୌଦ୍ଧ ଓଡ଼ିଶା