ଗୁରୁବନ୍ଦନା ଓ ଏହାର ଉପକାରିତା ଉଦ୍ୟେଶ୍ୟ Purpose of Gurubandana and its benefits

Sanaatan Gyaan
0

 ଗୁରୁବନ୍ଦନା ଓ ଏହାର ଉପକାରିତା ଉଦ୍ୟେଶ୍ୟ Purpose of Gurubandana and its benefits


ଓଁ ଗୁରୁବ୍ରହ୍ମା ଗୁରୁର୍ବିଷ୍ଣୁ ଗୁରୁଦେବୋ ମହେଶ୍ୱରଃ | 
ଗୁରୁ ସାକ୍ଷାତ୍ ପାରଂବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ ॥
ଅଖଣ୍ଡ ମଣ୍ଡଳାକାରଂ ବ୍ୟାପ୍ତ ୟେନ ଚରାଚରମ୍ |
ତତ୍ପଦ ଦର୍ଶିତଂ ୟେନ ତସ୍ମୈଶ୍ରୀ ଗୁରବେ ନମଃ ||
ଅଜ୍ଞାନ ତିମିରାନ୍ଧସ୍ୟ ଜ୍ଞାନାଞ୍ଜନ ଶଳାକୟା |
ଚକ୍ଷୁରୁନ୍ମୀଲିତଂ ୟେନ ତସ୍ମୈଶ୍ରୀ ଗୁରୁବେ ନମଃ ||
ନ ଗୁରୋରଧୀକଂ ତତ୍ତ୍ଵଂ ନ ଗୁରୋରଧୀକଂ ତପଃ |
ତତ୍ତ୍ୱଜ୍ଞାନାତ୍ ପରଂ ନାସ୍ତି ତସ୍ମୈଶ୍ରୀ ଗୁରବେ ନମଃ ॥
ମନ୍ମାଥୋ ଶ୍ରୀ ଜଗନ୍ନାଥୋ ମଦ୍ ଗୁରୁ ଶ୍ରୀ ଜଗତ୍ ଗୁରୁ |
ମଦାତ୍ମା ସର୍ବଭୂତାତ୍ମା ତସ୍ମୈଶ୍ରୀ ଗୁରବେ ନମଃ ॥ 
ଗୁରୁ ରାଦିର ନାଦିଶ୍ଚ ଗୁରୋଃ ପରମ ଦୈବତମ୍ |
ଗୁରୋ ପରାପ୍ତର ନାସ୍ତି ତସ୍ମୈଶ୍ରୀ ଗୁରୁବେ ନମଃ ॥ 
ବ୍ରହ୍ମାନନ୍ଦ ପରମ ସୁଖଦଂ କେବଳମ୍ ଜ୍ଞାନ ମୂର୍ତ୍ତିଂ |
ଦ୍ଵନ୍ଦାତୀତଂ ଗଗନ ସଦୃଶଂ ତତ୍ତ୍ୱମସାଦି ଲକ୍ଷ୍ୟମ୍ || 
ଏକଂ ନିତ୍ୟ ବିମଳ ମତଲଂ ସର୍ବଧୀ ସାକ୍ଷୀ ଭୂତମ୍ 
ଭାବାତୀତଂ ତ୍ରିଗୁଣ ରହିତଂ ସଦ୍ ଗୁରୁ ତାଂ ନମାମି |

                   ଉପରୋକ୍ତ ମନ୍ତ୍ରକୁ ନିୟମିତ ପାଠ କଲେ ସର୍ବ ସଫଳତା ମିଳିଥାଏ । କାରଣ ଗୁରୁ ବିନା ଏ ସୃଷ୍ଟିରେ ଯେକୌଣସି କାର୍ଯ୍ୟ କଲେ ମଧ୍ୟ ସେଥିରେ ସିଦ୍ଧି ପ୍ରାପ୍ତ ହୋଇ ନଥାଏ । ଗୁରୁ ବିନା ସବୁ ନିରର୍ଥକ ।ମନୁଷ୍ୟ ଜନ୍ମ ଦୁର୍ଲ୍ଲଭ । ମନୁଷ୍ୟ ଏ ସଂସାରକୁ ଆସିଛି କର୍ମ କରିବା ପାଇଁ । କର୍ମ ଅନୁସାରେ ମଣିଷ ଫଳ ଭୋଗ କରିଥାଏ । ସେହି କର୍ମ ଅନୁସାରେ ମନୁଷ୍ୟ ଭଲ-ମନ୍ଦ, ସୁଖ-ଦୁଃଖ, ପ୍ରେମ-ବିରହ, ସୁନିଦ୍ରା-ଅନିଦ୍ରା, ଅନ୍ଧାର-ଆଲୋକ ଏପରିକି ସ୍ବର୍ଗ-ନର୍କର ଯନ୍ତ୍ରଣା ମଧ୍ୟ ତା’ ଜୀବନକାଳ ମଧ୍ୟରେ ଭୋଗ କରିଥାଏ । ଏହି ଧରାଧାମରେ ସ୍ଵର୍ଗ ଅଛି ଏଇଠି ମଧ୍ୟ ନର୍କ ଅଛି । ଖୁବ୍ କମ୍ ସମୟ ପାଇଁ ପୃଥିବୀକୁ ଆସିଥିବା ମନୁଷ୍ୟ କିଛି ସକର୍ମ କରିବା ଆବଶ୍ୟକ । ଏହି କଳିଯୁଗରେ ମନୁଷ୍ୟର ଆୟୁ ୬୦ ରୁ ୮୦ ବା ୧୦୦ ବର୍ଷ ମଧ୍ୟରେ ହୋଇଥାଏ । ସତ୍ୟଯୁଗରେ ମନୁଷ୍ୟର ଆୟୁ ୧୦୦୦ ବର୍ଷ ଓ ଯୋଗ ସାଧନା ଇତ୍ୟାଦି କରିବା ଦ୍ଵାରା ଲକ୍ଷେବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିପାରୁଥିଲା । ସେ ସମୟରେ ଏକପାଦ ପାପ ଓ ୩ ପାଦ ଧର୍ମ ଥିଲା । ଦ୍ୱାପର ଯୁଗରେ ଦୁଇପାଦ ଧର୍ମ ଓ ଦୁଇ ପାଦ ପାପ ଥିଲା ।ଲୋକମାନଙ୍କର ଆୟୁ ୫୦୦ ବର୍ଷ ଥିଲା । ତ୍ରେତୟା ଯୁଗରେ ମନୁଷ୍ୟ ମାନଙ୍କର ପରମାୟୁ ଥିଲା ୩୦୦ ବର୍ଷ ଓ ୩ ପାଦ ପାପ ଓ ଏକ ପାଦ ଧର୍ମ ଥିଲା । ଲୋକମାନେ ସତ୍ୟାନୂ ସରଣ ଦ୍ଵାରା ମଧ୍ୟ ଆଉ ଅଧିକ ବର୍ଷ ବଞ୍ଚି ରହି ପାରୁଥିଲେ । କିନ୍ତୁ ଏ କଳିଯୁଗରେ ମନୁଷ୍ୟର ଆୟୁ ୧୫୦ ବର୍ଷ ହୋଇଥିଲେ ମଧ୍ୟ ସେ ସେପର୍ଯ୍ୟନ୍ତ ବଞ୍ଚୁ ପାରୁନାହିଁ । ଶହେ ବର୍ଷ ବଞ୍ଚିବା ମଧ୍ୟ କଷ୍ଟକର ହୋଇ ପଡ଼ୁଛି । ଏହା କ୍ଵଚିତ ଦେଖାଯାଉଛି । କଳିଯୁଗ ଏକ ପାଦ ଧର୍ମ ୩ ପାଦ ପାପ ବହନ କରି ଏଧରା ପୃଷ୍ଠକୁ ଆସିଛି । ଏ କଳିଯୁଗରେ ମନୁଷ୍ୟର ପାପାଚାର ଚୋରି, ଡକାୟତି, ଧର୍ଷଣ, ପରସ୍ତ୍ରୀ, ପରସମ୍ପତି ଲୁଟ୍‌, ହତ୍ୟା ଓ ନାନାପ୍ରକାର ଅନ୍ୟାୟ ଅନୀତି ହେବାରୁ ୧୫୦ ବର୍ଷ ପରମାୟୁରୁ ୬୦/୭୦ ବର୍ଷ ପାପ ବାବଦରେ କଟି ଯାଇ ବାକି ବର୍ଷତକ ବଞ୍ଚି ରହୁଛି ।

 ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ,
 କର୍ମେ ଜିଏଁ ନର କର୍ମ ଏକା ତା’ର ଜୀବନର ମାନଦଣ୍ଡ । 

                 ଯିଏ ଯେପରି କର୍ମ କରେ ସେ ସେପରି କର୍ମ ଫଳ ଭୋଗ କରେ । ମାସିକ ପଚାଶ ହଜାର, ତିରିଶ ହଜାର, କୋଡ଼ିଏ ହଜାର, ଦଶ ହଜାର, ପାଞ୍ଚ ହଜାର ଟଙ୍କା ରୋଜଗାର କରୁଥିବା ଲୋକମାନଙ୍କର ରୋଜଗାର ଅନୁସାରେ ସେମାନଙ୍କର ଚଳଣି ଅଲଗା ଅଲଗା ହୋଇଥାଏ । ମାସକୁ ହଜାରେ ବା ଦୁଇ ହଜାର ଟଙ୍କା ରୋଜଗାର କରୁଥିବା ବ୍ୟକ୍ତିଙ୍କର ଆୟ ଏମାନଙ୍କ ତୁଳନାରେ ଆକାଶ ପାତାଳ ପ୍ରଭେଦ । ତେଣୁ କୁହାଯାଏ ଏଇଠି ସ୍ବର୍ଗ ଏଇଠି ନର୍କ । 

‘ସଞ୍ଜମୀ ମାନବ ଇହଜଗତରେ ଲଭଇ ସର୍ବଦା ସୁଖ ।
କାମ, କ୍ରୋଧ, ଲୋଭ, ଶୋକ, ମୋହ ମାନ ଦେଇଥାଏ ସଦା ଦୁଃଖ | 
ପରଧନ, ରୂପ, ବଳ, କୁଳ, ସୁଖ ସଉଭାଗ୍ୟ ସତକାରେ
ଯେ ଜନ ଇର୍ଷାକୁ କରଇ ପୋଷଣ ବୁଡ଼େ ଦୁଃଖ ପାରାବାରେ । 
କର୍ମ ଫଳ ପ୍ରାଣୀ ଅବଶ୍ୟ ଭୁଞ୍ଜଇ କେ କରି ପାରିବ ଆନ
ସତ ପ୍ରତିଷେଧ ଲଂଘି ପଶି ଥାଏ କର୍ମଫଳ ଭଗବାନ ||

                ହେ ମନୁଷ୍ୟ ଗଣ ! ତୁମେ ଦୁର୍ଲ୍ଲଭ ମନୁଷ୍ୟ ଜନ୍ମ ନେଇ ଏ ସଂସାରକୁ ଆସିଛ । ଭଗବାନ୍ ତୁମକୁ ପ୍ରାଣୀମାନଙ୍କ ମଧ୍ୟରେ ଶ୍ରେଷ୍ଠ କରିଛନ୍ତି । ତୁମେ ପଶୁ ପ୍ରବୃତ୍ତିର, କୁ-ପ୍ରକୃଭିର ନହୋଇ ସୁ-ପ୍ରବୃତ୍ତିର ହୁଅ । ‘ସତ୍କାର୍ଯ୍ୟ କରି ଅନୁଷ୍ଠାନ – ସାର୍ଥକ କର ଦେହ ପ୍ରାଣ I’’

       ମନୁଷ୍ୟକୁ ଭଗବାନ ବିବେକ ଦେଇଛନ୍ତି, ଜ୍ଞାନ ଦେଇଛନ୍ତି, ବୃଦ୍ଧି ଦେଇଛନ୍ତି କେଉଁଟା ଭଲ କାମ, କେଉଁଟା ଖରାପ କାମ ଜାଣିବା ପାଇଁ । ତେଣୁ ସଂସାରରେ ଯେତେଦିନ ଅଛ ସକାର୍ଯ୍ୟ କରିଯାଅ । ‘ମର୍ତ୍ତ୍ୟମଣ୍ଡଳେ ଦେହ ବହି, ଦେବତା ହୋଇଲେ ମରଇ ।’’ ପୃଥ‌ିବୀ ପୃଷ୍ଠରେ ଜନ୍ମ ଗ୍ରହଣ କରିଥିବା ସମସ୍ତ ପ୍ରାଣୀ ମରଣଶୀଳ । ଜନ୍ମ ସହିତ ମୃତ୍ୟୁ, କାୟା ସହିତ ଛାୟା ପରି ଲାଗିରହିଛି ।

କରମ କରିବୁ ଅଳସ ନୋହି        ହେବୁ ନାହିଁ ନିଜ ଧର୍ମ ଦ୍ରୋହି ,
ଯାହାଯିବୁ ତୁହି କରି 
କର୍ମ ଅନୁସାରେ                ଫଳ ଦେବେ ତୋତେ
ସରବ ନିୟନ୍ତା  ହରି ।''


       ଜନ୍ମ ଠାରୁ ମୃଦ୍ୟୁ ପର୍ଯ୍ୟନ୍ତ ମନୁଷ୍ୟ ବିଭିନ୍ନ ଘାତ ପ୍ରତିଘାତ ଦେଇ ଗତି କରିଥାଏ । କେତେବେଳେ ସୁଖ ଭୋଗ କରେ ତ କେତେବେଳେ ଦୁଃଖ ଭୋଗ କରିଥାଏ । ତେଣୁ କେଉଁ କର୍ମ କଲେ କ’ଣ ଭୋଗ କରିବାକୁ ହୁଏ ତାହା ଏଥିରେ ଉଲ୍ଲେଖ କରାଯାଇଛି ।ଏ କଳିଯୁଗ ଘୋର ପାପମୟ । ଦୈନନ୍ଦିନ ଚୋରୀ, ହତ୍ୟା, ବଧୂ ହତ୍ୟା, ଭୃଣ ହତ୍ୟା, ପଶୁ ହତ୍ୟା, ପରନିନ୍ଦା, ପରଦ୍ରବ୍ୟ ହରଣ, ଚୋରୀ, ଧର୍ଷଣ ଇତ୍ୟାଦି ଘଟଣାମାନ ଘଟି ଯାଉଛି । ସମସ୍ତେ ସ୍ଵାର୍ଥ ସର୍ବସ୍ଵ ହୋଇ ପଡୁଛନ୍ତି । ଯେତେବେଳେ ସଂସାର ପୁରାପୁରି ପାପ ଭରା ରେ ବୁଡ଼ିଯାଏ   ସେତେବେଳେ  ସ୍ଵୟଂ ଭଗବାନ ଏ ଧରା ପୃଷ୍ଠରେ ଜନ୍ମ ଗ୍ରହଣକରି ପାପୀମାନଙ୍କୁ ନିଧନ କରନ୍ତି ।

 ଅର୍ଜୁନଙ୍କୁ ଶ୍ରୀକୃଷ୍ଣ କହଛନ୍ତି—

 “ ଯଦା ଯଦା ହି ଧର୍ମସ୍ୟ ଗ୍ଳାନି ଭବତି ଭାରତ, 
ଅଭ୍ୟୁତ ଥାନଂ ଅଧର୍ମସ୍ୟ ତଦାତ୍ମାନଂ ଶୃଜମୟହମ୍ 
ଧର୍ମସଂସ୍ଥା ପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ ।”

ଅର୍ଥାତ୍—ହେ ଭାରତ ବଂଶଜ ! ଯେଉଁଠାରେ ଏବଂ ଯେତେବେଳେ ଧର୍ମର ଗ୍ଲାନୀ ଦେଖାଦିଏ ଏବଂ ଅଧର୍ମର ଅଭ୍ୟୁତ୍ଥାନ ହୁଏ ସେତେବେଳେ ମୁଁ ସାଧୁ ବା ଭକ୍ତ ମାନଙ୍କର ପରିତ୍ରାଣ ନିମିତ୍ତ ଏବଂ ଦୁର୍ବୁର୍ତ ମାନଙ୍କର ବିନାଶ ନିମିତ୍ତ ତଥା ଧର୍ମ ସଂସ୍ଥାପନ ନିମିତ୍ତ ଯୁଗେ ଯୁଗେ ଅବତୀର୍ଣ୍ଣ ହୁଏ ।

ତେଣୁ କଳିଯୁଗର ମହାମନ୍ତ୍ର— 

‘ହରେ କୃଷ୍ଣ ହରେ କୃଷ୍ଣ, କୃଷ୍ଣ କୃଷ୍ଣ ହରେ ହରେ,
 ହରେ ରାମ ହରେ ରାମ ରାମ ରାମ ହରେ ହରେ’’

 ନିତ୍ୟ ଜପକରନ୍ତୁ । 



ଗୁରୁବନ୍ଦନା ଓ ଏହାର ଉପକାରିତା ଉଦ୍ୟେଶ୍ୟ Purpose of Guru bandana and its benefits


एक टिप्पणी भेजें

0 टिप्पणियाँ

एक टिप्पणी भेजें (0)
6/related/default